ଅଷ୍ଟ୍ରେଲିଆ ଓ ସାମାଜିକ ଗଣମାଧ୍ୟମ

ଗତବର୍ଷ ଶେଷଭାଗରେ ଅଷ୍ଟ୍ରେଲିଆର ସଂସଦରେ ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ପକାଉଥିବା ପ୍ରଭାବକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାସହ ଟିକ୍‌ଟକ୍‌, ସ୍ନାପଚାଟ, ଇନ୍‌ଷ୍ଟାଗ୍ରାମ ଏବଂ ଏକ୍ସ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକାଉଣ୍ଟ ଖୋଲିବାକୁ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ଅତି କମ୍‌ରେ ୧୬ ବର୍ଷ ବୟସ ହେବା ଆବଶ୍ୟକ ବୋଲି ଅନ୍‌ଲାଇନ ସୁରକ୍ଷା ଆଇନରେ ସଂଶୋଧନ ଅଣାଯାଇଥିଲା। ଏହି ସଂଶୋଧନ ୨୦୨୫ ଶେଷ ସୁଦ୍ଧା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି । ଅନ୍‌ଲାଇନ ସୁରକ୍ଷା ଆଇନ ଅଷ୍ଟ୍ରେଲିଆରେ ଉଭୟ ସଂସଦରେ ଏବଂ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସମର୍ଥନ ପାଇଥିଲେ ମଧ୍ୟ ଏହାକୁ ସମାଲୋଚନା କରାଯାଇଛି। କେତେକେ କିଶୋରଙ୍କ କ୍ଷେତ୍ରରେ ସୋସିଆଲ ମିଡିଆ ବ୍ୟବହାର ଏବଂ ମାନସିକ-ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରେ ଥିବା ସମ୍ପର୍କକୁ ନେଇ ବିବାଦ ଉଠାଇଛନ୍ତି। ଅନ୍ୟମାନେ ଏହି ଆଇନ ଅଭିବ୍ୟକ୍ତି ସ୍ବାଧୀନତା ଅଧିକାରର ଉଲ୍ଲଂଘନ ବୋଲି ବିଚାର କରନ୍ତି। ଏପରି କି ଯେଉଁମାନେ ଏହି ପଦକ୍ଷେପକୁ ସମର୍ଥନ କରନ୍ତି ସେମାନେ ମଧ୍ୟ ଏହାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ତା’ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଏହା ନିଃସନ୍ଦେହ ଯେ ସ୍ମାର୍ଟଫୋନ ବଜାରକୁ ଆସିବା ଏବଂ ସୋସିଆଲ ମିଡିଆର ଆବିର୍ଭାବ ପରଠାରୁ କିଶୋର, ବିଶେଷକରି ବାଳିକାମାନଙ୍କ ମାନସିକ ସ୍ବାସ୍ଥ୍ୟ ଅତ୍ୟନ୍ତ ଖରାପ ହୋଇଯାଇଛି। ଡିଜିଟାଲ ପ୍ଲାଟ୍‌ଫର୍ମର ଲ’ ଡିଜାଇନ ଆଲଗୋରିଦମ ଲୋକଙ୍କୁ ବାନ୍ଧି ରଖିବା ପାଇଁ ଉଦ୍ଦିଷ୍ଟ, କାରଣ ଅଧିକ କ୍ଲିକ୍‌ ଅର୍ଥ ବିଜ୍ଞାପନରୁ ମିଳିବ। ଓ୍ବାଶିଂଟନସ୍ଥିତ ଗ୍ୟାଲପ୍‌ ସଂସ୍ଥା ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ଆମେରିକାର କିଶୋରମାନେ ଦିନକୁ ହାରାହାରି ୪.୮ ଘଣ୍ଟା ସୋସିଆଲ ମିଡିଆରେ ବିତାଉଛନ୍ତି। ତାହା ହେଉଛି କିଶୋରମାନେ ପାଉଥିବା ଫାଙ୍କା ସମୟର ଏକ ବଡ଼ ଅଂଶ, ଯେଉଁ ସମୟରେ ସେମାନେ ବନ୍ଧୁମାନଙ୍କ ସହିତ ବ୍ୟକ୍ତିଗତ ଭାବରେ କଥା ହୋଇପାରନ୍ତେ ଏବଂ ବାସ୍ତବ ଦୁନିଆରେ କୌଣସି ସ୍ଥାନ ଓ ବସ୍ତୁ ସହିତ ଯୋଗାଯୋଗରେ କଟାଇପାରନ୍ତେ। ସାମାଜିକ ମନୋବିଜ୍ଞାନୀ ତଥା ‘ଦି ଆଙ୍କ୍‌ସିୟସ ଜେନେରେଶନ’ର ଲେଖକ ଜୋନାଥନ୍‌ ହାଇଡିଟ୍‌ କହିଛନ୍ତି ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ମାନବ ବିକାଶକୁ ପ୍ରାୟତଃ ଅକଳନୀୟ ଭାବେ ପରିବର୍ତ୍ତନ କରିଛି। କିଶୋର ବୟସରେ ମାତ୍ରାଧିକ ସୋସିଆଲ ମିଡିଆ ବ୍ୟବହାର ଯୋଗୁ ସେମାନଙ୍କଠାରେ ଅତ୍ୟଧିକ ବିଷାଦ ଓ ବ୍ୟଗ୍ରତା ପ୍ରକାଶ ପାଉଛି। ତେବେ ଏଭଳି ସ୍ବାସ୍ଥ୍ୟ ସମସ୍ୟା କେବଳ ସୋସିଆଲ ମିଡିଆ ବ୍ୟବହାର ଯୋଗୁ ସୃଷ୍ଟି ହେଉଛି ନା ଏହା ପଛରେ ଆଉ ଅଧିକ କିଛି କାରଣ ରହିଛି, ତାହାକୁ ନେଇ ବିବାଦ ଉଠିଛି। ଦୀର୍ଘ ସମୟ ସୋସିଆଲ ମିଡିଆ ବ୍ୟବହାର କମାଇବା ଯୋଗୁ ଅବସାଦ ଏବଂ ଆବେଗ ହ୍ରାସପାଏ କି ନାହିଁ ତାହା ଗୁଣାମତ୍କ ଅଧ୍ୟୟନଭିତ୍ତିକ ପରୀକ୍ଷାରୁ ଜାଣିବା କଷ୍ଟକର ହୋଇଛି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ବ୍ୟବହାର କରି ନିଜ ସାଙ୍ଗମାନଙ୍କଠାରୁ ଦୂରେଇ ରହୁଥିବା ପିଲାମାନଙ୍କ ପାଇଁ ଏହା କ୍ଷତିକାରକ। ଏହା ଗୁରୁତ୍ୱପୂର୍ଣ୍ଣ ଯେ କିଶୋରବର୍ଗର ସମସ୍ତେ ଏକତ୍ର ସୋସିଆଲ ମିଡିଆକୁ ଛାଡ଼ି ଦେବା ଦରକାର, ଯାହା ଦ୍ୱାରା ବାସ୍ତବ ଦୁନିଆର ପାରସ୍ପରିକ ସମ୍ପର୍କ ରକ୍ଷାକରି ସୋସିଆଲ ମିଡିଆ ବ୍ୟବହାରରୁ ଦୂରେଇ ଯାଇହେବ। ସୋସିଆଲ ମିଡିଆର ବ୍ୟାପକ ବ୍ୟବହାର ଓ ସୃଷ୍ଟି ହେଉଥିବା ଆବେଗ ଏବଂ ବିଷାଦକୁ ନେଇ ଏଯାବତ୍‌ ଦୃଢ଼ ପରୀକ୍ଷଣର ଅଭାବ ରହିଛି। ତେବେ ଆମ ପାଖରେ ଯାହା କିଛି ପ୍ରମାଣ ଅଛି ତାହା ସୂଚିତ କରେ ଯେ, ସୋସିଆଲ ମିଡିଆ ବ୍ୟବହାର ବିଷାଦ ଓ ଆବେଗ ବୃଦ୍ଧିକରେ, କିନ୍ତୁ ଏହା ଶେଷ ସିଦ୍ଧାନ୍ତ ନୁହେଁ।
ତେଣୁ ଅଷ୍ଟ୍ରେଲିଆ ଏକ ଜାତୀୟ ପରୀକ୍ଷଣକୁ ପ୍ରଭାବଶାଳୀ ଭାବରେ ସଞ୍ଚାଳନ କରି ବିଶ୍ୱର ଉପକାର କରିପାରେ। ଏହା ଅଷ୍ଟ୍ରେଲିଆର କିଶୋରମାନେ ସୋସିଆଲ ମିଡିଆରେ ଅତିବାହିତ କରୁଥିବା ସମୟ ଅଧିକ ହ୍ରାସ କରିପାରେ। ନୂଆକରି ବୟସ କଟକଣା ରହିଥିବା ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ପରିଚାଳନା କରୁଥିବା କମ୍ପାନୀଗୁଡ଼ିକ ଯଦି ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଆକାଉଣ୍ଟ ଖୋଲିବାକୁ ରୋକିବା ପାଇଁ ଯୁକ୍ତିଯୁକ୍ତ ପଦକ୍ଷେପ ନେବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କ ଉପରେ ଅତ୍ୟଧିକ ଜରିମାନା ଲାଗୁ କରି ନୀତିନିର୍ଦ୍ଧାରଣକାରୀମାନେ ସେମାନଙ୍କ ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରିଛନ୍ତି। ଯୁକ୍ତିଯୁକ୍ତ ପଦକ୍ଷେପ ନେବା ପାଇଁ ସ୍ବାଧୀନ ଆଇନଗତ କାର୍ଯ୍ୟାଳୟ ଭାବେ ଅଷ୍ଟ୍ରେଲିଆର ଇ-ସେଫ୍ଟି କମିଶନରଙ୍କୁ ଏହି ଆଇନ ଦାୟିତ୍ୱ ପ୍ରଦାନ କରିଛି। ହ୍ବାଟ୍‌ସ ଆପ୍‌ ଏବଂ ସମାନ ପ୍ରକାର ମେସେଜିଂ ଆପ୍‌ ତଥା କିଛି ଅନ୍‌ଲାଇନ ସ୍ବାସ୍ଥ୍ୟ ଏବଂ ଶିକ୍ଷାଗତ ସେବା ଏହି ଆଇନରୁ ମୁକ୍ତ ହେବ। ଯୁବକମାନେ ବିନା ଆକାଉଣ୍ଟରେ ଫେସବୁକ୍‌ରେ ବ୍ୟବସାୟ ଲ୍ୟାଣ୍ଡିଂ ପେଜ ଭଳି ସୋସିଆଲ ମିଡିଆରେ ୟୁଟ୍ୟୁବ ଭିଡିଓ କିମ୍ବା ପୃଷ୍ଠାଗୁଡ଼ିକୁ ଦେଖିବାରେ ସକ୍ଷମ ହେବେ। ଅନ୍ୟପକ୍ଷରେ, ଏକ ‘ଡିଜିଟାଲ ଡ୍ୟୁଟି ଅଫ୍‌ କେୟାର’ ସୃଷ୍ଟି କରି ଅଧିକ ଆଇନ ପ୍ରଣୟନ କରିବାକୁ ସରକାର ଘୋଷଣା କରିଛନ୍ତି, ଯେଉଁଥିରେ ଏବକାର ଜଣାଶୁଣା କିମ୍ବା ଭବିଷ୍ୟତର କ୍ଷତିକୁ ରୋକିବାରେ ଡିଜିଟାଲ ପ୍ଲାଟଫର୍ମର ଉତ୍ତରଦାୟିତ୍ୱ ରହିବ। ହେଲେ ଏହି ଆଇନ ସୋସିଆଲ ମିଡିଆ କାର୍ଯ୍ୟନିର୍ବାହୀ ତଥା ପ୍ରୋଗ୍ରାମରମାନଙ୍କୁ ଲାଭ ଦେଇପାରେ। ଆଇନ ସମସ୍ତ ପ୍ଲାଟଫର୍ମ ପାଇଁ ଏକ ସମାନ କ୍ଷେତ୍ର ସୃଷ୍ଟିକରି ସାମୂହିକ-କାର୍ଯ୍ୟ ସମସ୍ୟାକୁ ଦୂର କରିପାରିବ।
ଅଷ୍ଟ୍ରେଲୀୟ ସମ୍ବିଧାନ ଅଭିବ୍ୟକ୍ତି ଅଧିକାର ଭଳି ଅନ୍ୟ ମୌଳିକ ଅଧିକାରଗୁଡ଼ିକ ସମ୍ପର୍କରେ ବ୍ୟାପକ ବିବୃତି ଦେଇନାହିଁ। ସାଧାରଣତଃ ନିର୍ବାଚିତ ପ୍ରତିନିଧିଙ୍କ ସର୍ବୋଚ୍ଚତାକୁ କୋର୍ଟ ଗ୍ରହଣ କରନ୍ତି । ଅଷ୍ଟ୍ରେଲିଆ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି, ପ୍ରତିନିଧି ତଥା ଦାୟିତ୍ୱପୂର୍ଣ୍ଣ ସରକାର ପ୍ରତିଷ୍ଠା କରୁଥିବା ସମ୍ବିଧାନର ନିୟମାବଳୀ ସୂଚାଇ ଦେଉଛି ଯେ ସଂସଦ ରାଜନୈତିକ ଯୋଗାଯୋଗରେ ଅଯଥା ବୋଝ ରଖିବ ନାହିଁ। ତେବେ ଏହା ସେହିମାନଙ୍କ ପାଇଁ ସମ୍ଭାବ୍ୟ ଉତ୍ତର ହୋଇପାରେ। ଯେଉଁମାନେ କହନ୍ତି ଯେ, ୧୬ ବର୍ଷରୁ କମ୍‌ ପିଲାମାନେ ଭୋଟ ଦେଉ ନ ଥିବାରୁ ରାଜନୈତିକ ଯୋଗାଯୋଗରେ ସେମାନଙ୍କର କମ୍‌ ଆବଶ୍ୟକତା ରହିଛି ଏବଂ ଏହି ନୂଆ ଆଇନ ସେହି ନୀତିକୁ ଉଲ୍ଲଂଘନ କରୁଛି। ତେବେ ଯୁକ୍ତି କରାଯାଇପାରେ ଯେ, ଏହି ବୋଝ ଅସଙ୍ଗତ ନୁହେଁ, କାରଣ ସାମାଜିକ ଗଣମାଧ୍ୟମ କାରଣରୁ ହୋଇଥିବା କ୍ଷତି ହିଁ ଆଇନରେ ଥିବା ସାମାନ୍ୟ ପ୍ରତିବନ୍ଧକର ଯଥାର୍ଥତା ପ୍ରତିପାଦନ କରିବାକୁ ଯଥେଷ୍ଟ। ଅଷ୍ଟ୍ରେଲିଆ ସରକାର ମଧ୍ୟ ରାଜନୈତିକ ଯୋଗାଯୋଗରେ ସୀମିତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଛାଡ଼ିପାରିବେ । କିନ୍ତୁ କେଉଁ ଯୋଗାଯୋଗ ରାଜନୈତିକ ଏବଂ କେଉଁଟି ନୁହେଁ ତାହା ସରକାର ସ୍ଥିର କରିବା ଆବଶ୍ୟକ।
ଏମିରିଟସ ପ୍ରଫେସର ଅଫ୍‌
ବାୟୋଏଥିକ୍ସ, ପ୍ରିନ୍‌ଷ୍ଟନ ୟୁନିଭର୍ସିଟି


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri