କେୟାର ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର ,୧୪।୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ କେୟାର ହସ୍ପିଟାଲ ଚିକିତ୍ସା କ୍ଷେତ୍ରରେ ଆଉ ଏକ ନୂଆ ମାଇଲ୍‌ଷ୍ଟୋନ୍‌ ଅତିକ୍ରମ କରିଛି। ଏପରିକି କେୟାର ହସ୍ପିଟାଲ ଭୁବନେଶ୍ୱରରେ ଏକ ବିରଳ ଅସ୍ତ୍ରୋପ୍ରଚାର ସଫଳତା ସହ ସମ୍ପୂର୍ଣ୍ଣ କରାଯାଇଛି। ଉଲ୍ଲେଖଯୋଗ୍ୟ, କେୟାର ହସ୍ପିଟାଲ ଭୁବନେଶ୍ୱରର ବରିଷ୍ଠ ନ୍ୟୁରୋସର୍ଜନ ଡା.ଆତ୍ମାରଞ୍ଜନ ଦାଶ ଓ ତାଙ୍କ ଟିମ୍‌ ଆପେଲ୍‌ ଭିଜନ୍‌ ପ୍ରୋ ବ୍ୟବହାର କରି ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ମିକ୍ସ୍‌ ଭର୍ଚୁଆଲ୍‌ ରିଅଲିଟି ଟେକ୍ନୋଲୋଜି ସାହାଯ୍ୟରେ ଦେଶର ପ୍ରଥମ ନ୍ୟୁରୋ ସର୍ଜରି(ଏଣ୍ଡୋସ୍କୋପିକ୍‌ ବ୍ରେନ୍‌ ଓ ମେରୁଦଣ୍ଡ ସର୍ଜରି) ସଫଳତାର ସହିତ କରିଛନ୍ତି। ଏପରିକି ଆପଲ୍‌ ଭିଜନ୍‌ ପ୍ରୋ ଭର୍ଚୁଆଲ ରିଏଲିଟି ସିଷ୍ଟମ୍‌ ଦ୍ୱାରା ପରିଚାଳିତ ଏହି ନ୍ୟୁରୋ ସର୍ଜରି ଅପରେଶନ୍‌ରେ ସଠିକତା ଏବଂ ସଫଳତା ବେଶ୍‌ ଅଧିକ ରହିଥାଏ।
ଏହି ପରିପ୍ରେକ୍ଷୀରେ କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶନିବାର ଏକ ଖବରଦାତା ସମ୍ମିଳନୀ ଭୁବନେଶ୍ୱରର ଏକ ୫ତାରକା ହୋଟେଲ ଠାରେ ଆୟୋଜନ କରାଯାଇଥିଲା। ଏହି ଅବସରରେ କେୟାର ହସ୍ପିଟାଲ୍‌ ଭୁବନେଶ୍ୱରର ଡା.ଆତ୍ମାରଞ୍ଜନ ଦାଶ, ଡା.ଲୋକନାଥ ଦାସ, ଡା.ବିମଳ ସାହୁ, ଡା.ମନ୍ଦାର ପତି, ଦିପ୍ତୀମାନ ବଳିୟାରସିଂହ ଏବଂ ଡା ବିବେକାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇ ସମ୍ମିଳନୀର ଆଭିମୂଖ୍ୟ ଓ ମିକ୍ସ୍‌ ଭର୍ଚୁଆଲ୍‌ ରିଏଲିଟି ବ୍ରେନ୍‌ ସର୍ଜରୀ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।
ସୂଚନାଯୋଗ୍ୟ, ୨୦୨୪ ଜୁଲାଇ ୮ରେ ପ୍ରଥମ ଥର ପାଇଁ ଆପଲ୍‌ ଭିଜନ୍‌ ପ୍ରୋ ଭର୍ଚୁଆଲ ରିଏଲିଟି ସିଷ୍ଟମ୍‌ ବ୍ୟବହାର କରି ଜଣେ ୬୫ ବର୍ଷୀୟା ମହିଳାଙ୍କ ବ୍ରେନ୍‌ରେ ପିଟୁଟାରୀ ଗ୍ଲାଣ୍ଡରେ ଥିବା ଟ୍ୟୁମର ଏବଂ ପରେ ବାଇ ପୋର୍ଟାଲ ଏଣ୍ଡୋସ୍କୋପିକ୍‌ ପଦ୍ଧତିରେ ସ୍ପାଇନ୍‌ ସର୍ଜରି କରାଯାଇଥିଲା। ବିଶେଷ କରି ଏହା କେବଳ ଓଡ଼ିଶାରେ ନୁହେଁ ସମଗ୍ର ଦେଶରେ ମଧ୍ୟ ପ୍ରଥମ ଅପରେଶନ୍‌ ବୋଲି ହସ୍ପିଟାଲ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଥିଲା। ଏ ସମ୍ପର୍କରେ କେୟାର ହସ୍ପିଟାଲର ଏଚ୍‌ସିଓଓ କିସଲେ ଆନନ୍ଦ ଏହି ସଫଳତା ପାଇଁ ଡା.ଆତ୍ମାରଞ୍ଜନ ଦାଶ ଓ ତାଙ୍କ ପୂରା ଟିମ୍‌କୁ ଅଭିନନ୍ଦନ ଜଣାଇବା ସହିତ ଭର୍ଚୁଆଲ ରିଏଲିଟି ସିଷ୍ଟମ୍‌ ସାହାଯ୍ୟରେ ସଫଳତାର ସହ ବ୍ରେନ୍‌ ଓ ମେରୁଦଣ୍ଡ ସର୍ଜରି କରିବା କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତ ପାଇଁ ଏକ ଗୌରବର କଥା ବୋଲି ସେ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri