କ୍ଷମା ମାଗିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

କାନ୍‌ବେରା,୧୭ା୨: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ମଙ୍ଗଳବାର ଜଣେ ମହିଳାଙ୍କୁ କ୍ଷମା ମାଗିଛନ୍ତି, ଯାହାଙ୍କୁ ଦେଶର ପାର୍ଲାମେଣ୍ଟରେ ଜଣେ ସହକର୍ମୀ ବଳାତ୍କାର କରିଥିଲେ। ସରକାରୀ କାର୍ଯ୍ୟସ୍ଥଳରେ ବଳାତ୍କାର ସଂସ୍କୃତିର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ ପୀଡ଼ିତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ପୀଡ଼ିତା କହିଛନ୍ତି, ୨୦୧୯ ମାର୍ଚ୍ଚରେ ପ୍ରତିରକ୍ଷାମନ୍ତ୍ରୀ ଲିଣ୍ଡା ରେୟନୋଲଡ୍ସଙ୍କ ଅଫିସରେ କାମ କରୁଥିବାବେଳେ ସମ୍ପୃକ୍ତ ମହିଳାଙ୍କୁ ମୋରିସନ୍‌ଙ୍କ ଶାସକ ଲିବରାଲ ପାର୍ଟି ପାଇଁ କାମ କରୁଥିବା ଜଣେ ବ୍ୟକ୍ତି ବଳାତ୍କାର କରିଥିଲେ। ବଳାତ୍କାରର ଶିକାର ହେବା ପରେ ପୀଡ଼ିତା ଏନେଇ ସ୍ଥାନୀୟ ଗଣମାଧ୍ୟମକୁ ଜଣାଇଥିଲେ। ତେବେ ନିଜ କ୍ୟାରିୟର ପ୍ରତି ବିପଦ ଆଶଙ୍କା କରି ସେ ପୋଲିସରେ ଏତଲା ଦେଇ ନ ଥିଲେ। ସେ ଘଟଣା ସମ୍ପର୍କରେ ପ୍ରତିରକ୍ଷାମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନଙ୍କୁ ଜଣାଇଥିଲେ। ସେମାନେ ତାଙ୍କୁ ବଳାତ୍କାର କରାଯାଇଥିବା ସ୍ଥାନରେ ଏକ ବୈଠକକୁ ଡାକିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାମରିକ ହସ୍ତକ୍ଷେପର ପରିଣତି ଭୟାବହ ହେବ

ଓ୍ବାଶିଂଟନ, ୫।୧: ନିର୍ବାଚନରେ ଜାଲିଆତି ଦାବିକୁ ସାବ୍ୟସ୍ତ କରିବାକୁ ଯାଇ ସାମରିକ ପଦକ୍ଷେପର ପରିଣାମ ଭୟାବହ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପେଣ୍ଟାଗନ୍‌ର...

ଗାୟକ ଟୋନି ବେନେଟଙ୍କ ପରଲୋକ

ଓ୍ବାଶିଂଟନ୍‌,୨୩।୭: ଆମେରିକୀୟ ଗାୟକ ଟୋନି ବେନେଟଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ନିଜର ଗାଇକୀ ପାଇଁ ଟୋନି ଖୁବ୍‌ ଜଣାଶୁଣା।...

ଜୟଶଙ୍କର ଶ୍ରେଷ୍ଠ କୂଟନୀତିଜ୍ଞ

ଓ୍ବାଶିଂଟନ,୯ା୬(ପି.ଟି.): ଭାରତର ନୂଆ ବହିର୍ବ୍ୟାପାର ମନ୍ତ୍ରୀ ଭାବେ ଏସ୍‌. ଜୟଶଙ୍କରଙ୍କ ନିଯୁକ୍ତିକୁ ଆମେରିକାର କେତେଜଣ ପୂର୍ବତନ କୂଟନୀତିଜ୍ଞ ତଥା ବିଦେଶ ନୀତି ବିଶେଷଜ୍ଞ ପ୍ରଶଂସା କରିଛନ୍ତି।...

ଚାଇନାରେ ଅସଲି ସ୍କ୍ବିଡ୍‌ ଗେମ୍‌, ବର୍ଷକୁ ଲକ୍ଷେ ଲୋକଙ୍କର ହାର୍ଟ-ଲିଭର-କିଡ୍‌ନୀ କାଢ଼ି ନେଉଛନ୍ତି ସରକାର…

ବେଜିଂ,୧୮।୧୦: ଦକ୍ଷିଣ କୋରିଆର ହରର ଡ୍ରାମା ସିରିଜ ସ୍କ୍ବିଡ୍‌ ଗେମ୍‌ ନେଟଫ୍ଲିକ୍ସରେ ସମସ୍ତ ରେକର୍ଡ ଭାଙ୍ଗିଛି। ଏହି ଶୋ’ରେ, ଯେଉଁମାନେ ଋଣଗ୍ରସ୍ତ ହୋଇଥିବା ଲୋକଙ୍କୁ ଟଙ୍କାର...

ପାକିସ୍ତାନ କ୍ଷେପଣାସ୍ତ୍ର ପାଲଟିଲା ବୁମେରାଂ

ଇସଲାମାବାଦ୍‌, ୨୧।୧: ପାକିସ୍ତାନ ପକ୍ଷରୁ ଶାହିନ୍‌-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ତେବେ ଏହା ବୁମେରାଂ ପାଲଟିଛି। କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ବହୁ ଲୋକ ଆହତ...

ଦେଢ଼ ବର୍ଷର ଶିଶୁ ପୁତ୍ରକୁ ବିକ୍ରି କଲେ ଆଫଗାନୀ ମହିଳା…

କାବୁଲ,୩।୧୦: ତାଲିବାନ୍‌ ଆଫଗାନିସ୍ତାନକୁ ନିଜ ଦଖଲକୁ ନେବା ପରେ ଏବେ ଦେଶର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଖାଇବାକୁ ନ ପାଇ...

ଗୋଟାବାୟାଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ପଦ ସମ୍ଭାଳିବେ ରାନିଲ

ଲମ୍ବୋ,୧୫ା୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଇସ୍ତଫା ଦେବା ପରେ ବିକ୍ଷୋଭକାରୀମାନେ ଅତ୍ୟଧିକ ଆନନ୍ଦିତ ହୋଇଛନ୍ତି। ତାଙ୍କ ଇସ୍ତଫା ଶ୍ରୀଲଙ୍କା ପାର୍ଲମେଣ୍ଟ ବାଚସ୍ପତି ମହିନ୍ଦା ୟାପା...

ରୁଷିଆରେ ଜରୁରୀକାଳିନ ପରିସ୍ଥିତି ଘୋଷଣା

ମସ୍କୋ,୧୨ା୮: ଶନିବାର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରୁଷିଆ ପୂର୍ବର କିଛି ଅଞ୍ଚଳରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଛି। ଏହା ସହିତ ଲୋକଙ୍କୁ ଏକ ସୁରକ୍ଷିତ...

Advertisement
Archives

Model This Week