ବାବୁଙ୍କ ଭୟ

Dillip Cherian

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜନୈତିକ ଲଢ଼େଇ ଘଟଣା ଏବେ ବଢୁଛି ଓ ଅମଲାତନ୍ତ୍ରୀମାନେ ଏହା ମଧ୍ୟରେ ଫସୁଛନ୍ତି। ଏ ସମ୍ପର୍କରେ ଯେଉଁମାନେ ଅବଗତ ସେମାନେ କହନ୍ତି, ନିକଟରେ କେନ୍ଦ୍ର ଆଇଏଏସ୍‌ ଅଧିକାରୀମାନଙ୍କର ଏମ୍ପାନେଲ୍‌ମେଣ୍ଟ ପଲିସି ବା ନିଯୁକ୍ତି ପାଇଁ ତାଲିକା ପ୍ରସ୍ତୁତି ନୀତିିକୁ ସଂଶୋଧନ କରିବା ପରେ ଯୁବ ଅଧିତ୍କାରୀମାନେ ଭୟଭୀତ ହୋଇପଡ଼ିଛନ୍ତି। ଯଦି କେନ୍ଦ୍ର ଓ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ମଧ୍ୟରେ ସହମତି ବା ବୁଝାମଣା ନ ହୁଏ, ତେବେ ସେମାନଙ୍କ କ୍ୟାରିୟର ବିପଦରେ ପଡ଼ିବ ବୋଲି ଆଶଙ୍କା କରୁଛନ୍ତି। ଏହି ସଂଶୋଧିତ ନୀତିରେ ଆଇଏଏସ୍‌ ଅଧିକାରୀମାନଙ୍କ ପାଇଁ ଭବିଷ୍ୟତରେ ଦିଲ୍ଲୀରେ ଯୁଗ୍ମ ସଚିବ ପଦବୀ ପାଇବା ଲାଗି ଯୋଗ୍ୟତାର ଆଧାର ଦର୍ଶାଯାଇଛି। ଏଥିପାଇଁ ନିଜ କ୍ୟାଡର୍‌ ରାଜ୍ୟରେ ଚାକିରିର ପ୍ରଥମ ୧୬ ବର୍ଷ ପୂରଣ କରିବା ପୂର୍ବରୁ ସେମାନଙ୍କ ଲାଗି ୨ ବର୍ଷର ସେଣ୍ଟ୍ରାଲ ଡେପୁଟେଶନ ବା କେନ୍ଦ୍ର ପ୍ରତିନିଯୁକ୍ତି ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ର ଓ ରାଜ୍ୟରେ ସମାନ ଦଳ ଶାସନରେ ରହିଲେ କିଛି ସମସ୍ୟା ଉପୁଜିବ ନାହିଁ। କିନ୍ତୁ ଯଦି ଉଭୟ କ୍ଷେତ୍ରରେ ତୀବ୍ର ରାଜନୈତିକ ଶତ୍ରୁତା ଆଚରଣ କରୁଥିବା ଦଳ କ୍ଷମତାରେ ରହନ୍ତି ତେବେ ସମସ୍ୟା ଦେଖାଦେବ,ଯାହା ଘଟିଛି ପଶ୍ଚିମବଙ୍ଗରେ। କହିବାକୁ ଗଲେ ଏଭଳି ରାଜନୈତିକ ବିବାଦରେ ବାବୁମାନେ ଫସିଯାଉଛନ୍ତି। ସଂଘୀୟ ବ୍ୟବସ୍ଥାର ଏହା ଏକ ଅନିବାର୍ଯ୍ୟ ବିଶେଷତା କି ନାହିଁ ତାହା ଏ ଯାଏ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏବେ ବାବୁଙ୍କ ମନରେ ସୃଷ୍ଟି କରାଯାଇଥିତ୍ବା ଭୟ ଏମିତି କିଛି ନୁହେଁ ଯାହା ଏହି ସଙ୍କଟ ସମୟରେ ଉତ୍ତମ ପ୍ରଶାସନକୁ ସହାୟକ ହେବ।
ଆଇଏଫ୍‌ଏସ୍‌ଙ୍କ ବିଜୟ
ଲ୍ୟୁଟିୟନ୍ସ ଦିଲ୍ଲୀରେ ଯେ କେବଳ ଉପ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନୂଆ ଘର ପାଉଛନ୍ତି ତାହା ନୁହେଁ,ଅନ୍ୟମାନେ ବି ଏଠାରେ ଘର ପାଇବେ। ଯଦିଓ ଦିଲ୍ଲୀର କେନ୍ଦ୍ର ସ୍ଥଳରେ ସେଣ୍ଟ୍ରାଲ୍‌ ଭିଷ୍ଟା ପ୍ରୋଜେକ୍ଟରେ ନ ଥାଇ ବି ବହିର୍ବ୍ୟାପାର ମନ୍ତ୍ରଣାଳୟର ଅଧକାରୀମାନେ କିମ୍ବା ଅତି କମ୍‌ରେ କିଛି ଭାଗ୍ୟଶାଳୀ ଅଧିତ୍କାରୀ ୨୦୨୩ ସୁଦ୍ଧା ବଢିଆ ନୂଆ ଘର ପାଇପାରନ୍ତି ବୋଲି କୁହାଯାଉଛି। ଉକ୍ତ ମନ୍ତ୍ରଣାଳୟ ୯୭ ଅତ୍ୟାଧୁନିକ ଘର ଗୋୟଲ ମାର୍କେଟ ଅଞ୍ଚଳରେ ନିର୍ମାଣ କରୁଛି। ବିଶେଷ କରି ସରକାରଙ୍କ ଦ୍ୱାରା ନିର୍ମିତ ଶସ୍ତା ଘରକୁ ନେଇ ଏହି ଅଞ୍ଚଳ ଜଣାଶୁଣା। କିନ୍ତୁ ଏହା ଏବେ ଆଧୁନିକ ବେଲ୍‌ ଏବଂ ହ୍ବିସିଲ ଥିବା ଉଚ୍ଚ କ୍ଷମାସମ୍ପନ୍ନ କୂଟନୈତିକ ପରିପୂର୍ଣ୍ଣ ଅଞ୍ଚଳ ହେବାକୁ ଯାଉଛି, ଯାହାଦ୍ୱାରା କ୍ଷମତାଶାଳୀ ଭାରତୀୟ ବିଦେଶ ସେବା (ଆଇଏଫ୍‌ଏସ୍‌) ଅଧିତ୍ତ୍କାରୀମାନେ ବିଦେଶରେ କାର୍ଯ୍ୟ କରୁଥିବା ସମୟରେ ଯେଭଳି ଜୀବନଶୈଳୀରେ ରହନ୍ତି ସେଭଳି ପରିବେଶ ଉପଭୋଗ କରିବେ। ସମ୍ଭବତଃ ମୋଦି ସରକାରଙ୍କର ଏହି ରେସିଡେନ୍‌ସିଆଲ ପ୍ରୋଜେକ୍ଟ ଏକ ବିଳମ୍ବିତ ଅଭିଯାନ। ଏହା ଆରମ୍ଭ କରି ସୂଚେଇ ଦେବାକୁ ଚାହାନ୍ତି ଯେ,ସରକାର ଭାରତୀୟ ବିଦେଶ ସେବାକୁ ଅଣଦେଖା କରନ୍ତି ନାହିଁ। ଏଇ ନିକଟରେ କିଛି ବର୍ଷ ହେବ ଆଇଏଏସ୍‌ କ୍ଲବ ଦଶନ୍ଧି ଦଶନ୍ଧି ଧରି ଉପଭୋଗ କରୁଥିତ୍ବା ବିଶିଷ୍ଟତାକୁ ଧୀରେ ଧୀରେ କମାଇବାକୁ ଅନ୍ୟ ସେବାଗୁଡ଼ିକ ଆଗକୁ ବଢ଼ିଛନ୍ତି ଓ ଆଇଏଫ୍‌ଏସ୍‌ ଏବେ ତା’ଭାଗ ପାଉଛି। ଦିଲ୍ଲୀରେ ଏକ ସରକାରୀ ଘର ପାଇବା ଓ ତା’ର ଅବସ୍ଥିତି ସମ୍ପର୍କରେ ଯେ କୌଣସି ସରକାରୀ ବାବୁ ତୁମକୁ କହିବେ। କିନ୍ତୁ ଏବେ ଆଇଏଫ୍‌ଏସ୍‌ ଘର ପାଇବା ଓ ତା’ର ଅବସ୍ଥିତିକୁ ନେଇ ଏକ କୂଟନୈତିକ ବିଜୟ ହାସଲ କରିଥିବା ଜଣାପଡ଼ୁଛି।
ଅଯଥା ହୋହଲ୍ଲା
କର୍ନାଟକ କୋଭିଡ୍‌ ମହାମାରୀ ସଙ୍କଟକୁ ସାମ୍ନା କରୁଥିବା ବେଳେ ଦୁଇ ମହିଳା ଆଇଏଏସ୍‌ ଅଧିତ୍କାରୀ ବିବାଦରେ ଲାଗିପଡ଼ିଛନ୍ତି। ବର୍ତ୍ତମାନର ପରିସ୍ଥିତିରେ ଯେଉଁ ବିବାଦକୁ ସହଜରେ ଟାଳି ଦିଆଯାଇ ପାରିଥାଆନ୍ତା ତାକୁ ନେଇ ହୋହଲ୍ଲା ସୃଷ୍ଟି କରିଛନ୍ତି। ମହୀଶୂର କର୍ପୋରେଶନ କମିଶନର ଶିଳ୍ପା ନାଗ୍‌ ତାଙ୍କଠୁ ବରିଷ୍ଠ ତଥା ଜିିଲାର ଡେପୁଟି କମିଶନର ରୋହିଣୀ ସୁନ୍ଦରୀ ଦସାରିଙ୍କ ବିରୋଧରେ ଅଭିଯୋଗ ଆଣି ଆଇଏଏସ୍‌ରୁ ଇସ୍ତଫା ଦେଇଛନ୍ତି। ମହାମାରୀ ପରିଚାଳନା ପାଇଁ ତାଙ୍କ ଅଭିଯାନରେ ଦସାରି ହସ୍ତକ୍ଷେପ କରିଥିତ୍ବା ଅଭିଯୋଗ ଆଣିଛନ୍ତି ନାଗ୍‌। ନାଗ୍‌ଙ୍କ ଇସ୍ତଫା ଗ୍ରହଣ କରାଯାଇ ନାହିଁ କି ଆଗକୁ କରାଯିବ ନାହିଁ ବୋଲି ରାଜ୍ୟ ସରକାର ଜଣାଇ ଦେଇଛନ୍ତି । କିନ୍ତୁ ସୂତ୍ରରୁ ଜଣାପଡିଛି ଯେ, ନାଗ୍‌ ତାଙ୍କ ସପକ୍ଷରେ ଅନେକଙ୍କୁ ଏକାଠି କରିପାରିଛନ୍ତି। ଏପରି କି ଅନ୍ୟ ସିଟି କର୍ପୋରେଟର୍‌ମାନେ ମଧ୍ୟ ଦସାରିଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରୁଛନ୍ତି। ଏହି ଅଭିଯୋଗକୁ ଦସାରି ଅସ୍ବୀକାର କରି କହିଛନ୍ତି ଯେ ସେ କେବଳ ତାଙ୍କ ଓ୍ବାର୍ଡରୁ ପ୍ରାପ୍ତ କାଭିଡ୍‌ର ବିରୋଧାମତ୍କ ବା ଅସଙ୍ଗତ ତଥ୍ୟ ସମ୍ପର୍କରେ ସ୍ପଷ୍ଟ କରିବାକୁ ନାଗ୍‌ଙ୍କୁ କହିଥିତ୍ଲେ। ସହରାଞ୍ଚଳରେ କୋଭିଡ୍‌ ପରିଚାଳନା ପାଇଁ ସିଏସ୍‌ଆର୍‌ ପାଣ୍ଠିକୁ ସୀମିତ ରଖିବା ବଦଳରେ ସାରା ଜିଲା ପାଇଁ ଏହାକୁ ଉପଯୋଗ କରିବାକୁ ଦସାରି ଜୋର୍‌ ଦେବା ଯୋଗୁ ଦୁଇ ବରିଷ୍ଠ ଆଇଏଏସ୍‌ ଅଧିତ୍କାରୀଙ୍କ ମଧ୍ୟରେ ଏହି ବିବାଦ ଉପୁଜିଛି ବୋଲିି ବିଶ୍ୱାସ କରାଯାଉଛି। ଏହି ସମୟରେ ବିବାଦକୁ ଶିଥିଳ କରିବା ପାଇଁ ରାଜ୍ୟ ସରକାର ଦୁଇ ଅଧିକାରୀଙ୍କୁ ବଦଳି କରିଛନ୍ତି। ଦସାରି ଏବେ ହିନ୍ଦୁ ରିଲିଜିୟସ ଆଣ୍ଡ୍‌ ଚାରିଟେବଲ ଏଣ୍ଡାଓମେଣ୍ଟସ୍‌ର ନୂଅ କମିଶନର ହେବେ ଓ ନାଗ୍‌ଙ୍କୁ ଗ୍ରମ୍ୟ ବିକାଶ ଓ ପଞ୍ଚାୟତିରାଜ ବିଭାଗରେ ଇ-ଗଭର୍ନାନସ୍‌ର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। କୁହାଯାଇପାରେ ଯେ,ଏହି ବିବାଦକୁ ଆରମ୍ଭରୁ ରୋକାଯାଇ ସମସ୍ୟାକୁ ସରକାରୀ ସ୍ତରରେ ବିନା ହୋହଲ୍ଲାରେ ସମାଧାନ କରାଯାଇପାରିଥଆନ୍ତା। କିନ୍ତୁ ତାହା ହୋଇପାରିଲା ନାହିଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri