ପୁରୀରେ ଅଷ୍ଟ୍ରେଲିଆନ ଅଙ୍ଗୁର

ପୁରୀ ଅଫିସ, ୧୫।୯: ସାଧାରଣତଃ ଥଣ୍ଡା ଜଳବାୟୁ ପରିବେଶଭିତ୍ତିକ ଅଞ୍ଚଳରେ ଅଙ୍ଗୁର ଚାଷ କରାଯାଇଥାଏ। କିନ୍ତୁ ପୁରୀରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସମୁଦ୍ର କୂଳିଆ ଅଞ୍ଚଳ ଏବଂ ଗରମ ପରିବେଶରେ ଫଳିଛି ପେନ୍ଥା ପେନ୍ଥା ଅଙ୍ଗୁର, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପେଣ୍ଠକଟା ଭୂଦାନ ନଗର ବେହେରା ସାହିସ୍ଥିତ ମତ୍ସ୍ୟଜୀବୀ ଘନଶ୍ୟାମ ବେହେରାଙ୍କ ବାଡ଼ିରେ ଏହି ଅଙ୍ଗୁର ଫଳିଛି। ଆକସ୍ମିକ ଭାବେ ଏକ ଅଙ୍ଗୁର ଗଛ ପାଇଥିବା ଘନଶ୍ୟାମ ଏହାର ଉପଯୁକ୍ତ ଯନତ୍ ନେଇ ଏଥିରେ ଫଳ ଫଳାଇବାରେ ସଫଳ ହୋଇଛନ୍ତି। ତାଙ୍କ ବାଡ଼ିରେ ଅଙ୍ଗୁର ଫଳିଥିବା ଜାଣିବା ପରେ ସାହିପଡ଼ିଶା ଲୋକେ ଏହାକୁ ଦେଖିବା ଲାଗି ଆସୁଛନ୍ତି। ଘନଶ୍ୟାମ ମଧ୍ୟ ଏହି ଅଙ୍ଗୁର ଆଖପାଖ ପିଲାଙ୍କୁ ଖାଇବାକୁ ଦେଉଛନ୍ତି।
ଘନଶ୍ୟାମ କହିଛନ୍ତି, ଏକ ପରିବାର ତାଙ୍କ ପଡ଼ିଶା ଘରେ ଭଡ଼ାରେ ରହୁଥିଲେ। ୨ବର୍ଷ ପୂର୍ବେ ସେମାନେ ଘର ଛାଡ଼ିି ଯିବାବେଳେ ତାଙ୍କୁ ଏହି ଅଙ୍ଗୁର ଗଛଟି ଦେଇଥିଲେ। ତାକୁ ସେ ଅତି ଯନତ୍ ସହକାରେ ବାଡ଼ିରେ ଲଗାଇଥିଲେ। ସେଥିରେ ଗୋବର ଖତ, ସାର ଦେଇ ତା’ ଲତାକୁ ଜାଲ ଓ କାଠିରେ ଆଶ୍ରା ଦେଇଥିଲେ। ଏବେ ସେଥିରେ ଅଙ୍ଗୁର ଫଳିଛି। ବର୍ତ୍ତମାନ ୨୦ ପେନ୍ଥା ଅଙ୍ଗୁର ଝୁଲୁଛି। ଏହି ଅଙ୍ଗୁର ପ୍ରଥମେ ସବୁଜ ରଙ୍ଗରେ ଫଳୁଛି। ଧୀରେ ଧୀରେ ଏହା କଳା ପଡ଼ି ସ୍ବାଭାବିକ ଭାବେ ପାଚିବା ପରେ ମିଠା ଲାଗୁଛି। ଏହାକୁ କେବଳ ପରୀକ୍ଷାମୂଳକ ଭାବେ ଚାଷ କରି ସେ ସଫଳତା ପାଇଛନ୍ତି। ଆଗକୁ ଅଙ୍ଗୁର ଚାଷ କରିବାକୁ ଲକ୍ଷ୍ୟ ରଖିଥିବା ଘନଶ୍ୟାମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri