ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ହରିଗଡ଼ ଗ୍ରାମପଞ୍ଚାୟତର ବଦାଙ୍ଗୀ ଗ୍ରାମର ବାସିନ୍ଦା ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ କିଡନୀ ରୋଗରେ ପୀଡ଼ିତ ହୋଇ ଦୀର୍ଘଦିନ ଧରି ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି।
ତାଙ୍କ ଚିକିତ୍ସାରେ ସହାୟତା ପାଇଁ ଭଞ୍ଜନଗର People With Babu Bhai ପରିବାର ପକ୍ଷରୁ ସଂଗ୍ରହ କରାଯାଇଥିବା ୬,୦୫୧ ଟଙ୍କା ତାଙ୍କ ବାପାଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ତାଙ୍କ ବାପାଙ୍କ ଅନୁରୋଧକ୍ରମେ ପରେ ଉକ୍ତ ଅର୍ଥରାଶି ଅନଲାଇନ ମାଧ୍ୟମରେ ତାଙ୍କ ପୁଅଙ୍କ ନିକଟକୁ ପଠାଇ ଦିଆଯାଇଥିଲା।
ଏହି ଆର୍ଥିକ ସହଯୋଗ ଅସହାୟ ପରିବାର ପାଇଁ ଚିକିତ୍ସାର ଆଶା ଓ ଜୀବନର ଭରସା ସୃଷ୍ଟି କରିଛି। ଏଭଳି ମାନବିକ ସହଯୋଗ ପାଇଁ People With Babu Bhai ପରିବାର ପକ୍ଷରୁ ସମସ୍ତ ସହଯୋଗୀଙ୍କୁ କୃତଜ୍ଞତା ଜଣାଯାଇଛି। ଅସହାୟ ପାଇଁ ସାହା ହେବା ହିଁ ମଣିଷର ସବୁଠାରୁ ବଡ଼ ଧର୍ମ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
Dharitri – Odisha’s No.1 Odia Daily

