Posted inଖେଳ

ଇତିହାସ ରଚିଲେ ରୋହନ ବୋପାନ୍ନା, ଅଷ୍ଟ୍ରେଲିଆନ୍‌ ଓପନ ଜିତି ସୃଷ୍ଟି କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭।୧: ୪୩ ବର୍ଷ ବୟସରେ ପ୍ରଥମ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ରଚିଛନ୍ତି ଭାରତୀୟ ଟେନିସ ତାରକା ରୋହନ ବୋପାନ୍ନା। ଏହି ଭେଟେରାନ ଭାରତୀୟ ଖେଳାଳି ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡେନଙ୍କ ସହ ଅଷ୍ଟ୍ରେଲିଆନ୍‌ ଓପନ ଗ୍ରାଣ୍ଡସ୍ଲାମ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି। ଶନିବାର ମେଲବୋର୍ଣ୍ଣ ପାର୍କରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦ୍ୱିତୀୟ ସିଡ୍ ରୋହାନ୍-ଏବଡେନ୍ ଯୋଡି ଇଟାଲୀର ସିମୋନ୍ ବୋଲେଲି ଏବଂ ଆଣ୍ଡ୍ରେ ଭାଭାସୋରିଙ୍କୁ ୭-୬ (୦), ୭-୫ ରେ ପରାସ୍ତ କରିଛନ୍ତି।

ଖେଳ ଜୀବନର ପ୍ରଥମ ଗ୍ରାଣ୍ଡସ୍ଲାମ ଜିତିବାରେ ୪୩ ବର୍ଷ ବୟସ୍କ ରୋହନ ବୋପାନ୍ନା ସବୁଠୁ ବୟସ୍କ ପୁରୁଷ ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ନେଦରଲ୍ୟାଣ୍ଡର ଜାନ୍-ଜୁଲିଏନ୍ ରୋଜରଙ୍କ ନାମରେ ଏହି ରେକର୍ଡ ଥିଲା, ଯିଏ ୪୦ ବର୍ଷ ନଅ ମାସ ବୟସରେ ମାର୍ସେଲୋ ଆରେଭୋଲାଙ୍କୁ ସାଥି କରି ଫ୍ରେଞ୍ଚ ଓପନରେ ପୁରୁଷ ଡବଲ୍ସ ଟାଇଟଲ୍ ଜିତିଥିଲେ।

ଫାଇନାଲ ମ୍ୟାଚରେ ଇଟାଲୀ ଖେଳାଳିମାନେ ବୋପାନ୍ନା-ଏବଡେନ୍ଙ୍କୁ କଡ଼ା ଟକ୍କର ଦେଇଥିଲେ। ପ୍ରଥମ ସେଟ୍ ଟାଇ-ବ୍ରେକର ପର୍ଯ୍ୟନ୍ତ ଯାଇଥିଲା। ଟାଇବ୍ରେକରରେ, ବୋପାନ୍-ଏବଡେନ୍ ଗୋଟିଏ ହେଲେ ଗେମ୍ ହରାଇ ନଥିଲେ ଏବଂ ପ୍ରଥମ ସେଟ୍ ଜିତିଥିଲେ। ଦ୍ୱିତୀୟ ସେଟ୍ ମଧ୍ୟ ଆକର୍ଷଣୀୟ ଥିଲା, ଯଦିଓ ସେହି ସେଟ୍ ର ଏକାଦଶ ଗେମରେ ଇଟାଲୀ ଖେଳାଳିଙ୍କ ସର୍ଭିସ ବ୍ରେକ ହୋଇଯାଇଥିଲା। ଯାହା ବୋପାନ୍ନା-ଏବଡେନ୍ ସପକ୍ଷରେ ମ୍ୟାଚକୁ ନେଇ ଆସିଥିଲା। ତେବେ ଏହି ଫାଇନାଲ୍ ମ୍ୟାଚ୍ ୧ ଘଣ୍ଟା ୩୯ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା।

ଅଷ୍ଟ୍ରେଲିଆନ୍‌ ଓପନ ଶେଷ ସୁଦ୍ଧା ୧ ନମ୍ବର ସ୍ଥାନ ସୁରକ୍ଷିତ କରିଛନ୍ତି ବୋପାନ୍ନା। ଏଥି ସହିତ, ବୋପାନ୍ନାଙ୍କ ଅନ୍ୟତମ ସଫଳ ସହଯୋଗୀ ମାଥ୍ୟୁ ଏବଡେନ୍ ପୁରୁଷ ଡବଲ୍ସ ମାନ୍ୟତାରେ ୨ ନମ୍ବରରେ ପହଞ୍ଚିବା ନିଶ୍ଚିତ କରିଛନ୍ତି। ମାଥ୍ୟୁ ଏବଡେନ୍ ଜଣେ ଅଷ୍ଟ୍ରେଲୀୟ ଖେଳାଳି ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ମୋଦି-ଜିନ୍‌ପିଙ୍ଗ୍‌ ଦ୍ୱିପାକ୍ଷିକ ବୈଠକ: ଚାଇନା ଭାରତ ସହ ତା’ର…

ନୂଆଦିଲ୍ଲୀ,୧୨ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ…

ବ୍ରିକ୍ସ ଘୋଷଣାପତ୍ରରେ ଏକପାଖିଆ ଯୁଦ୍ଧକୁ ନିନ୍ଦା, ଭାରତର ବଡ଼ କୂଟନୈତିକ ବିଜୟ କହି…

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ(BRICS)ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ସର୍ବସମ୍ମତିକ୍ରମେ ‘ଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗୃହୀତ ହୋଇଛି। ଏହି ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି, ଯାହା…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?