Posted inଖେଳ

ଭାଙ୍ଗିଲା ରିକି ପଣ୍ଟିଂଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆର ରେକର୍ଡ

ମେଲବୋର୍ନ,୪ା୪- ଦିନିକିଆ କ୍ରିକେଟରେ ଦୀର୍ଘ ଦିନ ହେଲା ତିଷ୍ଠି ରହିଥିବା ରେକର୍ଡ ଭଙ୍ଗ ହୋଇଛି। ମହାନ ଅଧିନାୟକ ରିକି ପଣ୍ଟିଂଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଦଳ ୨୦୦୩ରେ ଦିନିକିଆ କ୍ରିକେଟରେ ଲଗାତାର ୨୧ଟି ମ୍ୟାଚ୍‌ ଜିତି ପ୍ରତିଷ୍ଠା କରିଥିବା ରେକର୍ଡକୁ ଶନିବାର ଭାଙ୍ଗି ଦେଇଛି ଅଷ୍ଟ୍ରେଲିଆନ ମହିଳା ଦଳ।

ମାଉଣ୍ଟ ମାଉଁଗାନୁଇଠାରେ ଶନିବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌କୁ ୬ ଉଇକେଟରେ ଜିତି କ୍ରମାଗତ ୨୨ତମ ବିଜୟ ହାସଲ କରିଛି ମହିଳା ଅଷ୍ଟ୍ରେଲିଆ ଦଳ। ଏହି ଦଳ ଅନ୍ତିମ ଥର ୨୦୧୭ ଅକ୍ଟୋବରରେ ଦିନିକିଆ ଫର୍ମାଟରେ ପରାଜୟ ବରଣ କରିଥିଲା।୨୦୧୮ ମାର୍ଚ୍ଚରେ ଭାରତ ଗସ୍ତରୁ ଆରମ୍ଭ ହୋଇଥିଲା ଏହି ଅଷ୍ଟ୍ରେଲିଆ ଦଳର ରେକର୍ଡ ଭଙ୍ଗକାରୀ ଅଭିଯାନ। ଭାରତରେ ୩-୦ରେ ଦିନିକିଆ ସିରିଜ୍‌ ଜିତିବା ପରେ ପାକିସ୍ତାନ, ନ୍ୟୁଜିଲାଣ୍ଡ (ଦୁଇ ଥର), ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ, ଶ୍ରୀଲଙ୍କାକୁ ୩-୦ ବ୍ୟବଧାନରେ ହରାଇଥିଲା ଅଷ୍ଟ୍ରେଲିଆ। ଆଉ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ହାସଲ କରିଛି ୧-୦ର ଅଗ୍ରଣୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ଟିମ୍‌ ପାଲଟିଲା ନ୍ୟୁଜିଲାଣ୍ଡ, ପଛରେ ପଡ଼ିଲା ଚିର ପ୍ରତିନ୍ଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ

ଖ୍ରୀଷ୍ଟଚର୍ଚ୍ଚ,୬।୧: ବିଶ୍ୱର ଏକ ନମ୍ବର ଟେଷ୍ଟ କ୍ରିକେଟ୍‌ ଟିମ୍‌ ହୋଇଛି ନ୍ୟୁଜିଲାଣ୍ଡ। ଚିରପ୍ରତିନ୍ଦ୍ୱନ୍ଦୀ ଅଷ୍ଟ୍ରେଲିଆକୁ ପଛରେ ପକାଇ ଆଇସିସି ର଼୍ୟାକିଂରେ ପ୍ରଥମ ସ୍ଥାନ ହାସଲ କରିଛି...

ଟସ୍‌ ଜିତିଲା ଏଲ୍‌ଏସ୍‌ଜି, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୧୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୩୧ ତମ ମ୍ୟାଚ୍‌ରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ଟସ...

ଇଣ୍ଡୋ-ପାକ୍‌ ବିଶ୍ୱକପ୍‌ ମ୍ୟାଚ୍‌ ବିଜ୍ଞାପନକୁ ସାନିଆଙ୍କ ବିରୋଧ

ନୂଆଦିଲ୍ଲୀ,୧୨।୬(ପିଟି): ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ର ବହୁ ପ୍ରତୀକ୍ଷିତ ମ୍ୟାଚ୍‌ ଲାଗି ପ୍ରସାରଣକାରୀ ଚ୍ୟାନେଲରେ ଦେଉଥିବା କିଛି ସ୍ବତନ୍ତ୍ର ବିଜ୍ଞାପନ ଉଭୟ...

କଟକ ସାଇ ହଷ୍ଟେଲରେ ରହିପାରିବେ ନାହିଁ ଭଲିବଲ ଖେଳାଳି

କଟକ ଅଫିସ,୧୯|୭- ରାଜ୍ୟ ଭଲିବଲ କ୍ରୀଡ଼ା ପ୍ରତି ଘନେଇଛି ବଡ଼ ଧରଣର ସଙ୍କଟ। ଓଡ଼ିଶାକୁ ଭାରତୀୟ କ୍ରୀଡ଼ାର କେନ୍ଦ୍ରସ୍ଥଳ ବୋଲି ବିବେଚନା କରାଯାଉଥିବା ବେଳେ ଭଲିବଲ...

ଶେଷ ବଲ୍‌ରେ ୧୨ ରନ୍‌, କିଛି ଏଭଳି ଖେଳି ମ୍ୟାଚ୍‌ ଜିତାଇଲେ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୪।୧: କ୍ରିକେଟ ଇତିହାସରେ ଏଭଳି ଅନେକ ଘଟଣା ଘଟିଛି, ଯେଉଁଠି ମ୍ୟାଚ୍‌ ଶେଷରେ କର ବା ମର ସ୍ଥିତି ଉପୁଜିଛି। ହେଲେ ବ୍ୟାଟ୍ସମ୍ୟାନ୍‌ମାନେ ଶେଷ ବଲ୍‌ରେ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ, ୧୦ା୪- ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଶନିବାର ଆଇପିଏଲ୍‌ର ୧୪ ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତିି ଦିଲ୍ଲୀ...

ଅମ୍‌ଲାଙ୍କ ସନ୍ନ୍ୟାସ

ଜୋହାନ୍ସବର୍ଗ,୯।୮- ଦକ୍ଷିଣ ଆଫ୍ରିକା ଦଳର ଓପନିଂ ବ୍ୟାଟ୍ସମ୍ୟାନ ହାସିମ ଅମ୍‌ଲା ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଗୁରୁବାର ଅବସର ଘୋଷଣା କରିଛନ୍ତି। ଏଥିସହ ତାଙ୍କ ୧୫...

ଜୋକୋଭିଚ୍‌ଙ୍କ ଟ୍ରେନର ସାଜିଲେ ରୋନାଲ୍ଡୋ

ଲିସବନ, ୨୮।୧୨- ଟେନିସ କିମ୍ବଦନ୍ତୀ ନୋଭାକ ଜୋକୋଭିଚ୍‌ଙ୍କ ଟ୍ରେନର ସାଜିଛନ୍ତି ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ। ୧୬ ଗ୍ରାଣ୍ଡସ୍ଲାମ ଜିତିସାରିଥିବା ଜୋକୋଭିଚ୍‌ଙ୍କୁ ପର୍ତ୍ତୁଗାଲ ଷ୍ଟାର କେଉଁଭଳି...

Advertisement
Archives

Model This Week