ଅପସ୍ମାରର ଆୟୁର୍ବେଦୀୟ ଉପଚାର

ସାରା ବିଶ୍ୱରେ ମାନବ ସଭ୍ୟତା ସୃଷ୍ଟି ହେବା ଦିନଠାରୁ ବିଭିନ୍ନ ଋତୁଚକ୍ର ଓ ଜଳବାୟୁ ପରିବର୍ତ୍ତନ ହେତୁ ମନୁଷ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି, ଯାହା କି ବିଭିନ୍ନ ଦେଶର ଋତୁ ପରିବର୍ତ୍ତନକୁ ନେଇ ହୋଇଥାଏ । ଏମିତି କେତେକ ଜଟିଳ ତଥା ମାରାତ୍ମକ ରୋଗ ରହିଛି, ଯାହା କି ବିଶ୍ୱର କୋଣାନୁକୋଣେ ପରିଲକ୍ଷିତ ହୋଇଥାଏ। ସେଥିମଧ୍ୟରୁ ଅପସ୍ମାର(Epilepsy)ବିଶ୍ୱର ସବୁଦେଶରେ ଦେଖାଦେଇଥାଏ।  ଏହାକୁ ଆୟୁର୍ବେଦ ମତରେ ‘ମୃଗୀରୋଗ’ ବା ଲୋକ ମତରେ ‘ବାତ ମାରିବା’, ‘ମୂର୍ଚ୍ଛା ହୋଇଯିବା’ ଜ୍ଞାନ ଶୂନ୍ୟ ବା ଅଚେତ ହୋଇଯିବାକୁ ‘ଫିଟ୍ସ’ ବୋଲି କୁହାଯାଇଥାଏ। ଛୋଟ ଶିଶୁଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଅପସ୍ମାର ଲକ୍ଷଣ ଦେଖାଦେବାର ଆଶଙ୍କା ଥାଏ।

ଆୟୁର୍ବେଦୀୟ ଚିକିତ୍ସା ପ୍ରଣାଳୀ
ଅପସ୍ମାର ରୋଗର ଚିକିତ୍ସା ନିମନ୍ତେ ଅଶ୍ୱଗନ୍ଧାରିଷ୍ଟ, ବ୍ରାହ୍ମୀ ଘୃତ, ମହାମୃତ୍ୟୁଞ୍ଜୟ ରସ, ବାତକୁଳାନ୍ତକ ରସ, ଯୋଗେନ୍ଦ୍ର ରସ, କଲ୍ୟାଣକ ଘୃତ ଆଦି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବ୍ୟବହାର କରିବା ଉଚିତ । ବ୍ରାହ୍ମୀ ଘୃତ, ପଞ୍ଚଗବ୍ୟ ଘୃତ, ଶିବା ଘୃତ ମଧ୍ୟରୁ ଯେକୌଣସି ଗୋଟିଏ ପ୍ରକାରର ଘୃତରୁ ଏକ ଚାମଚ ଗାଈ କ୍ଷୀର ସହ ଦୁଇଥର ଖାଇବା ଉଚିତ। ଅଶ୍ୱଗନ୍ଧାରିଷ୍ଟ, ଦଶମୂଳାରିଷ୍ଟ ୧୦ଏମଏଲ ଲେଖାଏ ସମପରିମାଣ ଜଳ ମିଶାଇ ଦିନରେ ଦୁଇଥର ସେବନ କରିବା ଉଚିତ। ଏତଦ୍‌ ସହ ‘ନସ୍ୟ’ କର୍ମ ଅର୍ଥାତ ଗାଈ ଘିଅକୁ ଉଷୁମ କରି ଦୁଇରୁ ତିନି ଟୋପା ଦିନରେ ଥରେ କିମ୍ବା ଦୁଇଥର ନାକରେ ପକାଇବା ଦ୍ୱାରା ଅପସ୍ମାରକୁ ପ୍ରତିରୋଧ କରିବାରେ ଭଲ ଫଳ ମିଳିଥାଏ। ଅପସ୍ମାର ରୋଗର ସମସ୍ତ ଚିକିତ୍ସା ଅଭିଜ୍ଞ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶରେ କରିବା ଉଚିତ; ଯଦ୍ଦ୍ବାରା ରୋଗୀର ଯନ୍ତ୍ରଣା ଉପଶମ ହେବାସହ ରୋଗକୁ ନିୟନ୍ତ୍ରଣରେ ରଖା ଯାଇପାରିବ। ସାଧାରଣତଃ ଯୋଗ କରିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ତରରେ ଶାନ୍ତି ମିଳିବା, ଅବସାଦ ଦୂର ହେବା ସହ ଅପସ୍ମାର ରୋଗ ପ୍ରତିରୋଧରେ ସହାୟକ ହୋଇଥାଏ। ଏହାବ୍ୟତୀତ ଆକ୍ୟୁପଙ୍କ୍‌ଚର ଚିକିତ୍ସା ଆପଣେଇ ପାରନ୍ତି। ଅପସ୍ମାର ରୋଗୀର ପାଦରେ ଓ ମୁଣ୍ଡରେ ରାଶି ତେଲ ମାଲିସ କରିବା ଦରକାର। ଶରୀରର ନିର୍ଦ୍ଦିଷ୍ଟ ମର୍ମ ସ୍ଥାନରେ ଚାପ ଦିଅନ୍ତୁ। ଆକ୍ୟୁପଙ୍କ୍‌ଚର ଚିକିତ୍ସା ଦ୍ୱାରା ଅପସ୍ମାର ରୋଗୀ ସଂଜ୍ଞା ହୀନରୁ ଚେତା ଫେରାଇବା ସହଜ ହୋଇଥାଏ। ରୋଗୀର ନାକ ତଳର ମଧ୍ୟ ଭାଗ, ପାଦତଳ ଭାଗର ବୁଢା ଅଙ୍ଗୁଳି ଓ ତା’ର ପାଖ ଅଙ୍ଗୁଳିର ମଧ୍ୟଭାଗ ଏବଂ କାନର ନିମ୍ନ ଭାଗର କୋମଳ ସ୍ଥାନକୁ ଚାପଦେବା ବା ଦବାଇବା ଦ୍ୱାରା ଯନ୍ତ୍ରଣା ପାଉଥିବା ଅପସ୍ମାର ରୋଗୀକୁ ତୁରନ୍ତ ଉପଶମ ମିଳିବା ସହ ଚେତା ଫେରିବାରେ ସହାୟକ ହୋଇଥାଏ।

ସତର୍କତା: ଅପସ୍ମାର ରୋଗୀ ନଦୀ, ପୁଷ୍କରଣୀ କିମ୍ବା ଜଳାଶୟରେ ସ୍ନାନ କରିବା, ଯାନବାହନ ଚଳାଇବା, ଏକାକୀ କୌଣସି ସ୍ଥାନକୁ ଯିବା, ସୁଇମିଂ ପୁଲରେ ଭ୍ରମଣ କରିବା ଉଚିତ ନୁହେଁ, କାରଣ ଜୀବନ ହାନି ହେବାର ଆଶଙ୍କା ରହିଥାଏ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,
ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri