ବାବୁଗିରିରୁ ନେତାଗିରି

ନୂଆ ପ୍ରତିଭା ବିଶେଷକରି ଅମଲାତନ୍ତ୍ରୀଙ୍କୁ ନିଜ ଆଡକୁ ନେବା ଲାଗି ଭାଜପା ପ୍ରବଳ ଚେଷ୍ଟା କରୁଥିବା ବିଷୟ ନିକଟରେ ଏକ ସ୍ତମ୍ଭରେ ପ୍ରକାଶ ପାଇଥିଲା। କିନ୍ତୁ କୌତୂହଳର କଥା, ବାବୁମାନେ ମଧ୍ୟ ଦଳରେ ଶରଣନେବାକୁ ଚାହୁଁଛନ୍ତି। କାର୍ଯ୍ୟକାଳ ବୃଦ୍ଧି ଦୌଡ଼ରୁ ଯେଉଁମାନେ ବାଦ୍‌ ପଡ଼ୁଛନ୍ତି ସେମାନଙ୍କ ପାଇଁ ଏହା ଏକ ଆଶାର ସଙ୍କେତ। ବିଶେଷକରି ଅତୀତରେ କ୍ଷମତାରେ ଥିବା ସମୟରୁ ରାଜନୀତିରେ ଯୋଗ ଦେବା ଦିନକୁ ପ୍ରତୀକ୍ଷା କରି ରହିଥିବା ପୂର୍ବତନ ବାବୁମାନଙ୍କ ଭବିଷ୍ୟତ ପାଇଁ ଏହା ସବୁଠୁ ଭଲ କଥା। ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶରେ ପ୍ରକାଶିତ ଖବରରୁ ଜଣାପଡ଼ୁଛି ଯେ, ୩ ଜଣ ପୂର୍ବତନ ଆଇଏଏସ୍‌ ଅଧିକାରୀ ବାବୁଗିରିରୁ ନେତାଗିରି ଯାଏ ଭାଜପା ଅନୁଗ୍ରହରେ କାମ କରିଛନ୍ତି ଓ ଗେରୁଆ ପୋଷାକ ଆବରଣରେ ରହିଛନ୍ତି। ଖୋଦ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ୩ ଜଣ ଅଧିକାରୀ ବେଦ ପ୍ରକାଶ, ଆର୍‌.କେ. ମିଶ୍ର ଏବଂ ଏମ୍‌.କେ. ଅଗ୍ରଓ୍ବାଲଙ୍କୁ ପାର୍ଟିର ଶାସକୀୟ ସଦସ୍ୟ କରିଛନ୍ତି। ଏବେ ଦଳର ଆକର୍ଷଣ ବିନ୍ଦୁ ହୋଇଛି ତେଲଙ୍ଗାନା। ଏପରିକି ଦଳର ସ୍ଥିତିକୁ ସୁଦୃଢ କରିବା ଲାଗି ସେଠାରେ ଭାଜପା ଆନ୍ଧ୍ରପ୍ରଦେଶର ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ ଆଇଓ୍ବାଇଆର୍‌ କ୍ରିଷ୍ଣା ରାଓ ଏବଂ ଏଲ୍‌.ଭି. ସୁବ୍ରମଣିୟମଙ୍କ ସମେତ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଏବଂ ପୂର୍ବତନ ଶିକ୍ଷାବିତ୍‌ଙ୍କୁ ଅମନ୍ତ୍ରଣ କରିବାକୁ କୁଣ୍ଠାବୋଧ କରିନାହିଁ। ସୂତ୍ରରୁ ପ୍ରକାଶ, ଏହି ଦୃଶ୍ୟପଟର ପ୍ରଚ୍ଛଦରେ ଏଭଳି ୨୦ ଜଣ ପୂର୍ବତନ ଅଧିକାରୀଙ୍କ ଏକ ଗୁପ୍ତ ଗୋଷ୍ଠୀ ରହିଛି ଏବଂ ସେମାନେ ତେଲଙ୍ଗାନା ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷା କରିବାରେ ବ୍ୟସ୍ତ । ଏହି ଟିମ୍‌ରେ ଅଛନ୍ତି ପୂର୍ବତନ ଆଇପିଏସ୍‌ ଅଧିକାରୀ ଟି.କ୍ରିଷ୍ଣ ପ୍ରସାଦ ଏବଂ ପୂର୍ବତନ ଆଇଏଏସ୍‌ ଅଧିକାରୀ ଆର୍‌. ଚନ୍ଦ୍ରବଦନ। ଆଶା କରାଯାଏ, ଏହି ଅନୁଭବୀ ବାବୁମାନଙ୍କ ସାମଗ୍ରିକ ପ୍ରୟାସ ଦଳର ରଣନୀତିକୁ ନିର୍ବାଚନ ପୂର୍ବରୁ ଭାରତ ରାଷ୍ଟ୍ର ସମିତି(ବିଆର୍‌ଏସ୍‌) ସରକାରଙ୍କ ବିରୋଧରେ ଦୃଢ଼ କରିବ।

ସମ୍ମିଳନୀ ପାଇଁ ବ୍ୟସ୍ତ

ମୌସୁମୀ ଦ୍ୱାରା ସୃଷ୍ଟି ହେଉଥିବା ଅବ୍ୟବସ୍ଥାକୁ ଲକ୍ଷ୍ୟ କରି ଆସନ୍ତା ମାସ ପ୍ରାରମ୍ଭରେ ହେବାକୁ ଥିବା ଜି ୨୦ ନେତାଙ୍କ ସମ୍ମିଳନୀ ପୂର୍ବରୁ ଦିଲ୍ଲୀର ବାବୁମାନେ ସତର୍କ ରହିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀଙ୍କ ନିଜ ରାଜ୍ୟ ଗୁଜରାଟରେ ଭାଇବ୍ରାଣ୍ଟ ଗୁଜରାଟ ୨୦୨୪ ସମ୍ମିଳନୀ ଲାଗି ପରିଶ୍ରମୀ ବାବୁମାନେ ମଧ୍ୟ ସାବଧାନତାର ସହ ନକ୍ସା ପ୍ରସ୍ତୁତ କରୁଛନ୍ତି। ମୋଦି ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୨୦୦୪ରେ ଏହି ସମ୍ମିଳନୀ ଆରମ୍ଭ ହୋଇଥିଲା ଓ ଆସନ୍ତା ବର୍ଷ ଏହାକୁ ୨୦ ବର୍ଷ ପୂରିଯିବ। ସୂତ୍ରରୁ ପ୍ରକାଶ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏସ୍‌.ଜେ.ହାଇଦର ଗୁଜରାଟ ଶିଳ୍ପ ବିଭାଗକୁ ନିୟନ୍ତ୍ରଣ କରୁଛନ୍ତି। ସେ ପୂର୍ବ ସମ୍ମିଳନୀଗୁଡ଼ିକର ଆୟୋଜନରେ ପ୍ରମୁଖ ଭୂମିକା ନେଇଥିବା ବାବୁମାନଙ୍କୁ ନିମନ୍ତ୍ରଣ କରି ସମ୍ମାନିତ କରିବାକୁ ଯୋଜନା କରିଛନ୍ତି। ଏ.କେ. ଶର୍ମା ଓ ମହେଶ୍ୱର ସାହୁଙ୍କ ଭଳି ବରିଷ୍ଠବାବୁ ଓ ଏବେ ସେବାରୁ ଅବସର ନେଇଥିବା ଅନ୍ୟ ପ୍ରଭିଭାମାନଙ୍କ ପ୍ରମୁଖ ଭୂମିକାକୁ ଉପସ୍ଥାପନ କରାଯିବ ବୋଲି ସ୍ଥିର କରାଯାଇଛି। ଉଲ୍ଲେଖନୀୟ ଯେ,ଏ.କେ. ଶର୍ମା ଏବେ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାରରେ ମନ୍ତ୍ରୀପଦକୁ ଉନ୍ନୀତ ହୋଇଛନ୍ତି। ସମ୍ମିଳନୀର ସମ୍ମାନ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ମୁଖ୍ୟ ଶାସନ ସଚିବ ରାଜ କୁମାର ଏହି କାର୍ଯ୍ୟକ୍ରମକୁ ସିଧାସଳଖ ତଦାରଖ କରୁଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେମାନଙ୍କ କାର୍ଯ୍ୟ ଉପରେ ନଜର ରଖିଛି। କିନ୍ତୁ କାର୍ଯ୍ୟକ୍ରମର ଆରମ୍ଭରୁ ଏକ ଅଦମ୍ୟ ଶକ୍ତି ଭାବେ ରହିଥିବା ହାଇଦର ଏବେ ବି ଏହାର ପୁରୋଭାଗରେ ଅଛନ୍ତି। ଏଥିରୁ ଜଣାପଡ଼ୁଛି, ଆଗାମୀ ଗୁଜରାଟ ଭାଇବ୍ରାଣ୍ଟ ସମ୍ମିଳନୀରେ ଟେକ୍‌ ଶୋ ଆକର୍ଷଣ ପାଲଟି ଡିଜିଟାଲ ଇଣ୍ଡିଆ ପ୍ଲାଟ୍‌ଫର୍ମରେ କେନ୍ଦ୍ରର ଯୋଜନାଗୁଡ଼ିକୁ ପ୍ରଦର୍ଶନ କରିବ । ମୋଦି ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ ବୋଲି ଆଶା କରାଯାଉଛି।

ବିଦେଶ ଯାତ୍ରାରେ କଟକଣା

କେରଳ ସରକାର ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ଙ୍କ ବିଦେଶ ଗସ୍ତ ଉପରେ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରି କି ସେମାନଙ୍କ ବ୍ୟକ୍ତିଗତ ଗସ୍ତ ଉପରେ ବି ଏହା ଲାଗୁ କରାଯିବ ବୋଲି ସ୍ଥିର ହୋଇଛି। ରାଜ୍ୟର ମୁଖ୍ୟ ଶାସନ ସଚିବ ଭି. ଭେନୁ ରାଜ୍ୟରେ ସର୍ବଭାରତୀୟ ସେବା ଅଧିକାରୀଙ୍କୁ ସେମାନଙ୍କ ବିଦେଶ ଗସ୍ତ ସମ୍ପର୍କରେ ସରକାରଙ୍କୁ ଜଣାଇବାକୁ ବାଧ୍ୟ ବୋଲି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହା ସ୍ପଷ୍ଟ ଯେ, ଦୀର୍ଘଦିନ ହେଲା ସରକାରୀ ଅଧିକାରୀଙ୍କ ବିଦେଶ ଗସ୍ତକୁ ନେଇ ଚର୍ଚ୍ଚା ଚାଲିଛି। ସେମାନଙ୍କ ଆବଶ୍ୟକତା, ଉଦ୍ଦେଶ୍ୟ ଏବଂ ସରକାରୀ ପାଣ୍ଠିର ଅତ୍ୟଧିକ ଅପବ୍ୟବହାର ସମସ୍ୟାକୁ ନେଇ ଏହା ଘଟିଆସୁଛି। ଅଧିକାରୀମାନଙ୍କ ସରକାରୀ ଦାୟିତ୍ୱ ସହ ଏହି ବିଦେଶ ଗସ୍ତର ପ୍ରାସଙ୍ଗିକତା କ’ଣ ରହିଛି ତାହା ଆକଳନ କରିବା ହେଉଛି ଏହି ଯାଞ୍ଚ ପ୍ରକ୍ରିୟାର ଲକ୍ଷ୍ୟ। ଗତବର୍ଷ ଅକ୍ଟୋବରରେ କାର୍ମିକ, ଜନ ଅଭିଯୋଗ ଓ ପେନ୍‌ସନ ମନ୍ତ୍ରଣାଳୟ ଏକ ପତ୍ର ଜାରି କରି ବିଦେଶଯାତ୍ରା ପାଇଁ ଅଧିକାରୀଙ୍କ ଛୁଟି ମଞ୍ଜୁର କରିବାର କ୍ଷମତା ( ଷ୍ଟଡି ଲିଭ୍‌ ବ୍ୟତୀତ) ରାଜ୍ୟ ସରାକରଙ୍କୁ ପ୍ରଦାନ କରିଥିଲା। ବିଦେଶ ଗସ୍ତ ସମୟରେ ହାସଲ କରିଥିବା ଜ୍ଞାନ ଓ କୌଶଳ ବିଷୟରେ ଆକଳନ କରି ଅଧିକାରୀମାନଙ୍କ ବୃତ୍ତିଗତ ଉନ୍ନତିରେ ତାହାର ଅବଦାନ ଅଛି କି ନାହିଁ ଜାଣିବାକୁ କେରଳ ସରକାର ଲକ୍ଷ୍ୟ ରଖିଛନ୍ତି। ଆଶା କରାଯାଏ ଯେ, ବାବୁମାନେ ସେମାନଙ୍କ ବିଦେଶ ଯାତ୍ରାର ଖର୍ଚ୍ଚକୁ ଯଥାର୍ଥ କରିପାରିବେ।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?