Posted inଖେଳ

ବଜରଙ୍ଗଙ୍କୁ ସ୍ବର୍ଣ୍ଣ ସହ ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ

ରୋମ୍‌, ୯ା୩ (ପି.ଟି.)-ଆସନ୍ତା ଅଲିମ୍ପିକ୍ସରେ ଭାଗ ନେବାକୁଥିବା ଭାରତୀୟ ରେସ୍‌ଲର ବଜରଙ୍ଗ ପୁନିଆ ଏଠାରେ ଚାଲିଥିବା ମାଟେଓ ପେଲିକୋନ୍‌ ର଼୍ୟାଙ୍କିଙ୍ଗ ସିରିଜ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିବା ସହ ତାଙ୍କ ଟାଇଟଲ ବଜାୟ ରଖିଛନ୍ତି। ୬୫ କେଜି ଶ୍ରେଣୀ ଫାଇନାଲରେ ସେ ମଙ୍ଗୋଲିଆର ଟୁଲ୍‌ଗା ଟୁମୁର ଓଚିରଙ୍କୁ ହରାଇ ଦେଇଛନ୍ତି। ତାଙ୍କର ଏହି ପ୍ରଦର୍ଶନ ପାଇଁ ସେ ବିଶ୍ୱର ର଼୍ୟାଙ୍କିଙ୍ଗର ନମ୍ବର ଓ୍ବାନ ସ୍ଥାନକୁ ଫେରିଛନ୍ତି। କରୋନା ମହାମାରୀ ଯୋଗୁ ୧ବର୍ଷ ବ୍ରେକ୍‌ ପରେ ପ୍ରତିଯୋଗିତାକୁ ଫେରିଥିବା ୨୭ ବର୍ଷୀୟ ବଜରଙ୍ଗଙ୍କ ଲେଗ୍‌ ଡିଫେନ୍ସରେ ଉନ୍ନତି ପରିଲକ୍ଷିତ ହୋଇଥିଲା। ଏକ୍ଷେତ୍ରରେ ତାଙ୍କୁ ଆହୁରି ଉନ୍ନତି ଆଣିବାକୁ ପଡ଼ିବ ବୋଲି ଟୋକିଓ ଗେମ୍ସରେ ଏକ ପଦକ ଲକ୍ଷ୍ୟରେ ଥିବା ଭାରତୀୟ ରେସ୍‌ଲର କହିଛନ୍ତି। ୬୫ କେଜି କାଟେଗୋରିରେ ପ୍ରତିଯୋଗିତା ଜୋର୍‌ଦାର ହୋଇଥାଏ। ମଙ୍ଗୋଲିଆର ଓଚିର ମଧ୍ୟ ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବଜରଙ୍ଗ ବର୍ତ୍ତମାନ ଜାତୀୟ କ୍ୟାମ୍ପକୁ ଫେରିବେ। କିନ୍ତୁ ଏପ୍ରିଲ ୯ରୁ ୧୧ ପର୍ଯ୍ୟନ୍ତ କାଜାଖସ୍ତାନରେ ହେବାକୁଥିବା ଏସିଆନ ଚାମ୍ପିୟନଶିପ୍‌ ପୂର୍ବରୁ ସେ ବିଦେଶରେ ଟ୍ରେନିଂ ନେବାକୁ ଚାହାନ୍ତି। ଇଭେଣ୍ଟରେ ଭାଗ ନେବା ପୂର୍ବରୁ ବଜରଙ୍ଗ ର଼୍ୟାଙ୍କିଙ୍ଗ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିଲେ। ମାତ୍ର ବର୍ତ୍ତମାନ ୧୪ ପଏଣ୍ଟ ସହ ସେ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଖୋଲିବ SEBI କାର୍ଯ୍ୟାଳୟ

ଭୁବନେଶ୍ୱର,୧୮।୫: SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ…

ସରକାରଙ୍କ ବଡ଼ ଘୋଷଣା; ମହିଳାଙ୍କୁ ମାସିକ ୩ ହଜାର, ୭ମ ବେତନ ଆୟୋଗ ଲାଗୁ, ମାଗଣା ବସ୍ ଯାତ୍ରା

କୋଲକାତା,୧୮।୫: ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର ତାଙ୍କର ଦ୍ୱିତୀୟ କ୍ୟାବିନେଟ୍ ବୈଠକରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି । ଏଥିରେ ମହିଳାମାନଙ୍କୁ ମାସିକ ୩ ହଜାର ଆର୍ଥିକ…

ମସ୍କଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ହଇଚଇ, ଝିଅମାନଙ୍କ…

ନୂଆଦିଲ୍ଲୀ,୧୮।୫: ଏଲନ ମସ୍କ ପୁଣିଥରେ ନିଜ ବୟାନକୁ ନେଇ ଖବରର ଶିରୋନାମା ପାଲଟିଛନ୍ତି । ଏଥର ସେ ଇନଷ୍ଟାଗ୍ରାମକୁ “ଝିଅମାନଙ୍କ ପ୍ଲାଟଫର୍ମ” ବୋଲି କହି ଏକ ନୂତନ…

ଭୁବନେଶ୍ବରରେ ତେଲ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା, କାଲିଠୁ….

ଭୁବନେଶ୍ବର,୧୮।୫: ରାଜ୍ୟରେ ତେଲ ସଂକଟ ଭିତରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବୟାନ ସାମ୍ନାକୁ ଆସିଛି । ତୈଳ ସ୍ଥିତିକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା…

ଯୁକ୍ରେନ ଡ୍ରୋନ ମାଡ଼ରେ ମାଧବନ୍ଧର ଓଡ଼ିଆ ଯୁବକ ମୃତ, ଚାକିରି କରିବାକୁ ରୁଷିଆ ଯାଇଥିଲେ ରାମେୟା

ଚିକିଟି,୧୮।୫(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ମାଧବନ୍ଧ ଗ୍ରାମର ଜଣେ ଯୁବକ ଯୁକ୍ରେନର ଡ୍ରୋନ ମାଡ଼ରେ ପ୍ରାଣ ହରାଇଛନ୍ତି । ଶନିବାର ତାଙ୍କର…

୨୦ ଦିନରେ କୋଟି କୋଟି ଟଙ୍କାର ଶେୟାର କିଣିଲେ ଟ୍ରମ୍ପ, ଥରି ଉଠିଲା ଆମେରିକା

ଓ୍ବାଶିଂଟନ,୧୮।୫: ଏହି ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ୍ବା ତାଙ୍କ ପରାମର୍ଶଦାତାମାନେ ୩,୭୦୦ରୁ ଅଧିକ ଷ୍ଟକ ବାଣିଜ୍ୟ କରିଛନ୍ତି। ଏହି…

କୋଣାଦିତ୍ୟରେ ନବ ଆଳତି ପରମ୍ପରା

ପଦ୍ମକ୍ଷେତ୍ର କୋଣାର୍କଠାରେ ଅଭିନବ ଆଳତି ପରମ୍ପରା କଥା ପୂର୍ବ ସଂଖ୍ୟାରେ ଆମେ ଆଲୋଚନା କରିଥିଲେ। ତାହାର ଏକ ଚମତ୍କାର ଦିଗ ରହିଛି। ଭାରତରେ ଅନ୍ୟ କେଉଁ କ୍ଷେତ୍ର…

କ୍ରାଇମବ୍ରାଞ୍ଚ DGଙ୍କ ବଡ଼ ବୟାନ: ସୌମ୍ୟ ହତ୍ୟାର ସବୁ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୧୮।୫: କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ସବୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା DG ମିଶ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri