Posted inଖେଳ

ଗାଳି କରି ପାରିଲେନି, ଶେଷରେ ମାଗିଲେ କ୍ଷମା

ସିଡନୀ,୧୨।୧: ସିଡନୀ ଟେଷ୍ଟ ସମୟରେ ପଡ଼ିଆରେ ହୋଇଥିବା ଆଚରଣ ପାଇଁ ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ୍‌ ଭାରତୀୟ ଖେଳାଳିଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଅଧିନାୟକତ୍ୱ ଭଲ ନ ଥିଲା ଏବଂ ସେ ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ ଯୁକ୍ତିତର୍କ କରି ‘ମୂର୍ଖ’ ହୋଇଯାଇଥିଲି। ଭାରତକୁ ପରାଜୟରୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ହନୁମା ବିହାରୀ ଏବଂ ରବିଚନ୍ଦ୍ର ଅଶ୍ୱିନ ବ୍ୟାଟିଂ କଲାବେଳେ ପେନ୍‌ ସ୍ଲେଜିଂ କରିବାକୁ ପଛାଇ ନ ଥିଲେ। ଭାରତ ୪୦୭ ରନର ଲକ୍ଷ୍ୟକୁ ପଛରେ ପକାଇ ମ୍ୟାଚ ଡ୍ର କରିବାରେ ସଫଳ ହୋଇଥିଲା। ମ୍ୟାଚ୍‌ ପରେ ପେନ୍‌ କହିଛନ୍ତି, ଗତକାଲି ମ୍ୟାଚ ପରେ ମୁଁ ତାଙ୍କ ସହ (ଅଶ୍ୱିନ) କଥା ହେଲି, ମୁଁ ତାଙ୍କୁ କହିଲି, ମୋ କାମ ମୋତେ ମୂର୍ଖତା ଲାଗିଲା। ମୁଁ ଗଣମାଧ୍ୟମ ସାମ୍ନାକୁ ଆସିବାକୁ ଚାହୁଁ ନ ଥିଲି, କିଛି କଥା ସ୍ପଷ୍ଟ କରିବାକୁ ପଡୁଥିବାରୁ ଆସିଲି ବୋଲି ଅଷ୍ଟ୍ରେଲୀୟ ଅଧିନାୟକ କହିଛନ୍ତି। ସେ କହିଛନ୍ତି ମୁଁ ଏହି ଦଳର ନେତୃତ୍ୱ ନେଇଥିବାରୁ ମୁଁ ଗର୍ବିତ, ତେଣୁ ସିଡନୀ ଟେଷ୍ଟର ଶେଷ ଦିନ ଏମିତି ଘଟଣା ଘଟିଥିବାରୁ ମୁଁ କ୍ଷମା ମାଗିବାକୁ ଚାହେଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ ଟେଷ୍ଟ ଡ୍ର’ ଭାବେ ଶେଷ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଉଥପ୍ପାଙ୍କୁ ନେଲା ଚେନ୍ନାଇ: ରୟାଲ ଚ୍ୟାଲେଞ୍ଜର୍ସରେ ସାମ୍ସ, ହର୍ଷଲ

ନୂଆଦିଲ୍ଲୀ,୨୩।୧: ଆଇପିଏଲ ଟ୍ରେଡ୍‌ ଓ୍ବିଣ୍ଡୋକୁ ବ୍ୟବହାର କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଫ୍ରାଞ୍ଚାଇଜ୍‌ ଭାବେ ଡାନିଏଲ ସାମ୍ସ ଓ ହର୍ଷଲ ପଟେଲଙ୍କୁ ନିଜ ଦଳରେ...

ଲକ୍ଷ୍ନୌକୁ ୨୧୩ ରନ୍‌ର ଟାର୍ଗେଟ ଦେଲା ଆରସିବି…

ବେଙ୍ଗାଲୁରୁ,୧୦।୪: ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ସୋମବାର ଆଇପିଏଲ୍‌ର ୧୫ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ଲକ୍ଷ୍ନୌ...

‘ବେଷ୍ଟ ଇଣ୍ଡିଆନ୍‌ ଟାଇମ୍‌’ ହାସଲ କଲେ ମାନା ପଟେଲ

ନୂଆଦିଲ୍ଲୀ,୩୦।୫: ଭାରତୀୟ ଅଲିମ୍ପିଆନ୍‌ ମାନା ପଟେଲ ମହିଳା ୧୦୦ ମିଟର ବ୍ୟାକଷ୍ଟ୍ରୋକ୍‌ ଇଭେଣ୍ଟରେ ‘ବେଷ୍ଟ ଇଣ୍ଡିଆନ୍‌ ଟାଇମ୍‌’ ହାସଲ କରିଛନ୍ତି। ଫ୍ରାନ୍ସରେ ଚାଲିଥିବା ମାରେ ନୋଷ୍ଟ୍ରମ...

ରାଜସ୍ଥାନକୁ ୧୫୦ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା

କୋଲକାତା,୧୧।୫: ଆଇପିଏଲ ୨୦୨୩ର ୫୬ତମ ମ୍ୟାଚ ଗୁରୁବାର କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଖେଳାଯାଉଛି। ମ୍ୟାଚରେ କେକେଆର...

ବର୍ଣ୍ଣବୈଷମ୍ୟ ଆକ୍ଷେପକୁ ଆଇସିସିର ନିନ୍ଦା: କାର୍ଯ୍ୟାନୁଷ୍ଠାନ ନେଇ ସିଏଠାରୁ ରିପୋର୍ଟ ମାଗିଲା

ଦୁବାଇ,୧୧।୧(ପି.ଟି.): ଚଳିତ ତୃତୀୟ ଟେଷ୍ଟର ଚତୁର୍ଥ ଦିବସରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ କେତେକ ଦର୍ଶକ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିଲେ। ଏ ନେଇ ପଡିଆରେ...

ଦିନିକିଆରେ ୩୫ ଥର ମୁହାଁମୁହିଁ ହୋଇଛନ୍ତି ଭାରତ-ବାଲାଂଦେଶ, କିଛି ଏଭଳି ରହିଛି ସମୀକରଣ

ଢାକା,୪।୧୨: ଭାରତ-ବାଲାଂଦେଶ ଟିମ୍‌ ମଧ୍ୟରେ ରବିବାରଠାରୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ଏଯାବତ ଉଭୟ ଟିମ୍‌ ୩୫ ଦିନିକିଆ ମୁକାବିଲା...

କ୍ଷମା ମାଗିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଜୋହାନ୍ସବର୍ଗ,୨୪।୮: ଦକ୍ଷିଣ ଆଫ୍ରିକାର ପୂର୍ବତନ ଉଇକେଟ କିପର ତଥା ବର୍ତ୍ତମାନର ମୁଖ୍ୟ କୋଚ ମାର୍କ ବାଉଚର୍‌ କ୍ଷମା ମାଗିଛନ୍ତି। ସେ ଖେଳୁଥିବା ସମୟରେ ଅପମାନଜନକ ଗୀତ...

ରଣଜୀ ଟ୍ରଫି: ସୌରାଷ୍ଟ୍ର ୪୨୫, ବେଙ୍ଗଲ ୧୩୪/୩

ରାଜକୋଟ, ୧୨।୩- ଏଠାରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲର ତୃତୀୟ ଦିବସ ଖେଳ ବୁଧବାର ଶେଷ ହୋଇଛି। ଅର୍ପିତ ବାସବଦାଙ୍କ ଶତକ ସହାୟତାରେ ସୌରାଷ୍ଟ୍ର ୪୨୫...

Advertisement
Archives

Model This Week