Posted inଜାତୀୟ

ଅଟୋ ଚାଳକରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ: ସହଜ ନ ଥିଲା ଯାତ୍ରା

ମୁମ୍ବାଇ,୩୦।୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟର ଅନ୍ତ ଘଟିଛି। ଭାଜପା ସମର୍ଥନରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଗୁରୁବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସନ୍ଧ୍ୟା ସାଢ଼େ ୭ଟା ୪୦ରେ ଏକନାଥ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ଶିବସେନା ଇତିହାସରେ ସବୁଠାରୁ ବଡ଼ ବିଦ୍ରୋହ କରିଥିବା ଚେହେରା ହେଉଛି ଏକନାଥ ସିନ୍ଧେ। ଜଣେ ଅଟୋ ଚାଳକରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଯାତ୍ରା ଏକନାଥଙ୍କ ପାଇଁ ସହଜ ନ ଥିଲା। ୧୯୬୪ ଫେବୃଆରୀ ୯ରେ ସତାରାରେ ଜନ୍ମଗ୍ରହଣ କରିଥିଲେ ଏକନାଥ। ଠାଣେରୁ ଏକାଦଶ ଯାଏ ପାଠ ପଢ଼ିଥିଲେ ଏକନାଥ। ରାଜନୀତିରେ ଆସିବା ପୂର୍ବରୁ ସିନ୍ଧେ ୮୦ଦଶକରେ ବିୟର ଦୋକାନରେ କାମ କରୁଥିଲେ। ଏଥିସହ ପରିବାର ଭରଣ ପୋଷଣ ପାଇଁ ସେ ଅଟୋ ଚଳାଉଥିଲେ। ଏହି ସମୟରେ ଆନନ୍ଦ ଦିଘେଙ୍କ ସହ ତାଙ୍କର ଭେଟ ହୋଇଥିଲା। ମାତ୍ର ୧୮ବର୍ଷ ବୟସରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ପ୍ରାୟ ଦେଢ଼ ଦଶନ୍ଧି ଧରି ସିନ୍ଧେ ଜଣେ ସାଧାରଣ ଶିବସେନା କର୍ମକର୍ତ୍ତାଙ୍କ ଭାବେ କାମ କରିବା ପରେ ୧୯୯୭ରେ ସେ ନିର୍ବାଚନ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୭ରେ ମ୍ୟୁନସିପାଲିଟି କର୍ପୋରରେସନକୁ ସେ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ। କର୍ପୋରେଟର ଥିବା ବେଳେ ନିଜର ଦୁଇ ପିଲାଙ୍କୁ ହରାଇଥିଲେ ସିନ୍ଧେ। ଏହି ଘଟଣାରେ ସେ ଏତେ ଭାଙ୍ଗିଯାଇଥିଲେ ଯେ ରାଜନୀତିରୁ ନିଜକୁ ଦୂରେଇ ନେଇଥିଲେ। କିନ୍ତୁ ଆନନ୍ଦ ଦିଘେ ତାଙ୍କୁ ସମ୍ଭାଳିବା ସହ ସକ୍ରିୟ ରାଜନୀତିକୁ ଆଣିଥିଲେ। ତେବେ ୨୦୦୧ରେ ଆନନ୍ଦ ଦିଘେଙ୍କ ଦେହାନ୍ତ ପରେ ସିନ୍ଧେ ଶିବସେନାକୁ ଅଧିକ ଶକ୍ତିଶାଳୀ କରିବା କାମରେ ଲାଗିଥିଲେ। ବିଶେଷ କରି ଥାନେରେ ସେ ନିଜର ଶକ୍ତିବୃଦ୍ଧି କରିଥିଲେ। ତାଙ୍କ ତତ୍ତ୍ୱାବଧାନରେ ଶିବସେନାର ସବୁ କାମ ହେଉଥିଲା। ୨୦୦୪ରେ ବିଧାନସଭା ନିର୍ବାଚନରେ ଶିବସେନା ସିନ୍ଧେଙ୍କୁ ଠାଣେ ବିଧାନସଭାରୁ ଟିକେଟ ଦେଇଥିଲା। ଏଠାରେ ମଧ୍ୟ ତାଙ୍କୁ ବିଜୟ ମିଳିଥିଲା। ଏହାପରେ ୨୦୦୯, ୨୦୧୪ ଓ ୨୦୧୯ରେ ସେ ସମାନ ଆସନରୁ ଜିତି ବିଧାନସଭାକୁ ଯାଇଛନ୍ତି। ଠାକରେ ପରିବାରର ସହ ତାଙ୍କର ବେଶ ନିବିଡତା ରହିଥିଲା। ହେଲେ ଏବେ ତାଙ୍କ ବିଦ୍ରୋହ ଯୋଗୁ ଉଦ୍ଧବ ସରକାର ଭୁଶୁଡ଼ିଛି। ସେ ଶିବସେନା ବିଦ୍ରୋହୀ ବିଧାୟକଙ୍କୁ ଧରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାବି ସ୍ବାମୀଙ୍କୁ ମାତାଲ୍‌ ଅବସ୍ଥାରେ ଦେଖି ବିବାହ କରିବାକୁ ମନା କଲେ କନ୍ୟା

ଲକ୍ଷ୍ନୌ,୧୧।୧୧: ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ବରଯାତ୍ରୀ ବି ବାଣ ଫୁଟାଇ କନ୍ୟା ଘର ପାଖରେ ପହଞ୍ଚିଥିଲେ। କିନ୍ତୁ କନ୍ୟା ବରକୁ ଦେଖି ବିବାହ...

ଉତ୍ତରପ୍ରଦେଶ ସ୍ବାସ୍ଥ୍ୟମନ୍ତ୍ରୀ କରୋନାରେ ପୀଡ଼ିତ: ନିଜକୁ କଲେ ହୋମ୍‌ କ୍ୱାରାଣ୍ଟାଇନ୍‌

ଲକ୍ଷ୍ନୌ,୨୪।୭: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଏଠାରେ ଶହ ଶହ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ...

ଯାଦୁ କୌଶଳ ଦେଖାଇବା ସମୟରେ ଗଙ୍ଗା ନଦୀରେ ବୁଡ଼ିଗଲେ ଯାଦୁକର

କୋଲକତା,୧୭।୬: ଜଣେ ଯାଦୁକରଙ୍କୁ ଯାଦୁ କୌଶଳ ଦେଖାଇବା ମହଙ୍ଗା ପଡ଼ିଛି। ସେ ଗଙ୍ଗା ନଦୀରେ ବୁଡ଼ି ଯାଇଛନ୍ତି। ଉଦ୍ଧାରକାରୀ ଦଳ ତାଙ୍କର ସନ୍ଧାନ ଜାରି ରଖିଛନ୍ତି।...

ପ୍ରଣବ ମୁଖାର୍ଜୀ ସଙ୍କଟାପନ୍ନ

ନୂଆଦିଲ୍ଲୀ, ୧୩ା୮ : ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରେ ଲାଗିଛି। ସେ ଏବେ ବି ସେନା...

ବୁଲା କୁକୁରଙ୍କୁ ଖାଇବାକୁ ଦେବା ନାଗରିକଙ୍କ ଅଧିକାର, ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୫।୩ : ରାସ୍ତାରେ ବୁଲୁଥିବା ବୁଲା କୁକୁରଙ୍କୁ ଖାଇବାକୁ ଦେବା ନାଗରିକଙ୍କ ଅଧିକାର। ଦିଲ୍ଲୀ ହାଇକୋର୍ଟ ଏଭଳି ରାୟ ପ୍ରଦାନ କରିଥିଲେ। ତେବେ ଏହାର...

ଫ୍ରିଜ୍‌ରେ ବଟର୍‌ ରଖୁଛନ୍ତି କି…

ଖାଦ୍ୟରେ ବଟର୍‌ ବା ଲହୁଣୀ ବ୍ୟବହାର କଲେ ଏହା ଖାଦ୍ୟକୁ ସ୍ବାଦିଷ୍ଟ କରିଥାଏ। ବଟରକୁ ବ୍ୟବହାର କରି ସାରିବା ପରେ ଆମେ ଏହାକୁ ଫ୍ରିଜ୍‌ରେ ରଖି...

କଂଗ୍ରେସକୁ ଏକ ସୁରକ୍ଷିତ ହାତର ଆବଶ୍ୟକତା ରହିଛି: ମନିଷ ତିୱାରି

ନୂଆଦିଲ୍ଲୀ,୧୪ ।୧୦: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଯାଉଥିବା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖର୍ଗେଙ୍କୁ ଅନେକ ନେତାଙ୍କର ସମର୍ଥନ ରହିଥିବା...

ୟୁପିରେ ସିଏଏ ବିରୋଧୀ ହିଂସା: ୩୦୦ ଜଣଙ୍କୁ ନୋଟିସ

ଲକ୍ଷ୍ନୌ, ୨୬ା୧୨: ସିଏଏ ବିରୋଧୀ ହିଂସାକାଣ୍ଡ ଓ ପୋଡ଼ାଜଳା ଯୋଗୁ ଉତ୍ତରପ୍ରଦେଶ(ୟୁପି)ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଉଭୟ ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟହୋଇଛି। ଏହି...

Advertisement
Archives

Model This Week