ବଳଦ ବିନା ବଳଦଯାତ୍ରା

ଭୁବନ, ୭।୧୦:  ମେଲାଣି ନେଉଥିବେ ଜଗଜ୍ଜନନୀ, ଅଥଚ ସାଥିରେ ନ ଥିବେ ପରମ୍ପରାର ବାହକ ବଳଦ। ସୁସଜ୍ଜିତ ବଳଦ ବିନା ସରିବ ମା’ ଦୁର୍ଗାଙ୍କ ଭସାଣି। କରୋନା କଟକଣା ପାଇଁ ଦୁଇବର୍ଷ ହେଲା ପଶୁ-ମଣିଷ ସମ୍ପର୍କର ମୂକସାକ୍ଷୀ ଭୁବନର ଐତିହାସିକ ବଳଦଯାତ୍ରା ଫିକା ପଡ଼ିଥିବାବେଳେ ଚଳିତବର୍ଷ ମଧ୍ୟ ଏହାର ପୁନରାବୃତ୍ତି ହେବାକୁ ଯାଉଛି। ଶାନ୍ତି କମିଟି ବୈଠକ ଏବଂ ପ୍ରଶାସନିକ ନିଷ୍ପତ୍ତି ପରେ କେବଳ ପରମ୍ପରା ରକ୍ଷା ଲାଗି ନିରାଡମ୍ବରରେ ପୂଜା ସମ୍ପନ୍ନ କରିବାକୁ ପ୍ରସ୍ତୁତ ହେଉଛନ୍ତି ପୂଜା ପ୍ରତିଷ୍ଠାନ।

ପାର୍ବଣ ଗାଇଡ୍‌ଲାଇନ୍‌ ପାଇଁ ଚଳିତବର୍ଷ ନିରାଡ଼ମ୍ବରରେ ପାଳନ ହେବ ଢେଙ୍କାନାଳ ଜିଲା ଭୁବନର ଐତିହ୍ୟସମ୍ପନ୍ନ ଦଶହରା ପର୍ବ ଏବଂ ବଳଦଯାତ୍ରା। ପରମ୍ପରା ରକ୍ଷା ଲାଗି କେବଳ ବଣିଆ ଏବଂ ଥୋରିଆ ସମ୍ପ୍ରଦାୟର ୨ ସୁସଜ୍ଜିତ ବଳଦ ଅନୁକୂଳ ଯାତ୍ରାରେ ସାମିଲ ହେବେ। ବିନା ବଳଦ, ବାଜାବାଣରେ ଭସାଣି ସମ୍ପନ୍ନ ହେବ ବୋଲି ପ୍ରଶାସନିକ ନିଷ୍ପତ୍ତି ହୋଇଥିବାବେଳେ ବିଗତ ଦୁଇବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରସିଦ୍ଧ ଦଶହରା ପର୍ବ ଫିକା ପଡ଼ିବ ବୋଲି ଅଞ୍ଚଳବାସୀ କହିଛନ୍ତି।
ଭାରବାହୀ ପ୍ରାଣୀ ବଳଦ ଏବଂ ମଣିଷ ମଧ୍ୟରେ ଦୀର୍ଘଦିନରୁ ରହି ଆସିଥିବା ସମ୍ପର୍କର ନିଦର୍ଶନ ହେଉଛି ବଳଦଯାତ୍ରା। କାହିଁ କେଉଁ କାଳରୁ ଭୁବନରେ ଏହା ପାଳିତ ହୋଇଆସୁଛି। ହେଲେ କରୋନା କବଳିତ ଜିଲାରେ ବଳଦଯାତ୍ରାକୁ ଲାଗିଛି ଗ୍ରହଣ। ଚଳିତବର୍ଷ ମଧ୍ୟ କଡ଼ା କଟକଣା ମଧ୍ୟରେ ପୂଜା ପାଳନ ହେବ ବୋଲି ମିଳିତ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ତଦନୁଯାୟୀ ଅଞ୍ଚଳର ୧୦ ପୂଜା ପ୍ରତିଷ୍ଠାନ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ପ୍ରତିବର୍ଷ ବିଜୟା ଦଶମୀ (ଅନୁକୂଳ ଯାତ୍ରା) ଏବଂ ଏକାଦଶୀ (ଭସାଣି ଯାତ୍ରା) ଦୁଇଦିନ ଧରି ମହାସମାରୋହରେ ବଳଦଯାତ୍ରା ପାଳନ ହେଉଥିଲା। ଏଥିରେ ସାମିଲ ହେଉଥିଲେ ବିଭିନ୍ନ ସମ୍ପ୍ରଦାୟର ୬୦ରୁ ଊର୍ଦ୍ଧ୍ୱ ବଳଦ। ବଳଦଙ୍କୁ ମାସାଧିକ କାଳ ପ୍ରଶିକ୍ଷଣ ଦିଆଯାଉଥିଲା। ଅନୁକୂଳ ଯାତ୍ରା ଏବଂ ଭସାଣିରେ ସାମିଲ ହେଉଥିବା ସୁସଜ୍ଜିତ ବଳଦଙ୍କୁ ଦେଖିବା ଲାଗି ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିଲା। ହେଲେ କରୋନା ପାଇଁ ସବୁକିଛି ବଦଳି ଯାଇଛି। ଅନ୍ୟପଟେ ବର୍ଷ ବର୍ଷ ଧରି ଚାଲି ଆସିଥିବା ପରମ୍ପରା ପ୍ରଭାବିତ ହେଉଥିବାରୁ ଏହାକୁ ନେଇ ମନକଷ୍ଟ କରିଛନ୍ତି ଅଞ୍ଚଳର ବଦଳିଆ ଏବଂ ପୂଜା ପ୍ରତିଷ୍ଠାନ। କଟକଣା ମଧ୍ୟରେ ଉପନିର୍ବାଚନ ହୋଇପାରୁ ଥିବାବେଳେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ସମସ୍ତ ବଳଦଙ୍କୁ ଯାତ୍ରାରେ ସାମିଲ କରିବା ଲାଗି ଅନୁମତି ଦେବାକୁ ସେମାନେ ଦାବି କରିଛନ୍ତି।
ଅବମାନନା କଲେ କାର୍ଯ୍ୟାନୁଷ୍ଠାନ
ଭୁବନ ଦଶହରା ପର୍ବ ଏବଂ ବଳଦଯାତ୍ରାରେ ପାର୍ବଣ ଗାଇଡ୍‌ଲାଇନ୍‌ କଡ଼ାକଡ଼ି କରାଯିବ। ନିଷ୍ପତ୍ତିର ଅବମାନନା କରାଗଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ପ୍ରଭାସ କୁମାର ବେଉରିଆ, ତହସିଲଦାର
ନିରାଡ଼ମ୍ବରରେ ହେବ ପୂଜାକାର୍ଯ୍ୟ
ସରକାରୀ ଗାଇଡ୍‌ଲାଇନ୍‌ ପୂଜା ପ୍ରତିଷ୍ଠାନ କର୍ମକର୍ତ୍ତାଙ୍କୁ ଯଦିଓ ନିରାଶ କରିଛି, ତଥାପି କଟକଣା ଏବଂ ନିରାଡମ୍ବରରେ ପୂଜା କରିବାକୁ ସମସ୍ତେ ବାଧ୍ୟ। ଏହାକୁ ପାଳନ କରାଯିବ।
-ବାସୁଦେବ ବେହେରା, ସହର ସଙ୍ଗଠନ ସଭାପତି
ହେବନାହିଁ ରାବଣ ପୋଡ଼ି
ଭୁବନର ଦଶହରା ଯାତ୍ରାର ଅନ୍ୟତମ ଆକର୍ଷଣ ରାବଣପୋଡ଼ି। ଦୀର୍ଘ ୨୨ବର୍ଷ ଧରି ଏହି କାର୍ଯ୍ୟକ୍ରମ ହେଉଥିଲା। ତେବେ କରୋନା ପାଇଁ ୩ ବର୍ଷ ହେଲା ଏହା ବନ୍ଦ ରହିଛି।
-ତ୍ରିଲୋଚନ ସାହୁ, ରାବଣପୋଡ଼ି କ୍ରିୟାନୁଷ୍ଠାନ କମିଟି ମୁଖ୍ୟ
ଭାଇଚାରା ପ୍ରଭାବିତ ହେଉଛି
ବଳଦଯାତ୍ରାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସାମିଲ ହୋଇଥାଆନ୍ତି। କରୋନା ପାଇଁ ଭଲ ଭାବେ ଯାତ୍ରା ହୋଇପାରୁ ନ ଥିବାରୁ ଭାଇଚାରା ପ୍ରଭାବିତ ହେଉଛି।
-ଶ୍ରୀଧର ବେହେରା, ବଳଦିଆ କମିଟି ମୁଖ୍ୟ, ସେଣସାହି


Enter your email to get our daily news in your inbox.

All Right Reserved By Dharitri.Com

‘ରିମ୍‌ଝିମ୍‌’କୁ ତିନିମାସ ମହଲତ

ଢେଙ୍କାନାଳ ଅଫିସ୍‌, ୨୨।୬ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରଣ୍ଟିସ୍ଥିତ ରିମ୍‌ଝିମ୍‌ ଇସ୍ପାତ କାରଖାନାରେ ପୁନଃନିଯୁକ୍ତି ଦାବିରେ ଚାଲିଥିବା କ୍ଷତିଗ୍ରସ୍ତ ପ୍ରଜାଙ୍କ ଆନ୍ଦୋଳନ ମଙ୍ଗଳବାର...

କୂଅ ଭିତରେ ଶ୍ୱାସରୁଦ୍ଧ ହୋଇ ୨ ମୃତ

ପରଜଙ୍ଗ, ୨୨ା୭(ନିଗମାନନ୍ଦ ଦଳବେହେରା): କୂଅ ସଫେଇ ଚାଲିଥିବା ବେଳେ ଅଣନିଃଶ୍ୱାସୀ ହୋଇ ଖସିପଡ଼ିଲେ ଶ୍ରମିକ। ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ମାଲିକ ମଧ୍ୟ ଫସିଗଲେ। ଶ୍ୱାସରୁଦ୍ଧ...

ସାହା ହେଲା ମା’ ହାତୀ

ଢେଙ୍କାନାଳ ଅଫିସ,୬ା୧୦ ଗଁ। ପାଖ ଦେଇ ଜଙ୍ଗଲକୁ ଯିବାବେଳେ ଏକ କଂକ୍ରିଟ୍‌ ନାଳ ମଧ୍ୟରେ ଖସି ପଡ଼ିଥିଲା ଛୁଆ ହାତୀ। ଦଳରେ ଥିବା ସାଥୀମାନେ ଆଗକୁ...

ପାରମ୍ପରିକ ନୀତିରେ ହେବ ମାଘମେଳା

ଢେଙ୍କାନାଳ ଅଫିସ, ୨୦।୧: ଉପାସନା ସ୍ଥଳୀ ଉଚ୍ଛେଦ ପରେ ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦା ମହିମାଗାଦିରେ କୌପୀନଧାରୀ ଏବଂ ବଳ୍କଳଧାରୀ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା...

ଘର ପାଇଁ ପୋତିଦେଲେ ଡ୍ରେନ୍‌

ଭୁବନ, ୧୫।୩(ଡି.ଏନ.ଏ.) – ବ୍ୟକ୍ତିଗତ ସ୍ବାର୍ଥ ପାଇଁ ପୋତିଦେଲେ ଡ୍ରେନ୍‌। ନର୍ଦ୍ଦମା ପାଣି ନିଷ୍କାସନ ହେବାକୁ ବାଟ ନାହିଁ। ରାସ୍ତାରେ ଅହରହ ବୋହୁଛି ଦୁର୍ଗନ୍ଧମୟ ଆବର୍ଜନା...

ଅସହ୍ୟ ତାତିରେ କଲବଲ ଅହିରାଜ

ଢେଙ୍କାନାଳ ଅଫିସ, ୧୬।୪ ରାଜ୍ୟରେ ଆରମ୍ଭ ହୋଇଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଏହାର ପ୍ରଭାବ ପଡ଼ିଲାଣି ସଂରକ୍ଷିତ ଜଙ୍ଗଲର ଜୈବ ବିବିଧତା ଏବଂ ବନ୍ୟଜୀବନ ଉପରେ। ତାତି...

ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନରେ ଅବ୍ୟବସ୍ଥା

ଢେଙ୍କାନାଳ ଅଫିସ, ୧।୫ – କରୋନା ସଙ୍କଟ ସମୟରେ ଢେଙ୍କାନାଳ ଜିଲାରେ ରାଶନ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି।...

ଆଖୁ ଉପରେ ହାତୀଙ୍କ ଆଖି

ଭୁବନ, ୨୭।୧୦(ଡି.ଏନ୍‌.ଏ.): ପାଚି ଆସିଲାଣି ଆଖୁ। ପୁଡ଼ା ବାନ୍ଧିଲାଣି ଧାନ। ମାସ କେଇଟାରେ କଟା ହୋଇ ଆସିବ ସୁନାର ଫସଲ। ଏଭଳି ଆଶା ବାନ୍ଧିଥିବା ଚାଷୀଙ୍କ...

Advertisement
Archives

Model This Week