ଛାତ୍ରୀଛାତ୍ରଙ୍କ କାନ୍ଧରେ ବସ୍ତାନି ବୋଝ

ମହାକାଳପଡ଼ା,୫ା୮(ଡି.ଏନ୍‌.ଏ.): ଦେଶର ସର୍ବୋଚ୍ଚ ନ୍ୟାୟାଳୟ ୨୦୧୭ ମେରେ ଏକ ଡିଭିଜନ ବେଞ୍ଚ ରାୟରେ ଉଲ୍ଲେଖ ଥିଲା ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ବସ୍ତାନି ବୋଝ କମାଇବାକୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଥିଲା। ଏହି ଆଦେଶରେ ଅନ୍ୟ ଏକ ଦିଗ ଥିଲା ପିଲାମାନଙ୍କ କାନ୍ଧରେ ଅଧିକ ବହି ବସ୍ତାନି ବୋଝ ରହିବା ଦ୍ୱାରା ମାନସିକ, ଶାରିରୀକ ଓ ମେରୁଦଣ୍ଡ ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି କୁହାଯାଇଥିଲା। ଶିଶୁମାନଙ୍କର କାନ୍ଧ ଓ ମେରୁଦଣ୍ଡ ଉପରେ ଅଧିକ ବସ୍ତାନି ବୋଝ ଭାରାକ୍ରାନ୍ତ ହେଲେ ଭବିଷ୍ୟତରେ ମେରୁଦଣ୍ଡ ଜନିତ ସ୍ନାୟୁ ବା (ସ୍ପାଇନାଲ କର୍ଡ) ରୋଗରେ ପୀଡିତ ହେବା ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନଙ୍କ ମତ ଥିଲା। ପରବର୍ତ୍ତୀ ସମୟରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ, ଶିକ୍ଷା ବିଭାଗ ପିଲାମାନଙ୍କ କାନ୍ଧରେ ବୋଝ କମାଇବାକୁ ଆବଶ୍ୟକ ଅନୁସାରେ ବହି ଖାତା, ଖାଦ୍ୟ, ପାଣି ବୋତଲ, ଯନ୍ତ୍ର ବାକ୍ସ ଓ ଅନ୍ୟ ସାମଗ୍ରୀକୁ ବ୍ୟାଗ ଭିତରେ କାଣ୍ଟ ଛାଣ୍ଟ ପାଇଁ ପରାମର୍ଶ ଦିଆଯାଇଥିଲା। ତେବେ ଏହି ନିର୍ଦ୍ଦେଶ କିଛିଦିନ ଚାଲିଲା ପରେ ଶିକ୍ଷା ବିଭାଗର ଦାୟିତ୍ୱ ହୀନତା ଯୋଗୁ ପୁନର୍ବାର ପିଲାମାନେ ଅଧିକ ଓଜନ ବସ୍ତାନି ସ୍କୁଲକୁ ନେଉଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି। କେତେଜଣ ପିଲାଙ୍କ ମତରେ ଦୈନିକ ବସ୍ତାନିରେ ଅଧିକ ବହି ଖାତା, ଜଳାଖିଆ, ପାଣି ବୋତଲ, ଯନ୍ତ୍ର ବାକ୍ସ ଆଦି ନେବାକୁ ପଡେ। ଆଗ ଅପେକ୍ଷା ଏବେ ବହି ଖାତା ଓ ଅନ୍ୟ ସାମଗ୍ରୀ ବସ୍ତାନିରେ ପୂରେଇବାକୁ ପଡୁଛି। ଫଳରେ ଅଧିକ ଓଜନିଆ ହୋଇଥାଏ ବୋଲି କହିଛନ୍ତି। ପିଲା ଅବସ୍ଥାରେ ମେରୁଦଣ୍ଡ ଉପରେ ପ୍ରଭାବ ପକାଇ ନ ଥାଏ। ଭବିଷ୍ୟତରେ ଏହାର ପ୍ରଭାବ ପଡିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକମାନଙ୍କୁ ସଚେତନତା କରିବା ଆବଶ୍ୟକ ରହିଛି ବୋଲି କୁହାଯାଇଛି। ବ୍ଲକ ଅଧୀନରେ ଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରମାନଙ୍କ କାନ୍ଧରେ ବସ୍ତାନି ବୋଝକୁ ଶିକ୍ଷା ବିଭାଗ ପକ୍ଷରୁ କମା ଯାଉନାହିଁ। ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଏହି ଘଟଣାକୁ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରାଙ୍କୁ ପଚାରିବାରେ ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କ ବସ୍ତାନି ବୋଝ କମାଇବାକୁ ସରକାରଙ୍କ ଗାଇଡ୍‌ ଲାଇନ୍‌ ରହିଛି। ପିଲାମାନଙ୍କର ଦୈନିକ ପାଠ୍ୟ ସୂଚୀ ଅନୁଯାୟୀ ପୁସ୍ତକ ବିଦ୍ୟାଳୟକୁ ନେବାକୁ କୁହାଯାଇଛି। ଫଳରେ ବସ୍ତାନି ବୋଝ ସମସ୍ୟା ଦୂର ହେବ। ଏ ସଂକ୍ରାନ୍ତରେ ଅଭିଭାବକମାନଙ୍କୁ ସଚେତନତା କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri