Posted inଖେଳ

ଇଂଲଣ୍ଡ କୋଚିଂ ଷ୍ଟାଫ୍‌ରେ ଆଝାର ମେହମୁଦ୍‌: ଇଂଲଣ୍ଡ ଟି୨୦ ଦଳ ଘୋଷିତ

ଲଣ୍ଡନ,୨୦।୮(ପି.ଟି.): ଆସନ୍ତା ୨୮ତାରିଖରୁ ଆରମ୍ଭ ହେବାକୁ ଥିବା ପାକିସ୍ତାନ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ପାଇଁ ଆୟୋଜକ ଇଂଲଣ୍ଡ ଏକ ଭିନ୍ନ ପ୍ରକାର ରଣନୀତି ଆପଣାଇଛି। ପାକିସ୍ତାନ ପୂର୍ବତନ ଅଲରାଉଣ୍ଡର ଅଝାର ମେହମୁଦ୍‌ଙ୍କୁ ଇଂଲଣ୍ଡ ତା’ର କୋଚିଂ ଷ୍ଟାଫ୍‌ରେ ସାମିଲ କରିଛି। ଏଥି ସହିତ ଇଂଲଣ୍ଡ ମଧ୍ୟ ଏହି ସିରିଜ ପାଇଁ ଏକ ୧୪ ଜଣିଆ ଦଳ ଘୋଷଣା କରିଛି।
ମେହମୁଦ୍‌ ଏବେ ଜଣେ ବ୍ରିଟିଶ ନାଗରିକ। ଗତବର୍ଷ ସେ କୋଚ୍‌ ମକି ଆର୍ଥରଙ୍କ ତତ୍ତ୍ୱାବଧାନରେ ପାକିସ୍ତାନ କୋଚିଂ ଷ୍ଟାଫ୍‌ର ସଦସ୍ୟ ଥିଲେ। ଇଂଲଣ୍ଡ ଆସିଷ୍ଟାଣ୍ଟ କୋଚ୍‌ ଗ୍ରାହାମ ଥୋର୍ପେ ଏହି ସିରିଜରେ କ୍ରିସ୍‌ ସିଲଭରଉଡ୍‌ଙ୍କ ସ୍ଥାନରେ ମୁଖ୍ୟ କୋଚ୍‌ର ଦାୟିତ୍ୱ ତୁଲାଇବେ। ସିଲଭରଉଡ୍‌ଙ୍କୁ ଏବେ ବିଶ୍ରାମ ଦିଆଯାଇଛି। ପଲ କଲିଂଉଡ୍‌ ଆସିଷ୍ଟାଣ୍ଟ କୋଚ୍‌ ଭାବେ ତାଙ୍କ ସହଯୋଗ କରିବେ। ତେବେ ୪୫ ବର୍ଷୀୟ ଆଝାର ମେହମୁଦ୍‌ ଇଂଲଣ୍ଡ ବୋଲିଂ କୋଚ୍‌ ଜନ ଲୁଇସ୍‌ଙ୍କୁ ସହାୟତା ପ୍ରଦାନ କରିବେ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ତରଫରୁ ମଙ୍ଗଳବାର ସୂଚନା ଦିଆଯାଇଛି। ପୂର୍ବତନ ଓପନର ମାର୍କସ ଟ୍ରେସ୍କୋଥିକ୍‌ ବ୍ୟାଟିଂ କୋଚ୍‌ର ଦାୟିତ୍ୱ ତୁଲାଇବେ। ପୂର୍ବତନ ଏସେକ୍ସ ଉଇକେଟକିପର ଜେମ୍ସ ଫୋଷ୍ଟର ସିରିଜ୍‌ରେ ଉଇକେଟକିପିଂ କୋଚ୍‌ ଭାବେ ଦାୟିତ୍ୱ ନିର୍ବାହ କରିବେ।
ଏହି ସିରିଜ ପାଇଁ ଇଂଲଣ୍ଡ ଇଅନ ମୋର୍ଗାନ୍‌ଙ୍କ ନେତୃତ୍ୱରେ ଏକ ଶକ୍ତିଶାଳୀ ୧୪ ଜଣିଆ ଦଳ ଘୋଷଣା କରିଛି। ଆୟର୍ଲାଣ୍ଡ ବିପକ୍ଷରେ ଦୁର୍ବଳ ପ୍ରଦର୍ଶନ ପାଇଁ ଦଳରୁ ଜେମ୍ସ ଭିନ୍ସଙ୍କୁ ଦଳରୁ ବାଦ୍‌ ଦିଆଯାଇଛି ଓ ତାଙ୍କ ସ୍ଥାନରେ ଡେଭିଡ ମଲାନଙ୍କୁ ସାମିଲ କରାଯାଇଛି। ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଜୈବ ସୁରକ୍ଷିତ ପରିବେଶରେ ଥିବା ଖେଳାଳିଙ୍କୁ ଏହି ଦଳରେ ସାମିଲ କରାଯାଇ ନାହିଁ ବୋଲି ଇଂଲଣ୍ଡ ଜାତୀୟ ଚୟନକର୍ତ୍ତା ଏଡ୍‌ ସ୍ମିଥ୍‌ କହିଛନ୍ତି। ଏକାଧିକ ଫର୍ମାଟ୍‌ରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଅଧିକ ସୁଯୋଗ ଦେବାକୁ ଚାହୁଁଛୁ ଓ ପ୍ରତ୍ୟେକ ସିରିଜ ପାଇଁ ଏକ ଶକ୍ତିଶାଳୀ ଦଳ ଚୟନ ଉପରେ ଗୁରୁତ୍ୱ ଦେଉଛୁ । ଆଗକୁ ଖେଳାଯିବକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ପାଇଁ ପରେ ଦଳ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ପାକିସ୍ତାନ ବିପକ୍ଷରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଟି୨୦ ମ୍ୟାଚ୍‌ ଯଥାକ୍ରମେ ଅଗଷ୍ଟ ୨୮, ୩୦ ଓ ସେପ୍ଟେମ୍ବର ୧ରେ ଖେଳାଯିବ।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲୀ, ଜୋନଥନ ବେୟାରଷ୍ଟୋ, ଟମ୍‌ ବାଣ୍ଟନ, ସାମ୍‌ ବିଲିଙ୍ଗ୍ସ, ଟମ୍‌ କୁରାନ, ଜୋନ ଡେନ୍‌ଲି, ଲୁଇସ୍‌ ଗ୍ରେଗୋରି, କ୍ରିସ୍‌ ଜୋର୍ଡାନ, ସାକିବ୍‌ ମେହମୁଦ, ଡଓ୍ବେିଡ୍‌ ମଲାନ, ଆଦିଲ ରସିଦ୍‌, ଜାସନ ରଏ ଓ ଡେଭିଡ୍‌ ଓ୍ବିଲି।
ରିଜର୍ଭ ଖେଳାଳି: ପ୍ୟାଟ୍‌ ବ୍ରାଉନ୍‌, ଲିଆମ ଲିଭିଙ୍ଗଉଡ୍‌, ରିସି ଟପ୍‌ଲି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?