ଏହି ଦିନ ବଡ଼ ଧୂମ୍‌ଧାମରେ ପାଳନ ହେବ ବଲାଙ୍ଗୀର ଦିନ: ଗଠନ ହେଲା ବିଭିନ୍ନ କମିଟି

ବଲାଙ୍ଗୀର,୧୭।୧୦ (ସୁନିଲ କୁମାର ମହାନ୍ତି): ଗୁରୁବାର ସନ୍ଧ୍ୟା ୭ଟା ସମୟରେ ବଲାଙ୍ଗୀର ପି.ପି.ଏକାଡେମୀ ସ୍କୁଲଠାରେ ବଲାଙ୍ଗୀର ଦିନ ଆୟୋଜନ କମିଟି ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ଦିନ ନଭେମ୍ବର ୧ରେ ଧୂମ୍‌ଧାମରେ ପାଳନ ଓ ସୁପରିଚାଳନା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଅଛି। ସେଥିପାଇଁ ଅର୍ଥ କମିଟି,ଷ୍ଟେଜ କମିଟି, ସାଂସ୍କୃତିକ କମିଟି, ଗ୍ରାଉଣ୍ଡ କମିଟି,ସୋଭିନିଅର କମିଟି,ମିଡ଼ିଆ ଓ ପ୍ରଚାର ପ୍ରସାର କମିଟି, ଅଭ୍ୟର୍ଥନା କମିଟି, ଖାଦ୍ୟ ଓ ବ୍ୟବସ୍ଥାପକ କମିଟି, ଶାନ୍ତି ଶୃଙ୍ଖଳା କମିଟି ଗଠନ କରାଯାଇଛି। ଏଥିରେ ସମସ୍ତେ ନିଜ ନିଜର ଦାୟିିତ୍ୱ ସୁଚାରୁ ରୂପେ ସମ୍ପାଦନା କରି ବଲାଙ୍ଗୀର ଦିନକୁ ସଫଳତା ସହିତ ପାଳନ କରିବା ପାଇଁ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ପ୍ରତାପ ରଥ, ଗୋପାଳ ପ୍ରଧାନ, ଦିନେଶ ଶର୍ମା, କିଶୋର ରଥ, ବିନୋଦ କୁମାର କାଲସାଏ, ସୋମନାଥ ମିଶ୍ର, ଅଭିଷେକ ଦାସ, ବିକାଶ ସା,ହରିଓମ ପଟେଲ, ପ୍ରଭୁଦତ୍ତ ସେଠ,ନୁତନ ଦାସ,ରାମ ଦାସ,ସତ୍ୟ ନାରାୟଣ ହୋତା,ମାନସ ରଞ୍ଜନ ଖୁଆସ, ଦେବାଶିଷ ମିଶ୍ର, ଦେବାଶିଷ ସାହୁ ଉପସ୍ଥିତ ଥିଲେ। ସେହିପରି ସୁବ୍ରତ ସାହୁ,ସକିଳା ବାନୋ,ରୋଜିସ୍ମିତା ହୋତା, ସନ୍ତୋଷ ହୋତା, ବିରେନ୍ଦ୍ର ପାଣ୍ଡେ, ମିନତି ରାଓ,ହେପି ବାରିକ, କୁମୁଦିନୀ ପୃଷ୍ଟି,ଏନିମା ବାରିକ, ପୂଜା ସାହୁ,ଦିବ୍ୟାରାନୀ ବିଶି, ଅଷ୍ଟମୀ ନାଗ,ଅନୁପ୍ରିୟା ମିଶ୍ର, ଦେବବ୍ରତ ଦିପ,ଶିବୁ ପାତ୍ର, ରାହୁଲ ନାଏକ,ସୁମନ କୁମାର ନନ୍ଦ,କୁନ୍ଦନ ପଟେଲ,ତେଜରାଜ ପୋଡ଼, ମନିଷ କୁମାର ସାଏ,ଆଦର୍ଶ ପୁରୋହିତ, ସୁମିତ ଭୋଇ, ଅର୍ଜୁନ ସାହୁ,ବିଟୁ ଦିପ,ରେସବ କୁମାର କଳତା, ଲକ୍ଷ୍ମଣ ନନ୍ଦ,ରୁତୁରାଜ ପ୍ରଧାନ, ଶ୍ରୀକାନ୍ତ ବେହେରା, ଚନ୍ଦ୍ରଶେଖର ମିଶ୍ର,ଏମ ସେତୁପତି, ଦିନ ସେନାପତି, ସ୍ପନ୍ଦନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ବଲାଙ୍ଗୀର ଦିନ ବୈଠକକୁ ବିଦୁ ଭୁଷଣ ତ୍ରିପାଠୀ ପରିଚାଳନା କରିଥିଲେ। ସଭା ଶେଷରେ ସମସ୍ତଙ୍କୁ ଲୋଟସ ଷଡ଼ଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri