ନିଯୁକ୍ତି ଅପେକ୍ଷାରେ

ରେଳ ମନ୍ତ୍ରଣାଳୟ ଅଧ୍ୟକ୍ଷ/ସଦସ୍ୟ, ରେଳ ବୋର୍ଡ ଏବଂ ଜେନେରାଲ ମ୍ୟାନେଜର ସମେତ ଶୀର୍ଷ ପଦବୀଗୁଡ଼ିକରେ ନିଯୁକ୍ତି ବନ୍ଦ ରଖିଛି। ଏହି ନିଷ୍ପତ୍ତି ବୋଧହୁଏ ଭାରତୀୟ ଇଞ୍ଜିନିୟରିଂ ସର୍ଭିସେସ୍‌ (ଆଇଇଏସ୍‌) ମାଧ୍ୟମରେ ସେବାରେ ପ୍ରବେଶ କରିଥିବା ଅଧିକାରୀଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷ କାରଣରୁ ନିଆଯାଇଛି। ସୂତ୍ରରୁ ପ୍ରକାଶ ଯେ, ନିକଟରେ ମନ୍ତ୍ରଣାଳୟ ୧୯୮୯ ଏବଂ ୧୯୯୦ ବ୍ୟାଚ୍‌ରୁ ଯୋଗ୍ୟ ଅଧିକାରୀମାନଙ୍କୁ ଭାରତୀୟ ରେଳ ପରିଚାଳନା ସେବା (ଆଇଆର୍‌ଏମ୍‌ଏସ୍‌) ମଧ୍ୟରେ ଏହି ଶୀର୍ଷ ପଦବୀଗୁଡ଼ିକ ପାଇଁ ଆବେଦନ କରିବାକୁ ଏକ ବିଜ୍ଞପ୍ତି ଜାରି କରିଥିଲା। କିନ୍ତୁ କିଛିଦିନ ପରେ ହଠାତ୍‌ ସେହି ବିଜ୍ଞପ୍ତି ପ୍ରତ୍ୟାହାର କରାଗଲା। ଏଣୁ ଏଭଳି ପଛଘୁଞ୍ଚାର କାରଣ ହେଉଛି ଆଇଇଏସ୍‌ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ। ସେମାନଙ୍କ କ୍ୟାଡରରୁ କେବଳ ହାତଗଣତି ଅଧିକାରୀ ଏହିସବୁ ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବା ସେମାନଙ୍କ ନୈରାଶ୍ୟର କାରଣ । ଅପରପକ୍ଷେ, ଶୀର୍ଷ ପଦବୀ ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ଅଧିକାଂଶ ବ୍ୟକ୍ତି ସିଭିଲ ସର୍ଭିସେସ୍‌ ପରୀକ୍ଷା (ସିଏସ୍‌ଇ) ଷ୍ଟ୍ରିମ୍‌ରୁ ଆସିଥାନ୍ତି। ଭାରତୀୟ ରେଳ ପାରମ୍ପରିକ ଭାବରେ ସିଏସ୍‌ଇ, ଆଇଇଏସ୍‌ ଏବଂ ସ୍ବତନ୍ତ୍ର ଶ୍ରେଣୀ ରେଳ ଆପ୍ରେଣ୍ଟିସ୍‌ (ଏସ୍‌ସିଆର୍‌ଏ) ମାଧ୍ୟମରେ ଅଧିକାରୀ ନିଯୁକ୍ତ କରେ। ତା’ପରେ ଏମାନେ ଟ୍ରାଫିକ୍‌, ଇଲେକ୍ଟ୍ରିକାଲ, ମେକାନିକାଲ, ସିଭିଲ, ପର୍ସନାଲ, ଆକାଉଣ୍ଟସ ଏବଂ ଷ୍ଟୋର୍ସ ଭଳି ବିଭିନ୍ନ ବିଭାଗରେ ଯୋଗଦିଅନ୍ତି । ତେବେ ଆଭ୍ୟନ୍ତରୀଣ ବିବାଦର ସମାଧାନ କରିବା ପାଇଁ କେନ୍ଦ୍ର ସରକାର ଭାରତୀୟ ରେଳ ପରିଚାଳନା ସେବା(ଆଇଆର୍‌ଏମ୍‌ଏସ୍‌) ଆରମ୍ଭ କରିଥିଲେ। କାର୍ଯ୍ୟକୁ ଶୃଙ୍ଖଳିତ କରିବା ଏବଂ ଏକ ସମନ୍ବିତ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଏକୀକୃତ ସେବା ଉଦ୍ଦିଷ୍ଟ। ଯେହେତୁ ଆଇଇଏସ୍‌ ଏବଂ ଏସ୍‌ସିଆର୍‌ଏ ମାଧ୍ୟମରେ ପ୍ରତ୍ୟକ୍ଷ ନିଯୁକ୍ତି ବନ୍ଦ ହୋଇଗଲା ଏବଂ ୟୁପିଏସ୍‌ସିକୁ ଅନୁରୋଧ କରିବାରେ ବିଳମ୍ବ ହେତୁ ୨୦୧୯ଠାରୁ ସେବାରତ ପଦବୀରେ କୌଣସି ନୂତନ ପ୍ରତ୍ୟକ୍ଷ ନିଯୁକ୍ତି ରେଲଓ୍ବେରେ ହୋଇନାହିଁ। ପ୍ରଥମ ଆଇଆର୍‌ଏମ୍‌ଏସ୍‌ ବ୍ୟାଚ୍‌ ଏଯାବତ ନିଯୁକ୍ତି ଅପେକ୍ଷାରେ ଅଛନ୍ତି।
ଚହଲଙ୍କୁ ଦାୟିତ୍ୱ
ମହାରାଷ୍ଟ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କ୍ରମେ ୧୯୮୯ ବ୍ୟାଚ୍‌ ଆଇଏଏସ୍‌ ଅଧକାରୀ ଆଇ.ଏସ୍‌. ଚହଲଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତ କରିଛନ୍ତି। ଚହଲ ମୁଖ୍ୟମନ୍ତ୍ରୀଙ୍କ ନିକଟତର ଭାବେ ତାଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ମୁଖ୍ୟ ସଚିବ ରୂପେ କାର୍ଯ୍ୟ କରିଆସୁଛନ୍ତି। ସେ ମଧ୍ୟ ମୁମ୍ବାଇ ମ୍ୟୁନିସିପାଲ କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ। ଏବେ ବଡ୍‌ଲାପୁରରେ ଯୁବତୀମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଘଟଣାରେ ଗୃହ ବିଭାଗ ଅତ୍ୟଧିକ ସମାଲୋଚିତ ହେଉଥିବା ସମୟରେ ଏହି ନିଯୁକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏହା ଦର୍ଶାଉଛି ଯେ, ସରକାର ଚାପରେ ଅଛନ୍ତି ଓ ଏହି ବିଷୟକୁ ଗମ୍ଭୀରତାର ସହ ନେଉଛନ୍ତି। ଜୁନ୍‌ରେ ସୁଜାତା ସୌନିକ ମୁଖ୍ୟ ଶାସନ ସଚିବ ଭାବେ ପଦୋନ୍ନତି ପାଇବା ପୂର୍ବରୁ ସେ ଗୃହ ସଚିବ ଦାୟିତ୍ୱରେ ଥିଲେ। ଏପରିକି ତାଙ୍କ ପଦୋନ୍ନତି ପରେ ସେ ନୂଆ ଦାୟିତ୍ୱ ସହ ଗୃହ ବିଭାଗର ଦେଖାଶୁଣା କରୁଥିଲେ। ତେବେ ବର୍ତ୍ତମାନ ଖାଲିଥିବା ଅତିରିକ୍ତ ମୁଖ୍ୟ ସଚିବ ପଦବୀ ପାଇଁ ଅନେକ ନାମ ସାମ୍ନାକୁ ଆସିଥିଲା। ସୂତ୍ରରୁ ଜଣାପଡ଼ିଛି ଯେ,ଚହଲଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମର୍ଥନ ଥିଲାବେଳେ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ବିଚାର ଭିନ୍ନ ଥିଲା। ସାଧାରଣ ପ୍ରଶାସନ ବିଭାଗର ଭି.ରାଧାଙ୍କୁ ନିଯୁକ୍ତି ଦେବା କଥା ଉଠିଥିଲା, କିନ୍ତୁ ତାଙ୍କ ୧୯୯୪ ବ୍ୟାଚ୍‌ ଷ୍ଟାଟସ୍‌ ତାଙ୍କ ବରିଷ୍ଠତା ଉପରେ ସମସ୍ୟା ସୃଷ୍ଟି କରିଥିଲା। ଶେଷରେ ସ୍ଥିତି ଚହଲଙ୍କ ସପକ୍ଷରେ ଯାଇଥିବା ମନେକରାଯାଏ। ମତ ଥିଲା, ସରକାର ବର୍ତ୍ତମାନ କାର୍ଯ୍ୟ କରି ନ ଥିଲେ ଆଚରଣ ସଂହିତା ଲାଗୁହେବା ପରେ ନିର୍ବାଚନ ଆୟୋଗ ଏଥିରେ ହସ୍ତକ୍ଷେପ କରିଥାନ୍ତେ। ଚହଲ ୨୦୨୬ରେ ଅବସର ନେବେ ବୋଲି ଅନୁମାନ କରାଯାଉଛି ଏବଂ ସୌନିକଙ୍କ ପରେ ମୁଖ୍ୟ ସଚିବ ପଦବୀ ପାଇଁ ତାଙ୍କ ନାମ ଆସିପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି।
ସମାଲୋଚନାରୁ ପଦକ୍ଷେପ
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମାଲୋଚନାଗୁଡ଼ିକ ଗ୍ରହଣୀୟ ହେବା ପୂର୍ବରୁ ସେଥିରୁ ଗୋଟିଏକୁ ସମାଧାନକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ବଞ୍ଚାଇବାର ଉପାୟ କରିଛନ୍ତି କି? ନିର୍ଦ୍ଦିଷ୍ଟ ଭାବେ ସଦ୍ୟତମ ପ୍ରଶାସନିକ ଅଦଳବଦଳ ଏହା ଦର୍ଶାଏ। ଆର୍ଥିକ ସେବା ବିଭାଗର ସଚିବ ଭାବେ ନାଗାରାଜୁ ମଦିରାଲାଙ୍କ ନିଯୁକ୍ତିରୁ ଜଣାପଡ଼େ ଯେ, ସଂସଦରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଉପରେ ମୋଦି ଧ୍ୟାନ ଦେଇଛନ୍ତି। ବଜେଟ ପ୍ରକ୍ରିୟାର ପ୍ରାରମ୍ଭକୁ ଚିହ୍ନିତ କରୁଥିବା ପାରମ୍ପରିକ କାର୍ଯ୍ୟକ୍ରମ ହାଲ୍‌ୱା ଉତ୍ସବରେ ଏସ୍‌ସି ଏବଂ ଏସ୍‌ଟି ଅଧିକାରୀଙ୍କ ଅନୁପସ୍ଥିତି ସମ୍ପର୍କରେ ରାହୁଲ ଦର୍ଶାଇଥିଲେ। ସଂରକ୍ଷିତ ବର୍ଗର ତ୍ରିପୁରା କ୍ୟାଡର ଆଇଏଏସ୍‌ ଅଧିକାରୀ ମଦିରାଲା ଏବେ ପରବର୍ତ୍ତୀ ସମାରୋହରେ ଉପସ୍ଥିତ ହେବା ସମ୍ଭାବନା ରହିଛି। ଏହି ପଦକ୍ଷେପ ରାହୁଲଙ୍କ ସମାଲୋଚନର ପ୍ରତ୍ୟକ୍ଷ ପ୍ରତିକ୍ରିୟା ବୋଲି ମନେହୁଏ । ଏହି ନିଯୁକ୍ତି ଏକ ବ୍ୟାପକ ଅଦଳବଦଳର ଅଂଶବିଶେଷ ଏବଂ ଏହା ମୋଦିଙ୍କ ତୃତୀୟ ପାଳିରେ ପ୍ରଥମ ପ୍ରମୁଖ ପ୍ରଶାସନିକ ପରିବର୍ତ୍ତନକୁ ସୂଚିତ କରୁଛି। ମଦିରାଲାଙ୍କ ସହ ନୂଆ ସଚିବମାନଙ୍କୁ ବ୍ୟୟ, ବ୍ୟାଙ୍କିଙ୍ଗ୍‌, କର୍ପୋରେଟ୍‌ ଆଫେୟାର୍ସ ଏବଂ ପ୍ରତିରକ୍ଷା ଭଳି ପ୍ରମୁଖ ବିଭାଗରେ ନିଯୁକ୍ତ କରାଯାଇଛି। ଯଦିଓ ଏହି ପଦକ୍ଷେପ ସାଧାରଣରେ ଚର୍ଚ୍ଚା ହେବ ନା ରାହୁଲ ଗାନ୍ଧୀଙ୍କ ଗତିକୁ ହ୍ରାସ କରିବ, ତାହା ଅସ୍ପଷ୍ଟ ଥିବାବେଳେ ଏହା ଜାରି ରହିଥିବା ରାଜନୈତିକ କାହାଣୀକୁ ଏକ ଆକର୍ଷଣୀୟ ମୋଡ଼ ଦେଇଛି।

ଦିଲୀପ ଚେରିଏନ୍‌
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri