Posted inଖେଳ

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଡବଲ୍‌ ଝଟକା: ମ୍ୟାଚ୍‌ରୁ ବାହାରିଲେ ଏହି ଦୁଇ ପ୍ରମୁଖ ଖେଳାଳି

ଆଡିଲେଡ୍‌,୨୩।୧୨: ଡିସେମ୍ବର ୨୬ରେ ଖେଳାଯିବ ବକ୍ସିଂ ଡେ ଟେଷ୍ଟ। ଏହାପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଡବଲ୍‌ ଝଟକା ଲାଗିଛି। କୋଭିଡ-୧୯ର ନିୟମକୁ ନେଇ ମେଲବର୍ନ ଟେଷ୍ଟରୁ ଓପନର୍‌ ଡେଭିଡ ଓ୍ବାର୍ନର ବାହାରିବା ପରେ ଏବେ ଅଲ୍‌ରାଉଣ୍ଡର ସିଏନ୍‌ ଆବୋର୍ଟ ମଧ୍ୟ ଟିମ୍‌ରୁ ବାହାରିଛନ୍ତି। ଆଘାତ ଲାଗିବା ଯୋଗୁ ଆବୋର୍ଟ ଆଗାମୀ ମ୍ୟାଚ୍‌ ଖେଳିପାରିବେ ନାହିଁ। ଅପରପକ୍ଷେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମୀ ମଧ୍ୟ ଆହତ ହେବା ଯୋଗୁ ଆରାମ କରୁଛନ୍ତି।

ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ବ୍ୟାଟିଂ କରିବା ସମୟରେ ସେ ଆହତ ହୋଇଥିଲେ। ଓ୍ବାର୍ନର ଭାରତ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ଆହତ ହୋଇଥିଲେ। ସେ ଏବେ ସୁସ୍ଥ ହୋଇଥିବା କୁହାଯାଇଥିଲା। ହେଲେ କରୋନା ଗାଇଡଲାଇନ୍‌କୁ ନେଇ ସେ ବକ୍ସିଂ ଡେ ମ୍ୟାଚ୍‌ ଖେଳିପାରିବେ ନାହିଁ। ତେବେ ଅଷ୍ଟ୍ରେଲିଆ ଟିମ୍‌ ପ୍ରଥମ ମ୍ୟାଚ୍‌ରେ ବିଜେତା ହୋଇ ସିରିଜରେ ୧-୦ରେ ଆଗୁଆ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚଳିତ ବର୍ଷ ବିରାଟ କୋହଲିଙ୍କ ପ୍ରତି ରନ୍‌ର ମୂଲ୍ୟ ଏତିକି ଟଙ୍କା

ନୂଆଦିଲ୍ଲୀ,୨୮।୧୨:୨୦୨୧ ବର୍ଷ ଶେଷ ହେବାକୁ ଯାଉଛି। ଟିମ ଇଣ୍ଡିଆ ପାଇଁ ଚଳିତବର୍ଷ ଯାଇନାହିଁ । ଦଳ ୨ ଟି ଆଇସିସି ଟ୍ରଫି ଜିତିବାରେ ବଞ୍ଚିତ ହୋଇଛି।...

ଟ୍ରେନିଂ କ୍ୟାମ୍ପ ସ୍ଥଗିତ କଲା ଆରସିବି

ନୂଆଦିଲ୍ଲୀ,୧୬।୩- କରୋନା ଭାଇରସର ଭୟବହତା ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତା’ର ଟ୍ରେନିଂ କ୍ୟାମ୍ପକୁ ସ୍ଥଗିତ ରଖିଛି। ଏହା...

ଭାରତ-ପାକିସ୍ତାନ ଖେଳାଳିଙ୍କ ପାରିଶ୍ରମିକ ମଧ୍ୟରେ ଆକାଶ-ପାତାଳ ଫରକ: ଜାଣନ୍ତୁ ଗୋଟିଏ ମ୍ୟାଚ୍‌ ପାଇଁ ଏତିକି ମିଳେ ଟଙ୍କା

ନୂଆଦିଲ୍ଲୀ,୧୯।୧୦: ଟି -୨୦ ବିଶ୍ୱକପ୍‌ର ସବୁଠୁ ବଡ ମ୍ୟାଚ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଅକ୍ଟୋବର ୨୪ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା...

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ହ୍ୟାଟ୍ରିକ ଲକ୍ଷ୍ୟରେ ଭାରତ

ମେଲବୋର୍ନ,୨୬।୨(ପି.ଟି.): ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପ୍‌ର ସପ୍ତମ ସଂସ୍କରଣରେ ଭାରତ ଗୁରୁବାର ସ୍ଥାନୀୟ ଜଙ୍କସନ ଓଭାଲ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡକୁ ଭେଟିବ। କ୍ରମାଗତ ଦୁଇଟି ବିଜୟ...

୧୦୪ ରନରେ ବାଂଲାଦେଶର ଶୋଚନୀୟ ପରାଜୟ…

ମେଲବୋର୍ନ,୨୭।୧୦ : ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ଗୁରୁବାର ଟି -୨୦ ବିଶ୍ୱକପର ଖେଳାଯାଇଥିବା ୨୨ତମ ମ୍ୟାଚରେ ବାଂଲାଦେଶ ୧୦୪ ରନରେ ଶୋଚନୀୟ ପରାଜୟ...

ବିଳମ୍ବ କରିଦେଲେ ରସେଲ

ଅହମ୍ମଦାବାଦ,୨୯।୪ : ବିଳମ୍ବ କରିଦେଲେ ଆନ୍ଧ୍ରେ ରସେଲ। ଶେଷ ଆଡ଼କୁ ଦେଖିବାକୁ ମିଳିଲା ତାଙ୍କ ବ୍ୟାଟରୁ ଚୌକା ଓ ଛକାର ବର୍ଷା। କିନ୍ତୁ ପ୍ରଥମ ୧୮...

ଆର୍‌ସିବିି ବିଜୟ ପରେ ମାତ୍ର ୩ଟି ଶବ୍ଦ କହିଲେ ଏବି ଡି ଭିଲିୟର୍ସ

କୋଲକତା,୨୬।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲରୁ (ଆରସିବି) ୧୪ ରନ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପରାସ୍ତ କରିଛି।...

ଟସ୍‌ ଜିତି ବୋଲିଂ କରିବ ଶ୍ରୀଲଙ୍କା

ଲକ୍ଷ୍ନୌ,୨୪।୨: ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଗୁରୁବାର ଆରମ୍ଭ ହୋଇଯାଇଛି। ଶ୍ରୀଲଙ୍କା ଟସ୍‌ ଜତି...

Advertisement
Archives

Model This Week