Posted inଜାତୀୟ

ହାଇକୋର୍ଟ ଗଲେ ଅଯୋଧ୍ୟା ବାସିନ୍ଦା

ବାରାଣସୀ,୧୦।୧: ୧୯୯୨ ବାବ୍ରି ମସ୍‌ଜିଦ୍‌ ଭଙ୍ଗା ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ୩୨ଜଣଙ୍କ ବିରୋଧରେ ଆଲ୍ଲାହାବାଦ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଯୋଧ୍ୟାର ୨ବାସିନ୍ଦା। ୨୦୨୦ ସେପ୍ଟେମ୍ବର ୩୦ରେ ସିବିଆଇ କୋର୍ଟ ଭାଜପା ନେତା ଲାଲ୍‌କୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଜୋଷୀଙ୍କ ସମେତ ୩୨ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଥିଲେ। ହେଲେ ମାମଲାର ପରିଚାଳନା କରୁଥିବା ସିବିଆଇ ପକ୍ଷରୁ ଏହି ରାୟ ବିରୋଧରେ କୌଣସି ଆବେଦନ କରାଯାଇ ନାହିଁ। ତେଣୁ ଆମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛୁ ବୋଲି ଆବେଦନକାରୀଙ୍କ ଓକିଲ ତଥା ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ’ ବୋର୍ଡର କାର୍ଯ୍ୟକାରୀ ସଦସ୍ୟ ଜାଫୟାବ୍‌ ଜିଲାନୀ ପ୍ରକାଶ କରିଛନ୍ତି। ଜାଫୟାବ୍‌ ବାବ୍ରି ମସ୍‌ଜିଦ୍‌ ଆକ୍ସନ କମିଟିର ଆବାହକ ମଧ୍ୟ ଥିଲେ। ସିବିଆଇ କୋର୍ଟଙ୍କ ରାୟ ବିରୋଧରେ ଅଯୋଧ୍ୟାର ହଜି ମେହମ୍ମୁଦ ଅହମ୍ମଦ(୭୪) ଏବଂ ସୟଦ୍‌ ଅଖ୍‌ଲାକ୍‌ ଅହମ୍ମଦ(୮୧) ଉଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆବେଦନରେ ସେମାନେ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଥିଲେ ମଧ୍ୟ ମାମଲାର ଶୁଣାଣି କରୁଥିବା କୋର୍ଟ ଏହାକୁ ଠିକ୍‌ଭାବେ ଗ୍ରହଣ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣ ୧୧ ହଜାର ତଳେ…

ନୂଆଦିଲ୍ଲୀ, ୨୭।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

ରାଜଧାନୀରେ ଝୁମ୍ପୁଡ଼ି ରାଜନୀତି: ଭାଜପା-ଏପିପି ମୁହାଁମୁହିଁ

ନୂଆଦିଲ୍ଲୀ, ୧୨।୯: ରାଜଧାନୀ ଦିଲ୍ଲୀର ରେଳ ଲାଇନ କଡ଼ରେ ଥିବା ୪୮ ହଜାରରୁ ଅଧିକ ଝୁମ୍ପୁଡ଼ି ଘର ହଟାଇବା ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି...

ଟନେଲରେ ଏବେ ବି ଫସିଛନ୍ତି ୨ ଶ୍ରମିକ

ଭୋପାଳ,୧୩।୨: ମଧ୍ୟପ୍ରଦେଶ କଟନି ଜିଲାର ସଲିମାନାବାଦରେ ନିର୍ମାଣାଧୀନ ଟନେଲ ଭୁଷୁଡି ପଡ଼ିଛି। ଟନେଲ ଭଗ୍ନାଂଶ ତଳେ ୯ ଶ୍ରମିକ ଚାପି ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୭...

କ୍ୟାବିନେଟ ବୈଠକ ବାତିଲ

ନୂଆଦିଲ୍ଲୀ,୬।୭: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ଏକ ବୈଠକ ହେବାର ଥିଲା। ହେଲେ...

ଟିକା ନେଲେ ଡାକ୍ତର, ରାଗିଲେ ପତ୍ନୀ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୮ ।୧: ରାଜଧାନୀ ଦିଲ୍ଲୀର ଜଣେ ବରିଷ୍ଠ ତଥା ନାଁକରା ଡାକ୍ତର ଏକେଲା କରୋନା ଟିକା ନେଇଯିବା ପରେ ତାଙ୍କ ପତ୍ନୀ ଫୋନ୍‌ରେ ହିଁ ତାଙ୍କୁ...

ଖାଲରେ କେନ୍ଦ୍ର ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ,୧୨ା୩: ୧୯୮୦ ଦଶକରେ ସ୍ବିଡେନର ଏକ ରେଡିଓ ପକ୍ଷରୁ ପ୍ରସାରିତ ରିପୋର୍ଟରେ ବୋଫର୍ସ ମାମଲାର ପର୍ଦ୍ଦାଫାଶ ହୋଇଥିଲା। ଭାରତକୁ ବିକ୍ରି କରାଯାଇଥିବା ବୋଫର୍ସ ତୋପରେ ବିପୁଳ...

ରାଜସ୍ଥାନ ହସ୍ପିଟାଲରେ ମୂଷା ଖାଇଗଲା ମହିଳାଙ୍କ ଆଖି

କୋଟା,୧୮ ।୫: ରାଜସ୍ଥାନ କୋଟାରୁ ଏମିତି ଏକ ଖବର ସାମ୍ନକୁ ଆସିଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ଏହାସହ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା...

ପର୍ଯ୍ୟଟନ ସ୍ଥଳୀରେ ଗହଳି ଭୂତାଣୁକୁ ଆମନ୍ତ୍ରଣ: କେନ୍ଦ୍ର

ନୂଆଦିଲ୍ଲୀ, ୧୦।୭: ଦେଶରେ କୋଭିଡ୍‌ ସଂକ୍ରମଣ ହ୍ରାସ ପାଇବା ପରେ ସରକାର କଟକଣା କୋହଳ କରିଦେବାରୁ ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଲୋକଙ୍କ...

Advertisement
Archives

Model This Week