Posted inଜାତୀୟ

ଅଯୋଧ୍ୟା ଆନ୍ଦୋଳନକୁ ପ୍ରଥମେ ଉତ୍ସାହିତ କରିଥିଲା କଂଗ୍ରେସ

ନୂଆଦିଲ୍ଲୀ, ୩।୧୨(ପି.ଟି.): ଅଯୋଧ୍ୟା ଆନ୍ଦୋଳନକୁ ପ୍ରୋତ୍ସାହିତ କରିବାରେ କଂଗ୍ରେସ ପ୍ରଥମ ରାଜନୈତିକ ଦଳ ବୋଲି ଏକ ନୂତନ ପୁସ୍ତକରେ କୁହାଯାଇଛି। ଏପରିକି ଅଯୋଧ୍ୟା ଆନ୍ଦୋଳନକୁ କଂଗ୍ରେସର ପ୍ରାରମ୍ଭିକ ସମର୍ଥନ କଥାକୁ ବରିଷ୍ଠ ଭାଜପା ନେତା ଲାଲ୍‌କୃଷ୍ଣ ଆଡଭାନୀ ସ୍ବୀକାର କରିଛନ୍ତି। ସେତେବେଳେ ଭାଜପା ଏହି ଆନ୍ଦୋଳନଠାରୁ ଦୂରେଇ ରହିଥିଲା।
୧୯୮୩ରେ ଉତ୍ତରପ୍ରଦେଶର ମୁଜାଫରନଗର ସହରରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଆୟୋଜିତ ହିନ୍ଦୁ ସମ୍ମିଳନୀରେ କଂଗ୍ରେସ ଅଯୋଧ୍ୟା ଆନ୍ଦୋଳନକୁ ଉସୁକାଇଥିଲା ବୋଲି ଲେଖକ ତଥା ରାଜନୀତି ବିଜ୍ଞାନୀ ବିନୟ ସୀତାପତି ତାଙ୍କ ପୁସ୍ତକ ‘ଯୁଗଳବନ୍ଦୀ: ଦି ବିଜେପି ବିଫୋର ମୋଦି’ରେ ଉଲ୍ଲେଖ କରିଛନ୍ତି। ଭିଏଚ୍‌ପିର ଉକ୍ତ ବୈଠକରେ ଦୁଇ ପୂର୍ବତନ କଂଗ୍ରେସ ମନ୍ତ୍ରୀ ଦାଉ ଦୟାଲ ଖାନ୍ନା ଏବଂ ଗୁଲଜାରିଲାଲ୍‌ ନନ୍ଦା ଯୋଗଦେଇଥିଲେ। ଖାନ୍ନା ନିଜକୁ ତୁଳସୀ ଦାସଙ୍କ ଅବତାର କହୁଥିବାବେଳେ ଗୁଲ୍‌ଜାରିଲାଲ ଜଣେ ଖ୍ୟାତନାମା କଂଗ୍ରେସ ନେତା ଓ ସେ ଜବାହରଲାଲ ନେହେରୁ, ଲାଲ୍‌ ବାହାଦୁର ଶାସ୍ତ୍ରୀ ଓ ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ। ଏହା ବ୍ୟତୀତ ସେ ଦୁଇଥର କାମଚଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଗୁଲଜାରିଲାଲ ଏବଂ ଆର୍‌ଏସ୍‌ଏସ୍‌ ସଦସ୍ୟମାନଙ୍କ ଉପସ୍ଥିତିରେ ଖାନ୍ନା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ଗାଡ଼ି: ୭ ଯବାନ ମୃତ

ନୂଆଦିଲ୍ଲୀ,୨୮।୫ (ପି.ଟି.): ଲଦାଖର ଟୁକ୍‌ଟୁକ୍‌ ସେକ୍ଟରରେ ଶୁକ୍ରବାର ସକାଳେ ସୈନ୍ୟବାହିନୀର ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଶ୍ୟୋକ ନଦୀକୁ ଖସିପଡ଼ିବାରୁ ୭ ଜଣ ଯବାନଙ୍କ ମୃତ୍ୟୁ...

ବିଗୁଲ ବଜାଇଲେ ମମତା: ନୀତୀଶ-ସୋରେନଙ୍କ ସହ ଲଢ଼ିବେ ୨୦୨୪ ନିର୍ବାଚନ

କୋଲକାତା,୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ନେତା ମମତା ବାନାର୍ଜୀ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏବେଠାରୁ ବିଗୁଲ ବଜାଇଛନ୍ତି। ଆଗାମୀ ଲୋକ ସଭା...

ସ୍ଥିର ଅଛି ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୧୦।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଶୁକବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା...

ମାଙ୍କଡ଼ ଅନ୍ତେଷ୍ଟିରେ ଯୋଗଦେଲେ ଦେଢ଼ ହଜାର ଲୋକ

ଭୋପାଳ,୧୧।୧: କୋଭିଡ୍‌-୧୯ ଯୋଗୁ ରାଜ୍ୟରେ ବିଭିନ୍ନ କଟକଣା ଜାରି କରାଯାଇଥିବା ବେଳେ ଏକ ମାଙ୍କଡ଼ର ଅନ୍ତେଷ୍ଟି କ୍ରିୟାରେ ଦେଢ଼ ହଜାର ଲୋକ ସାମିଲ ହେବା ଘଟଣା...

ସାକ୍ଷୀ ପୁଣି ଗର୍ଭବତୀ ଖବର ପରେ, ଏମ୍‌ଏସ୍‌ଙ୍କ ଫ୍ୟାମିଲି ଫଟୋ ଭାଇରାଲ…

ନୂଆଦିଲ୍ଲୀ, ୧୮।୧୨: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (ଏମ୍‌ଏସ୍‌ ଧୋନୀ)ଙ୍କ ସ୍ତ୍ରୀ ସାକ୍ଷୀ ପୁଣି ଗର୍ଭବତୀ ହୋଇଥିବା ଖବର ପ୍ରଚାରିତ ହେଉଥିବାବେଳେ...

ଶିବସେନାକୁ ଘାରିଛି ବାଡ଼ ଡିଆଁ ଭୟ: ମାତୋଶ୍ରୀରେ ମନ୍ଥନ ପରେ ରଙ୍ଗଶାରଦା ହୋଟେଲ ପହଞ୍ଚିଲେ ବିଧାୟକ

ମୁମ୍ବାଇ,୭।୧୧: ମହାରାଷ୍ଟ୍ର ରାଜନୀତି ଏବେ ସଙ୍କଟ ଦେଇ ଗତି କରୁଛି। ବିଧାନସଭା ଫଳାଫଳ ଘୋଷଣାକୁ ଇତିମଧ୍ୟରେ ୧୩ ଦିନ ବିତିଥିଲେ ମଧ୍ୟ ରାଜ୍ୟରେ ସରକାର ଗଠନ...

ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଖଜୁରୀ ପାଣି…

ଶରୀରକୁ ସୁସ୍ଥ ରଖିବା ପାଇଁ ଖଜୁରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ପ୍ରତିଦିନ ସକାଳେ ଅଧାକପ୍‌ ଖଜୁରୀ ପାଣି ପିଇଲେ ଅନେକ ଉପକାର ମିଳିଥାଏ ।...

ନାବାଳିକା ପୀଡ଼ିତାଙ୍କୁ ଗର୍ଭପାତ ଅନୁମତି

ନୂଆଦିଲ୍ଲୀ,୬।୧୧: ଜଣେ ୧୭ ବର୍ଷୀୟା ନାବାଳିକା ବଳାତ୍କାର ପୀଡ଼ିତାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଆଇନଗତ ଗର୍ଭପାତ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ...

Advertisement
Archives

Model This Week