ବାହାରିନ୍‌ରେ ଫାଇଜର-ବାୟୋଏନ୍‌ଟେକ୍‌ ଟିକାକୁ ମଞ୍ଜୁରୀ

ମାନାମା,୫।୧୨: ବ୍ରିଟେନ ପରେ ଏବେ ପୃଥିବୀର ଦ୍ୱିତୀୟ ରାଷ୍ଟ୍ର ଭାବେ ବାହାରିନ୍‌ରେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକାକୁ ମଞ୍ଜୁରୀ ଦିଆଯାଇଛି। ଏନେଇ ବାହାରିନ୍‌ର ନ୍ୟାଶନାଲ ହେଲ୍‌ଥ ରେଗୁଲେଟାରୀ ଅଥରିଟୀର ସିଇଓ ମାରିଆମ୍‌ ଅଲ୍‌-ଝାଲହାମାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏସମ୍ପର୍କିତ ଖବର ବାହାରିନ୍‌ ନ୍ୟୁଜ୍‌ ଏଜେନ୍ସିରେ ପ୍ରକାଶ ପାଇଛି। ତେବେ କେବେଠାରୁ ଦେଶରେ କରୋନା ଟିକା ଦିଆଯିବା ଆରମ୍ଭ ହେବ ସେ ନେଇ କୌଣସି ସୂଚନା ମାରିଆମ୍‌ ଦେଇ ନ ଥିବା କୁହାଯାଉଛି। ଫାଇଜର ଟିକା କରୋନା ଭୁତାଣୁ ବିରୋଧରେ ୯୫ ପ୍ରତିଶତରୁ ଅଧିକ ସୁରକ୍ଷା ପ୍ରଦାନ କରିବାକୁ ସକ୍ଷମ ହେଉଥିବା କୁହାଯାଉଛି। ଟିକା ଉପଲବ୍ଧ ପାଇଁ ଜର୍ମାନୀର ବାୟୋଫାର୍ମାସି୍ୟଟିକାଲ କମ୍ପାନୀ ବାୟୋଏନ୍‌ଟେକ୍‌ ଏହାର ଆମେରିକା ସହଯୋଗୀ ଫାଇଜର ଔପଚାରିକ ଭାବେ ବାହାରିନ୍‌ର ସ୍ବୀକୃତି ଲାଭ କରିବା ସହିତ ଖୁବ୍‌ ଶୀଘ୍ର ଟିକାକରଣ କରାଯିବ ବୋଲି ବାହାରିନ୍‌ର ନ୍ୟାଶନାଲ ହେଲ୍‌ଥ ରେଗୁଲେଟାରୀ ଅଥରିଟୀ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୧୮...

ପ୍ଲାଜମା ଦାନ ପାଇଁ ଅନୁରୋଧ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ସଂକ୍ରମଣ ଏବେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବାରୁ ସମସ୍ତେ ଏବେ ଏଥିରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଛନ୍ତି। ରାଜଧାନୀ ଦିଲ୍ଲୀ...

ଆଫଗାନିସ୍ତାନରେ ବନ୍ଦ ହେଲା ବାଳିକା ସ୍କୁଲ

କାବୁଲ,୨୪।୩:ଆଫଗାନିସ୍ତାନ ଶାସନ ଭାର କଠୋରପନ୍ଥୀ ତାଲିବାନ୍‌ ସରକାର ହାତକୁ ଚାଲିଯିବା ପରେ ଦେଶରେ ଅସ୍ଥିରତା ଲାଗି ରହିଛି। ଏପର୍ଯ୍ୟନ୍ତ ତାଲିବାନ୍‌ ସରକାର ଦେଇଥିବା କୌଣସି ପ୍ରତିଶ୍ରୁତି...

୫ହଜାର ଲୋକଙ୍କୁ ଦିଆଯାଉଛି ରନ୍ଧାଖାଦ୍ୟ

ନୂଆପଡା ଅଫିସ,୧୧ା୪: ଲକ୍‌ଡାଉନ ସମୟରେ କାହାକୁ ଭୋକରେ ରହିବାକୁ ଦିଆଯିବ ନାହିଁ ବୋଲି ସରକାର ବିକଳ୍ପ ପନ୍ଥା ମାନ ଅବଲମ୍ବନ କରୁଛନ୍ତି। ନୂଆପଡା ଜିଲାର ୧୩୧...

ଜାତିସଂଘରେ ମହାପୁରୁଷ ମହମ୍ମଦ ବିବାଦ…

ଜେନେଭା, ୭।୬ : ମହାପୁରୁଷ ମହମ୍ମଦଙ୍କ ବିବାଦ ଏବେ ଜାତିସଂଘରେ ପହଞ୍ଚିଛି। ବହୁ ମୁସଲମାନ ଦେଶରୁ ମହମ୍ମଦଙ୍କ ଉପରେ ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ...

କରୋନା ମୁକାବିଲା: ଗବେଷଣା ଟିମ୍‌ରେ ଓଡ଼ିଆ ଡାକ୍ତର ଦିଗମ୍ବର ବେହେରା

ଭୁବନେଶ୍ୱର,୧୦।୪(ବ୍ୟୁରୋ): ବିଶ୍ୱ ମହାମାରୀ କରୋନା ମୁକାବିଲାରେ ସାରା ମାନବ ସମାଜ ଅହରହ ଉଦ୍ୟମ ଜାରି ରଖିଛି। ଭାରତ ସମେତ ବିଶ୍ୱର ଅନ୍ୟାନ୍ୟ ଦେଶ ନିଜ ନିଜର...

ମାସେ ହେଲା ଅଫଗାନିସ୍ତାନରେ ପ୍ରବଳ ବର୍ଷା:ଗଲାଣି ୧୮୨ ଜୀବନ

କାବୁଲ,୨୫।୮: ଆଫଗାନିସ୍ତାନରେ ମାସେ ହେଲା ଲାଗିରହିଥିବା ପ୍ରବଳ ବର୍ଷା ଓ ବନ୍ୟାରେ ୧୮୨ ଜଣଙ୍କ ଜୀବନ ଗଲାଣି। ବନ୍ୟାରେ ୨୫୦ରୁ ଅଧିକ ଲୋକ ଆହତ ହୋଇଥିବା...

ସରକାର ନୁହେଁ, ଅଦାଲତ ଭରସା

ନୂଆଦିଲ୍ଲୀ,୧ା୫: ନୋଭେଲ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଭାରତକୁ ଆଣିଛି ମହାବିପତ୍ତି। ୧୦ରୁ ଊର୍ଦ୍ଧ୍ୱ ରାଜ୍ୟରେ ଅଣାୟତ୍ତ ସ୍ଥିତି। ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ। ହସ୍ପିଟାଲରେ ଶଯ୍ୟାଠୁ ନେଇ...

Advertisement
Archives

Model This Week