Posted inଖେଳ

କୋର୍ଟ ଯିବେ ଆଝାରୁଦ୍ଦିନ

ନୂଆଦିଲ୍ଲୀ,୨୧ା୪: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମର ଉତ୍ତର ଷ୍ଟାଣ୍ଡରୁ ଆଝାରୁଦ୍ଦିନଙ୍କ ନାମ ହଟାଇବାକୁ ହାଇଦ୍ରାବାଦ୍‌ କ୍ରିକେଟ୍‌ ଆସୋସିଏଶନ (ଏଚ୍‌ସିଏ)ର ଓମ୍ବୁଡସ୍‌ମ୍ୟାନ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିବା ଲାଗି ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ତେଲଙ୍ଗାନା ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ଯୋଜନା କରୁଛନ୍ତି।

ଏଚ୍‌ସିଏର ସଦସ୍ୟ ଲଡର୍‌ସ କ୍ରିକେଟ କ୍ଲବ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ଆଧାରରେ ଏଚ୍‌ସିଏର ଏଥିକ୍ସ ଅଧିକାରୀ ଥିବା ଅବସରପ୍ରାପ୍ତ ଜଷ୍ଟିସ ଭି. ଈଶ୍ୱରେୟା ଏଭଳି ନିଷ୍ପତ୍ତି ନେଇଛନ୍ତି। ଲଡର୍‌ସ କ୍ରିକେଟ କ୍ଲବ ପକ୍ଷରୁ କରାଯାଇଥିବା ଆବେଦନରେ ଦର୍ଶାଯାଇଥିଲା, ୨୦୧୯ ଡିସେମ୍ବରରେ ଷ୍ଟାଡିୟମର ଉତ୍ତର ଷ୍ଟାଣ୍ଡକୁ ଆଝାରୁଦ୍ଦିନଙ୍କ ନାମରେ ନାମିତ କରିବା ଲାଗି ନିଷ୍ପତ୍ତି ନିଆଗଲା ବେଳେ ଭାରତର ପୂର୍ବତନ ଅଧିନାୟକ ଏଚ୍‌ସିଏର ପୂର୍ବତନ ସଭାପତି ଭାବେ କାର୍ଯ୍ୟକାରୀ ପରିଷଦରେ ବସିଥିଲେ। ଏଥିଯୋଗୁ ସେ ଏଚ୍‌ସିଏର ନିୟମ ଭଙ୍ଗ କରିଥିଲେ।

ମୁଁ ନିଶ୍ଚିତ ଭାବେ ଆଇନର ବାଟ ଆପଣେଇବି ଏବଂ ଓମ୍ବୁଡସ୍‌ମ୍ୟାନଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲାଗି ହାଇକୋର୍ଟରେ ଆବେଦନ କରିବି। ଭାରତର ଅଧିନାୟକଙ୍କ ନାମ ଷ୍ଟାଣ୍ଡରୁ ହଟାଇବାକୁ ନିର୍ଦ୍ଦେଶ ଦେବା ଏକ ଲଜ୍ଜାର ବିଷୟ ବୋଲି ଆଝାରୁଦ୍ଦିନ କହିଛନ୍ତି।

ଏତଦ୍‌ବ୍ୟତୀତ ସେ ଓମ୍ବୁଡସ୍‌ମ୍ୟାନଙ୍କ ନିର୍ଦ୍ଦେଶର ବୈଧତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଆସୋସିଏଶନର ସମ୍ବିଧାନ ଅନୁଯାୟୀ, ଓମ୍ବୁଡସ୍‌ମ୍ୟାନ ବା ଏଥିକ୍ସ ଅଧିକାରୀଙ୍କ କାର୍ଯ୍ୟକାଳ ୧ ବର୍ଷ। ଏହି ଘଟଣାରେ ଓମ୍ବୁଡସ୍‌ମ୍ୟାନଙ୍କ କାର୍ଯ୍ୟକାଳ ୨୦୨୫ ଫେବୃଆରୀ ୧୮ ତାରିଖରେ ଶେଷ ହୋଇଯାଇଛି। ଏହି ତାରିଖ ପରେ ତାଙ୍କ ଦ୍ୱାରା ପାରିତ ସମସ୍ତ ନିର୍ଦ୍ଦେଶ ମୂଲ୍ୟହୀନ। ତାଙ୍କ କାର୍ଯ୍ୟକାଳରେ ବୃଦ୍ଧି କରାଯାଇ ନାହିଁ। ତାଙ୍କ କାର୍ଯ୍ୟକାଳରେ ବୃଦ୍ଧି କେବଳ ଏଜିଏମ୍‌ରେ କରାଯାଇପାରିବ, ଯାହା କି ଏପର୍ଯ୍ୟନ୍ତ ହୋଇନାହିଁ। ଏଣୁ ସେ କେଉଁ ଭଳି ନିର୍ଦ୍ଦେଶ ଜାରି କଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହିଟ୍‌ମ୍ୟାନ୍‌ଙ୍କ ଟି-ଶର୍ଟକୁ ନେଇ ବଢୁଛି ଚର୍ଚ୍ଚା: କାହାକୁ ନେଇ କଲେ ଏମିତି କଟାକ୍ଷ, ଜାଣନ୍ତୁ

ନୂଆଦିଲ୍ଲୀ,୧୦।୮: ଆଜିକାଲି ସୋସିଆଲ ମିଡିଆରେ ରୋହିତ ଶର୍ମାଙ୍କ ଏକ ଟି-ଶର୍ଟ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଲୋକମାନେ ଏହାକୁ ଅଜିତ ଅଗରକରଙ୍କ ସହ ଯୋଡ଼ି ଦେଖୁଛନ୍ତି। ସୋନି…

ପାକିସ୍ତାନକୁ ଧୂଳି ଚଟେଇଲା ଭାରତ: ଏସିଆ କପ୍‌ରେ ଏକପାଖିଆ ବିଜୟ

ନୂଆଦିଲ୍ଲୀ,୧୦।୯: କ୍ରିକେଟ୍‌ରେ ସଫଳତା ପରେ ଭାରତର ଝିଅମାନେ ଏବେ ହକିରେ ମଧ୍ୟ ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିଛନ୍ତି। ମଙ୍ଗୋଲିଆରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍‌ରେ…

୪୭ ବର୍ଷରେ କମାଲ କଲେ ଏହି ବୋଲର: କ୍ରିକେଟ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: ମାତ୍ର ୮ ବର୍ଷର କ୍ୟାରିୟର ପରେ ଇମ୍ରାନ ତାହିର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାର କିଛି ବର୍ଷ ପରେ ମଧ୍ୟ ତାଙ୍କ ସ୍ପିନ ବୋଲିଂର…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ଼ ଘୋଷଣା କଲା BCCI, ଅକ୍ଟୋବର ୬ରେ…

ନୂଆଦିଲ୍ଲୀ,୧୦।୯: ଭାରତୀୟ କ୍ରିକେଟ୍ର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆସିଛି ବଡ଼ ଖବର। ଆହତ ସମସ୍ୟା କାରଣରୁ ଦୀର୍ଘ ସମୟ ଧରି କ୍ରିକେଟରୁ ଦୂରେ…

ICC ଟି-୨୦ ରାଙ୍କିଙ୍ଗ୍‌ରେ ବୈଭବ ଚିତ୍‌ପଟାଙ୍ଗ, ଉପରକୁ ଉଠିଲେ ଏହି ଖେଳାଳି: ନାଁ ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୦।୯: ଦୁଲୀପ ଟ୍ରଫି ଫାଇନାଲ ଖେଳୁଥିବା ଭାରତର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଏହାପରେ ତୁରନ୍ତ ଦିଲ୍ଲୀରେ ଭାରତୀୟ ଦଳ ସହ ଯୋଗ ଦେବେ। ଦିଲ୍ଲୀର ଅରୁଣ…

ପ୍ରଥମଥର ପାଇଁ ବୈଭବଙ୍କ ସହ ଘଟିଲା ଏମିତି…୨୫୧ ଦିନ ଧରି ଯାହା ହୋଇନଥିଲା, ଏବେ ହେଲା!

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ଫାଇନାଲରେ ସାଉଥ ଜୋନର ପ୍ରଥମ ଇନିଂସ୍‌କୁ ୩୩୬ ରନରେ ସୀମିତ କରିବା ପରେ ଇଷ୍ଟ ଜୋନ ଦ୍ୱିତୀୟ ଇନିଂସ ଖେଳିବାକୁ ମଇଦାନକୁ ଓହ୍ଲାଇଛି।…

୭୦୦ ରନ୍‌ କରିଲେ ବି ହାରିଯିବ ତିଳକ ବର୍ମାଙ୍କ ଦଳ! ବୈଭବଙ୍କ ଦଳ ହେବ ଚାମ୍ପିଅନ, ଜାଣନ୍ତୁ ରୋଚକ ନିୟମ

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଖେଳାଯାଉଛି। ସେପ୍ଟେମ୍ବର ୬ରୁ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଆରମ୍ଭ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଟେନସନ୍‌ରେ ପଡ଼ିଲେ ଗୌତମ ଗମ୍ଭୀର! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳ ସାମ୍ନାରେ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି। ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନ କରିବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri