ପାର୍ବଣର ଆକର୍ଷଣ ବାଡ଼ି ଖେଳ

ବାଲେଶ୍ୱର ଅଫିସ, ୧୪।୧୦: ଓଡ଼ିଶାର ବୀରତ୍ୱର ଗାଥା ପାଇକଙ୍କ ଯୁଦ୍ଧକଳାରୁ ପ୍ରତିପାଦିତ ହୋଇଛି। ପାଇକ ଆଖଡ଼ା ଏହି ଯୁଦ୍ଧକଳାର ଏକ ଅଙ୍ଗ। ଦୁର୍ଗାପୂଜାରେ ଆଖଡ଼ା ଖେଳ (ବାଡ଼ି ଖେଳ) ପ୍ରଦର୍ଶନ ଭଳି ଅନନ୍ୟ ପରମ୍ପରା କେବଳ ବାଲେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ କେଉଁ ସ୍ଥାନରେ ଦେଖିବାକୁ ମିଳି ନ ଥାଏ। ବୀର ଯୋଦ୍ଧାମାନେ ନିଜର ଇଷ୍ଟ ବା ଗୁରୁ ମହାବୀର ହନୁମାନଙ୍କୁ ଆରାଧନା କରିବା ସହିତ ସହର ମଧ୍ୟରେ ଆଖଡ଼ା ଖେଳ ପ୍ରଦର୍ଶନ କରିବା ପ୍ରାୟ ଶହେ ବର୍ଷ ତଳୁ ଆରମ୍ଭ ହୋଇଥିବା ଏକ ପୁରାତନ ପରମ୍ପରା।
ଗଣେଶ ପୂଜାଠାରୁ ଆରମ୍ଭ ହୋଇଥାଏ ଆଖଡ଼ା ଖେଳ ଅଭ୍ୟାସ। ଆଖଡ଼ା ଶାଳରେ ଘଟ ବସାଇ ହନୁମାନଙ୍କୁ ପୂଜାର୍ଚ୍ଚନା ସହ ଦୈନିକ ବିଭିନ୍ନ ଖେଳର ଅଭ୍ୟାସ ଜାରି ରହେ ମାସାଧିକ କାଳ। ଦୁର୍ଗୋତ୍ସବର ମହାଷ୍ଟମୀ ଦିନ ସହରର ମାକଲପୁରସ୍ଥ ମହବୀର ମନ୍ଦିରରେ ବିଭିନ୍ନ ଅଞ୍ଚଳରୁ ଆଖଡ଼ା ଦଳ ପହଞ୍ଚତ୍ ମହାବୀର ହନୁମାନଙ୍କ ନିକଟରେ ଶସ୍ତ୍ର ପୂଜା ସହ ପ୍ରଣାମୀ ପ୍ରଦାନ କରିଥାନ୍ତି ା
ଏନେଇ ବହୁ ପୁରାତନ କାଳରୁ ମହାଷ୍ଟମୀକୁ ଜିଲାବାସୀ ବୀରାଷ୍ଟମୀ ମଧ୍ୟ କହିଥା’ନ୍ତି। ଦଶହରାରେ ମା’ ମେଲାଣି ନେବା ପୂର୍ବରୁ ପ୍ରତିଯୋଗିତା ଭିତ୍ତିରେ ଆଖଡ଼ା ଖେଳ ପ୍ରଦର୍ଶନ ହୋଇଥାଏ ା ମାତ୍ର ପ୍ରୋତ୍ସାହନ ଅଭାବରୁ ଆଖଡ଼ା ଖେଳର ଲୋକପ୍ରିୟତା କମି ଆସୁଥିବା ବେଳେ ଏହି ପରମ୍ପରା ଧୀରେ ଧୀରେ ଶେଷ ହେବାକୁ ବସିଛି। ବିଗତ ୨ ବର୍ଷ ଧରି କରୋନା କଟକଣା ଆଳ ଦେଖାଇ ଜିଲା ପ୍ରଶାସନ ଦୂର୍ଗାପୂଜାରେ ଏହି ଖେଳ ପ୍ରଦର୍ଶନ ଉପରେ କଟକଣା ଲଗାଇବା ଯୋଗୁ ବୁଦ୍ଧିଜୀବୀ ତଥା ଆଖଡ଼ା ଖେଳ ପ୍ରତି ରୁଚି ରଖୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ା ବାଲେଶ୍ୱରର ଇତିହାସ ଅନୁସାରେ ଡ. ମହତାବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହାବୀର ଆଖଡ଼ା ସଂଘ ପ୍ରତିଷ୍ଠା ହୋଇଥିଲା। ବାଲେଶ୍ୱର ମୁନିସିପାଲଟିର ପ୍ରଥମ ଅଧ୍ୟକ୍ଷ ଜ୍ଞାନରଞ୍ଜନ ପଟ୍ଟନାୟକ ସଭାପତି ଓ ଅଚ୍ୟୁତାନନ୍ଦ ଦାସ ସମ୍ପାଦକଙ୍କ ଦାୟିତ୍ୱ ତୁଲାଇଥିଲେ। ମାକଲପୁର ଅଞ୍ଚଳର ପ୍ରଥମ ସ୍ଥାନୀୟ ପ୍ରଶିକ୍ଷକ ମୂଷା ସେଠୀ ଯୁବକମାନଙ୍କୁ ବନା, ବାନାଟି, ଫରି, ବାଡ଼ିଖେଳ, କୁସ୍ତି, କସରତ୍‌, ତଲୱାର ଓ ଢାଲ ଆଦି ଖେଳ ଶିଖାଉଥିଲେ। ପରବର୍ତ୍ତୀ ସମୟରେ ସେହି ଯୁବକମାନେ ଜଣେ ପ୍ରଶିକ୍ଷକ ଭାବେ ଜିଲାର ବିଭିନ୍ନ ଅଞ୍ଚଳରେ ରହି ଅନ୍ୟ ଯୁବଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ମହାବୀର ଆଖଡ଼ା ସଂଘ କ୍ରମଶଃ ନିଜର ପରିସର ବୃଦ୍ଧି କରିବା ସହିତ ସ୍ବତନ୍ତ୍ର ସେନାନୀର ଶାଖା ସଂଖ୍ୟା ମଧ୍ୟ ବୃଦ୍ଧି କରିପାରିଥିଲା। ବର୍ଷତମାମ ଅଭ୍ୟାସ ପରେ ପ୍ରତ୍ୟେକ ବର୍ଷ ଦୁର୍ଗାପୂଜାରେ ସ୍ଥାନୀୟ ଖଲିପା (ବାଡ଼ି ଖେଳର ମୁଖ୍ୟ)ଙ୍କ ନେତୃତ୍ୱରେ ଆଞ୍ଚଳିକ ଦଳଗୁଡ଼ିକ ମହାବୀର ଆଖଡ଼ା ସଂଘ ଆନୁକୂଲ୍ୟରେ ସହରକୁ ଖେଳ ପ୍ରଦର୍ଶନ ପାଇଁ ଆସୁଥିଲେ। ଏହାଦ୍ୱାରା ଜିଲାର ବିଭିନ୍ନ ଅଞ୍ଚଳର ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ବିପଦ ସମୟରେ ଗୋଟିଏ ଦଳ ଅନ୍ୟଦଳକୁ ସାହାଯ୍ୟ କରିବା ଭଳି ଏହି ଭାତୃତ୍ୱଭାବର ପରମ୍ପରା ଏଯାବତ ଚଳିଆସିଛି।
ପୂର୍ବରୁ ଜମିଦାର ଓ ଧନୀକ ବ୍ୟକ୍ତିମାନେ ନିଜ ଅଞ୍ଚଳର ସୁରକ୍ଷା ପାଇଁ ଆଖଡ଼ା ଦଳ ଗଠନ କରିଥିଲେ। ଆଖଡ଼ା ସଂଘର ପରିଚାଳନା ପାଇଁ ସେମାନେ ଆର୍ଥିକ ସହାୟତା ଦେଉଥିଲେ। ଫଳରେ ଶତାଧିକ ଆଞ୍ଚଳିକ ଆଖଡ଼ା ଦଳ ସୃଷ୍ଟି ହୋଇପାରିଥିଲା। ମାତ୍ର ସମ୍ପ୍ରତି ପ୍ରୋତ୍ସାହନ ଅଭାବରୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହି ଆଖଡ଼ା ଖେଳ ପ୍ରତି କ୍ରମଶଃ ଆଗ୍ରହ କମୁଥିବା ଲକ୍ଷ୍ୟ କରାଯାଉଛି ା ଜିଲାରେ ଶହେରୁ ଊର୍ଦ୍ଧ୍ୱ ଆଖଡା ଦଳରୁ ଏବେ ଏହି ସଂଖ୍ୟା ହ୍ରାସ ପାଇଁ ୧୫ରେ ପହଞ୍ଚତ୍ଥିବା ମହାବୀର ଆଖଡ଼ା ସଂଘ ପକ୍ଷରୁ କୁହାଯାଇଛି। ଏହି ଖେଳ ପ୍ରତି ପ୍ରୋତ୍ସାହନ ମିଳୁ ନ ଥିବା ବେଳେ ସେଭଳି ବଦାନ୍ୟ ବ୍ୟକ୍ତିଙ୍କର ମଧ୍ୟ ଘୋର ଅଭାବ ଦେଖାଦେଇଛି। ଉତ୍କଳୀୟ ପରମ୍ପରା ଭାବେ ରାଜ୍ୟ ସଂସ୍କୃତି ବିଭାଗ ଓ କ୍ରୀଡ଼ା ବିଭାଗ ପକ୍ଷରୁ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀଙ୍କ କୋଦାଳ ଆଉ ଶାବଳମାଡ଼ରେ ମହିଳାଙ୍କ ଜୀବନ ଗଲା

ଖଇରା,୧୧ା୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ଅଭାବନୀୟ ଘଟଣା ଘଟି ଯାଇଛି। ସୀମା ବିବାଦକୁ…

୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସିଜିଏସଟି ସୁପରିଟେଣ୍ଡେଣ୍ଟ, ବାନ୍ଧିଲା CBI

ବାଲେଶ୍ବର,୯।୫ ବାଞ୍ଛାନିଧି ଦେ): ଲାଞ୍ଚ ନେଉଥିବାବେଳେ କେନ୍ଦ୍ରୀୟ ଦ୍ରବ୍ୟ ଓ ସେବାକର (ସିଜିଏସଟି)ବିଭାଗର ବାଲେଶ୍ବର ଆଞ୍ଚଳିକ ଅଧୀକ୍ଷକ (ଟେକ୍ନିକାଲ  ସୁପରିଟେଣ୍ଡେଣ୍ଟ) ଓମ ପ୍ରକାଶ ନାୟକଙ୍କୁ ସିବିଆଇ ଟିମ…

ରାଜପଥରେ ଟ୍ରକକୁ ପିଟିଲା ହାଇୱା   ହେଲପର ମୃତ, ଡ୍ରାଇଭର ଗୁରୁତର

 ବାଲେଶ୍ୱର,୫।୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ୧୬ ନଂ ଜାତୀୟ ରାଜପଥ ରୂପସା ଥାନା ଅନ୍ତର୍ଗତ ଯୁକନଣ୍ଡି ଛକ ନିକଟରେ ମଙ୍ଗଳବାର ଏକ ମର୍ମଦୁନ୍ତ ସଡ଼କ  ଦୁର୍ଘଟଣା ଘଟିଛି…

ବାଲେଶ୍ବର ବଢୁଛି ଜିଞ୍ଜର କାରବାର; ମାଡି ବସିଲା ଅବକାରୀ ପୋଲିସ, ୭ଅଭିଯୁକ୍ତ ଗିରଫ

ବାଲେଶ୍ୱର,୩ା୫( ବାଞ୍ଛାନିଧି ଦେ): ଜିଞ୍ଜର ଚାଲାଣ ବେଳେ ମାଡି ବସିଲା ଅବକାରୀ ପୋଲିସ । ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଭ୍ରାମ୍ୟମାଣ…

ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀଙ୍କ ଜୀବନ ଗଲା 

ବାଲେଶ୍ୱର/ରେମୁଣା/ ସଜନାଗଡ଼, ୩।୫( ବାଞ୍ଛାନିଧି ଦେ/ ରବୀନ୍ଦ୍ର ମହାକୁଡ଼/ ପ୍ରଶାନ୍ତ ବିଶ୍ୱାଳ ): ଗାଧୋଉଥିବା ବେଳେ ଘଟିଛି ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳିକା ସମ୍ପର୍କୀୟ ଭଉଣୀଙ୍କ…

ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ: ଆଉ ତା’ପରେ…

ସୋର,୨।୫(ଜନ୍ମେଜୟ ମିଶ୍ର): ସୋର ତହସିଲର ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇଛି ବାଲି ବୋଝେଇ ଟ୍ରକ। ଅଳ୍ପକେ ବର୍ତ୍ତିଲେ ସୋର ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂ l…

ବାଇକ୍‌ ଦୁର୍ଘଟଣାକୁ ନେଇ ତେଜିଲା ଗୋଷ୍ଠୀ ସଂଘର୍ଷ

ବାଲେଶ୍ବର,୨୯।୪: ବାଲେଶ୍ୱର ପୋଲାଡ଼ି ଛକରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଏକ ବାଇକ୍‌ ଦୁର୍ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ…

ଦିନରେ ଚୁଟି ବେପାର, ରାତିରେ ଚୋରି: ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଭୋଗରାଇ, ୨୯ା୪(ପ୍ରଦୀପ ଦାସ):ଦିନରେ ଘର ଘର ବୁଲି ଚୁଟି ବେପାର କରୁଥିଲେ। ରାତି ହେଲେ ଘରେ ପଶି ଟଙ୍କା ପଇସା, ସୁନାଗହଣା ଲୁଟ୍‌ କରି ଚମ୍ପଟ ମାରୁଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri