ଆଜାଦ୍‌ଙ୍କ ଯୋଜନା

୧୯୪୬ରେ କଂଗ୍ରେସ ଅଧ୍ୟକ୍ଷ ଭାବରେ ଅବୁଲ କଲାମ ଆଜାଦ୍‌ ସିଦ୍ଧାନ୍ତ ନେଇଥିଲେ ଯେ ଅବିଭକ୍ତ ଭାରତରେ ସମ୍ବିଧାନ ସଂଘୀୟ ହେବା ଆବଶ୍ୟକ। ଅର୍ଥାତ୍‌ ଜାତୀୟ ଏକତାକୁ ସମ୍ବୋଧନ କଲାବେଳେ ଯଥାସମ୍ଭବ ବିଷୟଗୁଡ଼ିକରେ ପ୍ରଦେଶକୁ ସମ୍ପୂର୍ଣ୍ଣ ସ୍ବତନ୍ତ୍ରତା ପ୍ରଦାନ କରିବା ଉଚିତ ବୋଲି ସେ ବୁଝାଇଥିଲେ। ସଂଘୀୟବାଦ ହେବ ପ୍ରଦେଶଗୁଡ଼ିର ସ୍ବାୟତ୍ତତାର ମୂଳ ଏବଂ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗକୁ ସଂଘୀୟ ସରକାର ବାଧ୍ୟତାମୂଳକ ଭାବେ ନିୟନ୍ତ୍ରଣ କରିବେ। ତେବେ ପ୍ରଦେଶଗୁଡ଼ିକ ପାଇଁ ଯାହା ରହିଲା ତାହା ହେଉଛି ରାଜ୍ୟଗୁଡ଼ିକର ସଂରକ୍ଷଣ ଯାହାକୁ ପାରସ୍ପରିକ ସହମତିରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ବାଣ୍ଟିହେବ। ଆଜାଦ୍‌ ଲେଖିଛନ୍ତି, ଭାରତରେ ତାଙ୍କ ଯୋଜନାର ବାସ୍ତବତା ଥିବା ଉପଲବ୍ଧି କରିଥିଲେ। ତେବେ ଅଧ୍ୟକ୍ଷ ଭାବରେ ଏ ସମ୍ପର୍କରେ କଂଗ୍ରେସର ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରିବାକୁ ତାଙ୍କର ସମ୍ପୂର୍ଣ୍ଣ କ୍ଷମତା ଥିଲେ ମଧ୍ୟ ସେ ତାହା କରି ନ ଥିଲେ। ସେ ଶନିବାର ୬ ଏପ୍ରିଲ ୧୯୪୬ରେ କ୍ୟାବିନେଟ୍‌ ମିଶନଙ୍କୁ ଭେଟିଲେ ଏବଂ ତା’ପର ଶୁକ୍ରବାର ଅର୍ଥାତ୍‌ ଏପ୍ରିଲ ୧୨ରେ କଂଗ୍ରେସ କାର୍ଯ୍ୟକାରୀ କମିଟିକୁ ସୂଚନା ଦେଇଥିଲେ। ଏଥିରେ ଆଜାଦ୍‌ ଲେଖିଥିଲେ , ସେ ତାଙ୍କ ଯୋଜନା ସମ୍ପର୍କରେ ସେମାନଙ୍କୁ ବିଶେଷକରି ଗାନ୍ଧିଜୀଙ୍କୁ ଭଲ ଭାବେ ଅବଗତ କରିଥିଲେ, ଯିଏ କି ଏଥିରେ ସମ୍ପୂର୍ଣ୍ଣ ସହମତ ଥିଲେ। ସର୍ଦ୍ଦାର ପଟେଲ ପଚାରିଥିଲେ ଯେ, ବିତ୍ତୀୟ ଏବଂ ମୁଦ୍ରା କ୍ଷେତ୍ରରେ କ’ଣ ହେବ। ଆଜାଦ୍‌ଙ୍କ ତରଫରୁ ଗାନ୍ଧିଜୀ ଉତ୍ତର ଦେଇଥିଲେ, ଏହିସବୁ ବିଷୟରେ ରାଜ୍ୟଗୁଡ଼ିକ ଏକୀକୃତ ନୀତି ନ ଚାହିଁବାର କୌଣସି କାରଣ ନାହିଁ। ନେହେରୁ ଯାହା କହିଛନ୍ତି ତାହାକୁ ଆଜାଦ୍‌ ତାଙ୍କ ପୁସ୍ତକରେ ଉଲ୍ଲେଖ କରିନାହାନ୍ତି। ୩ ଦିନ ପରେ ଅର୍ଥାତ୍‌ ଏପ୍ରିଲ ୧୫ରେ ଆଜାଦ୍‌ ଏକ ବିବୃତି ଜାରି କରିଥିଲେ। ଏହାର ଅଧିକାଂଶ ଭାଗରେ ସେ ପାକିସ୍ତାନ ଦାବିକୁ ପ୍ରତ୍ୟାଖ୍ୟାନ କରିବାକୁ ଚେଷ୍ଟା କରିଥିଲେ ଏବଂ ଏହା ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇଥିଲେ। ହିନ୍ଦୁଙ୍କ ପ୍ରାଧାନ୍ୟ ଥିବା ଏକ କେନ୍ଦ୍ରରେ ମୁସଲମାନବହୁଳ ଅଞ୍ଚଳର ବିରୋଧ ଭୟକୁ ଆଞ୍ଚଳିକ ସ୍ବାୟତତ୍ତା ମାଧ୍ୟମରେ ସେ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ତାଙ୍କ ପାଖରେ ଦୁଇଟି ବିଷୟର ତାଲିକା ଥିଲା। ଗୋଟିଏ କେନ୍ଦ୍ର ପାଇଁ ବାଧ୍ୟତାମୂଳକ ହୋଇଥିବାବେଳେ ଅନ୍ୟଟି ଇଚ୍ଛାଧୀନ, ଯାହା ପ୍ରଦେଶ କେନ୍ଦ୍ରକୁ ଦେବା ପାଇଁ ବାଛିପାରେ। ସେ ସତର୍କ କରିଦେଇଥିଲେ ଯେ, ଉଭୟ ସାର୍ବଭୌମ ଦେଶ ଓ ଦୁଇଟି ଦେଶ ଗଠନ ଲକ୍ଷ୍ୟ ବିଫଳ ହେବ। ଆଜାଦ୍‌ ଲେଖିଛନ୍ତି, ସାର୍ବଭୌମ ଦେଶ ଭାବେ ଭାରତ ବିଫଳହେବ, କାରଣ ବିଭାଜିତ ଭାରତରେ ଅଧିକ ସଂଖ୍ୟକ ମୁସଲମାନ ରହିଯିବେ। ତେବେ ଏ ବିଷୟରେ ସେ ଆଉ ଅଧିକ କିଛି କହିନାହାନ୍ତି। ଯେଉଁମାନେ ସାମ୍ପ୍ରଦାୟିକ ତିକ୍ତତା ଏବଂ ପ୍ରଭେଦ ବିଷୟକୁ ଭାରତୀୟ ଜୀବନର ଏକ କ୍ଷଣସ୍ଥାୟୀ ପର୍ଯ୍ୟାୟ ଭାବରେ ବିବେଚନା କରୁଛନ୍ତି ସେମାନଙ୍କ ମଧ୍ୟରୁ ମୁଁ ମଧ୍ୟ ଜଣେ ବୋଲି ସେ ଉଲ୍ଲେଖ କରିଥିଲେ।
ବ୍ରିଟିଶମାନେ ୧ ମାସ ପରେ ଅର୍ଥାତ୍‌ ୧୬ ମେ’ରେ କ୍ୟାବିନେଟ୍‌ ମିଶନ ଯୋଜନା ପ୍ରକାଶ କରିଥିଲେ। ଆଜାଦ୍‌ଙ୍କ ଯୋଜନାଠାରୁ ଏଥିରେ ଅଧିକ କିଛି ଭିନ୍ନତା ନ ଥିଲା। ପ୍ରଦେଶ କିମ୍ବା ରାଜ୍ୟସ୍ତରୀୟ ସ୍ବାୟତ୍ତତା ପରିବର୍ତ୍ତେ ଏଥିରେ ଆଞ୍ଚଳିକ ସ୍ବାୟତ୍ତତାକୁ ଦର୍ଶାଯାଇ ଥିଲା। ସ୍ଥାନୀୟ ସଂଖ୍ୟାଗରିଷ୍ଠତାକୁ ପ୍ରତିଫଳିତ କରିବା ପାଇଁ ଭାରତକୁ ୩ଭାଗରେ ବିଭକ୍ତ କରାଯିବ (ଯାହା ଏବକାର ପାକିସ୍ତାନ, ଭାରତ ଏବଂ ବାଂଲାଦେଶ) ଏବଂ ଏହି ତିନୋଟି ଭାଗରେ ଏକ କେନ୍ଦ୍ର ଅଧୀନରେ ପ୍ରାଦେଶିକ ସ୍ବାଧୀନତା ରହିବ। କେନ୍ଦ୍ରକୁ ଦିଆଯାଇଥିବା କ୍ଷମତା ବ୍ୟତୀତ ପ୍ରିନ୍ସଲେ ଷ୍ଟେଟ୍‌ଗୁଡ଼ିକର ସ୍ବାଧୀନତା ବଜାୟ ରହିବ। କଂଗ୍ରେସ ଏହି ପ୍ରସ୍ତାବକୁ ଗ୍ରହଣ କରିବା ଉଚିତ ବୋଲି ଆଜାଦ୍‌ ଅନୁଭବ କରିଥିଲେ। ଜିନ୍ନା ପ୍ରଥମେ ଏହାକୁ ବିରୋଧ କରିଥିଲେ, କାରଣ ପାକିସ୍ତାନ ଦାବି ପାଇଁ ବହୁ ଆଗକୁ ଚାଲିଯାଇଥିଲେ ବୋଲି ସେ ଲେଖିଛନ୍ତି। କିନ୍ତୁ ଆଜାଦ୍‌ ଅନୁଭବ କରିଥିଲେ, ଜିନ୍ନା ଉତ୍ତମ ସର୍ତ୍ତାବଳୀର ବୁଝାମଣା କରିପାରିବେ ନାହିଁ ଏବଂ ତଥାପି ତାଙ୍କ ପରାମର୍ଶରେ ମୁସ୍‌ଲିମ ଲିଗ୍‌ ପରିଷଦ କ୍ୟାବିନେଟ୍‌ ମିଶନ ଯୋଜନା ସପକ୍ଷରେ ଭୋଟ ଦେଲା। ୧୬ ଜୁନ୍‌ରେ କଂଗ୍ରେସ କାର୍ଯ୍ୟକାରୀ କମିଟି ମଧ୍ୟ ଏହି ଯୋଜନାକୁ ସମର୍ଥନ କରିଥିଲା। ଆଜାଦ୍‌ ଲେଖିଛନ୍ତି, ଉଭୟ କଂଗ୍ରେସ ଏବଂ ମୁସ୍‌ଲିମ ଲିଗ୍‌ ଦ୍ୱାରା କ୍ୟାବିନେଟ୍‌ ମିଶନ ଯୋଜନା ଗ୍ରହଣ ହେବା ଭାରତର ସ୍ବାଧୀନତା ସଂଗ୍ରାମ ଇତିହାସରେ ଏକ ଗୌରବମୟ ଘଟଣା। ଅର୍ଥାତ୍‌ ଭାରତୀୟ ସ୍ବଧୀନତାର କଠିନ ପ୍ରଶ୍ନ ହିଂସା ଏବଂ ବିବାଦର ପଦ୍ଧତି ଦ୍ୱାରା ନୁହେଁ ବରଂ ବୁଝାମଣା ଏବଂ ଚୁକ୍ତି ଦ୍ୱାରା ସମାଧାନ ହୋଇଥିଲା। ଏହା ମଧ୍ୟ ମନେହେଉଥିଲା ଯେ, ଶେଷରେ ସାମ୍ପ୍ରଦାୟିକ ଅସୁବିଧାଗୁଡ଼ିକ ପଛରେ ରହିଯିବ। ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ଭାବନା ରହିଥିଲା ଏବଂ ସ୍ବାଧୀନତା ଦାବିରେ ସମସ୍ତ ଲୋକ ଏକଜୁଟ ହୋଇଥିଲେ। ୭ ଜୁଲାଇରେ ଏଆଇସିସି ଏହାକୁ ସମର୍ଥନକଲା। ଆମେ ଖୁସି ହେଲୁ, କିନ୍ତୁ ସେତେବେଳେ ଜାଣି ନ ଥିଲୁ ଯେ ଆମର ଆନନ୍ଦ କ୍ଷଣସ୍ଥାୟୀ ଥିଲା ଏବଂ ତିକ୍ତ ନିରାଶା ଆମକୁ ଅପେକ୍ଷା କରିଥିଲା। ସେହି ମାସରେ କଂଗ୍ରେସ ଅଧ୍ୟକ୍ଷଙ୍କ ଉପରେ ପ୍ରଶ୍ନ ଉଠିଲା। ଆଜାଦ୍‌ ୧୯୩୯ରେ ୧ ବର୍ଷ ପାଇଁ ନିର୍ବାଚିତ ହୋଇଥିଲେ ମଧ୍ୟ ୧୯୪୬ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ। କାରଣ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବା ପରେ କଂଗ୍ରେସ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ଏବଂ ଏହାର ଅନେକ ନେତା ଜେଲରେ ଥିଲେ। ସେ ପ୍ରତିଦ୍ୱନ୍ଦ୍ୱିତା ନ କରି ପଟେଲଙ୍କ ବଦଳରେ ନେହେରୁଙ୍କୁ ପଦବୀ ଛାଡ଼ିବକୁ ପସନ୍ଦ କରିଥିଲେ, ଯାହା ପାଇଁ ତାଙ୍କୁ ଅନୁତାପ କରିବାକୁ ପଡ଼ିଛି। ଆଜାଦ୍‌ଙ୍କ ଯୋଜନାକୁ ପଟେଲ ଭଲଭାବେ ଦେଖିଥାନ୍ତେ, କିନ୍ତୁ ନେହେରୁ, ଆଜାଦ୍‌ଙ୍କ ମତରେ,ଜିନ୍ନାଙ୍କୁ ଗଡ଼ବଡ଼ କରିବାର ସୁଯୋଗ ଦେଇଥିଲେ। ଜୁଲାଇ ୧୦ରେ ଏକ ସାମ୍ବାଦିକ ସମ୍ମିଳନୀରେ ନେହେରୁ କହିଥିଲେ, କ୍ୟାବିନେଟ୍‌ ମିଶନ ଯୋଜନାକୁ ନେଇ କଂଗ୍ରେସ ଅସନ୍ତୁଷ୍ଟ ଏବଂ ଏହା ସଂଖ୍ୟାଗରିଷ୍ଠତା ହାସଲ କରିଥିବା ସାମ୍ବିଧାନିକ ସଭାରେ ଯାହା ଚାହିଁବ ତାହା କରିପାରିବ। ପରେ ଏହି ସୁଯୋଗରେ ଜୁଲାଇ ୨୭ରେ ଜିନ୍ନାଙ୍କ ନେତୃତ୍ୱରେ ମୁସ୍‌ଲିମ୍‌ ଲିଗ୍‌ କାଉନସିଲ ବୈଠକ ହୋଇଥିଲା ଏବଂ କ୍ୟାବିନେଟ୍‌ ମିଶନ ଯୋଜନାକୁ ପ୍ରତ୍ୟାଖ୍ୟାନକରି ପାକିସ୍ତାନ ପାଇଁ ଏହାର ଦାବିକୁ ଦୋହରାଇଥିଲା। ଏହା ପରେ କ’ଣ ଘଟିଛି ଆମେ ଜାଣୁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri