ବିବାହ ବନ୍ଧନରେ ଅବିକା !

ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅବିକା ଗୌର। ‘ବାଳିକା ବଧୁ’, ‘ସସୁରାଲ ସିମର କା’ ଧାରାବାହିକରେ କାମ କରି ଘରେ ଘରେ ପରିଚିତ ହୋଇଥିଲେ ଅବିକା। ଏବେ ସେ ଏତେ ବଡ଼ ହୋଇଗଲେଣି ଯେ ବିବାହ କରିନେଇଛନ୍ତି। ଅଭିନେତା ଆଦିଲ ଖାନ୍‌ଙ୍କ ଚର୍ଚ୍ଚରେ ବିବାହ କରୁଥିବା ବେଳର କିଛି ଫଟୋ ଏବେ ଭାଇରାଲ ହେଉଛି। ସାମାଜିକ ଗଣମାଧ୍ୟମରେ ଅବିକାଙ୍କ ପ୍ରଶଂସକ ଏହାକୁ ଖୁବ୍‌ ପସନ୍ଦ କରୁଛନ୍ତି।

ଅବିକାଙ୍କ ଫଟୋ ଦେଖିବା ପରେ ଅବିତାଙ୍କୁ ଲୋକେ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଥିଲେ। ଘଟଣା କ’ଣ ସେ ବିଷୟରେ ଅନୁଧ୍ୟାନ କରିବା ପରେ ବିବାହଟି ଏକ ଗୀତ ପାଇଁ ବୋଲି ଜଣାପଡ଼ିଛି। ଆଗାମୀ ଦିନରେ ଅବିକାଙ୍କ ଗୀତ ‘କାଦିଲ’ ରିଲିଜ ହେବାକୁ ଯାଉଛି। ଏଥିରେ ଆଦିଲ ଅଛନ୍ତି। ଫଟୋଗୁଡ଼ିକ ଏହାର ଶୁଟିଂ ସମୟର। ସେଥିରେ ଉଭୟ ଆଖିରେ ଆଖି ମିଶାଇ ବିବାହର ମନ୍ତ୍ର ପଢ଼ୁଥିବା ଦେଖାଯାଇଛି। ଗୀତର ଝଲକ ଦେଖିବା ପରେ ପ୍ରଶଂସକ ଏହାର ରିଲିଜକୁ ଅପେକ୍ଷା କରିଥିବା ପ୍ରତିକ୍ରିୟାରେ କହୁଛନ୍ତି।

ଗତବର୍ଷ ଅବିକା ରୋଡିଜ୍‌ ୧୭ର ପ୍ରତିଯୋଗୀ ମିଲିନ୍ଦ ଚନ୍ଦଓ୍ବାନୀଙ୍କୁ ଡେଟ୍‌ କରୁଥିବା ନେଇ ପ୍ରଶଂସକଙ୍କୁ ଜଣାଇଥିଲେ। ସେ ଉଭୟଙ୍କ ଫଟୋ ଶେୟାର କରି ନିଜର ସମ୍ପର୍କ ବିଷୟରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟକୁ ଭଲ ପାଆନ୍ତି ନାହିଁ ଖିଲାଡି ବୟଙ୍କ ପୁଅ

ମୁମ୍ବାଇ,୧୫।୭: କ୍ରିକେଟର କ୍ରେଜ୍‌ ଛୋଟଠାରୁ ବଡ ସମସ୍ତଙ୍କ ପାଖରେ ଥିବା ବେଳେ ଏଥିରୁ କିନ୍ତୁ ବାଦ୍‌ ପଡିଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟଙ୍କ ପୁଅ ଅରବ।...

୩୦ଫୁଟ ପାଣି ଭିତରେ ୧୨ ଘଣ୍ଟା ରହିଲେ ଦିଶା-ଆଦିତ୍ୟ

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ମଲଙ୍ଗ’ରେ ଦିଶା ପଟାନୀ ଏବଂ ଆଦିତ୍ୟ ରାୟ କପୁର ଆଖି ଲାଖି ଗଲା ପରି ଶଟ୍‌ ଦେଇଛନ୍ତି। କିନ୍ତୁ...

ରଣବୀରଙ୍କୁ ଜ୍ୱାଇଁ ଭାବେ ପାଇ ଭାବବିହ୍ବଳ ହେଲେ ମହେଶ ଭଟ୍ଟ

ବମ୍ବେ: ବିବାହ ପରଠାରୁ ଚର୍ଚ୍ଚାରେ ବଲିଉଡ୍‌ର ଅନ୍ୟତମ ହିଟ୍‌ ଯୋଡ଼ି ରଣବୀର କପୁର ଏବଂ ଆଲିଆ ଭଟ୍ଟ। ଗୁରୁବାର ବାସ୍ତୁ ଆପାର୍ଟମେଣ୍ଟରେ ଉଭୟ ହାତକୁ ଦୁଇ...

ଭଲ ସିନେମାରେ ଅଭିନୟ ଚାହାନ୍ତି ମୃଣାଳ

ନୂଆଦିଲ୍ଲୀ: ଅଭିନେତ୍ରୀ ମୁଣାଳ ଠାକୁର ଭଲ ସିନେମାରେ ଅଭିନୟ କରିବାକୁ ଚାହାନ୍ତି ବୋଲି କହିିଛନ୍ତି। ତାଙ୍କ କହିବା କଥା ହେଉଛି ଦର୍ଶକ ଯେତେବେଳେ ଭଲ ବିଷୟବସ୍ତୁଭିତ୍ତିକ...

‘ଫୁଲଓ୍ବା’ର ଶିଶୁ କଳାକାର ଏବେ ଗ୍ଲାମର୍‌ ଗର୍ଲ, ଦେଖିଲେ ଚିହ୍ନି ହେଉନି

ବମ୍ବେ: ଚାହୁଁ ଚାହୁଁ ଦିନଗୁଡ଼ିକ କିଭଳି ବିତିଗଲା ଜାଣି ହେଲାନାହିଁ। ଶିଶୁ କଳାକାରରୁ ସେ ଏବେ ଗ୍ଲାମର୍ସ ଅଭିନେତ୍ରୀ ପାଲଟିଲେଣି। ଆମେ କଥା ହେଉଛୁ ଜନ୍ନତ...

ସ୍ବାମୀଙ୍କ ଏହି ଗୁଣକୁ ଆଦୌ ପସନ୍ଦ କରନ୍ତି ନାହିଁ ଦୀପିକା

ବଲିଉଡ୍‌ର ସବୁଠୁ ରୋମାଣ୍ଟିକ୍‌ ଯୋଡି ଭାବେ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଜଣାଶୁଣା। ଦୁହେଁ ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ। ନିଜ ସାଂସାରିକ...

ପାରିବାରିକ ହିଂସା ମାମଲାରେ କରନଙ୍କୁ ମିଳିଲା ଜାମିନ

ମୁମ୍ବାଇ,୧।୬: ଅନେକ ଟିଭି ସିରିୟଲ୍‌ରେ କାମ କରି ବେଶ୍‌ ଲୋକପ୍ରିୟତା ହାସଲ କରିଥିବା ଅଭିନେତା କରନ ମେହେରାଙ୍କୁ ପାରିବାରିକ ହିଂସା ମାମଲାରେ ଜାମିନ ମିଳିଛି। ସୋମବାର...

ଓ୍ବେବ୍‌ ସିରିଜ୍‌ ‘ଇଭିଲ ଆଇ’ରେ ଏକାଠି ନଜର ଆସିବେ ପ୍ରିୟଙ୍କା-ନିକ୍‌

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ୍‌ ଗାୟକ ତଥା ଅଭିନେତା ସ୍ବାମୀ ନିକ୍‌ ଜୋନାସଙ୍କ ଯୋଡ଼ି ବିଶ୍ୱର ଚର୍ଚ୍ଚିତ ଯୋଡ଼ି ମଧ୍ୟରୁ ଅନ୍ୟତମ। ଏହି...

Advertisement
Archives

Model This Week