ଭିସେରା ରିପୋର୍ଟକୁ ଅପେକ୍ଷା

ଖୁଣ୍ଟୁଣୀ,୨୦ା୧(ଡି.ଏନ.ଏ.):ବହୁ ଚର୍ଚ୍ଚିତ ଓ ପ୍ରତୀକ୍ଷିତ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁର ୮ ଦିନ ପରେ ବି ରହସ୍ୟ ଉନ୍ମୋଚିତ ହୋଇନାହିଁ। ମଙ୍ଗଳବାର ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଥିଲେ ସୁଦ୍ଧା ଏହାକୁ ସାର୍ବଜନିନ କରାଯାଇନାହିଁ। ପୋଲିସ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି। ଆସନ୍ତା ୩ରୁ ୪ଦିନ ମଧ୍ୟରେ ଭିସେରା ରିପୋର୍ଟ ଓ ଏକ୍ସପର୍ଟ ଟିମ୍‌ର ମତାମତ ଆସିବା ପରେ ଉଭୟ ରିପୋର୍ଟକୁ ଆଧାର କରି ମୃତ୍ୟୁ ରହସ୍ୟ ସାର୍ବଜନୀନ କରାଯିବ ବୋଲି ଗୁରୁଡିଝାଟିଆ ଥାନା ଆଇଆଇସି ରଞ୍ଜନ କୁମାର ପ୍ରଧାନ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପୁରୀ ଜିଲା ରାମଚଣ୍ଡୀ ଥାନା ଭୁଆଗାଁର ଗୁଣନିଧି ସ୍ବାଇଁଙ୍କ ଝିଅ ରାଜଶ୍ରୀ କଟକ ବଜ୍ରକବାଟିଠାରେ ରହି ତାଙ୍କର ୨୫ ଜଣ ସାଙ୍ଗଙ୍କ ସହିତ କ୍ରିକେଟ ପ୍ରଶିକ୍ଷଣ ନେଉଥିଲେ। ଜାନୁୟାରୀ ୧୫ ତାରିଖରେ ପୁଡୁଚେରୀଠାରେ ହେବାକୁ ଥିବା ବରିଷ୍ଠ ମହିଳା କ୍ରିକେଟ ଟିମ୍‌ ପାଇଁ ଓଡିଶା ପକ୍ଷରୁ ୧୦ତାରିଖରେ ଟିମ୍‌ ସଦସ୍ୟ ଚୟନ କରାଯାଇଥିଲା। ହେଲେ ଚୟନ ଲିଷ୍ଟରେ ରାଜଶ୍ରୀଙ୍କ ନାମ ନ ଥିବାରୁ ସେ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ। ୧୧ ତାରିଖରେ ଟାଙ୍ଗିସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡଠାରେ ଅଭ୍ୟାସ ମ୍ୟାଚ ପାଇଁ ତାଙ୍କୁ କୋଚ୍‌ ଡାକିଥିଲେ। ରାଜଶ୍ରୀ କିନ୍ତୁ ମନା କରିବା ସହିତ ଘରକୁ ଯାଉଛି ବୋଲି କହି ଚାଲି ଯାଇଥିଲେ। ସେ ଫେରିବା ବିଳମ୍ବ ହେବାରୁ କୋଚ୍‌ ତାଙ୍କ ଘର ସହ ଯୋଗାଯୋଗ କରିଥିଲେ। ହେଲେ ସେ ଘରକୁ ଯାଇ ନ ଥିବା ପରିବାର ଲୋକଙ୍କଠାରୁ ଶୁଣିବାକୁ ପାଇଥିଲେ। କୋଚ୍‌ ସେହି ଦିନ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ୧୨ ତାରିଖ ସକାଳୁ ଖୁଣ୍ଟୁଣୀ ବନାଞ୍ଚଳର ଜଣେ କର୍ମଚାରୀ ଏକ ସ୍କୁଟି ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲରେ ଥୁଆ ହୋଇଥିବା ଦେଖି ଗୁରୁଡ଼ିଝାଟିଆ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଆଇଆଇସି ପ୍ରଧାନ ମଙ୍ଗଳାବାଗ ଥାନାକୁ ଏହା ଜଣାଇଥିଲେ। ଉଭୟ ପୋଲିସ ଜଙ୍ଗଲ ମଧ୍ୟରେ ବହୁ ଖୋଜାଖୋଜି କରି ରାତି ହୋଇଯିବାରୁ ଫେରି ଆସିଥିଲେ ଓ ପରଦିନ ୧୩ ତାରିଖରେ ସ୍କୁଟିଥିବା ସ୍ଥାନରୁ ୩ଶହ ମିଟର ଦୂର ଘଞ୍ଚ ଜଙ୍ଗଲ ମଧ୍ୟରୁ ରାଜଶ୍ରୀଙ୍କ ମୃତ ଶରୀର ଝୁଲନ୍ତା ଅବସ୍ଥାରେ ଏକ ଗଛରୁ ଠାବ କରିଥିଲା। ସେତେବେଳେ ରାଜଶ୍ରୀଙ୍କ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇ ଗଛରେ ଟାଙ୍ଗି ଦିଆ ଯାଇଥିବା ସଙ୍ଗିନ ଅଭିଯୋଗ ଆଣିବା ସହ ରାଜଶ୍ରୀଙ୍କ ମୃତ୍ୟୁପାଇଁ ଓସିଏକୁ ଦାୟୀ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ

ଭୁବନେଶ୍ୱର,୮ା୧୨(ତ୍ରିନାଥ ମହାନ୍ତି): ଚଳିତବର୍ଷର ବହୁ ଚର୍ଚ୍ଚିତ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ସିଆଇଡି ଡିଏସ୍‌ପି ସରୋଜକାନ୍ତ ମହନ୍ତ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ବିଜେଡି ବିଧାୟକ: କହୁ କହୁ କହିଦେଲେ…

ଭୁବନେଶ୍ୱର,୮ା୧୨(ରବିନାରାୟଣ ଜେନା):ମା’ ତାରିଣୀଙ୍କ ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତକୁ ନେଇ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ଭବିଷ୍ୟବାଣୀ କରିଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri