ନିଯୁକ୍ତି ଅପେକ୍ଷାରେ

ରେଳ ମନ୍ତ୍ରଣାଳୟ ଅଧ୍ୟକ୍ଷ/ସଦସ୍ୟ, ରେଳ ବୋର୍ଡ ଏବଂ ଜେନେରାଲ ମ୍ୟାନେଜର ସମେତ ଶୀର୍ଷ ପଦବୀଗୁଡ଼ିକରେ ନିଯୁକ୍ତି ବନ୍ଦ ରଖିଛି। ଏହି ନିଷ୍ପତ୍ତି ବୋଧହୁଏ ଭାରତୀୟ ଇଞ୍ଜିନିୟରିଂ ସର୍ଭିସେସ୍‌ (ଆଇଇଏସ୍‌) ମାଧ୍ୟମରେ ସେବାରେ ପ୍ରବେଶ କରିଥିବା ଅଧିକାରୀଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷ କାରଣରୁ ନିଆଯାଇଛି। ସୂତ୍ରରୁ ପ୍ରକାଶ ଯେ, ନିକଟରେ ମନ୍ତ୍ରଣାଳୟ ୧୯୮୯ ଏବଂ ୧୯୯୦ ବ୍ୟାଚ୍‌ରୁ ଯୋଗ୍ୟ ଅଧିକାରୀମାନଙ୍କୁ ଭାରତୀୟ ରେଳ ପରିଚାଳନା ସେବା (ଆଇଆର୍‌ଏମ୍‌ଏସ୍‌) ମଧ୍ୟରେ ଏହି ଶୀର୍ଷ ପଦବୀଗୁଡ଼ିକ ପାଇଁ ଆବେଦନ କରିବାକୁ ଏକ ବିଜ୍ଞପ୍ତି ଜାରି କରିଥିଲା। କିନ୍ତୁ କିଛିଦିନ ପରେ ହଠାତ୍‌ ସେହି ବିଜ୍ଞପ୍ତି ପ୍ରତ୍ୟାହାର କରାଗଲା। ଏଣୁ ଏଭଳି ପଛଘୁଞ୍ଚାର କାରଣ ହେଉଛି ଆଇଇଏସ୍‌ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ। ସେମାନଙ୍କ କ୍ୟାଡରରୁ କେବଳ ହାତଗଣତି ଅଧିକାରୀ ଏହିସବୁ ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବା ସେମାନଙ୍କ ନୈରାଶ୍ୟର କାରଣ । ଅପରପକ୍ଷେ, ଶୀର୍ଷ ପଦବୀ ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ଅଧିକାଂଶ ବ୍ୟକ୍ତି ସିଭିଲ ସର୍ଭିସେସ୍‌ ପରୀକ୍ଷା (ସିଏସ୍‌ଇ) ଷ୍ଟ୍ରିମ୍‌ରୁ ଆସିଥାନ୍ତି। ଭାରତୀୟ ରେଳ ପାରମ୍ପରିକ ଭାବରେ ସିଏସ୍‌ଇ, ଆଇଇଏସ୍‌ ଏବଂ ସ୍ବତନ୍ତ୍ର ଶ୍ରେଣୀ ରେଳ ଆପ୍ରେଣ୍ଟିସ୍‌ (ଏସ୍‌ସିଆର୍‌ଏ) ମାଧ୍ୟମରେ ଅଧିକାରୀ ନିଯୁକ୍ତ କରେ। ତା’ପରେ ଏମାନେ ଟ୍ରାଫିକ୍‌, ଇଲେକ୍ଟ୍ରିକାଲ, ମେକାନିକାଲ, ସିଭିଲ, ପର୍ସନାଲ, ଆକାଉଣ୍ଟସ ଏବଂ ଷ୍ଟୋର୍ସ ଭଳି ବିଭିନ୍ନ ବିଭାଗରେ ଯୋଗଦିଅନ୍ତି । ତେବେ ଆଭ୍ୟନ୍ତରୀଣ ବିବାଦର ସମାଧାନ କରିବା ପାଇଁ କେନ୍ଦ୍ର ସରକାର ଭାରତୀୟ ରେଳ ପରିଚାଳନା ସେବା(ଆଇଆର୍‌ଏମ୍‌ଏସ୍‌) ଆରମ୍ଭ କରିଥିଲେ। କାର୍ଯ୍ୟକୁ ଶୃଙ୍ଖଳିତ କରିବା ଏବଂ ଏକ ସମନ୍ବିତ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଏକୀକୃତ ସେବା ଉଦ୍ଦିଷ୍ଟ। ଯେହେତୁ ଆଇଇଏସ୍‌ ଏବଂ ଏସ୍‌ସିଆର୍‌ଏ ମାଧ୍ୟମରେ ପ୍ରତ୍ୟକ୍ଷ ନିଯୁକ୍ତି ବନ୍ଦ ହୋଇଗଲା ଏବଂ ୟୁପିଏସ୍‌ସିକୁ ଅନୁରୋଧ କରିବାରେ ବିଳମ୍ବ ହେତୁ ୨୦୧୯ଠାରୁ ସେବାରତ ପଦବୀରେ କୌଣସି ନୂତନ ପ୍ରତ୍ୟକ୍ଷ ନିଯୁକ୍ତି ରେଲଓ୍ବେରେ ହୋଇନାହିଁ। ପ୍ରଥମ ଆଇଆର୍‌ଏମ୍‌ଏସ୍‌ ବ୍ୟାଚ୍‌ ଏଯାବତ ନିଯୁକ୍ତି ଅପେକ୍ଷାରେ ଅଛନ୍ତି।
ଚହଲଙ୍କୁ ଦାୟିତ୍ୱ
ମହାରାଷ୍ଟ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କ୍ରମେ ୧୯୮୯ ବ୍ୟାଚ୍‌ ଆଇଏଏସ୍‌ ଅଧକାରୀ ଆଇ.ଏସ୍‌. ଚହଲଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତ କରିଛନ୍ତି। ଚହଲ ମୁଖ୍ୟମନ୍ତ୍ରୀଙ୍କ ନିକଟତର ଭାବେ ତାଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ମୁଖ୍ୟ ସଚିବ ରୂପେ କାର୍ଯ୍ୟ କରିଆସୁଛନ୍ତି। ସେ ମଧ୍ୟ ମୁମ୍ବାଇ ମ୍ୟୁନିସିପାଲ କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ। ଏବେ ବଡ୍‌ଲାପୁରରେ ଯୁବତୀମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଘଟଣାରେ ଗୃହ ବିଭାଗ ଅତ୍ୟଧିକ ସମାଲୋଚିତ ହେଉଥିବା ସମୟରେ ଏହି ନିଯୁକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏହା ଦର୍ଶାଉଛି ଯେ, ସରକାର ଚାପରେ ଅଛନ୍ତି ଓ ଏହି ବିଷୟକୁ ଗମ୍ଭୀରତାର ସହ ନେଉଛନ୍ତି। ଜୁନ୍‌ରେ ସୁଜାତା ସୌନିକ ମୁଖ୍ୟ ଶାସନ ସଚିବ ଭାବେ ପଦୋନ୍ନତି ପାଇବା ପୂର୍ବରୁ ସେ ଗୃହ ସଚିବ ଦାୟିତ୍ୱରେ ଥିଲେ। ଏପରିକି ତାଙ୍କ ପଦୋନ୍ନତି ପରେ ସେ ନୂଆ ଦାୟିତ୍ୱ ସହ ଗୃହ ବିଭାଗର ଦେଖାଶୁଣା କରୁଥିଲେ। ତେବେ ବର୍ତ୍ତମାନ ଖାଲିଥିବା ଅତିରିକ୍ତ ମୁଖ୍ୟ ସଚିବ ପଦବୀ ପାଇଁ ଅନେକ ନାମ ସାମ୍ନାକୁ ଆସିଥିଲା। ସୂତ୍ରରୁ ଜଣାପଡ଼ିଛି ଯେ,ଚହଲଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମର୍ଥନ ଥିଲାବେଳେ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ବିଚାର ଭିନ୍ନ ଥିଲା। ସାଧାରଣ ପ୍ରଶାସନ ବିଭାଗର ଭି.ରାଧାଙ୍କୁ ନିଯୁକ୍ତି ଦେବା କଥା ଉଠିଥିଲା, କିନ୍ତୁ ତାଙ୍କ ୧୯୯୪ ବ୍ୟାଚ୍‌ ଷ୍ଟାଟସ୍‌ ତାଙ୍କ ବରିଷ୍ଠତା ଉପରେ ସମସ୍ୟା ସୃଷ୍ଟି କରିଥିଲା। ଶେଷରେ ସ୍ଥିତି ଚହଲଙ୍କ ସପକ୍ଷରେ ଯାଇଥିବା ମନେକରାଯାଏ। ମତ ଥିଲା, ସରକାର ବର୍ତ୍ତମାନ କାର୍ଯ୍ୟ କରି ନ ଥିଲେ ଆଚରଣ ସଂହିତା ଲାଗୁହେବା ପରେ ନିର୍ବାଚନ ଆୟୋଗ ଏଥିରେ ହସ୍ତକ୍ଷେପ କରିଥାନ୍ତେ। ଚହଲ ୨୦୨୬ରେ ଅବସର ନେବେ ବୋଲି ଅନୁମାନ କରାଯାଉଛି ଏବଂ ସୌନିକଙ୍କ ପରେ ମୁଖ୍ୟ ସଚିବ ପଦବୀ ପାଇଁ ତାଙ୍କ ନାମ ଆସିପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି।
ସମାଲୋଚନାରୁ ପଦକ୍ଷେପ
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମାଲୋଚନାଗୁଡ଼ିକ ଗ୍ରହଣୀୟ ହେବା ପୂର୍ବରୁ ସେଥିରୁ ଗୋଟିଏକୁ ସମାଧାନକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ବଞ୍ଚାଇବାର ଉପାୟ କରିଛନ୍ତି କି? ନିର୍ଦ୍ଦିଷ୍ଟ ଭାବେ ସଦ୍ୟତମ ପ୍ରଶାସନିକ ଅଦଳବଦଳ ଏହା ଦର୍ଶାଏ। ଆର୍ଥିକ ସେବା ବିଭାଗର ସଚିବ ଭାବେ ନାଗାରାଜୁ ମଦିରାଲାଙ୍କ ନିଯୁକ୍ତିରୁ ଜଣାପଡ଼େ ଯେ, ସଂସଦରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଉପରେ ମୋଦି ଧ୍ୟାନ ଦେଇଛନ୍ତି। ବଜେଟ ପ୍ରକ୍ରିୟାର ପ୍ରାରମ୍ଭକୁ ଚିହ୍ନିତ କରୁଥିବା ପାରମ୍ପରିକ କାର୍ଯ୍ୟକ୍ରମ ହାଲ୍‌ୱା ଉତ୍ସବରେ ଏସ୍‌ସି ଏବଂ ଏସ୍‌ଟି ଅଧିକାରୀଙ୍କ ଅନୁପସ୍ଥିତି ସମ୍ପର୍କରେ ରାହୁଲ ଦର୍ଶାଇଥିଲେ। ସଂରକ୍ଷିତ ବର୍ଗର ତ୍ରିପୁରା କ୍ୟାଡର ଆଇଏଏସ୍‌ ଅଧିକାରୀ ମଦିରାଲା ଏବେ ପରବର୍ତ୍ତୀ ସମାରୋହରେ ଉପସ୍ଥିତ ହେବା ସମ୍ଭାବନା ରହିଛି। ଏହି ପଦକ୍ଷେପ ରାହୁଲଙ୍କ ସମାଲୋଚନର ପ୍ରତ୍ୟକ୍ଷ ପ୍ରତିକ୍ରିୟା ବୋଲି ମନେହୁଏ । ଏହି ନିଯୁକ୍ତି ଏକ ବ୍ୟାପକ ଅଦଳବଦଳର ଅଂଶବିଶେଷ ଏବଂ ଏହା ମୋଦିଙ୍କ ତୃତୀୟ ପାଳିରେ ପ୍ରଥମ ପ୍ରମୁଖ ପ୍ରଶାସନିକ ପରିବର୍ତ୍ତନକୁ ସୂଚିତ କରୁଛି। ମଦିରାଲାଙ୍କ ସହ ନୂଆ ସଚିବମାନଙ୍କୁ ବ୍ୟୟ, ବ୍ୟାଙ୍କିଙ୍ଗ୍‌, କର୍ପୋରେଟ୍‌ ଆଫେୟାର୍ସ ଏବଂ ପ୍ରତିରକ୍ଷା ଭଳି ପ୍ରମୁଖ ବିଭାଗରେ ନିଯୁକ୍ତ କରାଯାଇଛି। ଯଦିଓ ଏହି ପଦକ୍ଷେପ ସାଧାରଣରେ ଚର୍ଚ୍ଚା ହେବ ନା ରାହୁଲ ଗାନ୍ଧୀଙ୍କ ଗତିକୁ ହ୍ରାସ କରିବ, ତାହା ଅସ୍ପଷ୍ଟ ଥିବାବେଳେ ଏହା ଜାରି ରହିଥିବା ରାଜନୈତିକ କାହାଣୀକୁ ଏକ ଆକର୍ଷଣୀୟ ମୋଡ଼ ଦେଇଛି।

ଦିଲୀପ ଚେରିଏନ୍‌
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?