ରାଜ୍ୟପାଳଙ୍କ ନ୍ୟାୟକୁ ଅପେକ୍ଷା: ଏଏସ୍‌ଓଙ୍କ ସ୍ତ୍ରୀ

ଭୁବନେଶ୍ୱର, ୧୪।୭(ସୁନିତ୍‌ ମିଶ୍ର): ରାଜ୍ୟପାଳଙ୍କ ପୁଅ ଏଏସ୍‌ଓ ବୈକୁଣ୍ଠ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ବିବାଦ ତେଜିବାରେ ଲାଗିଛି। ଏହି ଘଟଣାରେ ରାଜନୈତିକ ଦଳଗୁଡିକ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଉ ବୋଲି ଦାବି କରୁଥିବା ବେଳେ ଓଡିଶା ସେକ୍ରେଟେରିଏଟ ସର୍ଭିସ୍‌ ଆସୋସିଏସନ ମଧ୍ୟ ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ଅନ୍ୟପଟେ ବୈକୁଣ୍ଠ ପ୍ରଧାନଙ୍କ ସ୍ତ୍ରୀଙ୍କୁ ଡାକି ରାଜ୍ୟପାଳ ଶନିବାର ଆଲୋଚନା କରିଥିବା ଜଣାପଡିଛି। ଏହାସହ ସେକ୍ରେଟେରିଏଟ ଆସୋସିଏସନ ସଂଘ ସଦସ୍ୟ ଯାଇ ଭେଟିଛନ୍ତି।
ରାଜ୍ୟପାଳଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବୈକୁଣ୍ଠଙ୍କ ସ୍ତ୍ରୀ କହିଛନ୍ତି ଯେ, ରାଜ୍ୟପାଳ ଡାକିଥିଲେ ଭେଟିବାକୁ। ସେ ଆଶ୍ୱସନା ଦେଇଛନ୍ତି ନ୍ୟାୟ ଦେବେ ଏବଂ ଆମେ ନ୍ୟାୟ ଅପେକ୍ଷାରେ। ଆମର ଅଭିଯୋଗ ସମ୍ପୂର୍ଣ୍ଣ ଶୁଣିଲେ ନ୍ୟାୟ ଦେବେ କହିଛନ୍ତି, କେମିତି ନ୍ୟାୟ ଦେବେ ଦେଖାଯିବ। ରାଜ୍ୟପାଳ କ’ଣ ନ୍ୟାୟ ଦେଉଛନ୍ତି ଏବେ ତାକୁ ଅପେକ୍ଷା ରହିଲା ବୋଲି ସେ କହିଛନ୍ତି। ବୈକୁଣ୍ଠଙ୍କ ଭାଇ କହିଛନ୍ତି ଯେ, ସେଦିନର ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଏଥିଲାଗି ଆମେ ସମସ୍ତେ ଦୁଃଖିତ ଥିଲୁ। ଏ ବାବଦରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜଣାଇଥିଲୁ। ସେ ସମୟ ଅଭାବରୁ ସବୁ କଥା ଜାଣି ନ ଥିଲେ। ଆମ ଠାରୁ ସବୁକଥା ପ୍ରାୟ ଏକ ଘଣ୍ଟା ଧରି ଶୁଣିଥିଲେ। ମୁଖ୍ୟମନ୍ତ୍ରୀ ସବୁକଥା ଶୁଣିବା ପରେ ରାଜ୍ୟପାଳ ଡାକିଥିଲେ। ଭାଇ, ଭାଉଜ ଏବଂ ମୁଁ ଯାଇଥିଲୁ। ଯାହା ବି ଘଟଣା ହେଇଥିଲା ଏଥିଲାଗି ଜଣେ ସଦସ୍ୟ ଭୁଲ୍‌ ମାଗିଲେ। ରାଜ୍ୟପାଳ ଏହାପରେ କହିଲେ, ଏହା ହେଉଛି ରା୍‌ଜ୍ୟର ସମ୍ମାନ, ଏ ବାବଦରେ ନିଶ୍ଚିତ ପଦକ୍ଷେପ ନିଆଯିବ। ଏଥିପାଇଁ ୨ରୁ ୩ ଦିନ ସମୟ ମାଗିଛନ୍ତି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ୱସନା ମିଳିଥିବା ବୈକୁଣ୍ଠଙ୍କ ଭାଇ କହିଛନ୍ତି।
ଅନ୍ୟପଟେ ଓଡିଶା ସେକ୍ରେଟେରିଏଟ ସର୍ଭିସ୍‌ ଆସୋସିଏସନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଏସ୍‌ଏସ୍‌ କ୍ୟାଡରର ଏଏସ୍‌ଓଙ୍କ ପ୍ରତି ହୋଇଥିବା ଆକ୍ରମଣ ବିରୋଧରେ ଠିକ୍‌ ଭାବେ କାର୍ଯ୍ୟାନୁଷ୍ଠାନ ହେଉ। ରାଜଭବନ ଭିତରେ ଜଣେ ଏଏସ୍‌ଓଙ୍କୁ କରାଯାଇଥିବା ଆକ୍ରମଣ ବିରୋଧରେ ଯାହା ଖବରପ୍ରସାରଣ ପାଇଛି ତାହା ଅତ୍ୟନ୍ତ ଦୁଃଖଦାୟକ। ଆମେ ଆପଣଙ୍କ ରାଜ୍ୟ ସେକ୍ରେଟେରିଏଟ ଅଧିନରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ। ଏହି ସଂଘ ସବୁବେଳେ ରାଜ୍ୟ ସରକାରଙ୍କ କର୍ମଚାରୀ ସରକାରୀ କାମ ସମୟରେ ଯେଉଁମାନେ କୌଣସି ପ୍ରକାର ଆକ୍ରମଣର ଶୀକାର ହୋଇଛନ୍ତି ସେମାନଙ୍କ ପାଇଁ ଠିଆ ହୋଇଆସିଛି। ହେଲେ ରାଜ୍ୟପାଳଙ୍କ ଭଳି ଜଣେ ଏତେବଡ ପଦରେ ଥିବା ବ୍ୟକ୍ତିଙ୍କ ପୁଅ ଯାହା ଘଟାଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ଏହି ଘଟଣାକୁ ତର୍ଜମା କରି ଅଭିଯୁକ୍ତଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସଂଘ ଦାବି କରିଛି।
ଅନ୍ୟପଟେ କଂଗ୍ରେସ ବରିଷ୍ଠ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ରାଜ୍ୟପାଳଙ୍କ ପୁଅକୁ ଗିରଫ କର। ଜଣେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ରାଜ୍ୟପାଳଙ୍କ ପୁଅ ଏବଂ ତାଙ୍କ ସହଯୋଗୀଙ୍କୁ ମଧ୍ୟ ଗିରଫ କରିବା ଦରକାର। ଯଦି ତୁରନ୍ତ ସେମାନଙ୍କୁ ଗିରଫ ନ କରାଯାଏ ତେବେ ଏକଥା ବିଧାନସଭାରେ ଉଠିବ ବୋଲି ତାରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଆମେରିକା-ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ

ଓ୍ବାଶିଂଟନ୍‌,୯।୩: ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ସମ୍ପର୍କରେ ଏକ ଚୁକ୍ତି ହୋଇଛି। ତଥାପି ଯୁଦ୍ଧବିରତି ମଧ୍ୟରେ ମଧ୍ୟ ଇସ୍ରାଏଲର ଲେବାନନ ଉପରେ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri