Posted inଫୁରସତ

ଅଷ୍ଟ୍ରେଲିଆନ ଅଭିନେତ୍ରୀ ବନ୍ଧୁକ ମୁନରେ ଆଫ୍ରିକାରେ ହୋଇଥିଲେ ଅପହରଣ, ପୂରା ଘଟଣା ଥିଲା ଏମିତି…

ଅଷ୍ଟ୍ରେଲିଆନ ଅଭିନେତ୍ରୀ, ଲେଖିକା, କମେଡିଆନ ଏବଂ ପ୍ରଯୋଜିକା ରେବେଲ ବିଲ୍‌ସନ ନିଜର ଦମ୍‌ଦାର ଅଭିନୟ ଏବଂ ଇନ୍‌ଷ୍ଟାଗ୍ରାମରେ ମଜାଳିଆ ପୋଷ୍ଟ ପାଇଁ ହଲିଉଡ୍‌ରେ ବେଶ୍‌ ଲୋକପ୍ରିୟ। ମାତ୍ର ତାଙ୍କ ଜୀବନରେ ଏମିତି ଏକ ଘଟଣା ଘଟିଥିଲା ଯାହା ଖୁବ୍‌ କମ୍‌ ଲୋକ ଜାଣିଥିବେ।

ଏନେଇ ଅଭିନେତ୍ରୀ ଜଣକ ଏକ ସାକ୍ଷାତକାରରେ କହିଛନ୍ତି। ସେ କହିଛନ୍ତି, ଥରେ ମୋତେ ବନ୍ଧୁକ ମୁନରେ ଆଫ୍ରିକାରେ ଅପହରଣ କରି ନିଆଯାଇଥିଲା। ଏହି ସମୟରେ ମୁଁ ମୋଜାମ୍ବିକ୍ୟୁର ଏକ ଗ୍ରାମୀଣ ଅଞ୍ଚଳରେ ଥିଲି। ମୁଁ କିଛି ବନ୍ଧୁଙ୍କ ସହ ଟ୍ରକ୍‌ରେ ବସିଥିଲି। ଦେଖିଲି ଆଉ ଏକ ଟ୍ରକରେ କିଛି ଲୋକ ବନ୍ଧୁକ ଧରି ଆମ ଆଡ଼କୁ ଆସୁଛନ୍ତି। ଆମେ ଭୟରେ ଥରି ଉଠିଥିଲୁ। ସେମାନେ ଆସି କହିଲେ, ଟ୍ରକ୍‌ରୁ ଓହ୍ଲାଅ। ଆମେ ସମସ୍ତେ ଡରି ତାଙ୍କ କଥା ମାନିନେଲୁ। ପରେ ସେମାନେ ଆମକୁ ଏକ ଘରକୁ ନେଇଗଲେ। ଏହି ସମୟରେ ରେବେଲଙ୍କ ମୁଣ୍ଡରେ ନାନା ଉପାୟ ଚାଲୁଥିଲା। ପରେ ଅପହରଣକାରୀମାନେ ରେବେଲ ଏବଂ ତାଙ୍କ ସାଥୀମାନଙ୍କୁ ତଳେ ବସାଇଦେଲେ।

ରେବେଲ ସେମାନଙ୍କୁ ଅନୁରୋଧ କରି କହିଲେ, ଆମେ ସମସ୍ତେ ସମସ୍ତଙ୍କ ହାତ ଧରିବୁ। ଆମକୁ ଲାଗୁଥିଲା ସେମାନେ ବୋଧେ ଆମକୁ ବଳାତ୍କାର ପାଇଁ କେଉଁଆଡ଼େ ନେଉଛନ୍ତି। ମାତ୍ର ରେବେଲଙ୍କ ଭାଗ୍ୟ ବହୁତ ଭଲ ଥିଲା। ଅପହରଣକାରୀମାନେ ତାଙ୍କର କୌଣସି କ୍ଷତି କଲେ ନାହିଁ। ସକାଳ ହେବା ପରେ ରେବେଲ ଏବଂ ତାଙ୍କ ବନ୍ଧୁମାନଙ୍କୁ ନେଇ ଟ୍ରକ୍‌ ନିକଟରେ ଛାଡ଼ିଦେଇ ଆସିଲେ। ଆଫ୍ରିକା ସୀମା ପାର ହେବା ପରେ ସେମାନେ ଶାନ୍ତିରେ ନିଃଶ୍ୱାସ ମାରିଲେ। ତେବେ ଅପହରଣକାରୀଙ୍କ ଉଦ୍ଦେଶ୍ୟ କ’ଣ ଥିଲା ଏବେ ସୁଦ୍ଧା ଆମେ ଦ୍ୱନ୍ଦ୍ୱରେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri