ପଛ ଧାଡ଼ି, ଆଗ ଶିଡ଼ି

ମୁଁ ଯେଉଁଠି ଛିଡ଼ା ହୁଏ, ଧାଡ଼ି ସେଇଠୁ ଆରମ୍ଭ ହୁଏ। ଏହା ଥିଲା ୧୯୮୧ର ‘କାଲିଆ’ ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନଙ୍କର ପ୍ରସିଦ୍ଧ ସଂଳାପ। ଧାଡ଼ିର ପ୍ରଥମରେ ରହିବା ସମସ୍ତଙ୍କର ପସନ୍ଦ। ପ୍ରଥମ ବ୍ୟକ୍ତିର ପ୍ରାଧାନ୍ୟତା ସାମ୍‌ନାରେ ଧାଡ଼ିରେ ଅନ୍ୟମାନଙ୍କର ସ୍ଥିତି ଫିକା ଫିକା ଲାଗେ। ତେଣୁ ଧାଡ଼ିରେ ପ୍ରଥମରେ ଛିଡ଼ା ହେବା ସବୁଆଡ଼େ ସଂଘର୍ଷ ଲାଗିରହେ। ଧାଡ଼ି ଶୃଙ୍ଖଳାଗତ ବ୍ୟବସ୍ଥାର ଗୋଟିଏ ଅଙ୍ଗ। ଧାଡ଼ିରେ ପ୍ରଥମରେ ଛିଡ଼ା ହେବାକୁ ପ୍ରାୟତଃ ଘୋଡ଼ା ଦୌଡ଼ ଲାଗିରହେ। ଧାଡ଼ିର ପ୍ରଥମରେ ରହିବା ପାଇଁ ସବୁଠାରୁ ବେଶି ସଂଘର୍ଷ ଯେଉଁଠି ରହେ, ତାହା ହେଲା ଶ୍ରେଣୀଗୃହ। ଶ୍ରେଣୀଗୃହରେ ବସିବାଠାରୁ ନେଇ ପରୀକ୍ଷାରେ ସ୍ଥାନ ଅଧିକାର ପର୍ଯ୍ୟନ୍ତ ସବୁଠାରେ ସଂଘର୍ଷର ମହା ସଂଗ୍ରାମ। ପାଠ ମନଯୋଗୀ ପିଲାମାନେ ସାଧାରଣତଃ ପ୍ରଥମ ଧାଡ଼ିକୁ ପସନ୍ଦ କରିଥାନ୍ତି। ପାଠ ଓ ଶିକ୍ଷକଙ୍କଠାରୁ ଲୁଚୁଥିବା ପିଲା ପଛ ଧାଡ଼ିକୁ ବେଶି ପସନ୍ଦ କରିଥାନ୍ତି; ଯାହାକୁ ଆମେ ‘ବ୍ୟାକ ବେଞ୍ଚର’ ବୋଲି କହିଥାଉ ଓ ନାସିକା କୁଞ୍ଚନ କରିଥାଉ। କିନ୍ତୁ ଦେଖିବାକୁ ଗଲେ ବାସ୍ତବରେ ସେମିତି ନୁହଁ। ପ୍ରଥମ ଧାଡ଼ିର ଛାତ୍ରୀଛାତ୍ର ପୁସ୍ତକ କୀଟ ହୋଇଥିବା ବେଳେ ପଛ ଧାଡ଼ି ପିଲା ଅନେକ ବିଦ୍ୟାର ଅଧିକାରୀ ହୋଇଥାନ୍ତି। ପରବର୍ତ୍ତୀ ସମୟରେ ଜୀବନଧାରଣର କଳାକୌଶଳରେ ସେହିମାନେ ସଫଳ ମଧ୍ୟ ହୋଇଥାନ୍ତି।
ରକେଟ ମାନବ ଅବଦୁଲ କଲାମଙ୍କ ଭାଷାରେ ଗୋଟିଏ ରାଷ୍ଟ୍ରର ସଫଳ ଓ ବୁଦ୍ଧିମାନ ଲୋକ ଶ୍ରେଣୀଗୃହର ଶେଷ ଧାଡ଼ିରୁ ହିଁ ମିଳିଥାଏ। ନିଜେ ଅବଦୁଲ କଲାମ ଶ୍ରେଣୀଗୃହର ଶେଷ ଧାଡ଼ିରେ ବସୁଥିଲେ। କିନ୍ତୁ କିଏ ଜାଣିଥିଲା ଶେଷ ଧାଡ଼ିର ସେହି ଛାତ୍ରଟି ଦିନେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚନା କରିଯିବ। ପଛଧାଡ଼ି ପିଲାଙ୍କଠାରେ ଅନେକ ସୃଜନଶୀଳତା ପରିଲକ୍ଷିତ ହୋଇଥାଏ। ଅନେକ ସମୟରେ ଦୁଷ୍ଟାମିକରି, ପିଲାଙ୍କର ଶାର୍ଟର ବୋତାମ ଛିଡ଼ି ଯାଇଥାଏ। ତେଣେ ଡର ରହେ ଛିଣ୍ଡା ବୋତାମ ନିମନ୍ତେ ଶିକ୍ଷକଙ୍କଠାରୁ ଶୁଣିବାକୁ ଥିବା ଗାଳି ପାଇଁ। ଏପରି ପରିସ୍ଥିତିରେ ପିଲାଙ୍କୁ ଶିକ୍ଷକଙ୍କ ଗାଳିରୁ ରକ୍ଷା କରିବା ପାଇଁ ପଛ ଧାଡ଼ିରେ ବସିଥିବା ପିଲାଟି ସେଦିନ ଶ୍ରେଣୀଗୃହର ଚକ୍‌ରୁ ତିଆରି କରିଥିଲା ନକଲି ବୋତାମ, ଯାହା କି ବୋତାମର ଅବିକଳ ନକଲ ଥିଲା। ସେହି ବାଳକ ବଡ଼ ହୋଇ ସ୍ଥାପତ୍ୟର ବିଶ୍ୱକର୍ମା ସାଜିଲେ। ସେ ହେଉଛନ୍ତି ମୁମ୍ବାଇ ନଗରୀର ‘ଦ ଇମ୍ପେରିଆଲ’ ଭଳି ବହୁତଳ ପ୍ରାସାଦ ତଥା କୋଲକାତାର ୪୨ ମହଲ ବିଶିଷ୍ଟର ସ୍ଥାପତ୍ୟକର ପଦ୍ମଭୂଷଣ ପ୍ରାପ୍ତ ହାଫିଜ କଣ୍ଟ୍ରାକ୍ଟର। ମାଇକେଲ ଡେଲ, ଷ୍ଟିଭ ଜବ୍‌ସ, ବିଲ ଗେଟ୍ସ, ରିଚାର୍ଡ ବ୍ରାନସନଙ୍କ ପରି ବହୁ ପ୍ରତିଷ୍ଠିତ ବ୍ୟକ୍ତି ମାନେ ସ୍ବୀକାର କରିଛନ୍ତି ଯେ, ସେମାନେ ପଛ ଧାଡ଼ିର ଛାତ୍ର ଥିଲେ। ବିଲ ଗେଟ୍ସଙ୍କ ଉକ୍ତି ଥିଲା, ‘ଯଦି ପରୀକ୍ଷାରେ ସଫଳ ହେବାକୁ ଚାହୁଁଛ ପ୍ରଥମ ଧାଡ଼ିର ପିଲାଙ୍କୁ ପଚାର, ଯଦି ଜୀବନରେ ସଫଳ ହେବାକୁ ଚାହୁଁଛ ପଛ ଧାଡ଼ିର ପିଲାଙ୍କୁ ପଚାର। ପ୍ରଥମ ଧାଡ଼ିର ପିଲାଙ୍କର ବୁଦ୍ଧିମତ୍ତା (ଆଇକ୍ୟୁ) ଅଧିକ କିନ୍ତୁ ପଛ ଧାଡ଼ିର ପିଲାଙ୍କର ଭାବନାତ୍ମକ ଗୁଣ (ଇକ୍ୟୁ)ଅଧିକ; ଯାହା ଜୀବନରେ ସଫଳ କରାଇଥାଏ।
ପରୀକ୍ଷାରେ ଅଧିକ ନମ୍ବର ଆଣୁଥିବା ପିଲାଟିକୁ ଆମେ ଆଗଧାଡ଼ିର ଛାତ୍ର ଭାବରେ ବିବେଚନା କରିଥାଉ। ଏଥିପାଇଁ ତ ଆଜିକାଲି ଜରାୟୁ ଶିଶୁ ବଢ଼ିବା ଅବସ୍ଥାରୁ ଦୌଡ଼ ଆରମ୍ଭ ହୋଇଯାଉଛି। ପିଲାଟିର ବୁଦ୍ଧିମତ୍ତା ବଢ଼ାଇ ନମ୍ବର ରଖିବାକୁ ଯାବତୀୟ ଚେଷ୍ଟା। ଅନେକ ସମୟରେ ଏହି ନମ୍ବର ନିମନ୍ତେ ପିଲାଟି ହୀନମନ୍ୟତାର ଶିକାର ହୋଇ ଅବସାଦଗ୍ରସ୍ତ ହୋଇଥାଏ। ଶେଷରେ ଆତ୍ମହତ୍ୟାକୁ ଆପଣାଇ ନେଇଥାଏ। ନିକଟ ଅତୀତରେ ଗୁଜରାଟର ଭରୁଚ ଜିଲାର ଜିଲାପାଳ ତୁଷାର ସୁମେରା ନିଜର ଦଶମ ବୋର୍ଡ ପରୀକ୍ଷାର ନମ୍ବର ଗଣମାଧ୍ୟମ ଜରିଆରେ ଦର୍ଶାଇଥିଲେ। ବୋର୍ଡ ପରୀକ୍ଷାରେ ସେ ଗଣିତରେ ୩୫, ଇଂଲିଶରେ ୩୬ ଓ ବିଜ୍ଞାନରେ ୩୮ ନମ୍ବର ପାଇଥିଲେ। ପ୍ରତ୍ୟେକ ବିଷୟର ପୂର୍ଣ୍ଣ ସଂଖ୍ୟା ଥିଲା ୧୦୦। ପରୀକ୍ଷା ସବୁ ସାପ, ଶିଡ଼ିର ଖେଳ ଭଳି। କେବେ ତଳକୁ ଖସିଯାଏ ପୁଣି କେବେ ଶିଡ଼ିର ଉପର ଭାଗରେ। ପରୀକ୍ଷାରେ ପ୍ରାପ୍ତ ଅଙ୍କ ଯେ ଆମ ଉଜ୍ଜ୍ୱଳ ଭବିଷ୍ୟତର ଏକ ସଂକେତ ଏହା ସୁନିଶ୍ଚିତ ନୁହଁ। ଜୀବନର କେଉଁ ସୋପାନରୁ ବି ଅୟମାରମ୍ଭର ବିଗୁଲ ବଜା ଯାଇପାରେ। ଉଦ୍ୟମ, ଦୃଢ଼ ମନୋବଳ, ସକାରାତ୍ମକ ଚିନ୍ତାଧାରା, ଧୈର୍ଯ୍ୟ ଏସବୁ ଶିଡ଼ିର ଗୋଟିଏ ଗୋଟିଏ ପାହାଚ। ସ୍ଥିର ଚିତ୍ତରେ ଏସବୁ ପାହାଚ ଅତିକ୍ରମ କଲେ ପଛ ଧାଡ଼ି ପିଲାଟି ଶିଡ଼ିର ଆଗକୁ ଯାଇପାରେ।

  • ସୁପ୍ରଭା ବେହେରା
    ଭୁବନେଶ୍ବର, ମୋ:୯୦୪୦୩୬୦୨୫୯

Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri