Posted inଖେଳ

ପାକିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ

ଲାହୋର,୧୫।୧୧: ଦିନିକିଆ ବିଶ୍ୱକପ୍‌ ୨୦୨୩ରେ ଲଜ୍ଜାଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବାବର ଆଜମ। ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଏନେଇ ସୂଚନା ଦେଇଛନ୍ତି। ବାବର ପ୍ରଥମ ଥର ଲାଗି ଅଧିନାୟକ ଭାବେ ଦାୟିତ୍ୱ ସମ୍ଭାଳିବା ଦିନକୁ ମନେପକାଇବା ସହ ତିନି ଫର୍ମାଟରୁ ଇସ୍ତଫା ଦେଇଥିବା କହିଛନ୍ତି। ଏବେ ସେ କେବଳ ଖେଳାଳି ଭାବେ ଦଳ ସହ ଯୋଡ଼ି ହୋଇ ରହିବେ ବୋଲି ସ୍ପଷ୍ଟ କରିଛନ୍ତି।

କହିରଖୁଛୁ, ଏଯାବତ ବାବର ୧୩୪ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପାକିସ୍ତାନର ନେତୃତ୍ୱ ନେଇଥିଲେ। ଏଥିରୁ ୭୮ ମୁକାବିଲାରେ ଦଳ ବିଜେତା ହୋଇଥିଲା। ୧୯୯୨ ବିଶ୍ୱକପ୍‌ ବିଜେତା ଇମରାନ ଖାନ୍‌ଙ୍କ ପରେ ବାବର୍‌ ଦ୍ୱିତୀୟ ସବୁଠାରୁ ସଫଳ ଅଧିନାୟକ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରାଜୟ ପରେ ସାଥି ଖେଳାଳିଙ୍କ ଉପରେ ବର୍ଷିଲେ ହର୍ମନପ୍ରୀତ କୌର

ନୂଆଦିଲ୍ଲୀ,୧୩।୧୦: ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ରବିବାର ଶକ୍ତିଶାଳୀ ଅଷ୍ଟ୍ରେଲିଆ ନିକଟରୁ ପରାଜୟ ବରଣ କରିଛି। ମ୍ୟାଚ୍ ପରେ ଭାରତୀୟ ଦଳର ଅଧିନାୟକ...

ଟେଷ୍ଟ ଟିମରୁ ବାବରଙ୍କୁ ବାଦ ଦେବା ପରେ ତୀବ୍ର ପ୍ରତିକ୍ରିୟା କଲେ ପାକିସ୍ତାନର ବରିଷ୍ଠ ଖେଳାଳି

ନୂଆଦିଲ୍ଲୀ,୧୩।୧୦: ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମେ ପାକିସ୍ତାନ ଏହାର ତାରକା ବ୍ୟାଟର ବାବର ଆଜମ, ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ଏବଂ ନସିମ ଶାହାଙ୍କୁ ଇଂଲଣ୍ଡ ବିପକ୍ଷରେ...

ହକି ଇଣ୍ଡିଆ ଲିଗ୍: ଏତିକି ଟଙ୍କାରେ ବିକ୍ରି ହେଲେ ଓଡ଼ିଶାର ଅମିତ ରୋହିଦାସ

ନୂଆଦିଲ୍ଲୀ,୧୩।୧୦: ହକି ଇଣ୍ଡିଆ ଲିଗ୍ ପ୍ଲେୟାର ନିଲାମ ୨୦୨୪/୨୫ ରେ ଓଡ଼ିଶାର ଅମିତ ରୋହିଦାସଙ୍କୁ ୪୮ ଲକ୍ଷ ଡଲାରରେ ବିକ୍ରି କ୍ରୟ କରାଯାଇଛି। ତାମିଲନାଡୁ ଡ୍ରାଗନ୍ସ...

ପାଣ୍ଡ୍ୟାଙ୍କୁ ଅଧିନାୟକ କରିଥିବା କୋଚ୍‌ଙ୍କ ଛୁଟି: ଏହି ଖେଳାଳି ସମ୍ଭାଳିବେ ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗ

ମୁମ୍ବାଇ,୧୩।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ସିଜିନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଫ୍ରାଞ୍ଚାଇଜ୍ ଏକ ବଡ ପଦକ୍ଷେପ ନେଇଥିଲା। ଦଳର ମୁଖ୍ୟ ପ୍ରଶିକ୍ଷକ...

ହକି ଇଣ୍ଡିଆ ଲିଗ୍‌ ନିଲାମୀରେ ହରମନପ୍ରୀତ ସବୁଠୁ ଦାମୀ ଖେଳାଳି

ମୁମ୍ବାଇ,୧୩।୧୦: ଦୀର୍ଘ ୭ ବର୍ଷର ବ୍ରେକ୍‌ ପରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍‌। ରବିବାର ଏଥିପାଇଁ ନିଲାମୀ ହୋଇଥିବା ବେଳେ ଭାରତୀୟ ଦଳର ଅଧିନାୟକ...

ହୃଦୟ ଜିତିଲେ ହାର୍ଦ୍ଦିକ, ବଲ ବୟ ସହ ନେଲେ ସେଲ୍ଫି

ନୂଆଦିଲ୍ଲୀ,୧୩।୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ତୃତୀୟ ଟି -୨୦ ମ୍ୟାଚ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ହୃଦୟର ସଦ୍ୟତମ ପ୍ରମାଣ ଦେଖିବାକୁ ମିଳିଛି,...

ବାଂଲାଦେଶ ଆଗରେ ୨୯୮ ରନ୍‌ର ବିଶାଳ ଟାର୍ଗେଟ୍‌: ସିରିଜ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ହାଇଦ୍ରାବାଦ,୧୨।୧୦: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ ହାଇଦ୍ରାବାଦରେ ଶନିବାର ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟି୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ସାମସନ୍‌ଙ୍କ ବିସ୍ଫୋରକ ଶତକ...

ସଞ୍ଜୁ ସାମସନଙ୍କ ଦମଦାର ଶତକ, ଗୋଟିଏ ଓଭରରେ ମାରିଲେ ୫ ଛକା

ହାଇଦ୍ରାବାଦ,୧୨।୧୦: ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ବିସ୍ମୟକର ବ୍ୟାଟିଂ କରି ବାଂଲାଦେଶକୁ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ହାଇଦ୍ରାବାଦରେ ବାଂଲାଦେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri