କାମ କରୁନି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀଙ୍କ ଦାବି

କେସିଙ୍ଗା ତା ୧୦।୮,( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଷ୍ଟିକୁଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଶିରୋଲ ଗ୍ରାମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପଛ ପଟେ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର(ଉପ ସ୍ବାସ୍ଥ୍ୟ କେନ୍ଦ୍ର) ନିର୍ମାଣ କାର୍ଯ୍ୟ ସରିଛି। ବିଲ୍ଡିଂର ରଙ୍ଗ ବୋଲାଠାରୁ କବାଟ,ଝରକା ସବୁ କାମ ମଧ୍ୟ ଶେଷ ହୋଇଛି। କିନ୍ତୁ ବିଦ୍ୟୁତ ସଂଯୋଗ ଏପର୍ଯ୍ୟନ୍ତ ହୋଇ ନାହିଁ। ଶିରୋଲ ଗ୍ରାମ ପଞ୍ଚାୟତରେ ପ୍ରଥମ କରି ଏହି ନୂତନ ଉପସ୍ବାସ୍ଥ୍ୟ କେନ୍ଦ୍ର ଖୋଲା ଯାଇଛି। ଏହା ଦ୍ୱାରା ଗରିବ ଓ ସାଧାରଣ ଲୋକଙ୍କ ପାଇଁ ବିନା ମୂଲ୍ୟରେ ଉପଯୁକ୍ତ ଚିକିତ୍ସା ପାଇବା ପାଇଁ ସୁବିଧା ବ୍ୟବସ୍ଥା କରାଯାଇଛି। ଏହି କେନ୍ଦ୍ରଟି ୩୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିନା ସୂଚନା ଫଳକରେ ନିର୍ମାଣ ହୋଇଛି। ଏହା ୧୫ ଅର୍ଥ ଦଶ କମିଶନ ଯୋଜନା ପକ୍ଷରୁ ନିର୍ମାଣ କରାଯାଇଛି। କେସିଙ୍ଗାର ଜଣେ ଠିକାଦାରଙ୍କ ଦାରା ନିର୍ମାଣ କାରାଯାଇଛି।
ନିର୍ମାଣ ହୋଇ ଆଜକୁ ପ୍ରାୟ ୫ମାସରୁ ଉଦ୍ଧର୍‌ବ ହେଲାଣି କାର୍ଯ୍ୟ କାରୀ କାରାଯାଉ ନାହିଁ । ଏହି କେନ୍ଦ୍ରଟି ଉଦଘାଟନ କଲେ ପ୍ରାଥମିକ ଚିକିତ୍ସା ପାଇଁ ପଞ୍ଚାୟତର ଶିରୋଲ, ପୋଢ଼ଖମ୍ବ, ମାଝୀପଡା, ସାହୁପଡା, ଡୁମେର ମୁଣ୍ଡା, ଆଦି ଗ୍ରାମର ଗରିବ ଶ୍ରେଣୀର ଲୋକମାନେ ଚିକିତ୍ସା ପାଇଁ ଉପକୃତ ହୋଇପାରନ୍ତେ। କିନ୍ତୁ ଗରିବ ଶ୍ରେଣୀର ଲୋକମାନେ କେସିଙ୍ଗା, ଭବାନୀପାଟଣାକୁ ଯାଇ ହଇରାଣ ହେବା ସହ ଅଧିକ ଖର୍ଚ୍ଚରେ ପଡୁଛନ୍ତି। ବର୍ତ୍ତମାନ ବର୍ଷା ଋତୁ ଲାଗି ରହିଛି । ଗରିବ ଶ୍ରେଣୀର ଲୋକେ ଋତୁକାଳୀନ ଜର, କାଶ, ଶର୍ଦ୍ଦିରେ ପୀଡ଼ିତ ହେଉଛନ୍ତି । ଏଣୁ ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ତୁରନ୍ତ ଉଦଘାଟନ କରାଗଲେ ଲୋକେ ଚିକିତ୍ସାରୁ ଲାଭ ଉଠାଇ ପାରନ୍ତେ ବୋଲି ଲୋକେ ଦାବି କରୁଛନ୍ତି। ଏ ସଂକ୍ରାନ୍ତରେ ଦାଇତ୍ୟରେ ଥିବା କନିଷ୍ଠ ଯନ୍ତ୍ରୀ ଭୁବନ ଭୋଇଙ୍କୁ ପଚାରିବାରୁ ବିଲ୍ଡିଂ କାମ ସମ୍ପୂର୍ଣ୍ଣ ହୋଇ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି ବୋଲି କହିଥିଲେ। ଏ ନେଇ ପାଷ୍ଟିକୁଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଅବିନାଶ ପ୍ରଧାନଙ୍କୁ ବୁଝିବାରୁ ଏହା ହ୍ୟାଣ୍ଡଓଭର ହୋଇନାହିଁ ବୋଲି କହିଛନ୍ତି। ଏହାସହ ବିଜୁଳି ସଂଯୋଗ ବି ବାକି ଅଛି। ଅଞ୍ଚଳରେ ଆଉ କେତୋଟି କେନ୍ଦ୍ର କାମ ଚାଲୁଛି, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଆସିନି । କାମ ସବୁ ସମ୍ପୂର୍ଣ୍ଣ ହେଲେ ଭରଚୁଆଲ ମାଧ୍ୟମରେ ଏକା ସାଙ୍ଗରେ ଉଦଘାଟନ କରାଯିବ ବୋଲି ସେ କହିଥିଲେ । ସେହିପରି କେସିଙ୍ଗା ବ୍ଲକର ବୋରିଆ ଗ୍ରାମରେ ମଧ୍ୟ ଏହିଭଳି ଅବସ୍ଥା ଦେଖିବା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହେମନ୍ତ ସୋରେନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି, ଜାଣନ୍ତୁ ପୋଷ୍ଟ ଶେୟାର କରି କ’ଣ ଲେଖିଲେ

ନୂଆଦିଲ୍ଲୀ,୧୦।୮: ଝାଡ଼ଖଣ୍ଡରେ ଛାତ୍ରମାନେ ବର୍ତ୍ତମାନ ବିଶାଳ ପ୍ରତିବାଦ କରୁଛନ୍ତି, ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ବିରୋଧ କରି ଅନେକ ଲୋକ ଅନଶନ କରୁଛନ୍ତି। ଏହି ଆନ୍ଦୋଳନ ଅନେକ…

୧୩ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ପୋଲିସକୁ ଦେଖି ଡ୍ରାଇଭର…

ଅମରପାଲି,୧୦ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ପୋଲିସକୁ ମିଳିଛି ବଡ଼ ସଫଳତା। ଏକ କଣ୍ଟେନରରୁ ୧୨ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୩…

ଚୋରି ହୋଇଥିବା ଘରୁ ପୁଣି ଚୋରି

କେସିଙ୍ଗା,୧୦।୮,(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା କଲେଜ ରୋଡ଼ ମୁହାଣ ଥିବା ସୁବାଷ ଅଗ୍ରୱାଲଙ୍କ ଘରୁ ଗତ ଦୁଇ ବର୍ଷ ତଳେ ପ୍ରାୟ ଲକ୍ଷ୍ୟାଧିକ ଟଙ୍କା ସୁନା…

ଧାନବିକ୍ରି ପଞ୍ଜୀକରଣ ଆରମ୍ଭରୁ ଏଗ୍ରିଷ୍ଟାକ କଟକଣାକୁ ବିରୋଧ, ସବୁଠି ତେଜିଲା ଚାଷୀ ଅସନ୍ତୋଷ, ଆଜି ହେବ…

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ନେଇ ରାଜ୍ୟ ସରକାର ଦିନକୁ ଦିନ ଗୋଟିଏ ପରେ ଗୋଟିଏ ନିୟମ ଲାଗୁ କରୁଛନ୍ତି। ଏଥିପାଇଁ ପ୍ରତି ୬ମାସରେ ଥରେ ଚାଷୀ ପଞ୍ଜୀକରଣ…

JPSC ପରୀକ୍ଷା ହେରଫେର ମାମଲାରେ EDର ଏଣ୍ଟ୍ରି; ଆସୁ ଆସୁ ନେଲା ବଡ଼ ଆକ୍ସନ

ନୂଆଦିଲ୍ଲୀ,୧୦।୮: ଝାଡ଼ଖଣ୍ଡରେ JPSCର 14ତମ ପ୍ରିଲିମିନାରୀ ଟେଷ୍ଟ (PT) ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ପରୀକ୍ଷାରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପଦକ୍ଷେପ ନେଇଛି।…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ଝାଡ଼ଖଣ୍ଡ ବିଧାନସଭା ଘେରାଓ ପୂର୍ବରୁ ରାଞ୍ଚିରେ କଡ଼ା ହେଲା ସୁରକ୍ଷା ବ୍ୟବସ୍ଥା

ରାଞ୍ଚି,୧୦।୮: ଛାତ୍ରଙ୍କ ପ୍ରତିବାଦ ଏବଂ ବିଧାନସଭା ଘେରାଉ ଡାକରା ପରେ, ବିଧାନସଭାକୁ ଯାଉଥିବା ରାସ୍ତାରେ ସୁରକ୍ଷା ବଳୟ ସ୍ଥାପନ କରାଯାଇଛି, ଯାହା ଫଳରେ ବିକ୍ଷୋଭକାରୀମାନେ ସେହି ସ୍ଥାନରେ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri