Posted inଫୁରସତ

ଅଟିଜମ୍‌ ପିଲାଙ୍କୁ ଆଦର ଲୋଡ଼ା

ପ୍ରତିବର୍ଷ ଜୁନ୍‌ ୧୮କୁ ‘ଓ୍ବାଲର୍‌ଡ ଅଟିଜମ୍‌ ପ୍ରାଇଡ୍‌ ଡେ’ ଭାବେ ପାଳନ କରାଯାଇଆସୁଅଛି। ଏହି ଅବସରରେ ଚଳିତ ବର୍ଷର ସ୍ଲୋଗାନ ରହିଛି ‘ଟେକିଂ ଦ ମାସ୍କ ଅଫ୍‌’ ଅର୍ଥାତ୍‌, ଅଟିଜମ୍‌ ଆକ୍ରାନ୍ତ ପିଲାଙ୍କୁ ଘୃଣା ନ କରି ସେମାନଙ୍କୁ ଆଦର କରିବା, ସେମାନଙ୍କ ଦୁଃଖସୁଖରେ ସାଥୀ ହେବା ଏବଂ ସେମାନେ କିପରି ଏକ ସୁନ୍ଦର ତଥା ଖୁସି ଜୀବନ ବିତାଇପାରିବେ ସେଥିନେଇ ଆମେ ସହଯୋଗର ହାତ ବଢ଼ାଇବା। ୨୦୦୫ରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିଲା। ସାଧାରଣତଃ ପିଲାଙ୍କଠାରେ ଦେଖାଯାଉଥିବା ଅଟିଜମ୍‌ ଜନିତ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ଶିଶୁ ରୋଗ ବିଶେଷଜ୍ଞ ଡା. ନୀଳମାଧବ ପଣ୍ଡା କହନ୍ତି, ‘ବର୍ତ୍ତମାନ ସମଗ୍ର ପୃଥିବୀରେ ଅଟିଜମ୍‌ ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଉଭାହୋଇଛି। ଏ ନେଇ ଅଧିକ ଜନସଚେତନତା ସୃଷ୍ଟି ଲାଗି ଗତ ମାସକୁ ‘ଅଟିଜମ୍‌ ମାସ’ ଭାବରେ ପାଳନ କରାଯାଇଛି। ଅଟିଜମ୍‌ ହେଉଛି ଏକ ସ୍ନାୟୁ ବିକାଶଜନିତ ବିଭ୍ରାଟ। ଏଥିରେ ଆକ୍ରାନ୍ତ ହେଲେ ସମ୍ପୃକ୍ତ ଶିଶୁର ବ୍ୟବହାରରେ ଶିଥିଳତା ଦେଖିବାକୁ ମିଳେ ଏବଂ ସେ ଗୋଟିଏ ପ୍ରକାର ବ୍ୟବହାର ବାରମ୍ବାର କରିଥାଏ। ଅଟିଜମ୍‌ ଉପସର୍ଗ ବିଭ୍ରାଟ (ଏଏସ୍‌ଡି)ର କେତୋଟି ଲକ୍ଷଣ ରହିଛି। ଶିଶୁଟିକୁ ୧ ବର୍ଷ ହୋଇଥିଲେ ମଧ୍ୟ ତା’ ନଁା ଧରି ଡାକିଲେ ସେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥାଏ। ଏପରି କି ଯେତେବେଳେ ତାହାର ବୟସ ୧୮ ମାସ ବା ଦେଢ଼ ବର୍ଷ ହୁଏ, ସେତେବେଳେ ସେ ସ୍ପଷ୍ଟ ଭାବରେ କଥା କହିପାରେନା। ସେ ପ୍ରାୟ ଏକ ପ୍ରକାର ଖେଳ ଖେଳିଥାଏ। ସାଙ୍ଗମାନଙ୍କ ସହ କମ୍‌ ଖେଳାଖେଳି କରେ। ତାହାର ଚାଲିଚଳନରେ ଭିନ୍ନତା ପରିଲକ୍ଷିତ ହୁଏ। ଶିଶୁଠାରେ ଏଭଳି ଲକ୍ଷଣ ଦେଖିଲେ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ କରି ତାର ବିହିତ ବ୍ୟବସ୍ଥା କରିପାରିବେ। ତେବେ ଏଭଳି ସମସ୍ୟାରେ ଆକ୍ରାନ୍ତ ଶିଶୁକୁ ଉତ୍ତମ ବ୍ୟବହାର ତଥା ଆଦର କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?