ସବୁ ଭାରିଆଣ୍ଟ ପାଇଁ ‘ଅଭିସ୍କୋଭାକ୍‌’

ନୂଆଦିଲ୍ଲୀ,୭ା୨: ଭାରତୀୟ ବୈଜ୍ଞାନିକମାନେ କୋଭିଡ୍‌ ମହାମାରୀର ସବୁ ଭାରିଆଣ୍ଟକୁ ପ୍ରତିହତ କରିବା ଭଳି ଏକ ଭାକ୍ସିନ ବିକଶିତ କରିଥିବା ଦାବି କରିଛନ୍ତି। ନୂଆ ଟିକାର ନାମ ‘ଅଭିସ୍କୋଭାକ୍‌’ ରଖାଯାଇଛି। ଏହି ଗବେଷଣାରେ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଆଇଆଇଏସ୍‌ଇଆର୍‌)ର ବୈଜ୍ଞାନିକମାନେ ସାମିଲ ଅଛନ୍ତି।
ସେମାନଙ୍କ ଗବେଷଣାକୁ ଜର୍ନାଲ ଅଫ୍‌ ମୋଲେକ୍ୟୁଲାର ଲିକ୍ୱିଡ୍ସରେ ପ୍ରକାଶନ ଲାଗି ଗ୍ରହଣ କରାଯାଇଛି। ସାର୍ସ-କୋଭ୍‌-୨ ଭାଇରସ୍‌ର ନୂଆ ଭାରିଆଣ୍ଟଗୁଡ଼ିକ ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବାବେଳେ ପଶ୍ଚିମବଙ୍ଗର ଆସନସୋଲସ୍ଥିତ କାଜି ନଜ୍‌ରୁଲ ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱରସ୍ଥିତ ଆଇଆଇଏସ୍‌ଇଆର୍‌ର ବୈଜ୍ଞାନିକମାନେ ଏକ ପେପ୍‌ଟାଇଡ୍‌ (ଆମିନୋ ଅମ୍ଳର ଛୋଟ ଶୃଙ୍ଖଳା ସମ୍ବନ୍ଧୀୟ) ଭାକ୍ସିନ ବିକଶିତ କରିଛନ୍ତି। ଏହି ଟିକା ଭବିଷ୍ୟତରେ କୋଭିଡ୍‌-୧୯ର ସମସ୍ତ ପ୍ରକାର ସମ୍ଭାବ୍ୟ ଭୂତାଣୁରୁ ଲୋକଙ୍କୁ ସୁରକ୍ଷା ଦେବ ବୋଲି ଗବେଷକମାନେ କହିଛନ୍ତି। ସେମାନଙ୍କ ମତରେ ଏହି ଗବେଷଣାରେ ଇମ୍ୟୁନୋଇନ୍‌ଫର୍ମେଟିକ୍‌ ଉପାୟ ଆପଣାଯାଇଥିଲା। ଅଭିସ୍କୋଭାକ୍‌ ଟିକା କରୋନାର ଅଦ୍ୟାବଧି ଦେଖାଦେଇଥିବା ୬ ପ୍ରକାର ଭୂତାଣୁରୁ ସୁରକ୍ଷା ଦେବା ପାଇଁ ସକ୍ଷମ। ସେଗୁଡ଼ିକ ହେଲା ଏଚ୍‌କୋଭ୍‌-୨୨୯ଇ, ଏଚ୍‌କୋଭ୍‌-ଏଚ୍‌କେୟୁ୧, ଏଚ୍‌କୋଭ୍‌-ଓସି୪୩, ସାର୍ସ-କୋଭ୍‌, ଏମ୍‌ଇଆର୍‌ଏସ୍‌-କୋଭ୍‌ ଏବଂ ସାର୍ସ-କୋଭ୍‌-୨। କାଜି ନଜ୍‌ରୁଲ ୟୁନିଭର୍ସିଟିର ଅଭିଜ୍ଞାନ ଚୌଧୁରୀ, ପାର୍ଥ ସେନଗୁପ୍ତାଙ୍କ ସହ ଆଇଆଇଏସ୍‌ଇଆର୍‌ ଭୁବନେଶ୍ୱରର ସରୋଜ କୁମାର ପଣ୍ଡା ଓ ମଳୟ କୁମାର ରଣାଙ୍କ ମତରେ ଏହି ଟିକା ସ୍ଥିର, ଆଣ୍ଟିଜେନିକ୍‌ (ପ୍ରତିପିଣ୍ଡଜ) ଏବଂ ଇମ୍ୟୁନୋଜେନିକ୍‌ (ରୋଗ ପ୍ରତିରୋଧୀ) ଭାବେ କାର୍ଯ୍ୟ କରୁଛି। ଅଭିଜ୍ଞାନ କହିଛନ୍ତି, କମ୍ପ୍ୟୁଟେଶନାଲ ପଦ୍ଧତିରେ ଗବେଷକ ଦଳ ଏହାକୁ ବିକଶିତ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଟିକା ଉତ୍ପାଦନ ପରେ ପରୀକ୍ଷଣ କରାଯିବ। ଏହା ଏକ ସ୍ବତନ୍ତ୍ର ଭାକ୍ସିନ। ବିଶ୍ୱର ଅନ୍ୟ କୌଣସି ଟିକା କରୋନା ଭୂତାଣୁର ସବୁ ପ୍ରକାର ଭାରିଆଣ୍ଟ ସହ ଏକକାଳୀନ ଲଢ଼ିବା ଭଳି ପ୍ରଣାଳୀରେ ବିକଶିତ ହୋଇନାହିଁ। ଅଭିସ୍କୋଭାକ୍‌ ଟିକା ଶରୀରରେ ଟିଏଲ୍‌ଆର୍‌୪ ପ୍ରୋଟିନ୍‌ ସହିତ ସହଜରେ ମିଶ୍ରଣ ହୋଇ ଟିକା ଗ୍ରହୀତାଙ୍କ ରୋଗ ପ୍ରତିଷେଧକ କ୍ଷମତାକୁ ବୃଦ୍ଧି କରିପାରୁଛି ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…

ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି…

ଭିମସାର କର୍ମଚାରୀଙ୍କ ଅଚଳାଚଳ ସମ୍ପତ୍ତି ଠାବ:୧୦ ମୂଲ୍ୟବାନ ପ୍ଲଟ ସହ ବିପୁଳ ଟଙ୍କା

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ…

ସଂସଦର ସବୁଠାରୁ ଧନୀ ଏମ୍ପି କିଏ? ଜାଣନ୍ତୁ କେଉଁ ଦଳ ସବୁଠାରୁ ଅଧିକ ମାଲାମାଲ୍!

ନୂଆଦିଲ୍ଲୀ,୩୦।୬: ଦେଶର ସଂସଦରେ ରାଜନୀତି ସହିତ ସମ୍ପତ୍ତିର ପରିମାଣ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୋଟିଏ ପଟେ ଲୋକ ସଭାରେ କୋଟିପତି ଏମ୍ପିଙ୍କ ସଂଖ୍ୟା କ୍ରମାଗତ…

କୋଟି କୋଟି ଗ୍ରାହକଙ୍କୁ ବଡ଼ ଉପହାର! ଜୁଲାଇ ମାସରୁ କମିବ ବିଜୁଳି ଦର

ନୂଆଦିଲ୍ଲୀ,୩୦।୬: ଉତ୍ତର ପ୍ରଦେଶର କୋଟି କୋଟି ବିଦ୍ୟୁତ ଗ୍ରାହକଙ୍କ ପାଇଁ ଜୁଲାଇ ମାସ ବଡ଼ ଆଶ୍ୱସ୍ତି ନେଇ ଆସୁଛି। ଯଦି ଆପଣ ମଧ୍ୟ ପ୍ରତିମାସରେ ମହଙ୍ଗା ବିଜୁଳି…

ଇପିଏଫ କି ପେନସନ ନାହିଁ: ୪୧ ବର୍ଷ ସରକାରୀ ସେବାପରେ ବିନା ସୁବିଧାରେ ଅବସର ନେଲେ ତ୍ରିନାଥ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ପିଅନ ତ୍ରିନାଥ ପ୍ରଧାନ ମଙ୍ଗଳବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ଏନେଇ…

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

ଅମାଠ ବେହେରା ରାଇସ ମିଲ ସିଲ୍‌: ଜିଲାପାଳଙ୍କ ଆଦେଶ ଅବମାନନା ଅଭିଯୋଗ

କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକସ୍ଥିତ ବେହେରା ରାଇସ ମିଲ ଏବଂ ଗୋଟିଏ ଗୋଦାମକୁ ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସିଏସଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri