ଅଟୋ ଚାଳକରୁ ହୋଇଥିଲେ ସରପଞ୍ଚ, ଧମକ ଯୋଗୁ ପଦ ଛାଡ଼ିଦେଲେ…

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ)- ସରପଞ୍ଚ ପଦ ପାଇଁ ପଞ୍ଚାୟତ ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାସତ୍ତ୍ୱେ ନିର୍ବାଚନୀ ମଇଦାନରେ କିଏ ଜିତୁଛନ୍ତି ତ ଆଉ କେହି ହାରୁଛନ୍ତି। ତେବେ ବରଗଡ଼ ବ୍ଲକ ବରାହଗୋଡା ପଞ୍ଚାୟତରେ ଅଟୋ ଚାଳକରୁ ସରପଞ୍ଚ ହୋଇଥିବା ଶରତ କୁମ୍ଭାର କିଛି ଦୁର୍ବୃତ୍ତଙ୍କ ଧମକ ପରେ ଭୟଭୀତ ହୋଇ ସରପଞ୍ଚ ପଦ ଛାଡିବା ଏବଂ ଅଟୋ ଚଲାଇବାକୁ ମନସ୍ଥ କରିବା ଚର୍ଚ୍ଚାର ବିଷୟ ହୋଇଛି । ଏ ନେଇ ସେ ବରଗଡ଼ ଉପ ଜିଲାପାଳଙ୍କୁ ମଧ୍ୟ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି, ସେ ଅଟୋ ଚଳାଇ ପରିବାର ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ତେବେ ଗତ ପଞ୍ଚାୟତ ନିର୍ବାଚନ ସମୟରେ ତାଙ୍କ ପଡାବାସୀ କହିବାରୁ ସେ ୱାର୍ଡ ମେମ୍ବର ପଦବୀରେ ମନୋନୀତ ହୋଇଥିଲେ। ପରେ ତାଙ୍କୁ ନାଏବ ସରପଞ୍ଚ ମନୋନୀତ କରାଯାଇଥିଲା । ତେବେ ଦୁର୍ଭାଗ୍ୟବଶତଃ ପଞ୍ଚାୟତର ସରପଞ୍ଚଙ୍କ ଦେହାନ୍ତ ହୋଇଥିଲା। ଏହାପରେ ଶରତ କୁମ୍ଭାର ସରପଞ୍ଚ ଦାୟିତ୍ୱରେ ରହିଥିଲେ। ତେବେ ଆରମ୍ଭରୁ ସବୁ ଠିକଠାକ ଚାଲିଥିଲା। ମାତ୍ର ଗତ କିଛି ମାସ ହେଲା, କିଛି ଦୁର୍ବୃତ୍ତ ଦାଦାଗିରି କରି ଦସ୍ତଖତ ମାଗୁଛନ୍ତି ଏବଂ ଜୀବନରେ ମାରି ଦେବାକୁ ଧମକ ଦେଉଛନ୍ତି। ଫଳରେ ତାଙ୍କ ଓ ପରିବାର ଜୀବନ ପ୍ରତି ବିପଦ ରହିଛି। ଏହି ଦୃଷ୍ଟିରୁ ସେ ସରପଞ୍ଚ ପଦବୀରୁ ଇସ୍ତଫା ଦେଉଛନ୍ତି ବୋଲି ଉପ ଜିଲାପାଳଙ୍କୁ ଲେଖି ଜଣାଇଛନ୍ତି।

ଅନ୍ୟପଟେ ସେ ସରପଞ୍ଚ ପଦବୀରେ ଥିଲେ ମଧ୍ୟ ତାହା ଉପରେ ଆଉ ବଡ଼ ଲୋକ ଅଛନ୍ତି ଏବଂ ଚାପ ପକାଉଥିବା ସେ କହିଛନ୍ତି। ଏହି ଦୃଷ୍ଟିରୁ ସରପଞ୍ଚ ପଦବୀ ପାଇଁ ତାଙ୍କ ଯୋଗ୍ୟତା ନାହିଁ, ସେ ଅଟୋ ଚଳାଇ ପରିବାର ଗୁଜୁରାଣ ମେଣ୍ଟାଇବେ ବୋଲି କହିବା ସହିତ ରାଜନୀତି ପ୍ରତି ତାଙ୍କ ବିତସ୍ପୃହତା ପ୍ରକାଶ କରିଛନ୍ତି। ତେବେ କେଉଁମାନେ ତାଙ୍କ ଭଳି ଜଣେ ଜନ ପ୍ରତିନିଧିଙ୍କୁ କେଉଁ ସ୍ବାର୍ଥରେ କେଉଁମାନେ ଧମକ ଦେଇଥିଲେ ଏବଂ ଦାଦାଗିରି କରି ଦସ୍ତଖତ ପାଇଁ ଚାପ ପ୍ରୟୋଗ କରୁଥିଲେ, ତାହା ମଧ୍ୟ ତଦନ୍ତ ସାପେକ୍ଷ ହେବା ସହିତ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ଗାଜଲବାଡ଼ି ଘାଟିରେ ୨ ଟ୍ୟାଙ୍କର ଫସିବା ଯୋଗୁ ଯାତାୟାତ ଠପ୍: ରାତିସାରା ଘାଟି ରାସ୍ତାରେ ଅଟକି ରହିଲେ ଶହ ଶହ ଯାତ୍ରୀ

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନମ୍ବର ଗୋପାଳପୁର-ରାଇପୁର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶନିବାର ବିଳମ୍ବିତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?