Posted inଖେଳ

୪ ବଲ୍‌ରେ ବଦଳିଗଲା ମ୍ୟାଚ୍‌: ଜିତିବା ମ୍ୟାଚ୍‌ ହାରିଗଲା ଓ୍ବେଷ୍ଟଇଣ୍ଡିଜ୍‌

ସେଣ୍ଟ ଲୁସିଆ,୧୫।୭: ଫାଇନାଲ ଓଭରରେ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଜବରଦସ୍ତ ବୋଲିଂ ସହାୟତାରେ ଅଷ୍ଟ୍ରେଲିଆ ଚତୁର୍ଥ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିକୁ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ତିନୋଟି ମ୍ୟାଚ ଜିତି ସିରିଜ ଜିତି ସାରିଛି ଏବଂ କ୍ରମାଗତ ଚତୁର୍ଥ ମ୍ୟାଚ ଜିତିବାକୁ ମଧ୍ୟ ଅତି ନିକଟତର ଥିଲା। ଦଳ ଶେଷ ଓଭରରେ ୧୧ ରନ ଆବଶ୍ୟକ କରିଥିଲା କିନ୍ତୁ ଷ୍ଟାର୍କ କ୍ରମାଗତ ଚାରିଟି ଡଟ୍‌ ବଲ୍‌ ବୋଲିଂ କରି ଅଷ୍ଟ୍ରେଲିଆକୁ ଜିତାଇଥିଲେ। ୧୯୦ ରନର ଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ ଦଳ କେବଳ ୬ଟି ଉଇକେଟ୍‌ ହରାଇ ୧୮୫ ରନ୍‌ କରିପାରିଥିଲା।
ଦୁଇ ଓଭରରେ ୱେଷ୍ଟଇଣ୍ଡିଜ ୩୬ ରନ ଆବଶ୍ୟକ କରିଥିଲା। ରିଲେ ମେରେଡିଥଙ୍କ ୧୯ତମ ଓଭରରେ ଆଣ୍ଡ୍ରେ ରସେଲ ଏବଂ ଫାବିଆନ ଆଲେନ ୨୫ ରନ ସଂଗ୍ରହ କରିଥିଲେ। ଶେଷ ଓଭରରେ ୧୧ ରନ ଆବଶ୍ୟକ ଥିଲା୧ ଷ୍ଟାର୍କ ରସେଲଙ୍କୁ ପ୍ରଥମ ଚାରିଟି ବଲ ଡଟ୍‌ ପକାଇ ଅଷ୍ଟ୍ରେଲିଆର ବିଜୟ ସୁନିଶ୍ଚିତ କରିଥିଲେ। ତେବେ ସେ ପଞ୍ଚମ ବଲରୁ ମାତ୍ର ଦୁଇଟି ରନ ଏବଂ ଶେଷ ବଲ୍‌ରୁ ମାତ୍ର ଚାରି ରନ ସ୍କୋର କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋପା ଆମେରିକା ଫୁଟ୍‌ବଲ: ବ୍ରାଜିଲର କ୍ରମାଗତ ଦ୍ୱିତୀୟ ବିଜୟ

ରିଓ ଡି ଜାନେଇରୋ,୧୯।୬: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ବ୍ରାଜିଲ ବିଜୟଧାରା ବଜାୟ ରଖିଛି। ବ୍ରାଜିଲ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ୪-୦ ଗୋଲରେ ପେରୁକୁ ହରାଇଛି।...

ଟି୨୦ ସିରିଜ ଜିତିଲା ଭାରତ

ସିଡ୍‌ନୀ,୬।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ ଭଳି ଦ୍ୱିତୀୟ ମ୍ୟାଚ୍‌କୁ ମଧ୍ୟ ଅତି ସହଜରେ ଜିତି ପ୍ରତିଶୋଧ ନେବାରେ ସଫଳ ହୋଇଛି ଟିମ୍‌ ଇଣ୍ଡିଆ।...

ଫେଡ୍‌କପ୍‌ ନାମ ବଦଳିଲା

ଲଣ୍ଡନ, ୧୮ା୯ (ଏପି)-ଫେଡ୍‌ କପ୍‌ ନାମ ବଦଳିଛି। ମହାନ ମହିଳା ଟେନିସ ଖେଳାଳି ବିଲି ଜିନ୍‌ କିଙ୍ଗ୍‌ଙ୍କ ନାମରେ ଏହା ନାମିତ କରାଯାଇଛି, ଯିଏକି ମହିଳାଙ୍କ...

ମନର ଯନ୍ତ୍ରଣା ବଖାଣିଲେ ଧୋନୀ

ଶାରଜା,୧।୧୦: ଚେନ୍ନାଇ ସୁପର କିଙ୍ଗସ ଏକାଦଶ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗରପ୍ଲେ ଅଫରେ ପ୍ରବେଶ କରିଛି। କିନ୍ତୁ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିଶ୍ୱାସ...

ପ୍ରଶ୍ନ ଶୁଣି ରାଗିଲେ ବିରାଟ

ଖ୍ରୀଷ୍ଟଚର୍ଚ୍ଚ,୨ା୩(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଘରୋଇ ଦଳର ଅଧିନାୟକ କେନ ଓ୍ବିଲିୟମସନ ଆଉଟ୍‌ ହେବା ପରେ...

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ; ବାଲାଂଦେଶକୁ ହରାଇ ଜିତିଲା ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୧୭।୧୨: କ୍ରିକେଟ ପ୍ରଶଂସକଙ୍କ ଲାଗି ଖୁସି ଖବର। ବାଲାଂଦେଶକୁ ପରାସ୍ତ କରି ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌ ଟ୍ରଫି ହାସଲ କରିଛି ଟିମ୍‌ ଇଣ୍ଡିଆ। ବାଙ୍ଗାଲୋରର ଏମ୍‌....

ମୁମ୍ବାଇ ଆକ୍ରମଣ ବେଳେ ଫେରିଥିଲା ଇଂଲଣ୍ଡ ଟିମ୍‌, ଭାରତ ତାହା ଭୁଲି ନ ଯାଉ: ଗାଭାସ୍କର

ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଭିଜ୍ଞ ଓପନର ସୁନୀଲ ଗାଭାସ୍କର ବିସିସିଆଇର ଯୋଜନାକୁ ପ୍ରଶଂସା କରିଛନ୍ତି। ବାତିଲ ହୋଇଥିବା ମାଞ୍ଚେଷ୍ଟର ଟେଷ୍ଟକୁ ପୁଣି ଥରେ...

୭ ବର୍ଷ ପରେ ପଡିଆକୁ ଓହ୍ଲାଇବେ ଏହି କ୍ରିକେଟର୍‌

ଥିରୁଭାନନ୍ତପୁରମ୍‌,୨୨।୧୧:ପୂର୍ବତନ ଦଳର ଭାରତ ଦ୍ରୁତ ବୋଲର ଏସ ଶ୍ରୀସନ୍ତ ୭ ବର୍ଷର ନିଷେଧାଦେଶ ଶେଷ ହେବା ପରେ ପୁଣି ଥରେ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି।...

Advertisement
Archives

Model This Week