ନବୀନଙ୍କୁ ଟାର୍ଗେଟ କଲେ ବାବୁ: କହିଲେ ନାୟକ ନବୀନ, ଖଳନାୟକ ବି ନବୀନ

ଭୁବନେଶ୍ୱର,୮।୪: ୱକ୍‌  ବିଲ ଭୋଟିଂକୁ ନେଇ ରାଜନୀତି ସରଗରମ ହୋଇଛି।   ତେବେ ଏହି ଘଟଣାକୁ ନେଇ ଭାଜପା ବିଧାୟକ ବାବୁ ସିଂ ନବୀନଙ୍କୁ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି  ଓଡ଼ିଶାବାସୀଙ୍କ ସହ ଡ୍ରାମା କରୁଛନ୍ତି ନବୀନ ବାବୁ। ସମସ୍ତ ଏପିସୋଡର ନାୟକ ନବୀନ, ଖଳନାୟକ ବି ନବୀନ । ଡାଇରେକ୍ଟର, ପ୍ରଡ୍ୟୁସର ଓ ନିଜେ ବି ଆକ୍ଟର ବୋଲି ବାବୁ କହିଛନ୍ତି।
ତେବେ ଏହି ଘଟଣା ପରେ ବିଜେଡି ଦୁଇଫାଳ ହୋଇଥିବା କୁହାଯାଉଛି। ବିଜୁ ଜନତା ଦଳର ଭବିଷ୍ୟତ ଭିକେ ପାଣ୍ଡିଆନଙ୍କ ଆଗରେ ପଛରେ ଘୁରି ବୁଲୁଛି। ସେ ଯେମିତି ଚାହିଁବେ ଦଳର ଭବିଷ୍ୟତ ସେପରି ହେବ। କାରଣ ଦଳର ଅଧେ ନେତା ପାଣ୍ଡିଆନଙ୍କ ସମର୍ଥନ କରୁଥିବା ବେଳେ ଅଧେ ଖୋଲାଖୋଲି ବିରୋଧ କରୁଛନ୍ତି। ଏଭଳି ସ୍ଥିତିରେ ଓ୍ବକ୍‌ଫ ବିଲ୍‌ରେ ଭୋଟିଂ ଦଳର ଆଭିମୁଖ୍ୟକୁ ଗୋଳମାଳିଆ କରିଦେଇଛି।

ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ, ବଦ୍ରି ପାତ୍ର, ଗଣେଶ୍ୱର ବେହେରା, ଭୂପିନ୍ଦର ସିଂହ, ପ୍ରଫୁଲ୍ଲ ଘଡେଇ ଆଦି ପ୍ରତ୍ୟେକ୍ଷ ଏବଂ ପରୋକ୍ଷରେ ପାଣ୍ଡିଆନଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏଥିସହିତ ସେମାନେ ଦଳରେ କାହାର ପତିଆରା ଚାଲିଛି ତାହା ପ୍ରକାଶ କରିବା ସହିତ ନବୀନଙ୍କୁ ସାମ୍ନାକୁ ଆସିବାକୁ କହିଛନ୍ତି।

ଏଭଳି ସ୍ଥିତିରେ ପାଣ୍ଡିଆନଙ୍କ ସପକ୍ଷବାଦୀ ନେତାମାନେ ମଧ୍ୟ ସାମ୍ନାକୁ ଆସିଛନ୍ତି। ରାଜ୍ୟସଭା ଏମପି ମାନସ ମଙ୍ଗରାଜ, ନିରଞ୍ଜନ ବିଶି, ସୁଲତା ଦେଓ ଏବଂ ସୁଭାଶିଷ ଖୁଣ୍ଟିଆ, ସୁବାଷ ସିଂହ ଆଦି ଓକିଲାତି କରିଛନ୍ତି।

ପାଣ୍ଡିଆନଙ୍କୁ ଅଯଥା ବଦନାମ କରାଯାଉଛି ଲେଖିଛନ୍ତି ଏମପି ନିରଞ୍ଜନ ବିଶି। ”ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ନିନ୍ଦା କରୁଛି ବୋଲି ସେ ଲେଖିଛନ୍ତି। କିଛି ଅଭିସନ୍ଧି ରଖି ଦେବାଶିଷ ଏପରି କରିଥିବା ସେ କହିଛନ୍ତି।” ସେହିପରି ଦେବାଶିଷଙ୍କ ମନ୍ତବ୍ୟକୁ ମାନସ ମଙ୍ଗରାଜ ନିନ୍ଦା କରିଛନ୍ତି। ସେ ଲେଖିଛନ୍ତି ”ରାଜନୀତିରୁ ୧୦ ମାସ ହେଲା ଅବସର ନେଇ ସାରିଛନ୍ତି ପାଣ୍ଡିଆନ। କିଛି ନ୍ୟସ୍ତ ସ୍ବାର୍ଥ୍ୟ କାରଣରୁ ଦେବାଶିଷ ଏପରି କହିଛନ୍ତି। ନବୀନ ନିବାସରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାରୁ ନିବୃତ୍ତ ରୁହନ୍ତୁ।”

ସେପଟେ ୱାକ୍‌ଫ ସସ୍‌ପେନ୍ସରେ ନୂଆ ଟୁଇଷ୍ଟ ଆଣିଛନ୍ତି ସାଂସଦ ଶୁଭାଶିଷ ଖୁଣ୍ଟିଆ । ନବୀନ ଦଳର ନେତା ତାଙ୍କ ନିର୍ଦ୍ଦେଶରେ ସବୁ ହୁଏ ବୋଲି ସେ କହିଛନ୍ତି।

ସେପଟେ କଟକ ମେୟର ସୁବାସ ସିଂ ଦେବାଶିଷଙ୍କୁ ନିନ୍ଦା ଓ ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତିଛନ୍ତି। ସେ କହିଛନ୍ତି, ”ଦେବାଶିଷ ବାବୁଙ୍କ କଥା ନ କହିଲେ ଭଲ, କିଏ ଅଧିକାର ଦେଲା। ପାର୍ଟି ଫୋରମ୍‌ରେ ନ କହି ଗଣମାଧ୍ୟମରେ କାହିଁକି କହିଲେ। ପାଣ୍ଡିଆନଙ୍କୁ ନିନ୍ଦିତ କରିବା ଅର୍ଥ ବିଜେଡିକୁ ଦୁର୍ବଳ କରିବା। ଗୋଟିଏ IAS ଅଫିସର ଖୋଜି ପାଆନ୍ତୁ, ଯିଏ ରାତି ୪ରୁ କାମ କରନ୍ତି। ମିଡିଆରେ ବାଇଟ୍‌ ଦେଇ ଦେବାଶିଷ ବାବୁ ବିଭ୍ରାନ୍ତି ଚାହୁଁଛନ୍ତି। ଭୋଟ ନ ଦେଇ କକ୍ଷ ତ୍ୟାଗ କରିବା ଅର୍ଥ କଣ ବୁଝି ପାରୁ ନାହାନ୍ତି। ଦଳ ନବୀନ ବାବୁଙ୍କ ନେତୃତ୍ବରେ ମଜଭୂତ ହୋଇ ରହିଛି। ସେହିପରି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ମଧ୍ୟ ସୁବାଷ ସମାଲୋଚନା କରିଛନ୍ତି। ସେ ବିଜେଡିରେ ନାହାନ୍ତି, କଣ ଦଳ ବାବଦରେ କହିବେ ବୋଲି କହିଛନ୍ତି।”

ତେବେ ରାଜ୍ୟ ସଭା ଏମପି ସସ୍ମିତ ପତ୍ର ରାଜ୍ୟସଭାରେ ଓ୍ବକ୍‌ଫ ବିଲ୍‌ ସପକ୍ଷରେ ଭୋଟ ଦେବା ପରେ ଏହି ବିବାଦ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି ବିଲ୍‌ ଭୋଟିଂ ସମୟରେ ଏମପି ମାନେ ନିଜ ବିବେକ ଅନୁଯାୟୀ ଭୋଟ ଦେଇପାରିବେ,ଏଥିପାଇଁ ଦଳ ପକ୍ଷରୁ କୌଣସି ହୁଇପ୍ ଜାରି ହୋଇ ନ ଥିବା ଏକ୍ସ ‘ରେ ପୋଷ୍ଟ କରି କହିଥିଲେ। ଏହାପରେ ସେ ବିଲ୍ ସପକ୍ଷରେ ଭୋଟ ଦେଇଥିଲେ। କିଛି ଏମପି ବିଲ୍ ବିପକ୍ଷରେ ମଧ୍ୟ ଭୋଟ ଦେଇଥିଲେ।

ତେବେ ଏହି ଘଟଣା ସାମ୍ନାକୁ ଅନେକ ବରିଷ୍ଠ ନେତା ଖାଲାଖୋଲି ସସ୍ମିତଙ୍କୁ ସମାଲୋଚନା କରିବା ସହିତ ତାଙ୍କର ଏପ୍ରକାର ନିଷ୍ପତ୍ତି ନେବାର ଓୌକାତ ନଥିବା କଥା କହିଥିଲେ। ଦଳର ବରିଷ୍ଠ ନେତା ବଦ୍ରି ପାତ୍ର କହିଥିଲେ ଯେ, ଏଭଳି ନିଷ୍ପତ୍ତି ନେବାର ସାହସ ସସ୍ମିତଙ୍କର ନାହିଁ। ଦଳ ସମଦୂରତା ନୀତି ରଖି ଚାଲୁଥିଲା, ନିଷ୍ପତ୍ତି ଅନୁରୂପ ହେଲାନି, କିଏ ଗୋଟେ ଖେଳ କଲା। କେଉଁଠି ଖେଳ ହୋଇଛି ତାହା ଜାଣିବା ଆବଶ୍ୟକ। ତଦନ୍ତରେ ଜଣାପଡ଼ିବ କାହା ନିର୍ଦେଶରେ ଏଭଳି ହେଲା। ଦଳ ଏବେ ବିଶ୍ବାସ ସଙ୍କଟରେ ବୋଲି ବଦ୍ରି କହିଛନ୍ତି।

ଏହାପରେ ବଡ଼ ବିସ୍ଫୋରଣ ଘଟାଇଥିଲେ ବିଜେଡି ଏମ୍‌ପି ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ସସ୍ମିତ ଭିଲେନ ନୁହଁନ୍ତି, ମୁଖ୍ୟ ପରାମର୍ଶଦାତା ହିଁ ଏହା ପଛରେ ଅଛନ୍ତି ବୋଲି କହିଛନ୍ତି। ଦୁଇ ଦୁଇଟି ମିଟିଂରେ ନବୀନ ବିଲ୍‌କୁ ବିରୋଧ କରିବୁ କହିଥିଲେ। ପୁଣି କାହିଁକି ନିଷ୍ପତ୍ତି ବଦଳିଗଲା, ନବୀନ ବାବୁ ବିଚାର କରିବା କଥା। ସସ୍ମିତ ଭିଲେନ ନୁହଁନ୍ତି, ସସ୍ମିତ ନିର୍ଦ୍ଦେଶ ନିଅନ୍ତି, ଦିଅନ୍ତି ନାହିଁ ବୋଲି ଦେବାଶିଷ କହିଛନ୍ତି।

ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇ ସୋମବାର ଓ୍ବକ୍‌ଫ ବିଲକୁ ନେଇ ସେ କହିଛନ୍ତି ”କାହିଁକି ନିଷ୍ପତ୍ତି ବଦଳିଲା, କିଏ ବଦଳାଇଲା ସେ ସମ୍ପର୍କରେ ନବୀନ ସାମ୍ନାକୁ ଆସି ସ୍ପଷ୍ଟ କରିବା ଦରକାର। ସବୁ କଥା ନବୀନ ଜାଣିଛନ୍ତି। ସେ ସାମ୍ନାକୁ ଆସି ଦଳରୁ ଦ୍ୱନ୍ଦ୍ୱ ଦୂର କରନ୍ତୁ। ଏହି ଘଟଣାକୁ ନେଇ ବିଜେଡି ବ୍ୟାକ୍‌ ଫୁଟ୍‌କୁ ଚାଲିଗଲା। ନବୀନ ସତ କଥା କ’ଣ କୁହନ୍ତୁ। ପ୍ରକୃତରେ ଦଳରେ କ’ଣ ଘଟିଛି ତାହା ନବୀନ ହିଁ କହିପାରିବେ।”

ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂ କହିଛନ୍ତି, ”ଏକା ସସ୍ମିତ ନହନ୍ତି, ଏଥିରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି। ବର୍ତ୍ତମାନ କାଳବୈଶାଖୀ ଚାଲିଛି, ପବନର ବେଗ ଅଧିକ ରହିଛି। ଏଥିରେ ଦଳ ଯେ, କ୍ଷତି ସହିବନି ତାହାକୁ ଆମେ ଅସ୍ବୀକାର କରିବା ନାହିଁ। ଉକ୍ତ ଘଟଣାର ଅନୁଧ୍ୟାନ କରାଯିବ। କୌଣସି ବ୍ୟକ୍ତିଙ୍କର ସାହସ ନାହିଁ ଯେ, କି ଦଳର ନିଷ୍ପତ୍ତି ବଦଳାଇ ଦେଇପାରିବେ।”

ଗଣେଶ୍ୱର ବେହେରା କହିଛନ୍ତି, ”ବିଲ୍‌କୁ ସମର୍ଥନ କରି ସସ୍ମିତ ଦଳ ଲାଗି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ତାଙ୍କ ଭଳି ଜଣେ ଅଭିଜ୍ଞ ଏମ୍‌ପିଙ୍କଠାରୁ ଏଭଳି ଆଶା କରାଯାଉ ନ ଥିଲା। ଦଳର ପରାମର୍ଶ ନ ନେଇ ନିଷ୍ପତ୍ତି ନେବାର କ୍ଷମତା ସସ୍ମିତଙ୍କର ନାହିଁ। ରାଜ୍ୟ ସଭାରେ ସସ୍ମିତ ଏକାକୀ, ସ୍ବାଧୀନ ଭାବେ ନିଷ୍ପତ୍ତି ନେଇଛନ୍ତି। ଧର୍ମନିରପେକ୍ଷତା ଉପରେ ବିଶ୍ୱାସ କରୁଥିବା ଦଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।”


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?