Posted inଖେଳ

RCB ବିଜୟ ପରେ ବିଜୟ ମାଲ୍ୟା କଲେ ଏମିତି ଟୁଇଟ୍‌: ଲୋକେ କହିଲେ, ଟଙ୍କା ଫେରାଅ…

ନୂଆଦିଲ୍ଲୀ,୪।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ବେଙ୍ଗାଲୁର ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରିଛି। ବାଙ୍ଗାଲୋର ପ୍ରଥମ ଆଇପିଏଲ ଟ୍ରଫି ଜିତିବା ପରେ ପୂର୍ବତନ ଆରସିବି ମାଲିକ ବିଜୟ ମାଲ୍ୟାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ବିଜୟ ମାଲ୍ୟା ଏହି ବିଜୟ ପାଇଁ ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ବିଜୟ ମାଲ୍ୟା ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ଷେୟାର କରି ଲେଖିଛନ୍ତି ଯେ ‘ଇ ସାଲା କପ ନାମ ଦେ’, ଯାହା ଆରସିବିର ଟ୍ୟାଗ ଲାଇନ।

ବିଜୟ ମାଲ୍ୟା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ ’ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଶେଷରେ ୧୮ ବର୍ଷ ପରେ ଆଇପିଏଲ ଚାମ୍ପିଅନ ହୋଇଛି। ୨୦୨୫ର ଏହି ଆଇପିଏଲ ଟୁର୍ନାମେଣ୍ଟ ଆରସିବି ପାଇଁ ବହୁତ ଭଲ ଥିଲା। ଉତ୍କୃଷ୍ଟ ପ୍ରଶିକ୍ଷଣ ଏବଂ ସାଥୀ କର୍ମଚାରୀଙ୍କ ସହିତ ଏକ ସନ୍ତୁଳିତ ଦଳ ଏକ ସାହସିକ ଖେଳ ଖେଳିଛି। ଅନେକ ଅଭିନନ୍ଦନ! ଇ ସାଲା କପ ନାମ ଦେ’।

ଆରସିବିକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ବିଜୟ ମାଲ୍ୟାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଲୋକମାନେ ମାଲ୍ୟାଙ୍କୁ ଦେଶର ଟଙ୍କା ମାଗିବା ଆରମ୍ଭ କରିଥିଲେ। ବିଜୟ ମାଲ୍ୟା ମଧ୍ୟ ବେଙ୍ଗାଲୁରୁକୁ କ୍ୱାଲିଫାୟର-୧ରେ ପହଞ୍ଚିବା ପାଇଁ ଅଭିନନ୍ଦନ ଜଣାଇଥିଲେ। ସେତେବେଳେ ମଧ୍ୟ ଲୋକମାନେ ଟଙ୍କା ଦେବା ପାଇଁ ସୋସିଆଲ ମିଡିଆରେ ବିଜୟ ମାଲ୍ୟାଙ୍କୁ ଟ୍ରୋଲ କରିଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ଏହାର ପ୍ରଥମ ଆଇପିଏଲ ଟାଇଟଲ ଜିତିଛି। ଦଳର ଷ୍ଟାର ଖେଳାଳି ବିରାଟ କୋହଲି ବେଙ୍ଗାଲୁରୁର ଏହି ବିଜୟରେ ବହୁତ ଭାବପ୍ରବଣ ଦେଖାଯାଇଥିଲେ। ଆରସିବି ଏହି ୧୮ତମ ସିଜିନ ଜିତିବା ପରେ ଷ୍ଟାଡିୟମ ମଝିରେ କାନ୍ଦିବାକୁ ଲାଗିଥିଲେ। ବିରାଟ ଆଇପିଏଲ ଆରମ୍ଭ ହେବା ପରଠାରୁ ଏହି ଦଳ ସହିତ ଅଛନ୍ତି ଏବଂ ଜୁନ ୩ ରାତିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଟାଇଟଲ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?