ନୂଆଦିଲ୍ଲୀ,୩୧।୧୦ : ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ହାତୀ ଛୁଆର କିଭଳି ନିଜର ସ୍ବାସ୍ଥ୍ୟ ପ୍ରତି ସଚେତନ ତାହା ଦେଖାଯାଇଛି। ହାତୀ ଛୁଆ ଗଛର ପତ୍ର ସଫା କରି ଖାଉଛି। ଶୁଣ୍ଢରେ ଡାଳ ଧରି ହାତୀ ଛୁଆ ଝାଡିବା ପରେ ଖାଉଛି। ଏହି ଭିଡିଓକୁ ସୋସିଆଲ ମିଡ଼ିଆ ଏକ୍ସରେ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ଶେୟାର କରିଛନ୍ତି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୪୫ ହଜାରରୁ ଅଧିକ ଥର ଦେଖା ଯାଇଛି। ବହୁ ୟୁଜର ହାତୀ ଛୁଆର ଏଭଳି କାର୍ଯ୍ୟକୁ ପ୍ରଶଂସା କରି ସକାରାତ୍ମକ କମେଣ୍ଟ ପ୍ରଦାନ କରିଛନ୍ତି।
Stay healthy…
Elephant calf air frying his meal😊 pic.twitter.com/8t6I5oddii— Susanta Nanda IFS (Retd) (@susantananda3) October 29, 2023

