ସବୁ ଭାରିଆଣ୍ଟ ପାଇଁ ‘ଅଭିସ୍କୋଭାକ୍‌’

ନୂଆଦିଲ୍ଲୀ,୭ା୨: ଭାରତୀୟ ବୈଜ୍ଞାନିକମାନେ କୋଭିଡ୍‌ ମହାମାରୀର ସବୁ ଭାରିଆଣ୍ଟକୁ ପ୍ରତିହତ କରିବା ଭଳି ଏକ ଭାକ୍ସିନ ବିକଶିତ କରିଥିବା ଦାବି କରିଛନ୍ତି। ନୂଆ ଟିକାର ନାମ ‘ଅଭିସ୍କୋଭାକ୍‌’ ରଖାଯାଇଛି। ଏହି ଗବେଷଣାରେ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଆଇଆଇଏସ୍‌ଇଆର୍‌)ର ବୈଜ୍ଞାନିକମାନେ ସାମିଲ ଅଛନ୍ତି।
ସେମାନଙ୍କ ଗବେଷଣାକୁ ଜର୍ନାଲ ଅଫ୍‌ ମୋଲେକ୍ୟୁଲାର ଲିକ୍ୱିଡ୍ସରେ ପ୍ରକାଶନ ଲାଗି ଗ୍ରହଣ କରାଯାଇଛି। ସାର୍ସ-କୋଭ୍‌-୨ ଭାଇରସ୍‌ର ନୂଆ ଭାରିଆଣ୍ଟଗୁଡ଼ିକ ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବାବେଳେ ପଶ୍ଚିମବଙ୍ଗର ଆସନସୋଲସ୍ଥିତ କାଜି ନଜ୍‌ରୁଲ ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱରସ୍ଥିତ ଆଇଆଇଏସ୍‌ଇଆର୍‌ର ବୈଜ୍ଞାନିକମାନେ ଏକ ପେପ୍‌ଟାଇଡ୍‌ (ଆମିନୋ ଅମ୍ଳର ଛୋଟ ଶୃଙ୍ଖଳା ସମ୍ବନ୍ଧୀୟ) ଭାକ୍ସିନ ବିକଶିତ କରିଛନ୍ତି। ଏହି ଟିକା ଭବିଷ୍ୟତରେ କୋଭିଡ୍‌-୧୯ର ସମସ୍ତ ପ୍ରକାର ସମ୍ଭାବ୍ୟ ଭୂତାଣୁରୁ ଲୋକଙ୍କୁ ସୁରକ୍ଷା ଦେବ ବୋଲି ଗବେଷକମାନେ କହିଛନ୍ତି। ସେମାନଙ୍କ ମତରେ ଏହି ଗବେଷଣାରେ ଇମ୍ୟୁନୋଇନ୍‌ଫର୍ମେଟିକ୍‌ ଉପାୟ ଆପଣାଯାଇଥିଲା। ଅଭିସ୍କୋଭାକ୍‌ ଟିକା କରୋନାର ଅଦ୍ୟାବଧି ଦେଖାଦେଇଥିବା ୬ ପ୍ରକାର ଭୂତାଣୁରୁ ସୁରକ୍ଷା ଦେବା ପାଇଁ ସକ୍ଷମ। ସେଗୁଡ଼ିକ ହେଲା ଏଚ୍‌କୋଭ୍‌-୨୨୯ଇ, ଏଚ୍‌କୋଭ୍‌-ଏଚ୍‌କେୟୁ୧, ଏଚ୍‌କୋଭ୍‌-ଓସି୪୩, ସାର୍ସ-କୋଭ୍‌, ଏମ୍‌ଇଆର୍‌ଏସ୍‌-କୋଭ୍‌ ଏବଂ ସାର୍ସ-କୋଭ୍‌-୨। କାଜି ନଜ୍‌ରୁଲ ୟୁନିଭର୍ସିଟିର ଅଭିଜ୍ଞାନ ଚୌଧୁରୀ, ପାର୍ଥ ସେନଗୁପ୍ତାଙ୍କ ସହ ଆଇଆଇଏସ୍‌ଇଆର୍‌ ଭୁବନେଶ୍ୱରର ସରୋଜ କୁମାର ପଣ୍ଡା ଓ ମଳୟ କୁମାର ରଣାଙ୍କ ମତରେ ଏହି ଟିକା ସ୍ଥିର, ଆଣ୍ଟିଜେନିକ୍‌ (ପ୍ରତିପିଣ୍ଡଜ) ଏବଂ ଇମ୍ୟୁନୋଜେନିକ୍‌ (ରୋଗ ପ୍ରତିରୋଧୀ) ଭାବେ କାର୍ଯ୍ୟ କରୁଛି। ଅଭିଜ୍ଞାନ କହିଛନ୍ତି, କମ୍ପ୍ୟୁଟେଶନାଲ ପଦ୍ଧତିରେ ଗବେଷକ ଦଳ ଏହାକୁ ବିକଶିତ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଟିକା ଉତ୍ପାଦନ ପରେ ପରୀକ୍ଷଣ କରାଯିବ। ଏହା ଏକ ସ୍ବତନ୍ତ୍ର ଭାକ୍ସିନ। ବିଶ୍ୱର ଅନ୍ୟ କୌଣସି ଟିକା କରୋନା ଭୂତାଣୁର ସବୁ ପ୍ରକାର ଭାରିଆଣ୍ଟ ସହ ଏକକାଳୀନ ଲଢ଼ିବା ଭଳି ପ୍ରଣାଳୀରେ ବିକଶିତ ହୋଇନାହିଁ। ଅଭିସ୍କୋଭାକ୍‌ ଟିକା ଶରୀରରେ ଟିଏଲ୍‌ଆର୍‌୪ ପ୍ରୋଟିନ୍‌ ସହିତ ସହଜରେ ମିଶ୍ରଣ ହୋଇ ଟିକା ଗ୍ରହୀତାଙ୍କ ରୋଗ ପ୍ରତିଷେଧକ କ୍ଷମତାକୁ ବୃଦ୍ଧି କରିପାରୁଛି ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଆରେ ପହଞ୍ଚିଲା ବାତ୍ୟା ‘ତଉକତେ’…

ମୁମ୍ବାଇ,୧୬।୫: ଲାକ୍ଷାଦ୍ୱୀପ ଏବଂ ଆରବ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ତଉକତେ’ ରବିବାର ଗୋଆର ଉପକୂଳବର୍ତ୍ତୀ ଅଞ୍ଚଳରେ ପହଞ୍ଚିଛି। ଏହାର ପ୍ରଭାବରେ ଗୋଆରେ ପ୍ରବଳ...

ସାବାସ୍‌ ଶାଲିନି

ଭୋପାଳ,୧୩।୧୧: ମଧ୍ୟପ୍ରଦେଶର ମହିଳା କନଷ୍ଟେବଳ ଶାଲିନି ଚୌହାନ ଇନ୍ଦୋରର ଗାନ୍ଧୀ ମେମୋରିଆଲ୍‌ ମେଡିକାଲ କଲେଜରୁ ଏକ ରାଗିଂ ଗ୍ୟାଙ୍ଗ୍‌ ଉପରୁ ପର୍ଦ୍ଦା ହଟାଇଛନ୍ତି। ଏ ପ୍ରକାର...

ନନ୍ଦନକାନନ ଖୋଲିବା ନେଇ ଅନିଶ୍ଚିତତା

ନରାଜ, ୨୮।୫ (ଡି.ଏନ୍‌.ଏ.): କରୋନା ଓ ଲକ୍‌ଡାଉନ୍‌ ପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପ୍ରଭାବିତ ହୋଇଛି। ୧୯୯୯ ମହାବାତ୍ୟା, ୨୦୧୯ ଫନୀ ପରେ ଏବେ ଏସିଆ...

ପୁଣି ୪୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୦।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ...

ପ୍ରଦୂଷଣ ବର୍ଷକରେ ନେଇଛି ୯୦ ଲକ୍ଷ ଜୀବନ

ନୂଆଦିଲ୍ଲୀ, ୧୯ା୫: ସାରା ବିଶ୍ୱରେ ପ୍ରଦୂଷଣ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇ ଉଭାହୋଇଛି। କେବଳ ୨୦୧୯ରେ ପ୍ରଦୂଷଣ ଯୋଗୁ ୯୦ ଲକ୍ଷ ଲୋକ ମୃତ୍ୟୁମୁଖରେ...

ମୁମ୍ବାଇରେ ପିଆଜ କିଲୋ ୮୦ଟଙ୍କା

ମୁମ୍ବାଇ,୨୪।୯: ସମଗ୍ର ଦେଶରେ ପିଆଜର ଦରଦାମ୍‌ ଆକାଶ ଛୁଆଁ ହୋଇଛି। ବିଭିନ୍ନ ସହରରେ ପିଆଜର ଦରଦାମ୍‌ ବୃଦ୍ଧିକୁ ନେଇ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ନିକଟରେ...

ଟ୍ରମ୍ପଙ୍କୁ ଭେଟିଲେ ଶାହ

ଅହମଦାବାଦ,୨୪।୨: ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମରେ ସୋମବାର ଆମେରିକାର ପ୍ରଥମ ନାଗରିକ ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ବାଗତ କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ...

ଲଭ୍‌ ଜିହାଦ ମାମଲାରେ ଯୁବତୀଙ୍କୁ ଧୋକା ଦେବାର ପ୍ରମାଣ ଜରୁରୀ ବୋଲି କହିଲେ ହାଇକୋର୍ଟ…

ଅହମଦାବାଦ୍‌,୧୯।୮: ଲଭ୍‌ ଜିହାଦ ଉପରେ ଗୁଜରାଟ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ରାଜ୍ୟର ଲଭ ଜିହାଦ ଆକ୍ଟର କିଛି ଧାରା ଉପରେ କୋର୍ଟ ରୋକ...

Advertisement
Archives

Model This Week