Posted inଖେଳ

ଦକ୍ଷିଣ ଆଫ୍ରିକା ଗସ୍ତରୁ ଅଷ୍ଟ୍ରେଲିଆ ଓହରିବା ଚିନ୍ତାଜନକ: ଭନ, ପିଟରସନ

ଲଣ୍ଡନ,୪।୧(ପି.ଟି.): କୋଭିଡ୍‌-୧୯ ସ୍ଥିତି ଓ ସ୍ବାସ୍ଥ୍ୟଗତ ନିରାପତ୍ତାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ତା’ର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତରୁ ଓହରିଯାଇଛି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ର ଏହି ନିଷ୍ପତ୍ତି ଚିନ୍ତା ସୃଷ୍ଟି କରିଛି ବୋଲି ଇଂଲଣ୍ଡ ପୂର୍ବତନ ଅଧିନାୟକ ମାଇକେଲ ଭନ ଓ କେଭିନ୍‌ ପିଟରସନ କହିଛନ୍ତି। ଏହା ଦ୍ୱାରା ଅଷ୍ଟ୍ରେଲିଆ ଖରାପ ଉଦାହରଣ ସୃଷ୍ଟି କରିଛି ବୋଲି ଭନ୍‌ କହିଛନ୍ତି। ଏହା କ୍ରିକେଟ ପାଇଁ ଚିନ୍ତା ସୃଷ୍ଟି କରିଛି। ଭାରତ ଭଳି କ୍ରିକେଟ ପାଓ୍ବାର ହାଉସ୍‌ ଗସ୍ତରୁ ସମାନ ପରିସ୍ଥିତିରେ ଅଷ୍ଟ୍ରେଲିଆ ଓହରିଥାନ୍ତା କି ବୋଲି ଭନ ପ୍ରଶ୍ନ ପଚାରିଛନ୍ତି। ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଭଳି ବିଗ୍‌ ଥ୍ରି କ୍ରିକେଟ ନେଶନ ଅନ୍ୟ ଦେଶର ବୋର୍ଡଗୁଡିକୁ ସାହାଯ୍ୟ କରିବା ଉଚିତ। କରୋନା ଦ୍ୱାରା ଅନ୍ୟ ଦେଶର ବୋର୍ଡଗୁଡିକ ସାଂଘାତିକ ଭାବେ କ୍ଷତି ସହିଛନ୍ତି।
ଅନ୍ୟପଟେ ଅଷ୍ଟ୍ରେଲିଆର ଏହି ନିଷ୍ପତ୍ତିକୁ ପିଟରସନ ସମାଲୋଚନା କରିଛନ୍ତି। ଏହା କ୍ରିକେଟରେ କଳା ଅଧ୍ୟାୟ ସୃଷ୍ଟି କରିଛି। କୌଣସି ପ୍ରକାର ପରିସ୍ଥିତିରେ ଅଷ୍ଟ୍ରେଲିଆ ଏଭଳି ସ୍ଥିତିରେ ଭାରତ ଗସ୍ତରୁ ଓହରି ନ ଥାନ୍ତା। ସେହିପରି ମଙ୍ଗଳବାର ମଧ୍ୟ ସିଏର ଏହି ନିଷ୍ପତ୍ତିକୁ କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ) କଡ଼ା ସମାଲୋଚନା କରିଛି। ସିଏର ଏହି ନିଷ୍ପତ୍ତି ଦ୍ୱାରା ଆମେ ନିରାଶ ହୋଇଛୁ ବୋଲି ସିଏସ୍‌ଏ ଡାଇରେକ୍ଟର ଅଫ୍‌ କ୍ରିକେଟ ଗେମ୍‌ ସ୍ମିଥ୍‌ କହିଛନ୍ତି। ଗସ୍ତରୁ ଓହରିଯାଇଥିବାରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ପ୍ରବେଶ କରିବାକୁ ଅଷ୍ଟ୍ରେଲିଆ ସମସ୍ୟାର ସମ୍ମୁଖୀନ ହେବ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଆୟୋଜନ ହେବାକୁ ଥିବା ଟେଷ୍ଟ ସିରିଜର ଫଳାଫଳ ଉପରେ ସବୁ କିଛି ନିର୍ଭର କରୁଛି। ଫାଇନାଲରେ ନ୍ୟୁଜିଲାଣ୍ଡ ସହିତ କେଉଁ ଦଳ ଭେଟିବ ତାହା ଏହି ସିରିଜ ନିର୍ଣ୍ଣୟ କରିବ। ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଲିଜେଣ୍ଡ ଇଆନ ବିଶପ ମଧ୍ୟ ଅଷ୍ଟ୍ରେଲିଆକୁ ଏ ନେଇ ସମାଲୋଚନା କରିବା ସହ ଦକ୍ଷିଣ ଆଫ୍ରିକାକୁ ସମବେଦନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri