Posted inଖେଳ

ଷଷ୍ଠ ଟାଇଟଲ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

କେପ୍‌ଟାଉନ୍‌,୨୬ା୨: ରବିବାର କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍ସରେ ଖେଳାଯିବ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ଫାଇନାଲ। ଷଷ୍ଠ ଟାଇଟଲ ହାସଲ ଲକ୍ଷ୍ୟରେ ରହିଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ସମ୍ମୁଖରେ ରହିଛି ଘରୋଇ ଦକ୍ଷିଣ ଆଫ୍ରିକା। ବିଗତ ଏକ ବର୍ଷ ମଧ୍ୟରେ ଘରୋଇ ଦଳ କ୍ରିକେଟରେ ବେଶ୍‌ ଆଗେଇଛି। ବର୍ଷେ ତଳେ ବିଶ୍ୱକପ୍‌ ସେମିଫାଇନାଲରୁ ବିଦାୟ ନେଇଥିବା ଏହି ଦଳ ଚଳିତ ଟି୨୦ ବିଶ୍ୱକପ୍‌ରେ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଛି। ତେବେ ସାମ୍ନାରେ ରହିଛି ୫ ଥର ଟି୨୦ ବିଶ୍ୱକପ୍‌ ଚାମ୍ପିୟନ୍‌ ଅଷ୍ଟ୍ରେଲିଆ। କ୍ରମାଗତ ସପ୍ତମ ଥର ଫାଇନାଲରେ ପ୍ରବେଶ କରିଥିବା ତଥା ଷଷ୍ଠ ଟାଇଟଲ ଲକ୍ଷ୍ୟରେ ରହିଥିବା ଅଷ୍ଟ୍ରେଲିଆକୁ ମାତ୍‌ ଦେବାର ଯୋଜନାରେ ଘରୋଇ ଦଳ କେତେ ସଫଳ ହେବ ତାହା ଦେଖିବାକୁ ବାକି ଅଛି। ଲୌରା ଓଲ୍‌ଭାଡର୍ଟ ଓ ତାଜମିନ୍‌ ବ୍ରିଟ୍ସ ଟୁର୍ନାମେଣ୍ଟର ଅନ୍ୟତମ ଶ୍ରେଷ୍ଠ ଓପନିଂ ଯୋଡ଼ି ରହିଛନ୍ତି। ପୂର୍ବତନ ଜୁନିୟର ଜାଭେଲିନ୍‌ ଥ୍ରୋୟର ବିଶ୍ୱ ଚାମ୍ପିୟନ ତାଜମିନ ବ୍ରିଟ୍ସ ୨୦୧୨ କାର୍‌ ଦୁର୍ଘଟଣା ପରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଫାଇନାଲରେ ଘରୋଇ ଦଳର ସଫଳତା ଏହି ଦୁଇ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ। ଭାରତ ବିପକ୍ଷରେ ଅବିଶ୍ୱସନୀୟ ବିଜୟ ପରେ ଅଷ୍ଟ୍ରେଲିଆ ଦଳ ଦୃଢ଼ ଆତ୍ମବିଶ୍ୱାସରେ ନଜର ଆସିବ। ଅଷ୍ଟ୍ରେଲିଆ ବିପକ୍ଷରେ ସଫଳ ହେବାକୁ ହେଲେ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ମାରିଜେନ୍‌ କାପ୍‌ଙ୍କ ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିବ। ଇଂଲଣ୍ଡ ବିପକ୍ଷ ସେମିରେ ତାଙ୍କ ପ୍ରଦର୍ଶନ ଭଲ ରହିଥିଲା। ଅଧିନାୟିକା ସୁନ୍‌ ଲୁସ୍‌ଙ୍କ ସମେତ ଶବନିମ ଇସମାଇଲ ଓ ଆୟୋବୋଙ୍ଗା ଖାଖାଙ୍କ ପରି ପ୍ରଭାବୀ ବୋଲର ରହିଛନ୍ତି। ମିଡିଲ ଅର୍ଡରରେ କ୍ଲୋଏ ଟ୍ରାୟନ୍‌ ଓ ନାଡିନ୍‌ ଡି କ୍ଲାର୍କଙ୍କ ଭଳି ଖେଳାଳି ରହିଛନ୍ତି। କ୍ଲୋଏ ଟ୍ରାୟନ୍‌ ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାକୁ ସ୍ଥାନୀୟ ଦର୍ଶକଙ୍କ ସମର୍ଥନ ମଧ୍ୟ ମିଳିବ। ଗ୍ରୁପ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ସହଜରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବାରୁ ଏହା ଦଳର ଆତ୍ମବିଶ୍ୱାସ ବଢାଇବାରେ ସହାୟକ ହେବ। ତେବେ ଟାଇଟଲ ମୁକାବିଲା କଙ୍ଗାରୁ ଦଳ ପାଇଁ ଏତେଟା ସହଜ ନ ହେବା ନେଇ ଅନୁମାନ କରାଯାଉଛି। ଭାରତ ବିପକ୍ଷ ସେମି ଫାଇନାଲରେ ଦଳ ଯେଉଁ ଢଙ୍ଗରେ ଅନ୍ତିମ ୫ ଓଭରରେ ୩୯ ରନ୍‌ ରୋକିବାରେ ସମର୍ଥ ହେଲା ତାହା ମେଗ୍‌ ଲାନିଙ୍ଗଙ୍କ ଦଳର ମାନସିକ ଦୃଢ଼ତା ପ୍ରମାଣିତ କରୁଛି। ଫାଇନାଲ ମ୍ୟାଚରେ ଉଭୟ ଦଳ ପାଇଁ ସମାନ ସୁଯୋଗ ରହିଥିବା କହିଛନ୍ତି ଓପନର ବ୍ରିଟ୍ସ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଆମେ ଫେଭରିଟ୍‌ ନ ଥିଲୁ। ମାତ୍ର ବିଜୟୀ ହେବା ସହିତ ଆମେ ଯେ କୌଣସି ଦଳକୁ ପରାସ୍ତ କରିବାରେ ସମର୍ଥ ବୋଲି ପ୍ରମାଣିତ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri