ଛାତ୍ରୀଛାତ୍ରଙ୍କ କାନ୍ଧରେ ବସ୍ତାନି ବୋଝ

ମହାକାଳପଡ଼ା,୫ା୮(ଡି.ଏନ୍‌.ଏ.): ଦେଶର ସର୍ବୋଚ୍ଚ ନ୍ୟାୟାଳୟ ୨୦୧୭ ମେରେ ଏକ ଡିଭିଜନ ବେଞ୍ଚ ରାୟରେ ଉଲ୍ଲେଖ ଥିଲା ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ବସ୍ତାନି ବୋଝ କମାଇବାକୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଥିଲା। ଏହି ଆଦେଶରେ ଅନ୍ୟ ଏକ ଦିଗ ଥିଲା ପିଲାମାନଙ୍କ କାନ୍ଧରେ ଅଧିକ ବହି ବସ୍ତାନି ବୋଝ ରହିବା ଦ୍ୱାରା ମାନସିକ, ଶାରିରୀକ ଓ ମେରୁଦଣ୍ଡ ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି କୁହାଯାଇଥିଲା। ଶିଶୁମାନଙ୍କର କାନ୍ଧ ଓ ମେରୁଦଣ୍ଡ ଉପରେ ଅଧିକ ବସ୍ତାନି ବୋଝ ଭାରାକ୍ରାନ୍ତ ହେଲେ ଭବିଷ୍ୟତରେ ମେରୁଦଣ୍ଡ ଜନିତ ସ୍ନାୟୁ ବା (ସ୍ପାଇନାଲ କର୍ଡ) ରୋଗରେ ପୀଡିତ ହେବା ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନଙ୍କ ମତ ଥିଲା। ପରବର୍ତ୍ତୀ ସମୟରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ, ଶିକ୍ଷା ବିଭାଗ ପିଲାମାନଙ୍କ କାନ୍ଧରେ ବୋଝ କମାଇବାକୁ ଆବଶ୍ୟକ ଅନୁସାରେ ବହି ଖାତା, ଖାଦ୍ୟ, ପାଣି ବୋତଲ, ଯନ୍ତ୍ର ବାକ୍ସ ଓ ଅନ୍ୟ ସାମଗ୍ରୀକୁ ବ୍ୟାଗ ଭିତରେ କାଣ୍ଟ ଛାଣ୍ଟ ପାଇଁ ପରାମର୍ଶ ଦିଆଯାଇଥିଲା। ତେବେ ଏହି ନିର୍ଦ୍ଦେଶ କିଛିଦିନ ଚାଲିଲା ପରେ ଶିକ୍ଷା ବିଭାଗର ଦାୟିତ୍ୱ ହୀନତା ଯୋଗୁ ପୁନର୍ବାର ପିଲାମାନେ ଅଧିକ ଓଜନ ବସ୍ତାନି ସ୍କୁଲକୁ ନେଉଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି। କେତେଜଣ ପିଲାଙ୍କ ମତରେ ଦୈନିକ ବସ୍ତାନିରେ ଅଧିକ ବହି ଖାତା, ଜଳାଖିଆ, ପାଣି ବୋତଲ, ଯନ୍ତ୍ର ବାକ୍ସ ଆଦି ନେବାକୁ ପଡେ। ଆଗ ଅପେକ୍ଷା ଏବେ ବହି ଖାତା ଓ ଅନ୍ୟ ସାମଗ୍ରୀ ବସ୍ତାନିରେ ପୂରେଇବାକୁ ପଡୁଛି। ଫଳରେ ଅଧିକ ଓଜନିଆ ହୋଇଥାଏ ବୋଲି କହିଛନ୍ତି। ପିଲା ଅବସ୍ଥାରେ ମେରୁଦଣ୍ଡ ଉପରେ ପ୍ରଭାବ ପକାଇ ନ ଥାଏ। ଭବିଷ୍ୟତରେ ଏହାର ପ୍ରଭାବ ପଡିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକମାନଙ୍କୁ ସଚେତନତା କରିବା ଆବଶ୍ୟକ ରହିଛି ବୋଲି କୁହାଯାଇଛି। ବ୍ଲକ ଅଧୀନରେ ଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରମାନଙ୍କ କାନ୍ଧରେ ବସ୍ତାନି ବୋଝକୁ ଶିକ୍ଷା ବିଭାଗ ପକ୍ଷରୁ କମା ଯାଉନାହିଁ। ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଏହି ଘଟଣାକୁ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରାଙ୍କୁ ପଚାରିବାରେ ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କ ବସ୍ତାନି ବୋଝ କମାଇବାକୁ ସରକାରଙ୍କ ଗାଇଡ୍‌ ଲାଇନ୍‌ ରହିଛି। ପିଲାମାନଙ୍କର ଦୈନିକ ପାଠ୍ୟ ସୂଚୀ ଅନୁଯାୟୀ ପୁସ୍ତକ ବିଦ୍ୟାଳୟକୁ ନେବାକୁ କୁହାଯାଇଛି। ଫଳରେ ବସ୍ତାନି ବୋଝ ସମସ୍ୟା ଦୂର ହେବ। ଏ ସଂକ୍ରାନ୍ତରେ ଅଭିଭାବକମାନଙ୍କୁ ସଚେତନତା କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri