ଭାରତୀୟ ଯାତ୍ରୀଙ୍କୁ ଅଷ୍ଟ୍ରେଲିଆ ମନା: ଉଲ୍ଲଂଘନ କଲେ ଜେଲଦଣ୍ଡ-ଜରିମାନା…

ସିଡ୍‌ନୀ,୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଅବସ୍ଥା ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କେତେକ ଦେଶ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଯାତ୍ରୀଙ୍କ ଉପରେ କଟକଣା ଲଗାଇ ସାରିଛନ୍ତି। ଏବେ ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ଭାରତୀୟ ଯାତ୍ରୀଙ୍କ ଉପରେ ସାମୟିକ ପ୍ରତିବନ୍ଧକ ଘୋଷଣା କରାଯାଇଛି। ମେ’ ୩ ଠାରୁ କୌଣସି ଭାରତୀୟ ଯାତ୍ରୀ ଅଷ୍ଟ୍ରେଲିଆରେ ପ୍ରବେଶ କରିପାରିବେ ନାହିଁ। ଏହାର ଉଲ୍ଲଂଘନ କଲେ ସମ୍ପୃକ୍ତ ଯାତ୍ରୀଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ସହିତ ଜରିମାନା ଦେବାକୁ ପଡ଼ିବ ବୋଲି ଅଷ୍ଟ୍ରେଲିଆ ସରକାର ଘୋଷଣା କରିଛନ୍ତି। ଏହାଦ୍ୱାରା ଭାରତରେ ଥିବା ଅଷ୍ଟ୍ରେଲିଆ ନାଗରିକ ମଧ୍ୟ ସ୍ବଦେଶ ଫେରି ପାରିବେ ନାହିଁ। ଦେଖାଦେଇଥିବା କରୋନା ମହାମାରୀ ସଙ୍କଟ ସମୟରେ ଭାରତ ସହିତ ଅଷ୍ଟ୍ରେଲିଆ ଛିଡ଼ା ହୋଇଛି ବୋଲି ସରକାର କହିଛନ୍ତି। ତେବେ ଭାରତକୁ ଏଭଳି ସଙ୍କଟ ସମୟରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଅଷ୍ଟ୍ରେଲିଆ ସରକାର ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ୍‌ ଜନ୍‌ସନ୍‌

ଲଣ୍ଡନ,୭।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ ଜନ୍‌ସନ୍‌। କ୍ୟାବିନେଟରୁ ୪୦ମନ୍ତ୍ରୀ ଇସ୍ତଫା ଦେବା ପରେ ବୋରିସ ଜନ୍‌ସନ୍‌ଙ୍କ ଇସ୍ତଫା ଦେବା ଏକପ୍ରକାର ସ୍ଥିର...

ଭୁବନେଶ୍ୱର ପାଇଁ ଆଗକୁ ବଢ଼ିପାରେ ବିପଦ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ରାଜଧାନୀରେ ସ୍ଥାନୀୟ ଆକ୍ରାନ୍ତ ଓ ବସ୍ତି ସଂକ୍ରମଣ ଚିନ୍ତା ବଢ଼ାଇଲାଣି। ଦିନକୁ ଦିନ ଭୁବନେଶ୍ୱରରେ ସଂକ୍ରମଣ ମାଡ଼ୁଥିବାବେଳେ ବର୍ତ୍ତମାନର ସ୍ଥିତିରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା...

ଦେଶରେ ସଂକ୍ରମଣ ବୃଦ୍ଧି ହାର ସର୍ବନିମ୍ନ

ନୂଆଦିଲ୍ଲୀ,୨୬।୪(ପି.ଟି.): ଭାରତରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲାବେଳେ ସଂକ୍ରମଣ ହାର ଯଥେଷ୍ଟ ହ୍ରାସ ପାଇଛି। ଏବେ ସଂକ୍ରମିତ ମାମଲା ଦ୍ୱିଗୁଣିତ ହେବା ଲାଗି ୯ ଦିନରୁ...

ଫିକା ପଡିବ ଅଲିମ୍ପିକ୍‌ ମଶାଲ ରିଲେ: ଉତ୍ସବରେ ରହିବେନି ମଶାଲ, ବାହକ, ଜନସାଧାରଣ

ଟୋକିଓ,୨୪।୩(ଏପି): କୋଭିଡ-୧୯ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ମଧ୍ୟ ଏଥିରେ ପ୍ରଭାବିତ ହେବାକୁ ଯାଉଛି। ଗୁରୁବାରଠାରୁ ଆରମ୍ଭ...

ଭୁବନେଶ୍ୱରରୁ ଆଉ ୨ କରୋନା ପଜିଟିଭ ଚିହ୍ନଟ: ୫ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ...

‘ପିଲାଙ୍କୁ ସ୍କୁଲ୍‌କୁ ଫେରାଇ ଆଣିବା ଦେଶର ନୈତିକ କର୍ତ୍ତବ୍ୟ’

ଲଣ୍ଡନ, ୧୧।୮(ପି.ଟି.): କରୋନା ଜନିତ ଲକ୍‌ଡାଉନ ପରେ ପିଲାମାନଙ୍କୁ ସ୍କୁଲ୍‌କୁ ଫେରାଇ ଆଣିବା ଦେଶର ନୈତିକ କର୍ତ୍ତବ୍ୟ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ସୋମବାର...

ବୈଦେଶିକ ମନ୍ତ୍ରଣାଳୟର ୮୦ ପ୍ରତିଶତ କର୍ମଚାରୀ ଛାଡିଲେ ଦୂତାବାସ

କାବୁଲ,୨୦ ।୯: ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ୮୦ ପ୍ରତିଶତ କର୍ମଚାରୀ ଦେଶ ଛାଡି ଚାଲିଯାଇଥିବା ଜଣାପଡିଛି । ଫଳରେ ତାଲିବାନ କୁଟନୈତିକ ମୋର୍ଚ୍ଚାରେ ଆଗକୁ ବଢିବାକୁ...

ରୁଷିଆ ସହ ସମ୍ପର୍କ ଶେଷ କରିବ ନାହିଁ ଭାରତ, ଆଶା କରୁଛୁ ୟୁକ୍ରେନ ବିବାଦକୁ ଶେଷ କରିବାକୁ ହେବ ପ୍ରୟାସ: ଆମେରିକା

ୱାଶିଂଟନ,୨୫ ।୨: ଦକ୍ଷିଣ ଓ ମଧ୍ୟ ଏସିଆ ମାମଲାରେ ଆମେରିକାର ସହାୟକ ବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ ରୁଷିଆ-ୟୁକ୍ରେନ୍ ସଂଘର୍ଷକୁ ନେଇ ଭାରତ ଚିନ୍ତାଧାରାକୁ ନେଇ...

Advertisement
Archives

Model This Week