Advertisement
Posted inଜାତୀୟ

ସଞ୍ଜୟଙ୍କୁ ଜାମିନ…

ମୁମ୍ବାଇ,୯।୧୧ : ଶିବସେନା ନେତା ତଥା ରାଜ୍ୟସଭା ଏମ୍‌ପି ସଞ୍ଜୟ ରାଉତଙ୍କୁ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବୁଧବାର ତାଙ୍କ ଜାମିନ ଆବେଦନ ଶୁଣାଣି ବେଳେ ମୁମ୍ବାଇର ପିଏମଏଲଏ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପାତ୍ରା ଚାଲ ଜମି ଦୁର୍ନୀତି ଅଭିଯୋଗରେ ସଞ୍ଜୟ ଦୀର୍ଘ ଦିନ ଧରି ଜେଲରେ ଥିଲେ।

ସଞ୍ଜୟଙ୍କୁ ଜାମିନ ମିଳିବା ମାତ୍ରେ ଅତିରିକ୍ତ ସୋଲିସିଟର ଜେନେରାଲ ଜାମିନ ଆଦେଶ ଉପରେ କିଛି ଦିନ ପାଇଁ ରୋକ ଲଗାଇବାକୁ ଚାହୁଁଥିବା ପ୍ରକାଶ କରିଥିଲେ। ଯାହାଦ୍ୱାରା ଇଡି ମୁମ୍ବାଇର ପିଏମଏଲଏ କୋର୍ଟଙ୍କ ଆଦେଶ ବିରୋଧରେ ହାଇକୋର୍ଟରେ ଆବେଦନ କରିପାରିବେ।

ସଞ୍ଜୟଙ୍କୁ ଅଗଷ୍ଟ ୧ ରେ ଇଡି ଗିରଫ କରିଥିଲା। ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ପ୍ରଥମ ସଫଳତା

ନୂଆଦିଲ୍ଲୀ,୨ ।୧୧: ଦେଶରେ ୩ ଲୋକ ସଭା ଓ ୨୯ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ଧୀରେ ଧୀରେ ଆସିବାରେ ଲାଗିଛି । ମିଳିଥିବା...

ହସ୍ପିଟାଲ୍‌ରେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୨।୬: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ରବିବାର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଟୁଇଟ୍‌ର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। କିଛି...

ଟିକା ନେଲେ ଉପହାର ମିଳିବ ମୋବାଇଲ-ଟିଭି…

ଇମ୍ଫାଲ୍‌,୧୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ସାର୍ବଜନୀକ ଟିକାକରଣ ଅଭିଯାନରେ ଲୋକଙ୍କୁ ଟିକାଦାନ କରାଯାଉଛି। ତେବେ ମଣିପୁରରେ ଟିକା ନେଲେ ମୋବାଇଲ୍‌...

ସୁଶାନ୍ତଙ୍କ ବଦଳରେ ୨୦୦ କିଲୋର ବସ୍ତା ଝୁଲିବ ସିଲିଂ ଫ୍ୟାନ୍‌ରେ…

ମୁମ୍ବାଇ, ୨୫।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ୍‌ ସିବିଆଇ ହାତକୁ ଯାଇଛି। ଏବେ ସିବିଆଇର ୪ ଜଣିଆ ଟିମ୍‌ ପ୍ରତିଟି...

୪୬୦ ଦିନରେ ଭାଙ୍ଗିଲା କମଲନାଥଙ୍କ ସରକାର

ଭୋପାଳ,୨୦।୩: ଯାହା ଆଶା କରାଯାଉଥିଲା ତାହାହିଁ ହେଲା। ମାତ୍ର ୧୫ ମାସ ଅର୍ଥାତ୍‌ ୪୬୦ ଦିନ ମଧ୍ୟରେ ମଧ୍ୟପ୍ରଦେଶରେ ଭାଙ୍ଗିଗଲା କଂଗ୍ରେସ ଶାସିତ କମଲନାଥ ସରକାର।...

୯ ଲକ୍ଷ ରୋଗୀଙ୍କୁ ଅକ୍ସିଜେନ ଦିଆଯାଇଛି: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, ୯।୫(ପି.ଟି.): ଦେଶରେ ୧,୭୦,୮୪୧ କରୋନା ରୋଗୀଙ୍କୁ ଭେଣ୍ଟିଲେଟର ଯୋଗାଇ ଦିଆଯାଇଥିବାବେଳେ ୯,୦୨,୨୯୧ ଜଣଙ୍କୁ ଅକ୍ସିଜେନ୍‌ ଯୋଗାଇ ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଶନିବାର...

ଗୁଲାମ ନବୀ ଖୋଲିଲେ ଗୁମର: ଅଧ୍ୟକ୍ଷାଙ୍କ ପ୍ରତି ନାହିଁ ସମର୍ଥନ, ୫୦ ବର୍ଷ କ୍ଷମତାକୁ ଆଉ ଆସିବନି କଂଗ୍ରେସ !

ନୂଆଦିଲ୍ଲୀ, ୨୯।୮: କଂଗ୍ରେସରେ ନେତୃତ୍ୱ ସଙ୍କଟ ଦେଖାଦେଇଥିବାବେଳେ ଏବେ ଦଳୀୟ କନ୍ଦଳ ବାହାରେ ପଡ଼ିବାରେ ଲାଗିଛି। ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‌ କହିଛନ୍ତି...

ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୪: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତ ଗସ୍ତର ଦ୍ୱିତୀୟ ଦିନରେ ଶୁକ୍ରବାର ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ କରିଛନ୍ତି।...

Advertisement
Archives

Model This Week