ସଚେତନ ହେଲେ ସୁରକ୍ଷିତ

୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ପରେ ଭାରତରେ ସରକାରଙ୍କ ତରଫରୁ ଡିିଜିଟାଲ ଆର୍ଥିକ କାରବାର ପାଇଁ ପ୍ରବଳ ଚାପ ପକାଯାଉଛି। କୁହାଯାଉଛି ଯେ, ସବୁ ନେଣଦେଣ ଯଦି ଡିଜିଟାଲ ହୋଇଯିବ ତେବେ କଳାଧନ ଅର୍ଜନର ଉପାୟ ଶେଷ ନ ହେଲେ ମଧ୍ୟ ସୀମିତ ରହିବ। ଆଜିର ସ୍ଥିତିକୁ ଦେଖିଲେ ଏହିଭଳି ଧାରଣା ଅତ୍ୟନ୍ତ ଭ୍ରମାତ୍ମକ ବୋଲି କୁହାଯାଇପାରେ। ପ୍ରାରମ୍ଭିକ ସ୍ତରରେ ଏବଂ ସୀମିତ ଭାବେ ଡିଜିଟାଲ ଅର୍ଥନୀତି ଅତ୍ୟନ୍ତ ସୁବିଧା ଏବଂ ସ୍ବଚ୍ଛଳ ବୋଲି ମନେହେଉଛି। କିନ୍ତୁ ଆମେରିକା ଭଳି ଦେଶକୁ ଦେଖିଲେ ଏହି ଧାରଣା ଭ୍ରାନ୍ତ ବୋଲି ମଧ୍ୟ କୁହାଯାଇପାରେ।
ନିକଟରେ, ଅର୍ଥାତ୍‌ ଚଳିତ ନଭେମ୍ବର ୧୦ ତାରିଖରେ, ଆମେରିକାର ଏଫ୍‌ଟିଏକ୍ସ କ୍ରିପ୍ଟୋ କମ୍ପାନୀ ତତ୍‌କ୍ଷଣାତ୍‌ ଭୁଶୁଡ଼ି ପଡ଼ିଯିବା ସମସ୍ତଙ୍କ ଦୃଷ୍ଟିକୁ ଆସିଛି। ଡିଜିଟାଲ ଅର୍ଥନୀତିର ସ୍ବାଭାବିକ ବିବର୍ତ୍ତନରେ କ୍ରିପ୍ଟୋ ଅର୍ଥନୀତି ଅନିବାର୍ଯ୍ୟ। ଏହି ଅର୍ଥନୈତିକ ବ୍ୟବସ୍ଥାକୁ କେଉଁଭଳି ଏବେ ମୋଡ଼ି ବିରାଟକାୟ ସ୍କାମ୍‌ ଘଟାଯାଇପାରେ ତାହା ଏଫ୍‌ଟିଏକ୍ସର ବଡ଼ ପତନରୁ ସ୍ପଷ୍ଟ ବୁଝାପଡୁଛି। କ୍ରିପ୍ଟୋ କମ୍ପାନୀର ମାଲିକ ୩୦ ବର୍ଷୀୟ ସାମ୍‌ ବ୍ୟାଙ୍କମ୍ୟାନ୍‌ ଫ୍ରେଏଡ୍‌ ତାଙ୍କର ଏକ ସହଯୋଗୀ କମ୍ପାନୀ ଆଲ୍‌ମେଡା ରିସର୍ଚ୍ଚକୁ କ୍ଷତିରୁ ଉଦ୍ଧାର କରିବା ପାଇଁ ୧୦ ବିଲିୟନ ଡଲାର ଏଫ୍‌ଟିଏକ୍ସରୁ କାଢ଼ିନେଲେ। ଏହି ଅର୍ଥ ବ୍ୟାଙ୍କମ୍ୟାନ୍‌ ଫ୍ରେଏଡ୍‌ଙ୍କର ନ ଥିଲା। ସଫ୍ଟବ୍ୟାଙ୍କ ଏବଂ ସିଙ୍ଗାପୁରର ଟିମାସେକ୍‌ ଭଳି ପୃଥିବୀର ବଡ଼ କମ୍ପାନୀଗୁଡ଼ିକ ଏଫ୍‌ଟିଏକ୍ସରେ ଲଗାଇଥିବା ଅର୍ଥକୁ ବାଟମାରଣା କରିଦିଆଯାଇଥିଲା। ଏହି ବିଷୟ ଯେତେବେଳେ ପଦାକୁ ଆସିଲା ଜମାକାରୀମାନେ ଭୟଭୀତ ହୋଇ ନିଜ ଅର୍ଥ ଉଠାଣ ଆରମ୍ଭ କଲେ। ଜମାକାରୀମାନଙ୍କୁ ବାଉଳା କରିବା ପାଇଁ ଏଫ୍‌ଟିଏକ୍ସ ତରଫରୁ ଅନେକ ଟୁଇଟ୍‌ ମାଧ୍ୟମରେ ଆଶ୍ୱାସନା ଦେବାର ଉଦ୍ୟମ ହେଲା, ଯେଉଁଥିରେ କୁହାଗଲା ଯେ ପରିସ୍ଥିତିକୁ ଭୟ କରିବାର କାରଣ ନାହିଁ; ଯେହେତୁ ଏଫ୍‌ଟିଏକ୍ସର ଅନ୍ୟ କ୍ରିପ୍ଟୋ ସଂସ୍ଥା ବିଟ୍‌କଏନ ଏବଂ ଇଥିରିୟମ୍‌ ପାଖରେ ଅର୍ଥ ଲଗାଣ ହୋଇଛି। ଏଫ୍‌ଟିଏକ୍ସ ମାଲିକଙ୍କର ଦୁଷ୍ଟ ଚିନ୍ତା ଧରାପଡ଼ିଲା ଯେତେବେଳେ ଅନ୍ୟ ଏକ ବଡ଼ କମ୍ପାନୀ ବାଇନାନ୍ସ ଘୋଷଣା କଲା ଯେ ଏଫ୍‌ଟିଏକ୍ସକୁ କିଣିବାର ଉଦ୍ୟମରୁ ବାଇନାନ୍ସର ବୋର୍ଡ ନିଜକୁ ଦୂରେଇ ନେଇଛି। କାରଣ ଭାବେ ଦର୍ଶାଗଲା ଯେ ଏଫ୍‌ଟିଏକ୍ସର ଆଭ୍ୟନ୍ତରୀଣ ହିସାବ ଖାତାରେ ବୃହତ୍‌ କାରସାଦି ହୋଇଛି। ଏହି ଖବର ନଭେମ୍ବର ୬ ତାରିଖରେ ପ୍ରକାଶ ପାଇବା ମାତ୍ରକେ କ୍ରିପ୍ଟୋ ବଜାରରେ ନିଆଁ ଲାଗିଗଲା। ନଭେମ୍ବର ୧୧ ତାରିଖରେ ବାଧ୍ୟହୋଇ ଏଫ୍‌ଟିଏକ୍ସ ମାଲିକ ଦେବାଳିଆ ଆଇନର ଶରଣ ପଶିଲେ। ଏହି କାହାଣୀରେ ଆହୁରି ଅନେକ ଛୋଟବଡ଼ ତଥ୍ୟ ରହିଛି, ଯାହାକୁ ଏଠାରେ ଉଲ୍ଲେଖ କରିବାର ପ୍ରୟୋଜନ ନାହିଁ।
ଭାରତ ପରିପ୍ରେକ୍ଷୀରେ ଏଫ୍‌ଟିଏକ୍ସ ଭଳି ସ୍କାମ୍‌ ଘଟିଲେ ସମଗ୍ର ଦେଶର ଅର୍ଥନୀତି ଭାଙ୍ଗିପଡ଼ିବ। ଓଡ଼ିଶାର ଜନସାଧାରଣ ଚିଟ୍‌ଫଣ୍ଡ୍‌ ସ୍କାମ୍‌କୁ ଦେଖିଛନ୍ତି। ରାତାରାତି ଧନୀ ହେବା ସ୍ବପ୍ନର ଲାଭ ଉଠାଇ ଅନେକ ରାଜନୈତିକ ବ୍ୟକ୍ତି, କେତେକ ଗଣମାଧ୍ୟମ ମାଲିକଙ୍କ ସମେତ ସିନେ ତାରକା ମଧ୍ୟ ବିଭିନ୍ନ ଚିଟ୍‌ଫଣ୍ଡ୍‌ ସଂସ୍ଥାକୁ ସମର୍ଥନ ଜଣାଇ ଲୋକଙ୍କ ବିଶ୍ୱାସ ବୃଦ୍ଧି କରାଇଥିଲେ। ମନେପଡ଼େ ଏକ ବଡ଼ ଚିଟ୍‌ଫଣ୍ଡ୍‌ କମ୍ପାନୀ ଭୁବନେଶ୍ୱରରେ କାଟ୍ରିନା କୈଫ୍‌ଙ୍କ ଭଳି ଦାମୀ ତାରକାଙ୍କୁ ଆଣି ନଚାଇ ଦେଇଥିଲେ। କିନ୍ତୁ ଶେଷରେ ପରିଣାମ କିପରି ଭୟାବହ ହେଲା ତାହା ସମସ୍ତେ ଦେଖିଲେ। ଏବେ ସେହିଭଳି ନାଗରିକଙ୍କୁ ସୁବିଧା ଯୋଗାଇଦେବା ଆଳରେ ଡିଜିଟାଲ ଅର୍ଥନୀତିକୁ ସବୁଆଡ଼େ ଗେଞ୍ଜାଯାଉଛି। ସରକାରଙ୍କ ସର୍ବୋଚ୍ଚ ଅଧିକାରୀଙ୍କଠାରୁ ଆରମ୍ଭ କରି ରିଜର୍ଭ ବ୍ୟାଙ୍କର ଉପରିସ୍ଥ କର୍ମକର୍ତ୍ତାଙ୍କ ସମେତ ବୟୋଜ୍ୟେଷ୍ଠ ସିନେ ତାରକାଙ୍କୁ ନେଇ ଡିଜିଟାଲ ଅର୍ଥନୀତିର ପ୍ରଚାର କରାଯାଉଛି। ମନେରଖିବାକୁ ହେବ ଯେ, ଏହିସବୁ ବ୍ୟକ୍ତି ପଦବୀରେ କ୍ଷଣସ୍ଥାୟୀ। ବିପୁଳ ଅର୍ଥ ପାଇବା ପରେ ସେମାନେ ଏଭଳି ପ୍ରଚାର କାର୍ଯ୍ୟ କରୁଛନ୍ତି। ଆସନ୍ତା କେତୋଟି ବର୍ଷ ମଧ୍ୟରେ ଯେତେବେଳେ ଏହି ଡିଜିଟାଲ ଅର୍ଥନୀତି ବୁଡ଼ିବ ସେତେବେଳେ ଆଜିର ବାବୁଆଣୀ ବାବୁମାନଙ୍କର ଦର୍ଶନ ମିଳିବ ନାହିଁ। ସବୁ ଶାର୍କଟ୍ୟାଙ୍କ୍‌କୁ ତିମିମାଛ ଖାଇଯିବ। ସେଥିପାଇଁ ଅନ୍ୟ କାହା ଉପରେ ଭରସା ରଖିବା ପରିବର୍ତ୍ତେ ଜନସାଧାରଣ ନିଜ ଅର୍ଥ ସମ୍ପର୍କରେ ନିଜେ ସଚେତନ ରହିପାରିଲେ ସୁରକ୍ଷିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri