Posted inଜାତୀୟ

ବିକଶିତ-ବିକାଶଶୀଳ ଦେଶ ମଧ୍ୟରେ ମଧ୍ୟସ୍ଥତା ଦ୍ୱାରା ପୃଥିବୀର ସନ୍ତୁଳନ ବଜାୟ ରହିବ, ସିଜେଆଇ…

ନୂଆଦିଲ୍ଲୀ, ୨୧।୬ : ବିକଶିତ ତଥା ବିକାଶଶୀଳ ଦେଶ ମଧ୍ୟରେ ଅନ୍ତର୍ଜାତୀୟମଧ୍ୟସ୍ଥତା ଦ୍ୱାରା ପୃଥିବୀର ସନ୍ତୁଳନ ବଜାୟ ରହିବ ବୋଲି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି.ରମନା ଆହ୍ବାନ ଜଣାଇଛନ୍ତି। ମଙ୍ଗଳବାର ଭାରତର ପ୍ରଧାନ ବିଚାରପତି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି।

ବର୍ତ୍ତମାନ ସିଙ୍ଗାପୁର, ଲଣ୍ଡନ, ପ୍ୟାରିସ ଏବଂ ଷ୍ଟକହୋମ ଆଦି ବିକଶିତ ବ୍ୟବସାୟିକ କେନ୍ଦ୍ରରେ ଏହା ଜାରି ରହିଛି। ବିବାଦର ସମାଧାନ ପାଇଁ ଏହାର ଭିତ୍ତିଭୂମି ମଜବୁତ କରୁଥିବା ବିକାଶଶୀଳ ଦେଶମାନଙ୍କରେ ଏଭଳି ପ୍ରସଙ୍ଗର ପ୍ରତିକାର ରହିଛି ବୋଲି ସେ କହିଛନ୍ତି। ସେ ଦର୍ଶାଇଛନ୍ତି ଯେ ଯଦିଓ ଅଧିକାଂଶ ବିବାଦ ବିକାଶଶୀଳ ଦେଶମାନଙ୍କରେ ଉତ୍ପନ୍ନ ହୁଏ, ସେଠାରେ ଥିବା ଦଳଗୁଡିକ ପ୍ରତିଷ୍ଠିତ ସମାଧାନ କେନ୍ଦ୍ର ଚୟନ କରନ୍ତି। କାରଣ ବିକାଶଶୀଳ ଦେଶଗୁଡ଼ିକର ସମ୍ବଳ ଏବଂ ଭିତ୍ତିଭୂମିର ଅଭାବ ରହିଥାଏ।

ବିକାଶଶୀଳ ଦେଶମାନଙ୍କ ପାଇଁ, ବିବାଦର ସମାଧାନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ। ଆମର ବିବାଦର ସମାଧାନ ସୁବିଧା ଆମର ନିବେଶ ପ୍ରବାହ ସହିତ ମେଳ ହେବା ଆବଶ୍ୟକ। ଆଧୁନିକ ଅନୁଷ୍ଠାନିକ ଆର୍ବିଟ୍ରେଶନ ସେଣ୍ଟର ଗଠନ କରି ଏକ ସନ୍ତୁଳନ ରକ୍ଷା କରାଯାଇପାରିବ ବୋଲି ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଏହିପରି ସଂସ୍ଥାଗୁଡ଼ିକର ପୂର୍ବ-ସ୍ଥାପିତ ନିୟମ ଏବଂ ଢାଞ୍ଚା ନିଶ୍ଚିତତା ତଥା ସ୍ବଚ୍ଛତା ପ୍ରଦାନ କରିଥାଏ ଯାହା ଦ୍ୱାରା ବିବାଦ ସମାଧାନ ପ୍ରଣାଳୀରେ ବିଭିନ୍ନ ପକ୍ଷମାନେ ଉପକୃତ ହୋଇଥାନ୍ତି। ସମଗ୍ର ବିଶ୍ୱରୁ ଆସୁଥିବା ପ୍ୟାନେଲିଷ୍ଟ ଏବଂ ଆର୍ବିଟ୍ରେଟରମାନଙ୍କ ଅଭିଜ୍ଞତାର ବିବିଧତ ଦ୍ୱାରା ପ୍ରଭାବଶାଳୀ ଜ୍ଞାନର ଆଦାନପ୍ରଦାନ ସହଜ ହୋଇଥାଏ।

ପ୍ରଧାନ ବିଚାରପତି ପରାମର୍ଶ ଦେଇଛନ୍ତି ଯେ ସମଗ୍ର ବିଶ୍ୱରେ କାର୍ଯ୍ୟ କରୁଥିବା ଅନୁଷ୍ଠାନିକ ଆର୍ବିଟ୍ରେଶନ ସେଣ୍ଟସରଗୁଡ଼ିକର ଏକ ମିଳିତ ପରିଷଦ କିମ୍ବା କନଫେଡେରେଶନ ଗଠନ କରିବା ପାଇଁ ହାତ ମିଳାଇବା ଅପରିହାର୍ଯ୍ୟ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri