ପଛ ଧାଡ଼ି, ଆଗ ଶିଡ଼ି

ମୁଁ ଯେଉଁଠି ଛିଡ଼ା ହୁଏ, ଧାଡ଼ି ସେଇଠୁ ଆରମ୍ଭ ହୁଏ। ଏହା ଥିଲା ୧୯୮୧ର ‘କାଲିଆ’ ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନଙ୍କର ପ୍ରସିଦ୍ଧ ସଂଳାପ। ଧାଡ଼ିର ପ୍ରଥମରେ ରହିବା ସମସ୍ତଙ୍କର ପସନ୍ଦ। ପ୍ରଥମ ବ୍ୟକ୍ତିର ପ୍ରାଧାନ୍ୟତା ସାମ୍‌ନାରେ ଧାଡ଼ିରେ ଅନ୍ୟମାନଙ୍କର ସ୍ଥିତି ଫିକା ଫିକା ଲାଗେ। ତେଣୁ ଧାଡ଼ିରେ ପ୍ରଥମରେ ଛିଡ଼ା ହେବା ସବୁଆଡ଼େ ସଂଘର୍ଷ ଲାଗିରହେ। ଧାଡ଼ି ଶୃଙ୍ଖଳାଗତ ବ୍ୟବସ୍ଥାର ଗୋଟିଏ ଅଙ୍ଗ। ଧାଡ଼ିରେ ପ୍ରଥମରେ ଛିଡ଼ା ହେବାକୁ ପ୍ରାୟତଃ ଘୋଡ଼ା ଦୌଡ଼ ଲାଗିରହେ। ଧାଡ଼ିର ପ୍ରଥମରେ ରହିବା ପାଇଁ ସବୁଠାରୁ ବେଶି ସଂଘର୍ଷ ଯେଉଁଠି ରହେ, ତାହା ହେଲା ଶ୍ରେଣୀଗୃହ। ଶ୍ରେଣୀଗୃହରେ ବସିବାଠାରୁ ନେଇ ପରୀକ୍ଷାରେ ସ୍ଥାନ ଅଧିକାର ପର୍ଯ୍ୟନ୍ତ ସବୁଠାରେ ସଂଘର୍ଷର ମହା ସଂଗ୍ରାମ। ପାଠ ମନଯୋଗୀ ପିଲାମାନେ ସାଧାରଣତଃ ପ୍ରଥମ ଧାଡ଼ିକୁ ପସନ୍ଦ କରିଥାନ୍ତି। ପାଠ ଓ ଶିକ୍ଷକଙ୍କଠାରୁ ଲୁଚୁଥିବା ପିଲା ପଛ ଧାଡ଼ିକୁ ବେଶି ପସନ୍ଦ କରିଥାନ୍ତି; ଯାହାକୁ ଆମେ ‘ବ୍ୟାକ ବେଞ୍ଚର’ ବୋଲି କହିଥାଉ ଓ ନାସିକା କୁଞ୍ଚନ କରିଥାଉ। କିନ୍ତୁ ଦେଖିବାକୁ ଗଲେ ବାସ୍ତବରେ ସେମିତି ନୁହଁ। ପ୍ରଥମ ଧାଡ଼ିର ଛାତ୍ରୀଛାତ୍ର ପୁସ୍ତକ କୀଟ ହୋଇଥିବା ବେଳେ ପଛ ଧାଡ଼ି ପିଲା ଅନେକ ବିଦ୍ୟାର ଅଧିକାରୀ ହୋଇଥାନ୍ତି। ପରବର୍ତ୍ତୀ ସମୟରେ ଜୀବନଧାରଣର କଳାକୌଶଳରେ ସେହିମାନେ ସଫଳ ମଧ୍ୟ ହୋଇଥାନ୍ତି।
ରକେଟ ମାନବ ଅବଦୁଲ କଲାମଙ୍କ ଭାଷାରେ ଗୋଟିଏ ରାଷ୍ଟ୍ରର ସଫଳ ଓ ବୁଦ୍ଧିମାନ ଲୋକ ଶ୍ରେଣୀଗୃହର ଶେଷ ଧାଡ଼ିରୁ ହିଁ ମିଳିଥାଏ। ନିଜେ ଅବଦୁଲ କଲାମ ଶ୍ରେଣୀଗୃହର ଶେଷ ଧାଡ଼ିରେ ବସୁଥିଲେ। କିନ୍ତୁ କିଏ ଜାଣିଥିଲା ଶେଷ ଧାଡ଼ିର ସେହି ଛାତ୍ରଟି ଦିନେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚନା କରିଯିବ। ପଛଧାଡ଼ି ପିଲାଙ୍କଠାରେ ଅନେକ ସୃଜନଶୀଳତା ପରିଲକ୍ଷିତ ହୋଇଥାଏ। ଅନେକ ସମୟରେ ଦୁଷ୍ଟାମିକରି, ପିଲାଙ୍କର ଶାର୍ଟର ବୋତାମ ଛିଡ଼ି ଯାଇଥାଏ। ତେଣେ ଡର ରହେ ଛିଣ୍ଡା ବୋତାମ ନିମନ୍ତେ ଶିକ୍ଷକଙ୍କଠାରୁ ଶୁଣିବାକୁ ଥିବା ଗାଳି ପାଇଁ। ଏପରି ପରିସ୍ଥିତିରେ ପିଲାଙ୍କୁ ଶିକ୍ଷକଙ୍କ ଗାଳିରୁ ରକ୍ଷା କରିବା ପାଇଁ ପଛ ଧାଡ଼ିରେ ବସିଥିବା ପିଲାଟି ସେଦିନ ଶ୍ରେଣୀଗୃହର ଚକ୍‌ରୁ ତିଆରି କରିଥିଲା ନକଲି ବୋତାମ, ଯାହା କି ବୋତାମର ଅବିକଳ ନକଲ ଥିଲା। ସେହି ବାଳକ ବଡ଼ ହୋଇ ସ୍ଥାପତ୍ୟର ବିଶ୍ୱକର୍ମା ସାଜିଲେ। ସେ ହେଉଛନ୍ତି ମୁମ୍ବାଇ ନଗରୀର ‘ଦ ଇମ୍ପେରିଆଲ’ ଭଳି ବହୁତଳ ପ୍ରାସାଦ ତଥା କୋଲକାତାର ୪୨ ମହଲ ବିଶିଷ୍ଟର ସ୍ଥାପତ୍ୟକର ପଦ୍ମଭୂଷଣ ପ୍ରାପ୍ତ ହାଫିଜ କଣ୍ଟ୍ରାକ୍ଟର। ମାଇକେଲ ଡେଲ, ଷ୍ଟିଭ ଜବ୍‌ସ, ବିଲ ଗେଟ୍ସ, ରିଚାର୍ଡ ବ୍ରାନସନଙ୍କ ପରି ବହୁ ପ୍ରତିଷ୍ଠିତ ବ୍ୟକ୍ତି ମାନେ ସ୍ବୀକାର କରିଛନ୍ତି ଯେ, ସେମାନେ ପଛ ଧାଡ଼ିର ଛାତ୍ର ଥିଲେ। ବିଲ ଗେଟ୍ସଙ୍କ ଉକ୍ତି ଥିଲା, ‘ଯଦି ପରୀକ୍ଷାରେ ସଫଳ ହେବାକୁ ଚାହୁଁଛ ପ୍ରଥମ ଧାଡ଼ିର ପିଲାଙ୍କୁ ପଚାର, ଯଦି ଜୀବନରେ ସଫଳ ହେବାକୁ ଚାହୁଁଛ ପଛ ଧାଡ଼ିର ପିଲାଙ୍କୁ ପଚାର। ପ୍ରଥମ ଧାଡ଼ିର ପିଲାଙ୍କର ବୁଦ୍ଧିମତ୍ତା (ଆଇକ୍ୟୁ) ଅଧିକ କିନ୍ତୁ ପଛ ଧାଡ଼ିର ପିଲାଙ୍କର ଭାବନାତ୍ମକ ଗୁଣ (ଇକ୍ୟୁ)ଅଧିକ; ଯାହା ଜୀବନରେ ସଫଳ କରାଇଥାଏ।
ପରୀକ୍ଷାରେ ଅଧିକ ନମ୍ବର ଆଣୁଥିବା ପିଲାଟିକୁ ଆମେ ଆଗଧାଡ଼ିର ଛାତ୍ର ଭାବରେ ବିବେଚନା କରିଥାଉ। ଏଥିପାଇଁ ତ ଆଜିକାଲି ଜରାୟୁ ଶିଶୁ ବଢ଼ିବା ଅବସ୍ଥାରୁ ଦୌଡ଼ ଆରମ୍ଭ ହୋଇଯାଉଛି। ପିଲାଟିର ବୁଦ୍ଧିମତ୍ତା ବଢ଼ାଇ ନମ୍ବର ରଖିବାକୁ ଯାବତୀୟ ଚେଷ୍ଟା। ଅନେକ ସମୟରେ ଏହି ନମ୍ବର ନିମନ୍ତେ ପିଲାଟି ହୀନମନ୍ୟତାର ଶିକାର ହୋଇ ଅବସାଦଗ୍ରସ୍ତ ହୋଇଥାଏ। ଶେଷରେ ଆତ୍ମହତ୍ୟାକୁ ଆପଣାଇ ନେଇଥାଏ। ନିକଟ ଅତୀତରେ ଗୁଜରାଟର ଭରୁଚ ଜିଲାର ଜିଲାପାଳ ତୁଷାର ସୁମେରା ନିଜର ଦଶମ ବୋର୍ଡ ପରୀକ୍ଷାର ନମ୍ବର ଗଣମାଧ୍ୟମ ଜରିଆରେ ଦର୍ଶାଇଥିଲେ। ବୋର୍ଡ ପରୀକ୍ଷାରେ ସେ ଗଣିତରେ ୩୫, ଇଂଲିଶରେ ୩୬ ଓ ବିଜ୍ଞାନରେ ୩୮ ନମ୍ବର ପାଇଥିଲେ। ପ୍ରତ୍ୟେକ ବିଷୟର ପୂର୍ଣ୍ଣ ସଂଖ୍ୟା ଥିଲା ୧୦୦। ପରୀକ୍ଷା ସବୁ ସାପ, ଶିଡ଼ିର ଖେଳ ଭଳି। କେବେ ତଳକୁ ଖସିଯାଏ ପୁଣି କେବେ ଶିଡ଼ିର ଉପର ଭାଗରେ। ପରୀକ୍ଷାରେ ପ୍ରାପ୍ତ ଅଙ୍କ ଯେ ଆମ ଉଜ୍ଜ୍ୱଳ ଭବିଷ୍ୟତର ଏକ ସଂକେତ ଏହା ସୁନିଶ୍ଚିତ ନୁହଁ। ଜୀବନର କେଉଁ ସୋପାନରୁ ବି ଅୟମାରମ୍ଭର ବିଗୁଲ ବଜା ଯାଇପାରେ। ଉଦ୍ୟମ, ଦୃଢ଼ ମନୋବଳ, ସକାରାତ୍ମକ ଚିନ୍ତାଧାରା, ଧୈର୍ଯ୍ୟ ଏସବୁ ଶିଡ଼ିର ଗୋଟିଏ ଗୋଟିଏ ପାହାଚ। ସ୍ଥିର ଚିତ୍ତରେ ଏସବୁ ପାହାଚ ଅତିକ୍ରମ କଲେ ପଛ ଧାଡ଼ି ପିଲାଟି ଶିଡ଼ିର ଆଗକୁ ଯାଇପାରେ।

  • ସୁପ୍ରଭା ବେହେରା
    ଭୁବନେଶ୍ବର, ମୋ:୯୦୪୦୩୬୦୨୫୯

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri