Posted inଜାତୀୟ

ମାନବିକତା ହଜାଇ ଦେଲାଣି କରୋନା

ଜମ୍ମୁ,୪।୫ : କୋଭିଡ୍‌-୧୯ ଯୋଗୁ ଦେଶରେ ସୃଷ୍ଟି ହୋଇଛି ସାଙ୍ଘାତିକ ପରିସ୍ଥିତି। ମହାମାରୀ ଭୟରେ ଲୋକେ ଭୁଲିଗଲେଣି ମାନବିକତା। ଏହାର ଉଦାହରଣ ଦେଖିବାକୁ ମିଳିଛି ଜମ୍ମୁ-କଶ୍ମୀରର ଏକ ହସ୍ପିଟାଲରେ। ଦୁଇ ମାସର ଏକ ଶିଶୁପୁତ୍ରକୁ ସ୍ବାସ୍ଥ୍ୟଜନିତ ସମସ୍ୟା କାରଣରୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ବାପା ଓ ମା’। କିନ୍ତୁ କୋଭିଡ୍‌-୧୯ରେ ଆକ୍ରାନ୍ତ ଜଣାପଡ଼ିବା ପରେ ସେମାନେ କେଉଁ ଆଡ଼େ ଚାଲିଯାଇଥିଲେ। ଉକ୍ତ ଶିଶୁପୁତ୍ରର ମୃତ୍ୟୁ ପରେ ବାପା ଓ ମା’ଙ୍କୁ ଯୋଗାଯୋଗ କରିବାରେ ବିଫଳ ହୋଇଥିଲେ ହସ୍ପିଟାଲ କତ୍ତୃପକ୍ଷ। ଏହା ପରେ ସ୍ବାସ୍ଥ୍ୟ ଅଧିକାରୀ ଏହି ଦମ୍ପତିଙ୍କୁ ଟ୍ରାକ ଡାଉନ କରିିବାକୁ ଉଦ୍ୟମ ଚଳାଇଛନ୍ତି।

ହୃଦୟ ସମତେ ବିଭିନ୍ନ ସ୍ବାସ୍ଥ୍ୟଜନିତ ସମସ୍ୟା ସମ୍ମୁଖୀନ ହେଉଥିବା ଏକ ଦୁଇ ମାସର ଶିଶୁକୁ ସୋମବାର ସକାଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାତି ୮ଟା.୧୨ରେ ଉକ୍ତ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ଆମେ ତା’ର କୋଭିଡ୍‌ ଟେଷ୍ଟ କରାଇଥିଲୁ, ଯାହା ପଜିଟିଭ ଆସିଥିଲା ବୋଲି ଜମ୍ମୁର ଶ୍ରୀ ମହାରାଜ ଗୁଲାବ ସିଂ ହସ୍ପିଟାଲର ମେଡିକାଲ ସୁପ୍ରିଟେଣ୍ଡେଣ୍ଟ ଡ. ଦାରା ସିଂ କହିଛନ୍ତି। ଆମେ ଉକ୍ତ ଶିଶୁର ବାପା ଓ ମା’ଙ୍କୁ କୋଭିଡ୍‌ ଟେଷ୍ଟ କରିବାକୁ ଅନୁରୋଧ କରିଥିଲୁ। ସେମାନେ ରାଜି ମଧ୍ୟ ହୋଇଥିଲେ। କିନ୍ତୁ ପରେ କେଉଁ ଆଡ଼େ ଚାଲି ଯାଇଥିଲେ।

ଉକ୍ତ ଶିଶୁପୁତ୍ରର ମୃତୁଦେହ ହସ୍ପିଟାଲର ମର୍ଚରିରେ ଅଛି। ଜିଲା ପ୍ରଶାସନଠାରୁ ଅନୁମତି ମିଳିବା ପରେ ତା’ର ଶବ ସତ୍କାର କରାଯିବ ବୋଲି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କୁ ଫ୍ରି ଟିକେଟ ବୁକ କରିବାକୁ ଅପଶନ ଦେଲା ସ୍କୁଟ ଏୟାରଲାଇନ୍ସ, ୩୫ ଲୋକଙ୍କୁ ଛାଡି ଉଡିଯାଇଥିଲା ବିମାନ

ଅମୃତସର,୨୧ ।୧: ନିକଟରେ ସ୍କୁଟ ଏୟାରଲାଇନ୍ସର ଏକ ବିମାନ ୩୫ ଜଣ ଯାତ୍ରୀଙ୍କୁ ଛାଡି ଅମୃତସରରୁ ସିଙ୍ଗାପୁର ଅଭିମୁଖେ ଉଡିଯାଇଥିଲା । ଏହି ମାମଲାରେ ବେସାମରିକ...

ମହାରାଷ୍ଟ୍ରରେ କରୋନା ନେଲାଣି ୧୦୦ ପୋଲିସଙ୍କ ଜୀବନ

ମୁମ୍ବାଇ, ୩୦।୭: କରୋନା ମହାମାରୀ ଦ୍ୱାରା ଭାରତରେ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟ ତାଲିକାରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷରୁ...

୧୬୯ ଦିନ ପରେ ରେଳ ଧାରଣାରୁ ଉଠିଲେ କୃଷକ

ଚଣ୍ଡିଗଡ଼,୧୨।୩: ଗତ ସାଢେ ୩ ମାସେ ହେବ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ ପଞ୍ଜାବରୁ ଏକ ଆଶ୍ୱସ୍ତିକର ଖବର ଆସିଛି।...

ବସ୍‌ରେ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା

ନାସିକ,୮।୧୦: ମହାରାଷ୍ଟ୍ର ନାସିକରେ ଏକ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ରାତିରେ ବସ୍‌ରେ ନିଆଁଲାଗି ଜଣେ ଶିଶୁ ସହ ୧୧ ଜଣଙ୍କର ମୃତ୍ୟୁ ହୋଇଛନ୍ତି...

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ୨୦୧୭ ତୁଳନାରେ ହୋଇଛି ୩ ପ୍ରତିଶତ କମ୍ ମତଦାନ

ନୂଆଦିଲ୍ଲୀ,୧୧ ।୨: ଉତ୍ତର ପ୍ରଦେଶ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି । ନିର୍ବାଚନ କମିଶନ ପକ୍ଷରୁ ବହୁ ସଂଖ୍ୟାରେ ମତଦାନ ପାଇଁ...

ମିଥ୍ୟା ଜାତିଗତ ପ୍ରମାଣପତ୍ର ପାଇଁ ଫସିଲେ ଏମ୍‌ପି

ମୁମ୍ବାଇ,୮।୬: ମିଥ୍ୟା ଜାତିଗତ ପ୍ରମାଣପତ୍ର ଦାଖଲ କରିବା ମହାରାଷ୍ଟ୍ରର ସ୍ବାଧୀନ ଏମ୍‌ପି ନବନୀତ କୌର ରାଣାଙ୍କୁ ମହଙ୍ଗା ପଡ଼ିଛି। ଏଥିନେଇ ବମ୍ବେ ହାଇକୋର୍ଟ ତାଙ୍କ ଉପରେ...

ମେଘାଳୟର ନୂଆ ରାଜ୍ୟପାଳ ହେଲେ ବିଡି ମିଶ୍ର

ଶିଲଂ,୪।୧୦: ମେଘାଳୟର ନୂତନ ରାଜ୍ୟପାଳ ଭାବେ ବିଡି ମିଶ୍ର ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। ପୂର୍ବତନ ଭାରତୀୟ ସେନା ବ୍ରିଗେଡିୟର୍‌ ମିଶ୍ର ୨୦୧୭ରୁ ଅରୁଣାଚଳ ପ୍ରଦେଶର...

କରୋନା ସହିତ ଲଢ଼େଇ କରିବା ଲାଗି ଭାରତୀୟଙ୍କ ଶରୀରରେ ରହିଛି ବିରଳ ଆର୍‌ଏନ୍‌ଏ: ସର୍ଭେ

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ହାହାକାର ସୃଷ୍ଟି ହୋଇଛି। ଏଥି ପାଇଁ ଔଷଧ ପ୍ରସ୍ତୁତି ପାଇଁ ପୃଥିବୀର ବିକାଶିତ ରାଷ୍ଟ୍ରର ବୈଜ୍ଞାନିକମାନେ ଦିନରାତି...

Advertisement
Archives

Model This Week