ନିବେଶକଙ୍କ ସମ୍ପତ୍ତି ୧୨.୩୧ ଲକ୍ଷ କୋଟି ବୃଦ୍ଧି

ନୂଆଦିଲ୍ଲୀ, ୪ା୨: ଗତ ୩ ଦିନ ହେବ ଭାରତୀୟ ଶେୟାର ବଜାରରେ କାରବାର ଉନ୍ନତ ସ୍ତରରେ ରହିଛି। ବଜେଟ ପ୍ରଭାବ ଉନ୍ନତ ରହିବାରୁ ୩ ଦିନ ହେବ ପୁଞ୍ଜିବଜାର କାରବାର ବଢ଼ିଚାଲିଛି। ଏହି ୩ ଦିନରେ ନିବେଶକଙ୍କ ସମ୍ପତ୍ତି ୧୨.୩୧ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି। ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ବୁଧବାର ୧୯୮.୪୩ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହି ସମୟରେ ପ୍ରଥମ ଥର ଲାଗି ସେନ୍‌ସେକ୍ସ ୫୦ ହଜାରରୁ ଊର୍ଦ୍ଧ୍ୱ ସ୍ତରରେ ବନ୍ଦ ହୋଇଛି। ଏହା ଐତିହାସିକ ରେକର୍ଡ ସ୍ତର ବୋଲି କୁହାଯାଉଛି। ଏହି ସମୟରେ ୩୦ ଶେୟାର ବିଶିଷ୍ଟ ସେନ୍‌ସେକ୍ସ ୪୫୮.୦୩ ପଏଣ୍ଟ (୦.୯୨%) ଊର୍ଦ୍ଧ୍ୱରେ ରହିବା ଯୋଗୁ ୫୦,୨୫୫.୭୫ ପଏଣ୍ଟରେ ବନ୍ଦ ହୋଇଛି। ବୁଧବାର ସେନ୍‌ସେକ୍ସ ୭୨୮.୬୭ ପଏଣ୍ଟ ବଢିବା ଯୋଗୁ ଏହା ୫୦,୫୨୬.୩୯ ପଏଣ୍ଟ ସ୍ତର ଛୁଇଁଥିଲା। ଗତ ୩ଟି କାରବାର ଦିବସରେ ସେନ୍‌ସେକ୍ସ ୩୯୬୯.୯୮ ବା ୮.୫୭% ବଢିଛି। ନିବେଶକଙ୍କ ମନୋଭାବ ଉନ୍ନତ ରହିବା ଯୋଗୁ ସେନ୍‌ସେକ୍ସରେ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ୧୨.୩୧ ଲକ୍ଷ କୋଟି ଟଙ୍କା ବଢିଛି। ବୁଧବାର ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କର ଶେୟାର କାରବାର ୭.୬୫% ବଢିଛି। ୨୦୨୦ରେ ନିବେଶକଙ୍କ ସମ୍ପତ୍ତି ୩୨.୪୯ ଲକ୍ଷ କୋଟି ଟଙ୍କା ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Byju: ବାୟଜୁସ୍‌ ସିଇଓ ପଦରୁ ହଟିଲେ ରବୀନ୍ଦ୍ରନ୍‌

ନୂଆଦିଲ୍ଲୀ,୨୩ା୨: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନକାରୀ ଏଡୁଟେକ୍‌ କମ୍ପାନୀ ବାୟଜୁସ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ବାୟଜୁ...

ସ୍ତ୍ରୀଙ୍କ ନାମରେ ସମ୍ପତ୍ତି କିଣିଛନ୍ତି କି? ନିଜର କହି ପାରିବେନି ସ୍ତ୍ରୀ, କୋର୍ଟଙ୍କ ବଡ଼ ରାୟ

ଲକ୍ଷ୍ନୌ,୨୩।୨: ସ୍ତ୍ରୀଙ୍କ ନାମରେ ସମ୍ପତ୍ତି କିଣିଛନ୍ତି କି? ଏନେଇ ବଡ ରାୟ ଦେଇଛନ୍ତି କୋର୍ଟ। ସାଧାରଣତଃ ପୁରୁଷମାନେ କୌଣସି ଜମି କିମ୍ବା ଘରବାଡି ସମ୍ପତ୍ତି କିଣି...

Paytm ଗ୍ରାହକଙ୍କୁ ଆଶ୍ୱସ୍ତି, UPI ସେବା ବଜାୟ ରଖିବା ପାଇଁ NPCI କୁ ଆରବିଆଇର ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୩।୨: ପେଟିଏମ ଗ୍ରାହକଙ୍କୁ ଆଶ୍ୱସ୍ତି। UPI ସେବା ବଜାୟ ରଖିବା ପାଇଁ NPCI କୁ ଆରବିଆଇର ନିର୍ଦ୍ଦେଶ ଦେଇଛି । ପେଟିଏମର ପ୍ୟାରେଣ୍ଟ କମ୍ପାନି ଓ୍ବାନ୯୭...

Investment Scheme: ମହିଳାମାନେ ଏହି ଯୋଜନାରେ କରନ୍ତୁ ଟଙ୍କା ନିବେଶ, ହୋଇଯିବେ ମାଲାମାଲ୍‌

ଘରର ବିଭିନ୍ନ ଖର୍ଚ୍ଚ ଛଡା ମହିଳାମାନେ ପ୍ରତ୍ୟେକ ମାସରେ କିଛି ଟଙ୍କା ସଞ୍ଚୟ କରିଥା’ନ୍ତି। ପରେ କୌଣସି କାମରେ ଏହି ଟଙ୍କାକୁ ଖର୍ଚ୍ଚ କରିଥାନ୍ତି। କିନ୍ତୁ...

ଏହି ୪ ଷ୍ଟେଶନରେ ଫୁଡ୍‌ ଡେଲିଭରୀ କରିବ ସ୍ବିଗି, IRCTC ସହିତ ହେଲା ଚୁକ୍ତି

ନୂଆଦିଲ୍ଲୀ,୨୩।୨: ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ (ଆଇଆରସିଟିସି) କହିଛି ଯେ, ସେ ଫୁଡ୍‌ ଡେଲିଭରୀ ସ୍ବିଗି ସହିତ ଏକ ଚୁକ୍ତି କରିଛି। ଏହି...

ମେକ୍‌ ଇନ୍‌ ଓଡ଼ିଶାକୁ ଓଡ଼ିଶା ଡିସ୍‌କମ୍‌ର ସମର୍ଥନ

ଭୁବନେଶ୍ୱର,୨୩।୨: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ରାଜ୍ୟର ଶିଳ୍ପ ବିକାଶକୁ ସମର୍ଥନ ଦେବାରେ ପ୍ରମୁଖ ଭୂମିକା ନିର୍ବାହ...

ଖିମ୍‌ଜୀ ଫ୍ଲାଗ୍‌ଶିପ୍‌ ଷ୍ଟୋରର ବାର୍ଷିକ ଉତ୍ସବ, ଗଢ଼ା ମଜୁରି ଉପରେ ଫ୍ଲାଟ୍‌ ୫୦% ରିହାତି

ଭୁବନେଶ୍ୱର,୨୩।୨ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ(ବ୍ରାଣ୍ଡ) ତଥା ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଗୁରୁବାର ‘ଖିମ୍‌ଜୀ ଫ୍ଲାଗ୍‌ଶିପ୍‌ ଷ୍ଟୋର’ର ବାର୍ଷିକ ଉତ୍ସବ ପାଳନ କରାଯାଇଛି।...

ଭାରତୀୟ ଡେକୋରେଟିଭ୍‌ ପେଣ୍ଟ ବଜାରରେ ବିର୍ଲା ଗ୍ରୁପ୍‌

ଭୁବନେଶ୍ୱର,୨୩।୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ‘ବିର୍ଲା ଓପସ୍‌ ପେଣ୍ଟସ୍‌’ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri