ଭାଜପା ବିରୋଧରେ ବଲାଙ୍ଗୀର ବିଜେଡିର ଗର୍ଜନ, ପଦଯାତ୍ରା କରି…

ବଲାଙ୍ଗୀର,୧୫ା୧୦(ସୁନିଲ କୁମାର ମହାନ୍ତି): ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଅକ୍ଟୋବର ୯ରୁ ନଭେମ୍ବର ୯ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେଉଛି। ବଲାଙ୍ଗୀରରେ ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ନେତୃତ୍ୱରେ ବଲାଙ୍ଗୀରରେ ପଦଯାତ୍ରା ଆରମ୍ଭ କରାଯାଇଛି। ବୁଧବାର ବିଜୁ ଜନତା ଦଳ ମ୍ୟୁନିସିପାଲିଟି ବଲାଙ୍ଗୀର ନିର୍ବାଚନୀ ମଣ୍ଡଳୀ ପକ୍ଷରୁ ପୌରାଧ୍ୟକ୍ଷା ଲିକା ସାହୁଙ୍କ ନେତୃତ୍ୱରେ ପୂର୍ବାହ୍ନରେ ବଲାଙ୍ଗୀର ସର୍କିଟ ହାଉସ୍‌ରୁ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ବାହାରିଥିଲା। ଏଥିରେ ଶତାଧିକ ଜନସାଧାରଣ ଏବଂ ବିଜୁ ଜନତା ଦଳର ପୁରୁଷ ମହିଳା କର୍ମୀ ଓ କାଉନସିଲରମାନେ ଯୋଗ ଦେଇଥିଲେ।

ଏହି ପଦଯାତ୍ରା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ନିଆଯାଇଥିବା ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡ଼ିକର ପ୍ରଚାର ପ୍ରସାର କରିଥଲେ। ପଦଯାତ୍ରା ପରେ ତୁଳସୀ ନଗର ଛକଠାରେ ଭାଜପା ସରକାର ବିରୋଧରେ ଏକ ପ୍ରତିବାଦ ସଭା କରାଯାଇଥିଲା। ବିଜେଡି ନେତାମାନେ ତାଙ୍କ ବକ୍ତବ୍ୟରେ ବର୍ତ୍ତମାନର ଭାଜପା ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବା କହିଥିଲେ। ରାଜ୍ୟରେ ମହିଳାମାନଙ୍କୁ ଭାଜପା ସରକାର ସୁରକ୍ଷା ଦେଇପାରୁନାହିଁ। ନାରୀ ନିର୍ଯାତନା ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟରେ ଆଇନଶୃଙ୍ଖଳା ବିଗିଡ଼ିଯାଇଛି ଦର୍‌ଦାମ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଥିଲେ। ଏହି ପଦଯାତ୍ରା ସମୟରେ ବିଜେଡି ନେତା ବିଦୁଭୂଷଣ ତ୍ରୀପାଠୀ, ପାଣ୍ଡବ କୁମ୍ଭାର, ବନମାଳୀ ବାଗ, ନରସିଂହ ବାଗ , ଗୁଞ୍ଜ ଖାନ, ଭାଇସ୍‌ ଚେୟାରମ୍ୟାନ୍‌ ଗାୟତ୍ରୀ ଭୋଇ, କାଉନସିଲର ଶମ୍ଭୁ ନାଗ, ଗଙ୍ଗାଧର ଚାନ୍ଦ, ପବିତ୍ର ନେପାକ, ସଞ୍ଜୁଲତା ଦନ୍ତା, ସନ୍ତୋଷିନୀ କୁଅଁର, ନନ୍ଦିନୀ ପୋଢ଼, ଶତ୍ରୁଘ୍ନ ବାଗ, ଲଲାଟେନ୍ଦୁ ପଟ୍ଟନାୟକ, ପୂର୍ବତନ ପୌରାଧ୍ୟକ୍ଷା ଦମୟନ୍ତୀ ବାଗ, ଛାତ୍ର ବିଜୁ ଜନତା ଦଳ ସଭାପତି ସୁମନ ନନ୍ଦ ଓ ଅନ୍ୟମାନେ ଉପସ୍ଥିତ ରହି ପଦଯାତ୍ରାକୁ ସଫଳ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଘରେ କେହି ନ ଥିଲେ, ତାଲା ଭାଙ୍ଗି ୫.୫ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ …

ପାରଳାଖେମୁଣ୍ଡି,୮|୮(ଗିରିଧାରୀ ପରିଛା)- ପାରଳାଖେମୁଣ୍ଡି ସହର ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବା ଏକ ବଡ଼ ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଏକ ବଡ଼ଧରଣର ଚୋରି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri