Posted inଖେଳ

ଭାରତକୁ ୧୦ ଉଇକେଟ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ

ବିଶାଖାପାଟଣା,୧୯।୩: ମିଚେଲ ମାର୍ଶ ଏବଂ ଟ୍ରାଭିସ ହେଡଙ୍କ ଅର୍ଦ୍ଧଶତକ ସହାୟତାରେ ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଦିନିକିଆରେ ଭାରତକୁ ୧୦ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ କଙ୍ଗାରୁ ଦଳ ସିରିଜରେ ପ୍ରତ୍ୟାବର୍ତ୍ତନ କରିଛି। ମୁମ୍ବାଇରେ ଭାରତ ପ୍ରଥମ ଦିନିକିଆ ଜିତିଥିଲା। ବର୍ତ୍ତମାନ ସିରିଜ ୧-୧ରେ ବରାବର ହୋଇଛି। ମାର୍ଚ୍ଚ ୨୨ରେ ଚେନ୍ନାଇରେ ତୃତୀୟ ତଥା ଅନ୍ତିମ ମ୍ୟାଚ ଖେଳାଯିବ। ତୃତୀୟ ଦିନିକିଆ ଜିତିଥିବା ଦଳ ଏହି ସିରିଜ ହାତେଇବ।
ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ନିଷ୍ପତ୍ତି ସଠିକ ପ୍ରମାଣିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୬ ଓଭରରେ ୧୧୭ ରନରେ ଅଲଆଉଟ୍‌ ହୋଇଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ଦଳ ୧୧ ଓଭରରେ ୧୨୧ ରନ ସ୍କୋର କରି ମ୍ୟାଚ ଜିତିଥିଲା। ମିଚେଲ ମାର୍ଶ ୩୬ ବଲରୁ ୬୬ ରନ୍‌ରେ ଅପରାଜିତ ରହିଥିଲେ ଏବଂ ଟ୍ରାଭିସ ହେଡ ୩୦ ବଲରୁ ୫୧ ରନ କରିଥିଲେ। ମାର୍ଶ ତାଙ୍କ ଇନିଂସରେ ୬ଟି ଚୌକା ଓ ୬ଟି ଛକା ମାରିଥିଲେ। ହେଡ ୧୦ଟି ଚୌକା ମାରିଥିଲେ।
ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୬ ଓଭରରେ ୧୧୭ ରନରେ ଅଲଆଉଟ୍‌ ହୋଇଛି। ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ସ୍କୋର ବିରାଟ କୋହଲି କରିଥିଲେ। ସେ ୩୫ ବଲ୍‌ରୁ ୩୧ ରନ୍‌ କରିଥିଲେ। ସେହିପରି ଅକ୍ଷର ପଟେଲ ୨୯, ରବିନ୍ଦ୍ର ଜାଡେଜା ୧୬, ରୋହିତ ଶର୍ମା ୧୩ ରନ୍‌ ସୌକାର କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍‌ ଷ୍ଟ୍ରାକ୍‌ ୫ଟି ଉଇକେଟ୍‌ ନେଇଥିବା ବେଳେ ସିନ୍‌ ଆବୋଟ ୩ ଏବଂ ନାଥନ ଏଲିସ ୨ଟି ଉଇକେଟ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଏହି କ୍ରିକେଟର୍‌: ମାତ୍ର ୨୪ ବର୍ଷ ବୟସରେ…

ନୂଆଦିଲ୍ଲୀ,୨୪।୧: ଆଫଗାନିସ୍ତାନ ସ୍ପିନର ରଶିଦ ଖାନ ନିଜ ବୋଲିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷ କରିଛନ୍ତି। ବିଶ୍ୱର ଅନେକ ଫ୍ରାଞ୍ଚାଇଜ ତାଙ୍କୁ ଟି-୨୦ ଲିଗରେ ନିଜ...

୨୫ ବର୍ଷରେ ଘୋଷଣା କଲେ ସନ୍ନ୍ୟାସ

ସିଡ୍‌ନୀ,୨୩।୩: ବିଶ୍ୱର ନମ୍ବର ୧ ମହିଳା ଟେନିସ ଖେଳାଳି ଆଶଲେ ବାର୍ଟି ବୁଧବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ସ୍ବପ୍ନ ପୂରା କରିସାରିଥିବାରୁ ମାତ୍ର ୨୫ ବର୍ଷ...

ବ୍ୟାଟରଙ୍କ ଉପରକୁ ବଲ ଫୋପାଡ଼ିବା ପଡ଼ିଲା ମହଙ୍ଗା

ଢାକା,୨୧।୧୧: ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନ ପେସର ଶାହୀନ ଶାହା ଆଫ୍ରିଦୀଙ୍କ ଥ୍ରୋରେ ଆହତ ହୋଇଥିଲେ ବାଂଲାଦେଶ ବ୍ୟାଟର ଅଫିଫ...

ପାଣ୍ଡ୍ୟାଙ୍କୁ ୨ ସପ୍ତାହ ଦିଅନ୍ତୁ, ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର କରିଦେବି: ବିସିସିଆଇକୁ କହିଲେ ଏହି ପାକିସ୍ତାନୀ କ୍ରିକେଟର

ଇସଲମାବାଦ୍‌, ୨୮।୬: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ କରିଏପର୍ଯ୍ୟନ୍ତ ଅପରାଜୟ ରହିଛି। ଭାରତର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର...

ରବି ଶାସ୍ତ୍ରୀଙ୍କ ଭବିଷ୍ୟବାଣୀ

ମୁମ୍ବାଇ,୧୯।୫: ଭାରତରେ ଖେଳାଯାଉଥିବା ଆଇପିଏଏଲ୍‌ ୨୦୨୨ ଉପରେ ଏବେ ସମଗ୍ର କ୍ରିକେଟ୍‌ ଜଗତର ଆଖି ରହିଛି। ଏହି ଲିଗ ବର୍ତ୍ତମାନ ଧୀରେ ଧୀରେ ଏହାର ଶେଷ...

ଶାହା ନୁହେଁ ଏହି କ୍ରିକେଟରଙ୍କୁ ଦିଆଯିବ ସୁଯୋଗ: କୋହଲି

ନୂଆଦିଲ୍ଲୀ,୪।୨: ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ମହେନ୍ଦ୍ର ସିଂହ ଧୋନୀ ସନ୍ୟାସ ନେବା ପରେ ଭାରତୀୟ କ୍ରିକେଟ ଟିମ୍‌ର ଉଇକେଟକିପର କିଏ ହେବ ସେ ନେଇ ଚର୍ଚ୍ଚା ଜାରି...

ରେକର୍ଡ ଅର୍ଦ୍ଧଶତକ ପରେ ଆଉଟ୍‌ ହେଲେ ପନ୍ତ

ବାଙ୍ଗାଲୋର,୧୩।୩: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ରିଷଭ ପନ୍ତ ଟେଷ୍ଟ ଫର୍ମାଟରେ ଦ୍ରୁତତମ ଭାରତୀୟ ଭାବେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଉଇକେଟକିପର ବ୍ୟାଟର ଦ୍ୱିତୀୟ ଇନିଂସରେ...

ଏକାସଙ୍ଗେ ଖେଳିପାରନ୍ତି ଧୋନୀ, ସଚିନ

ମେଲବୋର୍ନ,୧୫।୧- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକାସଙ୍ଗେ ପୁଣି ଥରେ କ୍ରିକେଟ ପଡ଼ିଆରେ ନଜର ଆସିପାରନ୍ତି। ସଚିନ...

Advertisement
Archives

Model This Week