Posted inଖେଳ

ପତଳା ଯୋଗୁ ଜିମ୍‌ରେ ଉଠାଇପାରି ନ ଥିଲେ ଡମ୍ବଲ, ବାଧ୍ୟରେ କରିଥିଲେ ବୋଲିଂ; ଏବେ ପୂରଣ ହେଲା ଟେଷ୍ଟରେ ଡେବ୍ୟୁର ସ୍ବପ୍ନ

ଚେନ୍ନାଇ,୧୩।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଡେବ୍ୟୁ କରିଛନ୍ତି ବାମହାତୀ ସ୍ପିନ୍‌ ଅଲରାଉଣ୍ଡର ଅକ୍ଷର ପଟେଲ। ୨୭ ବର୍ଷୀୟ ଏହି କ୍ରିକେଟର ଏହାପୂର୍ବରୁ ୩୮ ଏକଦିବସୀୟ ଏବଂ ୧୧ ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ରେ ରାଷ୍ଟ୍ରୀୟ ଟିମ୍‌ର ପ୍ରତିନିଧିତ୍ୱ କରିଛନ୍ତି। ଅକ୍ଷରଙ୍କୁ ପ୍ରଥମ ଟେଷ୍ଟରେ ଖେଳିବାର ସୁଯୋଗ ଦିଆଯାଇଥାନ୍ତା। ହେଲେ ଆହତ ହୋଇଥିବା କାରଣରୁ ସେ ବାହାର ହୋଇଥିଲେ। ଏବେ ତାଙ୍କର ଟେଷ୍ଟ ମ୍ୟାଚ୍‌ ଖେଳିବାର ସ୍ବପ୍ନ ସତ ହୋଇଛି।

ପ୍ରତି କ୍ରିକେଟର ଭାବେ ଟେଷ୍ଟ କ୍ରିକେଟ ଖେଳିବାର ସ୍ବପ୍ନ ଦେଖିଥିଲେ ଅକ୍ଷର। ସ୍କୁଲରେ ପଢ଼ୁଥିବା ବେଳେ ୯ମ ଶ୍ରେଣୀ ପର୍ଯ୍ୟନ୍ତ ସେ ଭଲ ପଢ଼ୁଥିଲେ। ସେ କ୍ଲାସରେ ଟପ୍‌ କରୁଥିଲେ। ସେତେବେଳେ ସେ ଭବିଷ୍ୟତରେ କ୍ରିକେଟର ହେବେ ବୋଲି ଭାବି ନ ଥିଲେ। ଏପରିକି ସେ ବହୁତ ପତଳା ଥିବାରୁ ପରିବାରଲୋକେ ଚିନ୍ତାରେ ପଡ଼ିଥିଲେ। ଏହାକୁ ନେଇ ତାଙ୍କ ବାପା ତାଙ୍କୁ ଜିମ୍‌ ପଠାଇବାକୁ ଚିନ୍ତା କରିଥିଲେ। ଅକ୍ଷରଙ୍କୁ ତାହା ପସନ୍ଦ ନ ଥିଲା। କିଛି ଦିନ ଜିମ୍‌ ଯିବା ପରେ ସେ ବନ୍ଦ କରିଦେଇଥିଲେ। ଡମ୍ବଲ ଉଠାଇ ପାରୁ ନ ଥିବାରୁ ସେ ବେଶ ନିରାଶ ହେଉଥିଲେ।

ଜିମ୍‌ ଛାଡ଼ିବା ପରେ ନିଜ ଫିଟ୍‌ନେସରେ ସୁଧାର ଆଣିବା ପାଇଁ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଏହା ତାଙ୍କର ଜୀବନର ଟର୍ନିଂ ପଏଣ୍ଟ ଥିଲା। ସେ ଭଲ କ୍ରିକେଟ ଖେଳୁଥିଲେ। ତାଙ୍କ ବାପାଙ୍କୁ ଏହା ବେଶ ପ୍ରଭାବିତ କରିଥିଲା। ଶେଷରେ ସେ ପୁଅଙ୍କୁ ଟ୍ରେନିଂ ଦେବା ପାଇଁ କୋଚ୍‌ଙ୍କୁ ଅନୁରୋଧ କରିଥିଲେ।

୧୮ ବର୍ଷ ୧ ମାସ ହୋଇଥିବା ବେଳେ ସେ ଗୁଜରାଟ ରଣଜୀ ଦଳ ପାଇଁ ଖେଳିବାର ସୁଯୋଗ ପାଇଥିଲେ। ଅଣ୍ଡର-୧୯ ପାଇଁ ସେ ଏନ୍‌ସିଏ ଯାଇଥିଲେ। ସେଠାରେ ବୋଲର୍‌ କମ୍‌ ଏବଂ ବ୍ୟାଟ୍ସମ୍ୟାନ୍‌ ଅଧିକ ଥିବା କୋଚ୍‌ ତାଙ୍କୁ କହିଥିଲେ। ଏହାର ଜବାବରେ ଅକ୍ଷର ବ୍ୟାଟ୍ସମ୍ୟାନ୍‌ ଭାବେ ଖେଳିବାକୁ ସେ ଚାହାନ୍ତି, ହେଲେ ସେ କିଛି କିଛି ବୋଲିଂ ମଧ୍ୟ କରୁଥିବା କହିଥିଲେ। ହେଲେ କୋଚ୍‌ ତାଙ୍କୁ ବୋଲିଂରେ ଧ୍ୟାନ ଦେବାକୁ କହିଥିଲେ। ବାଧ୍ୟହୋଇ ଅକ୍ଷର ବୋଲିଂ କରିଥିଲେ। ପରେ ତାଙ୍କୁ ମଜା ଲାଗିଥିଲା। ଏବେ ସେ ଜଣେ ସଫଳ ଅଲରାଉଣ୍ଡର ଭାବେ ପରିଗଣିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ…

କାର୍ ଭିତରୁ ୮.୪୭ଲକ୍ଷର ଜାଲ ନୋଟ ଜବତ, ବରଗଡ-ଛତିଶଗଡକୁ ଲମ୍ବିଛି ଚେର

ସୋନପୁର,୧୫।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏଥିରେ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ସ୍ବତନ୍ତ୍ର ଅଧିବେଶନ ଡାକିବାକୁ କଲେ ଦାବି

ଭୁବନେଶ୍ବର,୧୫।୪: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଡିଲିମିଟେସନ ପ୍ରସଙ୍ଗ ଉଠାଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ…

କ୍ଳଚ ତାରରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା ମାମଲା, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ପାରଳାଖେମୁଣ୍ଡି,୧୫।୪(ଗିରିଧାରୀ ପରିଛା): ବିବାହର ମାତ୍ର ବର୍ଷେ ପରେ ଅଧିକ ଯୌତୁକ ଦାବି କରି ଥରକୁ ଥର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶେଷରେ କ୍ଳଚ ତାରରେ…

ଅଭିଷେକ ଶର୍ମା- ଅକ୍ଷର ପଟେଲଙ୍କର ହେବ ଡୋପ୍‌ ଟେଷ୍ଟ, RTP ତାଲିକାରେ ସାମିଲ କଲା… 

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଜାତୀୟ ଡୋପିଂ ବିରୋଧୀ ସଂସ୍ଥା (NADA) ପକ୍ଷରୁ ପଞ୍ଜିକୃତ ପରୀକ୍ଷଣ ପୁଲ (RTP)ର ନୂଆ ତାଲିକା ଜାରି କରାଯାଇଛି।…

ଟ୍ରମ୍ପ ଖେଳିଲେ ବଡ଼ ଗେମ୍! ୪୮ ଘଣ୍ଟା ପରେ ଖୋଲିଲା ହର୍ମୁଜ୍ ପ୍ରଣାଳୀ

ଓ୍ବାଶିଂଟନ୍‌,୧୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ହଟାଇବା ନେଇ ଘୋଷଣା କରିଛନ୍ତି। ଏକ ବିବୃତ୍ତିରେ ଟ୍ରମ୍ପ କହିଛନ୍ତି, “ଆମେ ଏବେ ଏହାକୁ ସମ୍ପୂର୍ଣ୍ଣ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri